ତୈଳୀୟ ତ୍ୱଚାର ଯତ୍ନ

ଋତୁ ବଦଳିବା ମାତ୍ରେ ତା’ର ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ। ବିଶେଷ କରି ବର୍ଷାଦିନେ ତୈଳୀୟ ତ୍ୱଚାରେ ବ୍ରଣ ଏବଂ ଲାଲ୍‌ ଦାନା ଭଳି ଫଳିଯାଏ। ତେବେ ଏହାର ଉପଚାର ପାଇଁ ଜାଣନ୍ତୁ କିଛି ଟିପ୍ସ…।ତ୍ୱଚାର ଲୋମଛିଦ୍ରକୁ ତୈଳମୁକ୍ତ ରଖନ୍ତୁ। ମୁହଁକୁ ସଫା କରିବା ପାଇଁ ଆଷ୍ଟ୍ରିଜେଣ୍ଟ୍‌ ଟୋନର ବ୍ୟବହାର କରନ୍ତୁ।
ତୈଳୀୟ ତ୍ୱଚା ହୋଇଥିଲେ ମେଡିକେଟେଡ୍‌ ସାବୁନ୍‌ କିମ୍ବା କ୍ଲିଞ୍ଜରରେ ମୁହଁକୁ ଦିନକୁ ୨ ଥର ଧୁଅନ୍ତୁ। ଗୋଲାପ ମିଶିଥିବା ସ୍କିନ୍‌ ଟୋନର ବି ଲଗାଇପାରିବେ।
ମୁହଁରେ ଧଳା ଦାଗ ଥିଲେ ଫେସିଆଲ୍‌ ସ୍କ୍ରବ୍‌ ଲଗାନ୍ତୁ। କିନ୍ତୁ ମୁହଁରେ ବ୍ରଣ କିମ୍ବା ଆଲର୍ଜି ହୋଇଥିଲେ ସ୍କ୍ରବ୍‌ର ବ୍ୟବହାର କରନ୍ତୁ ନାହିଁ। ଚାଉଳ ଗୁଣ୍ଡରେ ଗୋଲାପ ଜଳ ମିଶାଇ ପ୍ରତିଦିନ ଅନ୍ତତଃ ଥରେ ଲଗାନ୍ତୁ।
ଏହିଦିନେ ପାଦର ଉପଯୁକ୍ତ ଯତ୍ନ ନିଅନ୍ତୁ। ଯାହାଦ୍ୱାରା ଫଙ୍ଗାଲ ଇନ୍‌ଫେକ୍ସନ ହୁଏ ନାହିଁ। ପାଦକୁ ଭଲଭାବେ ଧୋଇ ସାରି ପୋଛନ୍ତୁ। ପାଦରେ ପାଉଡର ଲଗାନ୍ତୁ। ସବୁବେଳେ ଓପନ୍‌ ଫୁଟ୍‌ ଓ୍ବେର ପିନ୍ଧନ୍ତୁ।
ଭଲ କମ୍ପାନୀର ଶାମ୍ପୋ ଏବଂ କଣ୍ଡିଶନର ବ୍ୟବହାର କରନ୍ତୁ । ଯାହାଦ୍ୱାରା କେଶର ନମନୀୟତା ବଜାୟ ରହିଥାଏ।
ପ୍ରତିଦିନ କେଶରେ ତେଲ ଲଗାଇ ମସାଜ୍‌ କରନ୍ତୁ। ଏହା କେଶକୁ ମଜଭୁତ ରଖିବ। ଆପଣ ଚାହିଁଲେ ଷ୍ଟିମିଂ ବି କରିପାରିବେ।
ନଖକୁ ପରିଷ୍କାର ରଖନ୍ତୁ। ଯାହାଦ୍ୱାରା କୌଣସି ଇନ୍‌ଫେକ୍ସନ ରହିବ ନାହିଁ। ସାବଧାନତାର ସହ ପେଡିକିଓର ଓ ମିନିକିଓର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କୋଲେଷ୍ଟରଲସ୍ତର କମାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ପ୍ରତିଦିନ ସକାଳେ ଅଧା କପ୍‌ ଗାଜର ରସ ପିଇଲେ ଅନେକ ଉପକାର ମିଳିଥାଏ। ଗାଜର ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ...

