Posted inଜାତୀୟ

ତୃତୀୟ ପର୍ଯ୍ୟାୟରେ ୬୭% ମତଦାନ

ନୂଆଦିଲ୍ଲୀ,୨୪ା୪(ପି.ଟି.): କାଁଭାଁ କେତେକ ସ୍ଥାନରେ ହିଂସାକୁ ଛାଡ଼ିଦେଲେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୩ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳର ୧୧୭ ଲୋକ ସଭା ଆସନରେ ୬୭% ମତଦାତା ସେମାନଙ୍କ ରାଜନୈତିକ ଅଧିକାର ସାବ୍ୟସ୍ତ କରିଛନ୍ତି। ଭୋଟଗ୍ରହଣ କରାଯାଇଥିବା ଆସନଗୁଡ଼ିକ ମଧ୍ୟରେ ରହିଛି ଆସାମର ୪, ବିହାର (୫), ଛତିଶଗଡ଼ (୭), ଗୁଜରାଟ (୨୬), ଗୋଆ (୨), ଜମ୍ମୁ ଓ କଶ୍ମୀର (୧), କର୍ନାଟକ (୧୪), କେରଳ (୨୦), ମହାରାଷ୍ଟ୍ର (୧୪), ଓଡ଼ିଶା (୬), ୟୁପି (୧୦), ପଶ୍ଚିମବଙ୍ଗ (୫), ଦାଦର ଓ ନଗର ହାଭେଲି (୧), ତ୍ରିପୁରା (୧) ଏବଂ ଡାମନ ଓ ଡିଉର ଗୋଟିଏ। ଏହି ଆସନଗୁଡ଼ିକରେ ମୋଟ ୧,୬୧୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି।
ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ମତଦାନ ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ (ଗୁଜରାଟର ଗାନ୍ଧୀନଗର) ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ(କେରଳର ଓ୍ବାୟନାଡ୍‌)ଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ହେଭିଓ୍ବେଟ୍‌ଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ମୁଖ୍ୟ ଅମିତ ଶାହ, ବରିଷ୍ଠ ନେତା ଏଲ୍‌.କେ. ଆଡ୍‌ଭାନୀ, କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ, କଂଗ୍ରେସ ନେତା ଅହମଦ ପଟେଲ ପ୍ରମୁଖ ଗୁଜରାଟର ବିଭିନ୍ନ ପୋଲିଂ ଷ୍ଟେଶନରେ ଭୋଟ ଦେଇଛନ୍ତି। ଗୁଜରାଟର ୨୬ ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ୫୮.୯୬% ମତଦାନ ହୋଇଛି। ସେହିପରି କେରଳରେ ୭୦.୨୮% ମତଦାନ ହୋଇଛି। ଏଠାରେ ରାହୁଲଙ୍କ ବ୍ୟତୀତ ଥିରୁଭାନନ୍ଥପୁରମ୍‌ ଏମ୍‌ପି ଶଶୀ ଥରୁର ଏବଂ କେନ୍ଦ୍ରମନ୍ତ୍ରୀ କେ. ଆଲଫନ୍ସ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି। କର୍ନାଟକରେ ୬୦.୪୨% ମତଦାତା ଭୋଟ ଦେଇଛନ୍ତି। ଉତ୍ତରପ୍ରଦେଶର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଏସ୍‌ପି ପ୍ରତିଷ୍ଠାତା ମୁଲାୟମ୍‌ ସିଂ ଯାଦବ (ମୈନ୍‌ପୁରୀ), ନେତା ଆଜମ୍‌ ଖାନ୍‌ (ରାମପୁର), ମୁଲାୟମ୍‌ଙ୍କ ଭାଇ ଶିବପାଲ ଯାଦବ ଓ ପୁତୁରା ଧର୍ମେନ୍ଦ୍ର ଯାଦବଙ୍କ ସହ ଅକ୍ଷୟ ଯାଦବ। ସେହିପରି ରାମପୁର ଆସନରୁ ଭାଜପା ପ୍ରାର୍ଥୀ ଜୟପ୍ରଦାଙ୍କ ଭାଗ୍ୟ ମଧ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି। ମହାରାଷ୍ଟ୍ରରେ ୫୭.୦୧%, ଗୋଆରେ ୭୦.୯୦%, ଛତିଶଗଡ଼ରେ ୬୪.୬୮% ମତଦାନ ହୋଇଛି। ସେହିପରି ଓଡ଼ିଶାରେ ୬୧%, ପଶ୍ଚିମବଙ୍ଗରେ ୭୮.୯୭%, ଆସାମରେ ୭୧.୪୭%, ବିହାରରେ ୫୪.୯୧% ଓ ତ୍ରିପୁରାରେ ସର୍ବାଧିକ ୭୭.୨୮% ଭୋଟଗ୍ରହଣ କରାଯାଇଛି। ଲୋକ ସଭାର ୫୪୩ ଆସନ ମଧ୍ୟରୁ ଏପ୍ରିଲ ୧୧ରେ ୯୧ ଓ ୧୮ରେ ୯୫ ଆସନରେ ଭୋଟଗ୍ରହଣ କରାଯାଇଥିଲା। ଅଦ୍ୟାବଧି ମୋଟ ୩୦୨ ଆସନରେ ଭୋଟଗ୍ରହଣ ଶେଷ ହୋଇଛି। ସମସ୍ତ ୭ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ମେ ୨୩ରେ ଭୋଟଗଣତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସଂଧ୍ୟା ବେଳେ ଚାଲୁ ନ ଥିଲା ଗୁଗଲର କୌଣସି ଆପ୍‌, ଜାଣନ୍ତୁ ତା’ର କାରଣ

