ତେଜରାତି ଦୋକାନରେ ଚଢ଼ାଉ

ବଇଣ୍ଡା, ୨୭ା୩(ଡି.ଏନ.ଏ.)- କରୋନା ଯୋଗୁ ନିତ୍ୟ ବ୍ୟବହାର୍ଯ୍ୟ ତଥା ଅତ୍ୟାବଶ୍ୟକ ସାମଗ୍ରୀକୁ ଦୋକାନୀ ଚଢ଼ା ଦରରେ ବିକୁଥିବା  ଅଭିଯୋଗ ପାଇ ଅନୁଗୋଳ ଜିଲା କିଶୋରନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଛି । ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ, କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁ, ହଣ୍ଡପା ଆଇଆଇସି ଲବ ବୋଡା, ତହସିଲର ସୁପରଭାଇଜର ମାଧୁରୀ ନାୟକ, ବଇଣ୍ଡା ରାଜସ୍ବ ନିରୀକ୍ଷକ ଶିରିଶ କୁମାର ଧଳସାମନ୍ତଙ୍କ ସମେତ ଏକ ଟିମ୍ ଚଢ଼ାଉ କରିଥିଲେ।  ଖାଉଟି ସାମଗ୍ରୀକୁ ଚଢ଼ାଦରରେ ବିକ୍ରି ନ କରିବାକୁ ଦୋକାନୀଙ୍କୁ ତାଗିଦ କରିଥିଲେ। ଏଥିରେ ଖିଲାପ କଲେ ସମ୍ପୃକ୍ତ ଦୋକାନୀଙ୍କୁ ଗିରଫ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।ଚଢ଼ାଉ ଦେଖି କେତେଜଣ ବ୍ୟବସାୟୀ ସେମାନଙ୍କ ଦୋକାନ ବନ୍ଦ କରିଦେଇଥିବା ଜଣାପଡିଛି। ଏହିପରି ବାରମ୍ବାର ଚଢ଼ାଉ କରାଯାଇ କଳା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି । ସେହିପରି ସେହି ଅଞ୍ଚଳକୁ ବାହାର ରାଜ୍ୟରୁ ଫେରିଥିବା ୧୩ ଜଣ ବ୍ୟକ୍ତିଙ୍କ ଘରକୁ ଯାଇ ସେମାନଙ୍କୁ ସ୍ବତନ୍ତ୍ର କୋଠରିରେ ରହିବା ସହ କାହାରି ସହ ମିଳାମିଶା ନ କରିବା ପାଇଁ ପରାମର୍ଶ ଦିଆଯାଇଛି।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆରେ ଦେବସ୍ନାନ ପୂର୍ଣ୍ଣିମା: ହାତୀ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ରାଇକିଆ,୨୯/୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଏଥିରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ପୂର୍ବାହ୍ନରେ ମନ୍ଦିର ପରିସରସ୍ଥ…

ଗାଁ ଗାଁ ବୁଲି ଡବଲ୍‌ ଇଞ୍ଜିନ ସରକାରର ସଫଳତା ବାଣ୍ଟୁଛନ୍ତି ଭାଜପା କର୍ମୀ: ବୁଦ୍ଧିଜୀବୀଙ୍କୁ ସାକ୍ଷାତ କଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୨୯।୬ (ଅରୁଣ ସାହୁ):ରାଜ୍ୟ ସରକାରଙ୍କ ୨ ବର୍ଷ ଓ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଭାଜପା ଉଭୟ ସରକାରଙ୍କ ସଫଳତା ଓ କାର୍ଯ୍ୟଧାରା…

୩ ଜିଲାର ସୀମାରେ ପହଞ୍ଚିଲେ ଭାଜପାର ନେତା, ବିଧାୟକ ଉଦଘାଟନ କଲେ …

ଦାରିଙ୍ଗବାଡି,୨୯।୬(ଅରୁଣ ସାହୁ): କନ୍ଧମାଳ ଜିଲା ଭାଜପା ସଂଗଠନକୁ ସୁଦୃଢ଼ କରିବା ପାଇଁ ନେତା ଏବଂ କର୍ମୀମାନେ ଅଣ୍ଟା ଭିଡିଛନ୍ତି । ସମସ୍ତ ବୁଥ ସ୍ତରରେ କର୍ମୀମାନେ ପ୍ରତେକ…

ଟ୍ରାକ୍ଟର ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହସ୍ପିଟାଲ ଛକ ମୁଖ୍ୟରାସ୍ତାରେ ସୋମବାର ପୂର୍ବାହ୍ନ  ପ୍ରାୟ ୧୦ ଟାରେ ଏକ ବାଲି ବୋଝେଇ ଟ୍ରାକ୍ଟର (ନଂ. ଓଡ଼ି୦୭…

୧୩ ଜୁଆଙ୍ଗଙ୍କ ମୃତ୍ୟୁ, କେନ୍ଦୁଝରରେ କଂଗ୍ରେସର ପ୍ରତିବାଦ

କେନ୍ଦୁଝର,୨୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଦାଦନ ଖଟିବାକୁ ତାମିଲନାଡୁ ଯାଇ କେନ୍ଦୁଝର ଜିଲାର ୧୩ ଜଣ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଯୁବତୀଙ୍କ ମୃତ୍ୟୁ ଘଟଣାକୁ କଂଗ୍ରେସ ପକ୍ଷରୁ…

ପ୍ରଥମ ଥର ଗଜାନନ ବେଶ ଧାରଣ କଲେ ଶ୍ରୀଜଗନ୍ନାଥ: ନୂତନ ସ୍ନାନମଣ୍ଡପ ପ୍ରତିଷ୍ଠା

ଦାରିଙ୍ଗବାଡି, ୨୯।୬ (ଅରୁଣ ସାହୁ): ପବିତ୍ର ସ୍ନାନଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀ ସମେତ ସମଗ୍ର ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଭକ୍ତିଭାବର ସହ ପାଳିତ ହେଉଥିବା ବେଳେ କନ୍ଧମାଳ…

ଟ୍ରାକ୍ଟରରେ ବସି ଯାଉଥିଲେ ଶ୍ରମିକ, ଖସିପଡ଼ିବାରୁ…

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର (ନଂ-ଓଡି୧୫ଏଫ ୯୬୬୩) ଚାପାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।…

ଜି ଉଦୟଗିରିରେ ମହାପ୍ରଭୁଙ୍କ ହାତୀବେଶ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ…

ଜି ଉଦୟଗିରି, ୨୯ା୬(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ଆଜି ଅର୍ଥାତ୍‌ ସୋମବାର ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା।  ସୋମବାର ଦିନ ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri