ତିନି ତୁଣ୍ଡରେ ଛେଳି କୁକୁର

ଅଲେଖ ଚନ୍ଦ୍ର ମିଶ୍ର
ଜଣେ ଲୋକ ତା’ର ବନ୍ଧୁ ଘରୁ ଛେଳିଟିଏ ଆଣୁଥିଲା। ତାକୁ ଚଲେଇ ଚଲେଇ ନେଲେ ଡେରି ହେବ ବୋଲି କାନ୍ଧରେ ଲଦି ଚାଲିଥାଏ। ବାଟରେ ତିନି ଜଣ ଧୂର୍ତ୍ତ ତାକୁ ଦେଖିଲେ। ସେମାନେ ତିନି ବନ୍ଧୁ ଥିଲେ ଏବଂ ଅନ୍ୟକୁ ଠକିବାରେ ଓସ୍ତାଦ ଥିଲେ। ଛେଳିଟି ଖୁବ୍‌ ହୃଷ୍ଟପୁଷ୍ଟ ଥିବାରୁ ତାକୁ ମାରି ଭୋଜିକରି ଖାଇବାକୁ ତାଙ୍କ ପାଟିରୁ ଲାଳ ବୋହିଲା। ଯେମତି ହେଲେ ତାକୁ ହାସଲ କରିବାକୁ ଉପାୟ ପାଞ୍ଚିଲେ। ପରସ୍ପର ମଧ୍ୟରେ କିଛି ଆଲୋଚନା କରିବା ପରେ ସେମାନଙ୍କ ମଧ୍ୟରୁ ଜଣେ ଲୋକଟି ପାଖକୁ ଆସି କହିଲା, ମଉସା ସକାଳୁ ସକାଳୁ ଏ କୁକୁରଟାକୁ କାନ୍ଧେଇ କୁଆଡେ ଯାଉଛ। ଲୋକଟି ବିରକ୍ତ ହୋଇ ଜବାବ ଦେଲା କୁକୁର! ତୁ ଅନ୍ଧ ନା କ’ଣ? ଏ ଛେଳିଟା ତତେ କୁକୁର ଭଳି ଦିଶୁଛି। ଯା… ଯାଃ…। ରାଗିଗଲ କି ମଉସା। ଯାହା ଦେଖିଲି କହିଲି। ଛେଳି ହେଉ କି କୁକୁର ସେଥିରେ ମୋର ଯାଏ ଆସେ କେତେ। କଥାଟା ଅସୁନ୍ଦର ବୋଲି ସିନା….. କହି କହି ପ୍ରଥମ ଧୂର୍ତ୍ତଟି ବାଟ ଭାଙ୍ଗି ଚାଲିଗଲା। ଲୋକଟି ବି ତା’ ବାଟରେ ଚାଲିଥାଏ। କିଛି ସମୟ ପରେ ଦ୍ୱିତୀୟ ଧୂର୍ତ୍ତଟି ସେଇ ବାଟ ଦେଇ ଆସିଲା। ଲୋକଟି ଉଦ୍ଦେଶ୍ୟରେ କହିଲା- ମହାଶୟ, କୁକୁରଟାକୁ କାନ୍ଧେଇଛନ୍ତି କାହିଁକି? ଚଲେଇ ଚଲେଇ ନେଉନାହାନ୍ତି। ଲୋକ ଦେଖିଲେ କ’ଣ କହିବେ। ଏଥରକ ଲୋକଟି ଟିକେ ନରମ ଗଳାରେ ଉତ୍ତର ଦେଲା, କୁକୁର କାହିଁ। ଏଇଟା ତ ଛେଳି। ହଉ ହେଲା ଆଜ୍ଞା, କୁକୁରଟା ଯଦି ଆପଣଙ୍କୁ ଛେଳି ଭଳି ଦିଶୁଛି ସେଥିରେ କାହାର କିଛି କହିବାର ନାହିଁ। ଯାହା ଆଖିରେ ଦେଖିଲି କହିଦେଲି। ତେଣିକି ଆପଣଙ୍କ ଇଚ୍ଛା, କହି ଧୂର୍ତ୍ତଟି ଚାଲିଗଲା। ଲୋକଟି ମନରେ ସନ୍ଦେହ ହେଲା। ଛେଳିଟିକୁ ତଳେ ଠିଆ କରେଇ ପରଖି ନେଲା। ତା’ ପରେ ପୁଣି ତାକୁ କାନ୍ଧେଇ ଚାଲିଲା। କିଛି ବାଟ ଗଲା ପରେ ତୃତୀୟ ଧୂର୍ତ୍ତଟି ସେଇବାଟ ଦେଇ ଆସୁ ଆସୁ ଲୋକଟିକୁ ଦେଖି ହସିଲା, ଛି ଛି ଯୁଗ କ’ଣ ହେଲା। କୁକୁର ଭଳି ଏକ ଅଛୁଆଁ ପଶୁ ପୁଣି ମଣିଷ କାନ୍ଧରେ ବସିଛି। ପ୍ରକାଶ୍ୟରେ କହିଲା, ଆଜ୍ଞା! କୁକୁର ଭଳି ଏକ ଅପରଛନିଆ ଜୀବଟାକୁ କାନ୍ଧରେ କାହିଁକି ବସେଇଛନ୍ତି। ସେ ଆପଣଙ୍କ ଉପରେ ମୂତିବ ହଗିବ। ସେଇଟାକୁ ତୁରନ୍ତ ଫୋପାଡି