Posted inଜାତୀୟ

ତୃତୀୟ ପର୍ଯ୍ୟାୟରେ ୬୭% ମତଦାନ

ନୂଆଦିଲ୍ଲୀ,୨୪ା୪(ପି.ଟି.): କାଁଭାଁ କେତେକ ସ୍ଥାନରେ ହିଂସାକୁ ଛାଡ଼ିଦେଲେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୩ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳର ୧୧୭ ଲୋକ ସଭା ଆସନରେ ୬୭% ମତଦାତା ସେମାନଙ୍କ ରାଜନୈତିକ ଅଧିକାର ସାବ୍ୟସ୍ତ କରିଛନ୍ତି। ଭୋଟଗ୍ରହଣ କରାଯାଇଥିବା ଆସନଗୁଡ଼ିକ ମଧ୍ୟରେ ରହିଛି ଆସାମର ୪, ବିହାର (୫), ଛତିଶଗଡ଼ (୭), ଗୁଜରାଟ (୨୬), ଗୋଆ (୨), ଜମ୍ମୁ ଓ କଶ୍ମୀର (୧), କର୍ନାଟକ (୧୪), କେରଳ (୨୦), ମହାରାଷ୍ଟ୍ର (୧୪), ଓଡ଼ିଶା (୬), ୟୁପି (୧୦), ପଶ୍ଚିମବଙ୍ଗ (୫), ଦାଦର ଓ ନଗର ହାଭେଲି (୧), ତ୍ରିପୁରା (୧) ଏବଂ ଡାମନ ଓ ଡିଉର ଗୋଟିଏ। ଏହି ଆସନଗୁଡ଼ିକରେ ମୋଟ ୧,୬୧୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି।
ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ମତଦାନ ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ (ଗୁଜରାଟର ଗାନ୍ଧୀନଗର) ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ(କେରଳର ଓ୍ବାୟନାଡ୍‌)ଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ହେଭିଓ୍ବେଟ୍‌ଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ମୁଖ୍ୟ ଅମିତ ଶାହ, ବରିଷ୍ଠ ନେତା ଏଲ୍‌.କେ. ଆଡ୍‌ଭାନୀ, କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ, କଂଗ୍ରେସ ନେତା ଅହମଦ ପଟେଲ ପ୍ରମୁଖ ଗୁଜରାଟର ବିଭିନ୍ନ ପୋଲିଂ ଷ୍ଟେଶନରେ ଭୋଟ ଦେଇଛନ୍ତି। ଗୁଜରାଟର ୨୬ ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ୫୮.୯୬% ମତଦାନ ହୋଇଛି। ସେହିପରି କେରଳରେ ୭୦.୨୮% ମତଦାନ ହୋଇଛି। ଏଠାରେ ରାହୁଲଙ୍କ ବ୍ୟତୀତ ଥିରୁଭାନନ୍ଥପୁରମ୍‌ ଏମ୍‌ପି ଶଶୀ ଥରୁର ଏବଂ କେନ୍ଦ୍ରମନ୍ତ୍ରୀ କେ. ଆଲଫନ୍ସ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି। କର୍ନାଟକରେ ୬୦.୪୨% ମତଦାତା ଭୋଟ ଦେଇଛନ୍ତି। ଉତ୍ତରପ୍ରଦେଶର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଏସ୍‌ପି ପ୍ରତିଷ୍ଠାତା ମୁଲାୟମ୍‌ ସିଂ ଯାଦବ (ମୈନ୍‌ପୁରୀ), ନେତା ଆଜମ୍‌ ଖାନ୍‌ (ରାମପୁର), ମୁଲାୟମ୍‌ଙ୍କ ଭାଇ ଶିବପାଲ ଯାଦବ ଓ ପୁତୁରା ଧର୍ମେନ୍ଦ୍ର ଯାଦବଙ୍କ ସହ ଅକ୍ଷୟ ଯାଦବ। ସେହିପରି ରାମପୁର ଆସନରୁ ଭାଜପା ପ୍ରାର୍ଥୀ ଜୟପ୍ରଦାଙ୍କ ଭାଗ୍ୟ ମଧ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି। ମହାରାଷ୍ଟ୍ରରେ ୫୭.୦୧%, ଗୋଆରେ ୭୦.୯୦%, ଛତିଶଗଡ଼ରେ ୬୪.୬୮% ମତଦାନ ହୋଇଛି। ସେହିପରି ଓଡ଼ିଶାରେ ୬୧%, ପଶ୍ଚିମବଙ୍ଗରେ ୭୮.୯୭%, ଆସାମରେ ୭୧.୪୭%, ବିହାରରେ ୫୪.୯୧% ଓ ତ୍ରିପୁରାରେ ସର୍ବାଧିକ ୭୭.୨୮% ଭୋଟଗ୍ରହଣ କରାଯାଇଛି। ଲୋକ ସଭାର ୫୪୩ ଆସନ ମଧ୍ୟରୁ ଏପ୍ରିଲ ୧୧ରେ ୯୧ ଓ ୧୮ରେ ୯୫ ଆସନରେ ଭୋଟଗ୍ରହଣ କରାଯାଇଥିଲା। ଅଦ୍ୟାବଧି ମୋଟ ୩୦୨ ଆସନରେ ଭୋଟଗ୍ରହଣ ଶେଷ ହୋଇଛି। ସମସ୍ତ ୭ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ମେ ୨୩ରେ ଭୋଟଗଣତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜେଲ୍‌ ଯିବେ ରାଜପାଲ ଯାଦବ, କୋର୍ଟ କହିଲେ ତାଙ୍କୁ ଅନେକ ସୁଯୋଗ ଦେବା ପରେ ବି…

