ତୃତୀୟ ଲକ୍‌ଡାଉନରେ ପୁଣିଥରେ ଶୂନ୍ୟରୁ କାମ ଆରମ୍ଭ କରିବ ଦିଲ୍ଲୀ !

ନୂଆଦିଲ୍ଲୀ,୩୦।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ଲକ୍‌ଡାଉନ ୨.୦ର ଅବଧି ପୂରଣ ହେବାକୁ ଆଉମାତ୍ର ୪ ଦିନ ବାକି ରହିଛି। ହେଲେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାର ନାଁ ନେଉନି। ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉ ଥିବାରୁ ଏଠାରେ ତୃତୀୟ ଲକ୍‌ଡାଉନ୍‌ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି। ଏବେ ଦିଲ୍ଲୀର ନକ୍ସା ଲାଲ ଥିବା ଅର୍ଥାତ୍‌ ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା ବହୁ ଅଧିକ ଥିବାରୁ ଏଠାରେ ତୃତୀୟ ଲକ୍‌ଡାଉନ୍‌ ଜାରି ରହିବ ବୋଲି ଅନୁମାନ କରାଯାଉଛି। ତେବେ ଏହି ସମୟରେ ରାଜଧାନୀ ଦିଲ୍ଲୀ ପୁଣିଥରେ ନୂଆ ରଣନୀତି ସହ ଶୂନ୍ୟରୁ କାମ ଆରମ୍ଭ କରିପାରେ ବୋଲି କୁହାଯାଉଛି। କରୋନାକୁ ହରାଇବାକୁ ରାଜଧାନୀ ଦିଲ୍ଲୀରେ ଏବେ ଯେଉଁଭଳି ପ୍ରସ୍ତୁତି ଆରମ୍ଭ ହୋଇଛି ଏହାକୁ ଦେଖିବା ପରେ ଲାଗୁଛି କରୋନାକୁ ମାରିବାକୁ ଦିଲ୍ଲୀ ପୁଣିଥିରେ ଶୂନ୍ୟରୁ କାମ ଆରମ୍ଭ କରିବ। ଏଥର ନମୁନା ପରୀକ୍ଷା ପାଇଁ ଲ୍ୟାବ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ରଖାଯାଇଛି। ସୂଚନାଯୋଗ୍ୟ, ଦେଶରେ ଲକ୍‌ଡାଉନ ୨.୦ର ଅବଧି ମେ’୩ରେ ଶେଷ ହେଉଥିବା ବେଳେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ୨-୩ ସପ୍ତାହ କରାଯାଇପାରେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ କି ଔରଙ୍ଗାବାଦ ଏୟାରପୋର୍ଟର ନାମ: ସିନ୍ଧିଆଙ୍କୁ ଭେଟିଲେ ମହାରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୫: ଶିବସେନା ନେତା ତଥା ମହାରାଷ୍ଟ୍ର ଶିଳ୍ପ ମନ୍ତ୍ରୀ ସୁଭାଷ ଦେଶାଇ ମଙ୍ଗଳବାର ଦିଲ୍ଲୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି।...

୩ ଦିନ ପର୍ଯ୍ୟନ୍ତ ନିସ୍ତାର ନାହିଁ

ମୁମ୍ବାଇ,୨୯।୬: ଲଗାଣ ବର୍ଷାରେ ବେହାଲ୍‌ ହୋଇଥିବା ମାୟାନଗରୀକୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ନିସ୍ତାର ନାହିଁ। କାରଣ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ସୋମବାର...

ଜମ୍ମୁ-କଶ୍ମୀରରେ ମାଗଣା ଫିଲ୍ମ ଦେଖାଇବେ ସରକାର

ଶ୍ରୀନଗର,୨୩।୧୦: ଜମ୍ମୁ-କଶ୍ମୀରରେ ୩୭୦ ଅନୁଚ୍ଛେଦ ଉଠିବା ପରେ ସେଠାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି...

ମତଦାନର ୭୨ ଘଣ୍ଟା ପୂର୍ବରୁ ବାଇକ୍‌ ରାଲି ବନ୍ଦ

ନୂଆଦିଲ୍ଲୀ,୨୩।୩ (ପି.ଟି.): ନିର୍ବାଚନ ହେବାକୁ ଥିବା ସମସ୍ତ ଆସନରେ ମତଦାନର ୭୨ ଘଣ୍ଟା ପୂର୍ବରୁ ବାଇକ୍‌ ରାଲିକୁ ନିର୍ବାଚନ କମିଶନ ନିଷିଦ୍ଧ କରିଛନ୍ତି। ଅର୍ଥାତ୍‌ ଭୋଟଦାନ...

ମୁହଁ ଖୋଲିଲେ ଗେହଲଟ

ଜୟପୁର,୨୪ ।୪: ରାଜସ୍ଥାନରେ କିଛିଦିନ ହେବ ଅନୁମାନ ଲଗାଯାଉଛି କି ମୁଖ୍ୟମନ୍ତ୍ରୀ ବଦଳି ପାରନ୍ତି । ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ...

ନାମାଙ୍କନ ପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ…

ନୂଆଦିଲ୍ଲୀ, ୨୪।୬ : ଭାଜପା ନେତୃତ୍ୱାଧୀନ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସଂସଦ ଭବନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି...

ସୋସିଆଲ ମିଡିଆ ଛାଡ଼ିବେ ମୋଦି

ନୂଆଦିଲ୍ଲୀ,୩ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସୋସିଆଲ ମିଡିଆ ଛାଡ଼ିବା ନେଇ ଚିନ୍ତା କରୁଥିବା ସୋମବାର ଟୁଇଟ୍‌ କରି ଜଣାଇଛନ୍ତି। ଆସନ୍ତା ରବିବାର ପରେ ସେ...

କୋଲକାତାରେ ପହଞ୍ଚିଲେ ଶେଖ୍‌ ହସିନା, ଗାଙ୍ଗୁଲି କଲେ ସ୍ବାଗତ

କୋଲକାତା,୨୨।୧୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଶୁକ୍ରବାରଠାରୁ ଐତିହାସିକ ଇଡେନ ଗାର୍ଡେନ୍ସ ମୈଦାନରେ ଦିବାରାତ୍ର ଟେଷ୍ଟ ଖେଳାଯିବ। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଯାଉଛି।...

Advertisement
Archives

Model This Week