ଦିଅନ୍ତୁ। ଦେଖେଇ ଦେଖେଇ ଏତକ କହିଦେଇ ଧୂର୍ତ୍ତଟି ଚାଲିଗଲା। ଏଥରକ ଲୋକଟିର ସନ୍ଦେହ ଦୂର ହୋଇଗଲା। ତା’ କାନ୍ଧରେ ଥିବା ଜୀବଟି ବୋଧହୁଏ ଗୋଟାଏ ପିଶାଚ, ଯାହାର ପ୍ରକୃତ ରୂପ କୁକୁର, କିନ୍ତୁ ତାକୁ ଛେଳି ଭଳି ଦିଶୁଛି। ତୁରନ୍ତ ତାକୁ ଫୋପାଡି ଦେଇ ଚାଲିଗଲା। ତିନି ଧୂର୍ତ୍ତ ବନ୍ଧୁ ଛେଳିଟିକୁ ଧରି ନେଇ ଆନନ୍ଦରେ ଭୋଜି କରିବାକୁ ଚାଲିଲେ। କଥା ରହିଗଲା, ତିନି ତୁଣ୍ଡରେ ଛେଳି କୁକୁର।
ଘରେ ଘରେ ପରିଚିତ ଏଇ ଲୋକ କଥାଟି ଯେତିକି ଆମୋଦଦାୟକ ସେତିକି ଉପଦେଶାତ୍ମକ। ଅନ୍ୟର ବାକଚାତୁରୀରେ ଭଳିଯାଇ ଲୋକମାନେ କିପରି ଆତ୍ମବିଶ୍ୱାସକୁ ହରେଇବସନ୍ତି ଏହା ତାହାର ଏକ ଦୃଷ୍ଟାନ୍ତ। ନିଜର କଥାରେ ଦୃଢ଼ନିଶ୍ଚିତ ଥିବା ଲୋକ ବି ଏଭଳି ସ୍ଥିତିର ସମ୍ମୁଖୀନ ହୋଇ ମତ ବଦଳାନ୍ତି। ତିନି ଚାରିଜଣ ଏକା କଥାକୁ ଦୋହରାଇଲେ ସତ୍ୟ ଅସତ୍ୟରେ ଏବଂ ଅସତ୍ୟ ସତ୍ୟରେ ପରିଣତ ହୋଇଯାଏ। ଦୋଷୀ ନିର୍ଦ୍ଦୋଷ ଏବଂ ନିର୍ଦ୍ଦୋଷ ଦୋଷୀ ସାବ୍ୟସ୍ତ ହୁଏ। ଦୃଢ଼ ମନୋବଳ ଥିବା ଲୋକ ବି ଏ କ୍ଷେତ୍ରରେ ହଡ଼ବଡ଼େଇଯାଏ। ଅବ୍ୟବସ୍ଥିତଚିତ୍ତ ଲୋକଙ୍କର କଥା ସହଜରେ ଅନୁମେୟ। ଏହା ଏକ ସାଧାରଣ କଥା ଯେ ସମାଜରେ ଯଦି ଜଣେ ଲୋକକୁ ଥରେ ଖରାପ ବୋଲି ପ୍ରଚାର କରିଦିଆଯାଏ, ବିନା ବିଚାରରେ ସମସ୍ତେ ତାକୁ ଖରାପ କୁହନ୍ତି। ସେହିପରି କୌଣସି ସାଧାରଣ ଲୋକକୁ ଅସାଧାରଣ ଶକ୍ତି ବା ଚମତ୍କାରିତାର ଅଧିକାରୀ ବୋଲି କହି ବୁଲିଲେ ଲୋକେ ତାକୁ ସହଜରେ ବିଶ୍ୱାସ କରନ୍ତି। ଯେମିତି ବିଭିନ୍ନ ବାବା ଗୁରୁ ଇତ୍ୟାଦି। କେତେକ କ୍ଷେତ୍ରରେ ଏକା ପ୍ରଶ୍ନକୁ ବାରମ୍ବାର ଦୋହରାଇଲେ ଉତ୍ତରଦାତା ବେଳେ ବେଳେ ଘାବରେଇଯାଏ ଏବଂ ମିଥ୍ୟାବାଦୀର ମୁହଁରୁ ସତ୍ୟ ଆପେ ଆପେ ବାହାରିପଡ଼େ। ଲୋକକଥାକୁ ପରୀକ୍ଷା, ନିରୀକ୍ଷା କରିବା ପାଇଁ ଧୈର୍ଯ୍ୟ କେତେଜଣଙ୍କର ଥାଏ। ଏହାର ଅନ୍ୟ ଏକ ରୂପ ହେଲା ଗୁଜବ। କିଛି ସତ୍ୟତା ନ ଥିବା ଏକ ଅପପ୍ରଚାର ଥରେ ପ୍ରସାରିତ ହୋଇଗଲେ ସେଥିରୁ ମୁକୁଳିବା କଷ୍ଟସାଧ୍ୟ। ଆଶ୍ଚର୍ଯ୍ୟର କଥା ଯେ କିଛି ନ ଜାଣିଥିବା ଲୋକ ବି ଆଖିରେ ଦେଖିଛି ବୋଲି କହନ୍ତି। କିନ୍ତୁ ପ୍ରକୃତ ବିଜ୍ଞ ଲୋକ ସଦା ନିର୍ବିକାର।
ସାରଦାଶ୍ରୀ, ୯୦୪ ଶାସ୍ତ୍ରୀନଗର
ୟୁନିଟ୍‌-୪, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri