‘ତେରେ ନାମ୍‌’ରୁ ହିଟ୍‌ ହୋଇଥିବା ଏହି ଅଭିନେତ୍ରୀ ଅଚାନକ ଛାଡ଼ିଦେଇଥିଲେ ଇଣ୍ଡଷ୍ଟ୍ରି

ଫିଲ୍ମ ‘ତେରେ ନାମ୍‌’ରୁ ହିଟ୍‌ ହୋଇଥିବା ଜଣେ ଅଭିନେତ୍ରୀ ଇଣ୍ଡଷ୍ଟ୍ରି ଛାଡ଼ି ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ରହୁଛନ୍ତି। ଆଉ କେହି ନୁହନ୍ତି, ସେ ହେଉଛନ୍ତି ଭୂମିକା ଚାଓ୍ବଲା। ଆଜି ଅର୍ଥାତ ୨୧ ଅଗଷ୍ଟରେ ସେ ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜିର ଏହି ଦିନରେ ଭୂମିକା କାହିଁକି ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିବାକୁ ନିଷ୍ପତ୍ତି ନେଲେ ତାହା ଜଣାଇବାକୁ ଚାହୁଁଛୁ।


ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିବା ଭୂମିକା ଖାଲି ହିନ୍ଦୀ ନୁହେଁ, ତେଲ୍‌ଗୁ, ମାଲାୟାଲମ,କନ୍ନଡ, ଭୋଜପୁରୀ ଏବଂ ପଞ୍ଜାବୀ ଫିଲ୍ମରେ ଅଭିନୟରେ ଦର୍ଶକଙ୍କ ହୃଦୟ ଜିଣିସାରିଛନ୍ତି। ପଞ୍ଜାବୀ ପରିବାରରେ ଜନ୍ମିତ ଭୂମିକା ପ୍ରଥମେ ଏକ ତେଲ୍‌ଗୁ ଫିଲ୍ମ ‘Yuvakudu’ରେ ଅଭିନୟ କରିଥିଲେ। ଦୀର୍ଘଦିନ ଧରି ସେ ସାଉଥ୍‌ ଫିଲ୍ମରେ ବେଶ୍‌ ନାଁ କରିବା ପରେ ହିନ୍ଦୀ ଫିଲ୍ମ ‘ତେରେ ନାମ୍‌’ରେ ଶାହାରୁଖଙ୍କ ସହିତ କାମ କରିବାକୁ ସୁଯୋଗ ପାଇଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା। ଏହା ପରଠାରୁ ଭୂମିକାଙ୍କ ନିକଟକୁ ଗୋଟିଏ ପରେ ଗୋଟିଏ ହିନ୍ଦୀ ଫିଲ୍ମର ଅଫର ଆସିଲା। ୨୦୦୪ରେ ଅଭିଷେକ ବଚ୍ଚନଙ୍କ ସହିତ ଫିଲ୍ମ ‘ରନ୍‌’ରେ ଅଭିନୟ କରିଥିଲେ। କିନ୍ତୁ ଫିଲ୍ମଟି ଏତେ କମାଲ କରିପାରି ନ ଥିଲା। ଏହା ପରେ ପୁଣି ଥରେ ଭୂମିକା ଫିଲ୍ମ ‘ସିଲ୍‌ସିଲେ’ ଏବଂ ‘ଦିଲ୍‌ ଯୋ ଭି କହେ’ରେ ଅଭିନୟ କରିଥିଲେ। କିନ୍ତୁ ଦୁଇଟି ଯାକ ଫିଲ୍ମ ଫ୍ଲପ୍‌ ହୋଇଯାଇଥିଲା।

ବଲିଉଡ୍‌ ଭୂମିକାଙ୍କ ପାଇଁ ଶୁଭ ନ ଥିଲା। ତେଣୁ ସେ ପୁଣି ଫେରିଗଲେ ତାଙ୍କ ମୂଳ ଫିଲ୍ମକୁ। ଏହା ପରେ ୨୦୦୭ରେ ଯୋଗ ଶିକ୍ଷକ ଭରତ ଠାକୁରଙ୍କୁ ପ୍ରେମ ବିବାହ କରିନେଲେ ଭୂମିକା। ସ୍ବାମୀ, ୬ ବର୍ଷର ପୁଅ ସହିତ ତାଙ୍କର ପାରିବାରିକ ଜୀବନ ବେଶ୍‌ ହସଖୁସିରେ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାହାରୁଖଙ୍କଠାରୁ ଏହି ଜିନିଷ ଚୋରି କରିବାକୁ ଚାହୁଁଥିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶାହାରୁଖ ଖାନ୍‌ ଏବଂ ଅନୁଷ୍କା ଶର୍ମା କିଛି ଫିଲ୍ମରେ ଏକାଠି କାମ କରିଛନ୍ତି। ତାଙ୍କର ଅନ୍‌ସ୍କ୍ରିନ୍‌ କେମିଷ୍ଟ୍ରି ସମସ୍ତଙ୍କ ହୃଦୟରେ ଏକ...