ମୁମ୍ବାଇ,୧୦ା୭: ବଲିଉଡ୍‌ ଅଭିନେତା ରାଜପାଲ ଯାଦବ ତାଙ୍କ ଚେକ୍‌ ବାଉନ୍ସ ମାମଲା ପାଇଁ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ୭ଟି…

ମୋ ବିଶ୍ୱାସ ଭାଙ୍ଗିଦେଇଥିଲା ପୋଲିସ: ଜାଣନ୍ତୁ କାହିଁକି ଏମିତି କହିଲେ ବିଜୟ

ନୂଆଦିଲ୍ଲୀ,୧୦।୭: ୨୦୨୫ରେ କରୁରରେ ଘଟିଥିବା ଦୁଃଖଦ ଦଳାଚକଟା ଉପରେ ଗଭୀର ଦୁଃଖ ପ୍ରକାଶ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟକୁ ଗଭୀର…

‘ମୋତେ ଚୁପ୍ କରିବାକୁ ହେଲେ ମାରିବାକୁ ପଡିବ’, ଭାଜପାକୁ ଚ୍ୟାଲେଞ୍ଜ ଦେଲେ ଦିଦି

କୋଲକାତା,୧୦।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଭାଜପା ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ…

ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ! ଟିକା ନେବା ପରେ ବି ୪ ସଂକ୍ରମିତ, ୨ ଜଣଙ୍କ ଜୀବନ ଗଲା…

ଅମରାବତୀ,୧୦।୭: ଆନ୍ଧ୍ରପ୍ରଦେଶରୁ ଆସିଛି ଚିନ୍ତାଜନକ ଖବର। ଦେଶରେ ପୁଣିଥରେ ମାରାତ୍ମକ କରୋନା ଭାଇରସ ଫେରିବାର ସଙ୍କେତ ମିଳିଛି। ରାଜ୍ୟର କଡ଼ପ୍ପା ଜିଲାରେ କୋଭିଡ-୧୯ର କିଛି ନୂଆ ମାମଲା…

୨୦ ଦିନରେ ୨ ପିଢିକୁ ହରାଇଲା ଆମ ପରିବାର…ରାଷ୍ଟ୍ରପତିଙ୍କୁ ଭାବପ୍ରବଣ ଇମେଲ ପଠାଇଲେ କେତନଙ୍କ ପିତା

ପୁନେ,୧୦।୭: ମହାରାଷ୍ଟ୍ରର ପୁଣେରୁ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାରେ ନ୍ୟାୟ ପାଇଁ ଆବେଦନ ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟରେ ପହଞ୍ଚିଛି। କେତନଙ୍କ ପିତା ବିଶାଲ ଅଗ୍ରୱାଲ…

ଟଙ୍କିକିଆ ମୁଦ୍ରା ତିଆରି କରିବାରେ ଏତିକି ଟଙ୍କା ଖର୍ଚ୍ଚ କରନ୍ତି ସରକାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୭: ଟଙ୍କିକିଆ ମୁଦ୍ରା ଦୈନନ୍ଦିନ କାରବାରରେ ସବୁଠୁ ଅଧିକ ବ୍ୟବହାର ହୁଏ। ଏହାକୁ ତିଆରି କରିବାର ଖର୍ଚ୍ଚ ଏହାର ମୂଲ୍ୟଠାରୁ ଅଧିକ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା…

ପାଣ୍ଡିଆନଙ୍କ ଭେନେଜୁଏଲା ଗସ୍ତକୁ ନେଇ ବଢିଲାଣି ଚର୍ଚ୍ଚା, ଭୂମିକମ୍ପ ପରେ କାହିଁକି ଭେନେଜୁଏଲା ଯାତ୍ରା କରିଥିଲେ ଭାରତର ‘ସାଇକ୍ଲୋନ ମ୍ୟାନ’? ଜାଣନ୍ତୁ…

ନୂଆଦିଲ୍ଲୀ/କାରାକସ,୧୦।୭: ପୂର୍ବତନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଏବଂ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞ ଭିକେ ପାଣ୍ଡିଆନ ସମ୍ପ୍ରତି ଭୂମିକମ୍ପ ପ୍ରଭାବିତ ଭେନେଜୁଏଲା ଗସ୍ତ କରିଥିଲେ।…

ପ୍ରଧାନମନ୍ତ୍ରୀଙ୍କ ପଛରେ ଠିଆ ହୋଇଥିବା ଝିଅ ଦେଲେ ଏମିତି ସଙ୍କେତ; ପଛକୁ ବୁଲି ଚାହିଁଲେ ମୋଦି, ଆଉ ତାପରେ…

ନୂଆଦିଲ୍ଲୀ,୧୦।୭:ଅଷ୍ଟ୍ରେଲିଆର ମେଲବୋର୍ନର ମାର୍ଭେଲ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରୁଥିବା ସମୟରେ ଏକ ଅନନ୍ୟ ଦୃଶ୍ୟ ଦେଖାଯାଇଥିଲା। ଭାଷଣ ସମୟରେ, ମଞ୍ଚ ଉପରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri