ତୁଟିବ ରାଜସ୍ବ ଓ ଜଙ୍ଗଲ ବିଭାଗ ବିବାଦ: ଜିପିଏସ୍‌ରେ ହେବ ସୀମା ନିର୍ଦ୍ଧାରଣ

ଅନୁଗୋଳ ଅଫିସ, ୨୦।୯- ଜଙ୍ଗଲ ବିଭାଗ ଓ ରାଜସ୍ବ ବିଭାଗ ମଧ୍ୟରେ ଏଣିକି ଆଉ ରହିବନି ଜମି ବିବାଦ। ଜିପିଏସ୍‌ ମାଧ୍ୟମରେ ସୀମା ନିର୍ଦ୍ଧାରଣ କରାଯାଇ ବର୍ଷ ବର୍ଷର ଏହି ସମସ୍ୟାର ସମାଧାନ କରିଦିଆଯିବ। ପ୍ରଶାସନ ଓ ବନଖଣ୍ଡ ସମନ୍ବୟରେ ଏହି କାର୍ଯ୍ୟ କରାଯିବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରାଜ୍ୟର ପ୍ରତ୍ୟେକ ଜିଲାରେ ଏହି ସମନ୍ବୟ କମିଟି ବୈଠକ ଶେଷ ହୋଇଥିବାବେଳେ ଅନୁଗୋଳ ସର୍କଲର ବୈଠକ ବୁଧବାର ରେଞ୍ଜର୍ସ କଲେଜରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ୫ଟି ମନ୍ତ୍ରର ଏହା ଏକ ଅଂଶବିଶେଷ ହୋଇଥିବାରୁ ଖୁବ୍‌ଶୀଘ୍ର ସୀମା ନିର୍ଦ୍ଧାରଣ ଶେଷ ହେବ ବୋଲି ବୈଠକରେ ଉପସ୍ଥିତ ଅଧିକାରୀମାନେ ସୂଚନା ଦେଇଛନ୍ତି।
ସେମାନଙ୍କ କହିବା ଅନୁଯାୟୀ, ପୂର୍ବରୁ ଜଙ୍ଗଲ ଜମି ଓ ରାଜସ୍ବ ଜମି ଚିହ୍ନଟ ଚେନ ସିଷ୍ଟମରେ କରାଯାଉଥିଲା। ଫଳରେ ଅନେକ ସମୟରେ ଏଥିରେ ତ୍ରୁଟି ପରିଲକ୍ଷିତ ହେଉଥିଲା। ଏହାକୁ ନେଇ ଉଭୟ ବିଭାଗ ମଧ୍ୟରେ ତୁ ତୁ ମେ ମେ ଲାଗି ରହୁଥିଲା। ଏବେ ରାଜ୍ୟ ସରକାର ଏହି ସମସ୍ୟା ସମାଧାନର ରାସ୍ତା ବାହାର କରିଛନ୍ତି। ଏଣିକି କେଉଁ ଜମି ରାଜସ୍ବ ବିଭାଗର ଓ କେଉଁ ଜମି ଜଙ୍ଗଲ ବିଭାଗର ତାହା ଜିପିଏସ୍‌ ମାଧ୍ୟମରେ ଚିହ୍ନଟ କରାଯିବ। ରାଜ୍ୟର ବିଭିନ୍ନ ଜିଲାରେ ଥିବା ନିଜାରତ ବିଭାଗରୁ ପୁରୁଣା ମ୍ୟାପ ଅଣାଯାଇ ରାଜସ୍ବ ଓ ଜଙ୍ଗଲ ଜମିର କୋଣ ବାହାର କରାଯିବ। ପରେ ଜିପିଏସ୍‌ ମାଧ୍ୟମରେ ଏକ ଘରୋଇ ସଂସ୍ଥା ଏହାକୁ ସର୍ଭେ କରିବ। ପ୍ରତି ଜିଲାର ଗ୍ରାଉଣ୍ଡ ଲେଭଲରୁ ସର୍ଭେ କରାଯାଇ ସୀମାର ସଠିକତାକୁ ବାହାର କରାଯିବ। ସର୍ଭେ ସରିବା ପରେ କାହାର ସୀମା କେଉଁଠି ରହିଛି ସେ ନେଇ ଉକ୍ତ ସଂସ୍ଥା ଜିଲା ପ୍ରଶାସନ ଓ ବନଖଣ୍ଡ ପ୍ରଶାସନକୁ ମ୍ୟାପ ପ୍ରଦାନ କରିବ। ଫଳରେ ଜମିକୁ ନେଇ ବିଭିନ୍ନ ସମୟରେ ରାଜସ୍ବ ବିଭାଗ ଓ ଜଙ୍ଗଲ ବିଭାଗ ମଧ୍ୟରେ ଉପୁଜୁଥିବା ବିବାଦ ଏହି ଡିଜିଟାଲ ସର୍ଭେ ଦୂର କରିପାରିବ ବୋଲି ଅନୁମାନ କରାଯାଉଛି। ପ୍ରଶାସନ ଓ ବନଖଣ୍ଡର ମିଳିତ ସମନ୍ବୟରେ ଏହି କାର୍ଯ୍ୟ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜ୍ୟରେ ଜଙ୍ଗଲ ଜମିକୁ ଅଧିକାଂଶ ଲୋକ ନିଜ ଅକ୍ତିଆରରେ ରଖିଛନ୍ତି। ଏପରି କି ଘରଦ୍ୱାର କରି ମଧ୍ୟ ବାସବାସ କରୁଛନ୍ତି। ଏହି ସୀମା ନିର୍ଦ୍ଧାରଣ ସମୟରେ କେଉଁ ଅଞ୍ଚଳର କେତେ ଲୋକ ଜଙ୍ଗଲ ଜମିକୁ ଜବରଦଖଲରେ ରଖିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇପାରିବ। ପ୍ରାଥମିକ କାର୍ଯ୍ୟ ଆରମ୍ଭ ପରେ ପୁଣି ଏକ ଦଫାରେ କାର୍ଯ୍ୟ କେତେ ଦୂର ଆଗେଇଛି ଓ ସୁଫଳ ମିଳୁଛି କି ନାହିଁ ସେ ନେଇ ଆଲୋଚନା କରାଯିବ। ଏହି ବୈଠକରେ ଜଙ୍ଗଲ ସର୍ଭେ ମ୍ୟାପିଂର ସିସିପିଏଫ୍‌ ପି.କେ. ମଲ୍ଲିକ, ଆର୍‌ସିସିଏଫ ଡ. ପ୍ରଦୀପ ରାଜ କରାତ, ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି, ଅନୁଗୋଳ ବନଖଣ୍ଡ ଅଧିକାରୀ, ସାତକୋଶିଆ, ଆଠମଲ୍ଲିକ, ଢେଙ୍କାନାଳ ଓ କଟକ ବନଖଣ୍ଡ ଅଧିକାରୀ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ଅନୁଗୋଳ ଜିଲାର ସମସ୍ତ ତହସିଲଦାର, ରାଜସ୍ବ ଅଧିକାରୀ, କାର୍ଯ୍ୟ ଯୋଜନା ଅଧିକାରୀ ପି.କେ. ମହାପାତ୍ର, ବନଖଣ୍ଡ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫାର୍ମାଶିଷ୍ଟଙ୍କ ଦ୍ୱାରା ଚାଲିଛି ଚିକିତ୍ସାଳୟ