ଶେଷରେ ବୁଝିଲେ

ସିନେମାଟିଏ ସାଇନ୍‌ କରିବା ପୂର୍ବରୁ ଶାହରୁଖ ଜୋକ୍‌ କରିବାକୁ ପସନ୍ଦ କରିଥାଆନ୍ତି। ଭାରତୀୟ ହକି ଟିମ୍‌ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଚକ୍‌ ଦେ ଇଣ୍ଡିଆ’ର କୋଚ୍‌...

ବିବାହ ବନ୍ଧନରେ ଆବଦ୍ଧ ହେଲେ ମୌନୀ

ବଲିଉଡ୍‌ ଅଭିନେତ୍ରୀ ମୌନୀ ରୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କ ପ୍ରେମିକ ସୁରଜ ନାମ୍ବିଆର୍‌ଙ୍କୁ ବିବାହ କରିଛନ୍ତି। ବିବାହର ପ୍ରଥମ ଫଟୋ ଭାଇରାଲ...

ରମେଶଙ୍କ ନୂଆ ଯୋଜନା

ପ୍ରଯୋଜକ ରମେଶ ବାରିକ ଏକାଥରେ ହ୍ୟାଟ୍ରିକ୍‌ ମାରିବାକୁ ଯାଉଛନ୍ତି। ‘ଦେଖା ହେଲା ପ୍ରେମ ହେଲା’ ରିଲିଜ ଅପେକ୍ଷାରେ ଥିବା ବେଳେ ଆଉ ଦୁଇଟି ସିନେମା-‘ବ୍ରେକ୍‌ଅପ୍‌ ଲଭ୍‌’...

ମୁଁ କ’ଣ ମେଶିନ୍‌? ତୃତୀୟ ଥର ମା’ ହେବାକୁ ନେଇ…

ବମ୍ବେ: କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଅଭିନେତ୍ରୀ କରିନା କପୁର ଖାନଙ୍କ ଫଟୋ ଭାଇରାଲ ହୋଇଥିଲା। ଫଟୋ ଦେଖି ଅନେକେ ସେ ମା’ ହେବାକୁ...

ସଲମାନଙ୍କ ଫଟୋ ପକେଟରେ ଧରି ବୁଲୁଥିଲେ ଏହି ଅଭିନେତା

ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କ ମଧ୍ୟରେ ନିବିଡ ସମ୍ପର୍କ ରହିଛି। ଫିଲ୍ମ ‘ଭାରତ’ରେ ସଲ୍ଲୁଙ୍କ ପିତା ଭୂମିକା ନିଭାଇଛନ୍ତି ଜ୍ୟାକି।...

ଜାଣନ୍ତୁ ଅନିଲ କପୁରଙ୍କ ସାନ ଜ୍ୱାଇଁ କରନ୍‌ କିଏ; ଆଜି ଯାହାଙ୍କ ହାତ ଧରିବେ ରିୟା…

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେବେ ଅନିଲ କପୁରଙ୍କ ସାନ ଝିଅ ରିୟା କପୁର। ଶନିବାର ପ୍ରେମିକ କରନ ବୁଲାନୀଙ୍କ ହାତ ଧରିବେ ସେ। ଜୁହୁ...

ଅଧୁରା ରହିଲା ଆଶା

ବେଳେବେଳେ ଏ ମନ ଯାହା ଚାହେଁ ତାହା ପୂରଣ ହୋଇ ନ ଥାଏ। ଠିକ୍‌ ସେମିତି ପାଠ ପଢ଼ିବା ସମୟରେ ୟାମି ଗୌତମ ଭବଷ୍ୟତରେ କ’ଣ...

Advertisement
Archives

Model This Week