Posted inଜାତୀୟ

ତେଜସ୍‌ ଯୁଦ୍ଧବିମାନ ନାଭାଲ ଭର୍ସନର ସଫଳ ପରୀକ୍ଷା

ନୂଆଦିଲ୍ଲୀ,୧୪ା୯: ସମୁଦ୍ର ଗର୍ଭରେ ଯୁଦ୍ଧବିମାନବାହୀ ଜାହାଜରେ ଅବତରଣ କରିବା ପୂର୍ବରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ବିମାନ ତେଜସ୍‌ ନାଭାଲ ଭର୍ସନର ଆରେଷ୍ଟେଡ୍‌ ଲ୍ୟାଣ୍ଡିଂ ଶୁକ୍ରବାର ସଫଳ ହୋଇଛି। ଗୋଆ ଉପକୂଳରେ ଥିବା ଆଇଏନ୍‌ଏସ୍‌ ହଂସ ନାଭାଲ ବେସ୍‌ ସୀମିତ ରନ୍‌ଓ୍ବେରେ ତେଜସ୍‌ ସଫଳତାର ସହ ଅବତରଣ କରିଥିବାରୁ ଏହା ଏକ ବଡ଼ ସଫଳତା ବୋଲି ଡିଆର୍‌ଡିଓ ପକ୍ଷରୁ କୁହାଯାଇଛି। ଭାରତ ନିର୍ମିତ ଲଢ଼ୁଆ ବିମାନ ଆରେଷ୍ଟେଡ୍‌ ଲ୍ୟାଣ୍ଡିଂ କରିବା ଏହା ପ୍ରଥମ ଘଟଣା। କେବଳ ଆମେରିକା, ରୁଷିଆ, ଫ୍ରାନ୍ସ, ଚାଇନା ଭଳି କେତେକ ଦେଶ ଏଭଳି ଲ୍ୟାଣ୍ଡିଂ କ୍ଷମତା ହାସଲ କରିଛନ୍ତି। ତେବେ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ଏବଂ ନିର୍ମାଣାଧୀନ ଆଇଏନ୍‌ଏସ୍‌ ବିକ୍ରାନ୍ତରେ ଅବତରଣ ଏବଂ ନୌସେନାରେ ସାମିଲ ହେବା ପାଇଁ ଆହୁରି ଅନେକ କିଛି କରିବାକୁ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ବର୍ତ୍ତମାନ ନୌସେନା ରୁଷିଆ ନିର୍ମିତ ୪୫ଟି ମିଗ୍‌ ୨୯କେ ଯୁଦ୍ଧବିମାନକୁ ବ୍ୟବହାର କରୁଛି, ଯାହା ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରୁ ଉଡ଼ାଣ କରିପାରିବ। ଏକକ ଇଞ୍ଜିନ ବିଶିଷ୍ଟ ତେଜସ୍‌ର ଓଜନ ଅଧିକ ଥିତ୍ବାରୁ ଏହାକୁ ପୂର୍ବରୁ ନୌସେନା ପ୍ରତ୍ୟାଖ୍ୟାନ କରିଥିଲା। ପରେ ଡିଆର୍‌ଡିଓ ତେଜସ୍‌ର ମାର୍କ-୨ ଭର୍ସନ ନିର୍ମାଣ କରିଥିଲା ଯାହାର ଇଞ୍ଜିନ କ୍ଷମତା ଅଧିକ ହେବା ସହ ଓଜନ କମ୍‌ ରହିଛି। ବାୟୁସେନାରେ ୧୨୩ଟି ତେଜସ ସାମିଲ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୪ଟି ମିଳିଛି। ନୌସେନାକୁ ୫୦ଟି ନାଭାଲ ଭାରିଆଣ୍ଟ ତେଜସ୍‌ ମିଳିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋ ମ୍ୟାନ୍‌ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ !

ବେଙ୍ଗାଲୁୂରୁ,୪।୩: ବିଧାନସଭା ନିର୍ବାଚନ ପୂର୍ବରୁ କେରଳରେ ରାଜନୈତିକ ଛକାପଞ୍ଝା ଜାରି ରହିଛି। ଭାଜପା ପକ୍ଷରୁ ମେଟ୍ରୋ ମ୍ୟାନ୍‌ ଭାବେ ଖ୍ୟାତି ହାସଲ କରିଥିବା ଈ.ଶ୍ରୀଧରନ୍‌ଙ୍କୁ ମୁଖ୍ୟମନ୍ତ୍ରୀ...

ଆକ୍ରମଣ କଲେଣି ପାକିସ୍ତାନୀ ଝିଣ୍ଟିକା

ଜୟପୁର: ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଯିବା ପରେ ଜମ୍ମୁ-କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚତ୍ଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...

ଉନ୍ନାଓ ପୀଡ଼ିତାଙ୍କ ଘରେ ପହଞ୍ଚିଲେ ପ୍ରିୟଙ୍କା

ଉନ୍ନାଓ,୭।୧୨: ଉତ୍ତରପ୍ରଦେଶ ଉନ୍ନାଓରେ ଜୀବନ୍ତ ଜଳାଇଦେଇଥିବା ବଳାତ୍କାର ପୀଡ଼ିତାଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଏହାପରେ ସାରା ଦେଶରେ ଶୋକପ୍ରକାଶ ପାଇବା ସହ ଜନତାଙ୍କ...

କୋଚି ବିମାନବନ୍ଦରରେ କରୋନା ରୋଗୀ

କୋଚି,୧୬।୩: କୋଚି ବିମାନବନ୍ଦରରେ ଜଣେ ବ୍ରିଟେନ ନାଗରିକଙ୍କଠାରେ କରୋନା ପଜିଟିଭ୍‌ ଜଣାପଡିବା ପରେ ଦୁବାଇ ଯିବାକୁ ଥିବା ୨୦ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦିଆଯାଇଛି। ଏମାନେ...

ଏମ୍‌ପିଙ୍କୁ ମିଳୁଥିବା ସୁବିଧା କମ୍‌ ହେଉ, ସରକାରଙ୍କୁ ଘେରିଲେ ବରୁଣ ଗାନ୍ଧୀ…

ନୂଆଦିଲ୍ଲୀ, ୩।୮ : ଭାଜପା ଏମ୍‌ପି ବରୁଣ ଗାନ୍ଧୀ ବୁଧବାର ପୁଣିଥରେ ନିଜ ଦଳର ସରକାରକୁ ଘେରି ରହିଛନ୍ତି। ଭାଜପାର ରାଜ୍ୟସଭା ଏମ୍‌ପି ସୁଶୀଲ କୁମାର...

ଜେଲ ଦଣ୍ଡରୁ ବର୍ତ୍ତିବା ପାଇଁ ନିଜ ମୃତ୍ୟୁର ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧୨ା୧୨: ନିଜ ୧୩ ବର୍ଷୀୟା ଝିଅର ହତ୍ୟା ମାମଲାର ଅଭିଯୁକ୍ତ ପାରୋଲରେ ଜେଲରୁ ବାହାରିବା ପରେ ଆଉ ଏକ ହତ୍ୟା କାଣ୍ଡ ଘଟାଇଛନ୍ତି। ମୃତଦେହକୁ ନିଜ...

ବାରମୂଳା ସୋପୋରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

ବାରମୂଳା,୧୩।୮: ସ୍ବାଧୀନତା ଦିବସ ପୂର୍ବରୁ ଆତଙ୍କବାଦୀମାନେ ଦେଶରେ ବଡ଼ ଧରଣର ଆକ୍ରମଣ ପାଇଁ ଲଗାତର ଭାବେ ଷଡ଼ଯନ୍ତ୍ର ଚଳାଇଛନ୍ତି। କେଉଁଠାରେ ଗେନେଡ ମାଡ଼ ତ କେଉଁଠାରେ...

ଏପ୍ରିଲ୍‌ରେ ରେକର୍ଡ ଜିଏସ୍‌ଟି ସଂଗ୍ରହ, ୧.୬୮ ଲକ୍ଷ କୋଟି ଟିକସ…

ନୂଆଦିଲ୍ଲୀ, ୧।୫ : ଏପ୍ରିଲ ୨୦୨୨ ରେ, ଦେଶରେ ଜିଏସ୍‌ଟି ଲାଗୁ ହେବା ପରଠାରୁ ସର୍ବାଧିକ ଟିକସ ସଂଗ୍ରହ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷର ଆରମ୍ଭରେ...

Advertisement
Archives

Model This Week