ତେଲ ପାଇଁ କ୍ରେଡିଟ୍‌ କାର୍ଡରେ ମିଳିବନି କ୍ୟାଶ୍‌ବ୍ୟାକ; ଅକ୍ଟୋବର ପହିଲାରୁ ଲାଗୁ

ନୂଆଦିଲ୍ଲୀ,୨୬।୯: ଅକ୍ଟୋବର ପହିଲାରୁ ପେଟ୍ରୋଲ ପମ୍ପରେ ତେଲ ପକାଇଲେ କ୍ରେଡିଟ୍‌ କାର୍ଡଧାରୀଙ୍କୁ ଆଉ କ୍ୟାଶ୍‌ବ୍ୟାକ ମିଳିବ ନାହିଁ। ଦେଶର ତୈଳ କମ୍ପାନୀଗୁଡ଼ିକ ଏ ନେଇ ନିଷ୍ପତ୍ତି ନେଇଛନ୍ତି। ତୈଳ କମ୍ପାନୀଗୁଡ଼ିକ କ୍ରେଡିଟ କାର୍ଡଧାରୀଙ୍କୁ ୦.୭୫% କ୍ୟାଶ୍‌ବ୍ୟାକ୍‌ ଦେଉଥିଲେ। ଏ ସମ୍ପର୍କରେ ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିଆଇ ନିଜର ସମସ୍ତ କ୍ରେଡିଟ୍‌ କାର୍ଡ ଗ୍ରାହକଙ୍କୁ ମେସେଜ ପଠାଇ ଜଣାଇ ଦେଇଛି। କେନ୍ଦ୍ର ସରକାର ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ଘୋଷଣା କରିବା ପରେ ନଗଦ ଅଭାବକୁ ଦୂର କରିବା ପାଇଁ ତୈଳ କମ୍ପାନୀଙ୍କୁ କ୍ୟାଶ୍‌ବ୍ୟାକ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ, ଏଚ୍‌ପିସିଏଲ୍‌, ବିପିସିଏଲ୍‌ ଓ ଆଇଓସିଏଲ୍‌ ପକ୍ଷରୁ ଡେବିଟ୍‌/କ୍ରେଡିଟ୍‌ କାର୍ଡଧାରୀଙ୍କୁ ତେଲ ଭରିବା ବାବଦରେ ୦.୭୫% କ୍ୟାଶ୍‌ବ୍ୟାକ ଦେବାକୁ ଘୋଷଣା କରିଥିଲେ। କେବଳ ଏତିକି ନୁହେଁ ସରକାରଙ୍କ ନିର୍ଦ୍ଦେଶରେ ତୈଳ କମ୍ପାନୀଗୁଡ଼ିକ କାର୍ଡ ବ୍ୟବହାର ଜନିତ ଚାର୍ଜ(ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ ବା ଏମ୍‌ଡିଆର୍‌)କୁ ମଧ୍ୟ ବହନ କରୁଥିଲେ। ସାଧାରଣତଃ କାର୍ଡ ବ୍ୟବହାର ପାଇଁ ରିଟେଲର ବା କାର୍ଡ ବ୍ୟବହାରକାରୀ ଏହି ଚାର୍ଜ ଦେଇଥାନ୍ତି। ତେବେ ଡେବିଟ୍‌ କାର୍ଡ ଉପରେ ମିଳୁଥିବା କ୍ୟାଶ୍‌ବ୍ୟାକ ଓ ଅନ୍ୟ ରିହାତି ପୂର୍ବଭଳି ଜାରି ରହିବ। ସୂଚନାଥାଉ କି, ଇ-ପେମେଣ୍ଟ କ୍ୟାଶ୍‌ବ୍ୟାକ ବାବଦରେ ତିନୋଟି ତୈଳ କମ୍ପାନୀ ୨୦୧୭-୧୮ରେ ୧୧୬୫ କୋଟି ଏବଂ ଏମ୍‌ଡିଆର୍‌ ବାବଦରେ ୨୬୬ କୋଟି ଟଙ୍କା ବ୍ୟାଙ୍କକୁ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୩୯ ସହରରେ ଜିଓ ଫାଇବର

ନୂଆଦିଲ୍ଲୀ,୧୫।୪: ହାଇ ସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ ଜିଓ ଫାଇବର ବର୍ତ୍ତମାନ ଓଡ଼ିଶାର ୩୯ରୁ ଅଧିକ ସହର ଓ ନଗରରେ ଉପଲବ୍ଧ। ନିକଟରେ ବାରିପଦା, ଉମରକୋଟ୍‌,...

ବଜାରରେ ଏନିଗ୍‌ମାର ନୂତନ ମଡେଲ

ନୂଆଦିଲ୍ଲୀ,୨୭।୫: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ ଇଲେକ୍ଟ୍ରି ଭେହକିଲ(ଇଭି) ନିର୍ମାତା ଏନିଗ୍‌ମା ଅଟୋମୋବାଇଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କ୍ରିଙ୍କ୍‌...

ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୩୦।୮: ଭାରତର ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ ଗୌତମ ଆଦାନୀ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଫ୍ରାନ୍ସର ବ୍ୟବସାୟୀ ବର୍ନାର୍ଡ ଆର୍ନାଲ୍ଟଙ୍କୁ ସେ ପଛରେ ପକାଇ...

ଉଦାହରଣ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ; ସିଓଲ ଶାନ୍ତି ପୁରସ୍କାର ପାଇଁ ଟିକସ ଦେବେ

ନୂଆଦିଲ୍ଲୀ,୧୯-୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକସଦାତାଙ୍କ ସମ୍ମୁଖରେ ଏକ ଉଦାହରଣ ଉପସ୍ଥାପନ କରିଛନ୍ତି। ସେ ସିଓଲ ଶାନ୍ତି ପୁରସ୍କାର ବାବଦରେ ପାଇଥିବା ୧.୩ କୋଟି ଟଙ୍କା...

ନିବେଶକଙ୍କ ସମ୍ପତ୍ତି ୩.୯୮ ଲକ୍ଷ କୋଟି ବଢିଲା

ନୂଆଦିଲ୍ଲୀ,୧୦।୪: ଗୁରୁବାର ଭାରତୀୟ ଶେୟାର ବଜାରରେ କାରବାର ଉନ୍ନତ ରହିବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୩.୯୮ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଥିବା ଜଣାପଡିଛି। ସରକାର...

ମାଲାବାର ପକ୍ଷରୁ ଛାତ୍ରୀ ବୃତ୍ତି ପ୍ରଦାନ

ଭୁବନେଶ୍ୱର,୪।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍‌ର ଓଡ଼ିଶା ୟୁନିଟ୍‌ (ଭୁବନେଶ୍ୱର)ର ଶହୀଦନଗର ଷ୍ଟୋର ପକ୍ଷରୁ ସ୍ଥାନୀୟ ୟୁନିଟ୍‌-୧, କମଳା ନେହେରୁ...

ବିଗ୍‌ ବଜାର ଦେଉଛି ଡୋର୍‌ଷ୍ଟେପ ଡେଲିଭରି

ଭୁବନେଶ୍ୱର,୩। ୫: କରୋନା ବିରୋଧରେ ଲଢେଇ ଜାରି ରଖିବା ସହ ବିଗ୍‌ ବଜାର ପକ୍ଷରୁ ବର୍ତ୍ତମାନ ଲୋକଙ୍କୁ ଡୋର୍‌ଷ୍ଟେପ ଡେଲିଭରି ବା ଘର ଦୁଆର ମୁହଁରେ...

ଲଣ୍ଡନ କୋର୍ଟଙ୍କୁ ଅନିଲ ଅମ୍ବାନୀଙ୍କ ଉତ୍ତର: ବିଳାସପୂର୍ଣ୍ଣ ଜୀବନଠାରୁ ଦୂରରେ ଅଛି

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ଜୀବନ ବଞ୍ଚିବାଠାରୁ ବହୁ ଦୂରରେ ରହିଛି। ମୋ ଜୀବନ ଶୃଙ୍ଖଳିତ ଢଙ୍ଗରେ ଚାଲିଛି। ଦିନେ ୪୫ ହଜାର କୋଟି ସହ ବିଶ୍ୱର ଶ୍ରେଷ୍ଠ...

Advertisement
Archives

Model This Week