ତେଲକୋଇ, ୧।୧(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ସିରିଗିଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଚଳାବସ୍ଥା। ଜଣେ ଫାର୍ମାଶିଷ୍ଟଙ୍କ ଦ୍ୱାରା ଚାଲିଛି ସ୍ବାସ୍ଥ୍ୟ କେନ୍ଦ୍ର। ଦୀର୍ଘ ଦିନରୁ ଡାକ୍ତର ଅଭାବ ଯୋଗୁ...

ପରୀକ୍ଷା କେନ୍ଦ୍ରରେ ସ୍ବତନ୍ତ୍ର ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ ଛାତ୍ର

ରସୁଲପୁର,୨୩ା୨(ଡି.ଏନ୍‌.ଏ.): ଅକ୍ଷମ ନୁହେଁ ସେ ସକ୍ଷମ। ସେ ବି ଅନ୍ୟପିଲାଙ୍କ ଭଳି ଭଲ ପଢିବେ, ଆଉ ଆଗକୁ ବଢିବେ। ଅନ୍ୟମାନଙ୍କ ସହ ସମକ୍ଷକ ହୋଇ ନିଜକୁ...

ପ୍ରସିଦ୍ଧ ଲୁର୍ଦୁ ମେରି ପର୍ବରେ ଶ୍ରଦ୍ଧାଳୁଙ୍କ ସମାଗମ

ସୋରଡ଼ା,୧୧।୨(ଡି.ଏନ୍‌.ଏ.): ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପ୍ରସିଦ୍ଧ ଲୁର୍ଦୁ ମେରି ପର୍ବ ଅସୁରବନ୍ଧ ପଞ୍ଚାୟତର ଦନ୍ତଲିଙ୍ଗି ଗ୍ରାମରେ ଶୁଭାରମ୍ଭ ହୋଇଯାଇଛି। ମିଶନ ଧର୍ମ ସଂଘର ପ୍ରୋଭିନସିଆଲ ଫାଦର ମ୍ୟାଥୁ...

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବେଗୁନିଆପଡ଼ା,୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକର କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ଶୁକ୍ରବାର ଲାଞ୍ଚନେଇ ଧରାପଡ଼ିଛନ୍ତି। ସେ ‘ମୋ ଗୁହାଳ ସ୍କିମ’ରେ ଗୁହାଳ ନିର୍ମାଣ...

ମନ୍ଦିର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା

କେନ୍ଦୁଝର,୨୪ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି। ସଦର ଥାନା ବୋଦାପଳସା ଗ୍ରାମରେ ଥିବା ଦେବୋତ୍ତର ବିଭାଗ...

ସୋଲାର ଜଳପ୍ରକଳ୍ପ ଅଧାପନ୍ତରିଆ

ଅମରପାଲି,୪ା୩(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ କର୍ଣ୍ଣପାଲି ଗ୍ରାମରେ ଏବେ ଘୋର ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟରେ...

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଶତାୟୁ ମହିଳା

ପ୍ରୀତିପୁର,୨୯ା୮(ଡି.ଏନ.ଏ.): ସରକାର ଦରିଦ୍ର, ଭିନ୍ନକ୍ଷମ, ନିଆଶ୍ର୍ରୀ ଓ ଅସହାୟଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ଥଇଥାନ କରୁଛନ୍ତି। ସେମାନଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାର ବ୍ୟବସ୍ଥା...

ଡିଜେ ସାଉଣ୍ଡ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା

ଅନୁଗୋଳ ଅଫିସ,୧୫।୩: ଅନୁଗୋଳ ଉପଖଣ୍ଡରେ ଡିଜେ ସାଉଣ୍ଡ ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଇଛି ପ୍ରଶାସନ। ଅନୁଗୋଳ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ନମ୍ବର...

Advertisement
Archives

Model This Week