ଏହା ହେଉଛି ଶୀଘ୍ର ବୁଢ଼ା ହେବାର କାରଣ, ଏଡ଼ାଇବାର ସହଜ ଉପାୟ ଜାଣନ୍ତୁ…

ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ଜଣେ ସାଧାରଣ ବାଳକ ଥିଲେ। ହେଲେ ତାଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ ଆଚାର୍ଯ୍ୟ ଚାଣକ୍ୟ। ତାଙ୍କ ନୀତି ଶାସ୍ତ୍ର ଅନେକ ଜ୍ଞାନର...

କମ୍ପ୍ୟୁଟର ନିକଟରେ ଚାରାଗଛ ରଖିଲେ ଦୂର ହୁଏ…

ଟୋକିଓ: କାର୍ଯ୍ୟାଳୟରେ କାମ କେମିତି ସୁରୁଖୁରୁ ତଥା ଭଲରେ ହେବ ସେଥିପାଇଁ କର୍ମଚାରୀମାନେ ଟେନ୍‌ସନ୍‌ରେ ରହିଥାନ୍ତି। ବେଳେବେଳେ ବସ୍‌ଙ୍କ ତାଗିଦ୍‌ ମଧ୍ୟ ଚିନ୍ତାରେ ପକାଇଥାଏ। ଏଥିରେ...

ସୂର୍ଯ୍ୟୋପରାଗ: ଗର୍ଭବତୀ ଏହିସବୁ ଦିଗ ପ୍ରତି ଦିଅନ୍ତୁ ଦୃଷ୍ଟି

୨୬ ତାରିଖ ସକାଳେ ଏକ ବିରଳ ସୂର୍ଯ୍ୟୋପରାଗ ସଂଘଠିତ ହେବ। ଏହା ଦକ୍ଷିଣ-ଭାରତର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବାକୁ ଥିବାବେଳେ ଓଡ଼ିଶାରେ ଆଂଶିକ ଭାବେ...

ସମ୍ପର୍କ ବିଚ୍ଛେଦ ପୂର୍ବରୁ ଦେଇଥାଏ କିଛି ସଙ୍କେତ: ଜାଣନ୍ତୁ ସେ ସମ୍ପର୍କରେ…

ପାର୍ଟନରଙ୍କ ମଧ୍ୟରେ ପ୍ରାୟ ସମୟ ଛୋଟବଡ଼ କଥାକୁ ନେଇ ଝଗଡା ହୋଇଥାଏ। ପରେ ପୁଣି ଏହାର ସମାଧାନ କରି ସେମାନେ ପୂର୍ବ ପରି ମିଶିଥା’ନ୍ତି। ମାତ୍ର...

ଚନ୍ଦ୍ରପୃଷ୍ଠରେ ପଦାର୍ପଣର ପଚାଶ ବର୍ଷ

”୧୯୬୭ ମସିହା ସୁଦ୍ଧା ଚନ୍ଦ୍ର ଅଭିଯାନ ପାଇଁ ରୁଷିଆ ଓ ଆମେରିକା ଯଥାକ୍ରମେ ସୋୟୁଜ ଓ ଆପୋଲୋ ଯାନର ବିକାଶ କରିଥିଲେ। ଆମେରିକା ପ୍ରଥମେ ମନୁଷ୍ୟବିହୀନ...

ରାତିରେ ସେଓ ଖାଇଲେ କ’ଣ ହୁଏ …

ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ତେବେ ଏହାକୁ ଦିନର କେତେକ ନିର୍ଦ୍ଦିଷ୍ଟ ସମୟରେ ଖାଇବା ଆବଶ୍ୟକ।  ଦିନରେ ଖାଦ୍ୟ ଖାଇ ସାରିବାର ଅଧଘଣ୍ଟା କିମ୍ବା...

ସୁନିଦ୍ରା ଅନ୍ତରାଳେ…

ପ୍ରତିଦିନ ଆମେ ଯଦି ଆବଶ୍ୟକ ମୁତାବକ ନ ଶୋଇବା ତେବେ ନିଦ୍ରାଜନିତ ସମସ୍ୟାର ସମ୍ମୁଖୀନ ହେବା। କେବଳ ସେତିକି ନୁହେଁ ଏହା ପରୋକ୍ଷରେ କେତେକ ରୋଗକୁ...

Play 250+ Trending Games
Archives

Model This Week

Why Dharitri