ୟୁଟ୍ୟୁବ, ଜି-ମେଲ ସମେତ ଗୁଗୁଲର ଅନ୍ୟ କୌଣସି ଆପ ସୋମବାର ସଂଧ୍ୟା ୫ଟା ପରେ କାମ କରୁ ନ ଥିଲା। ଏ ନେଇ ସୋସିଆଲ ମିଡିଆରେ...

ଅପରେଶନ ବେଳେ ହତବାକ୍‌ ହେଲେ ଡାକ୍ତର: ପେଟରୁ ବାହାରିଲା ଛୁଞ୍ଚି, ବେଲ୍ଟ ସମେତ ୩୩ ସାମଗ୍ରୀ

ଛତ୍ରପୁର,୧୭।୭: ମଧ୍ୟପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଜଣେ ରୋଗୀଙ୍କ ପେଟରୁ ଡାକ୍ତର ୩୩ ପ୍ରକାରର ଜିନିଷ ବାହାର କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଛତ୍ରପୁର...

ଅପରେଶନ ବେଳେ ମହିଳାଙ୍କ ପେଟରେ ତଉଲିଆ ଭୂଲିଗଲେ ଡାକ୍ତର: ଘଟିଲା ଏଭଳି କିଛି..

ପାଟଣା,୨୭।୮: ବିହାରର ଗୟାରେ ଡାକ୍ତରଙ୍କ ଅବହେଳାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଅପରେଶନ ସମୟରେ ୨୧ ବର୍ଷୀୟ ଜଣେ ମହିଳାଙ୍କ ପେଟରେ ଡାକ୍ତର ତଉଲିଆ...

ଗଣତନ୍ତ୍ରକୁ ପରିହାସ ନ କରୁ କେନ୍ଦ୍ର

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀ ବିଧାନସଭାରେ ବଜେଟ ଉପସ୍ଥାପନ ହେବା ପୂର୍ବରୁ ସୋମବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ଅଟକାଇଦେଇଥିଲେ। ଯାହାକୁ ନେଇ ଏବେ ଜାତୀୟ ରାଜଧାନୀରେ ରାଜନୈତିକ...

ଜାହାଙ୍ଗୀରପୁରୀ ହିଂସା ମାମଲା: ୮ ଅଭିଯୁକ୍ତଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୮।୫: ଦିଲ୍ଲୀର ରୋହିଣୀ କୋର୍ଟ ରବିବାର ଜାହାଙ୍ଗୀରପୁରୀ ହିଂସା ମାମଲାର ଶୁଣାଣି କରି ୮ ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ଜାମିନରେ ମୁକ୍ତ...

ପୁଣେରେ ସଂକ୍ରମିତ ଦମ୍ପତି ହେଲେ ସୁସ୍ଥ

ମୁମ୍ବାଇ,୨୬ା୩: ବିଶ୍ୱବ୍ୟାପୀ କରୋନା ପ୍ରଭାବରେ ଲୋକେ ଆତଙ୍କିତ ଥିବାବେଳେ ଗୁଡ଼ି ପଡ଼ଓ୍ବାରେ ମହାରାଷ୍ଟ୍ରକୁ ଏକ ଖୁସି ଖବର ମିଳିଛି। ମହାରାଷ୍ଟ୍ରର ପୁଣେରେ ପ୍ରଥମ କରୋନା ସଂକ୍ରମିତ...

ଚକା ଜାମ୍‌ ସଫଳ

ନୂଆଦିଲ୍ଲୀ, ୭।୨: କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନଗୁଡ଼ିକର ଡାକରାରେ ଶନିବାର ଦେଶବ୍ୟାପୀ ୩ ଘଣ୍ଟିଆ ଚକା ଜାମ୍‌ ଆନ୍ଦୋଳନ ସଫଳ ହୋଇଛି।...

ପୁନାୱାଲାଙ୍କୁ ସଲାମ କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୪ ।୧: ଦେଶକୁ କରୋନା ମୁକ୍ତ କରିବାକୁ ସରକାର ପ୍ରଥମେ କୋଭିସିଲ୍ଡ ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାପରେ ବିଜନେସମ୍ୟାନ ଆନନ୍ଦ ମହିନ୍ଦ୍ରା କହିଛନ୍ତି...

Advertisement
Archives

Model This Week