ତିନି ତୁଣ୍ଡରେ ଛେଳି କୁକୁର

ଅଲେଖ ଚନ୍ଦ୍ର ମିଶ୍ର
ଜଣେ ଲୋକ ତା’ର ବନ୍ଧୁ ଘରୁ ଛେଳିଟିଏ ଆଣୁଥିଲା। ତାକୁ ଚଲେଇ ଚଲେଇ ନେଲେ ଡେରି ହେବ ବୋଲି କାନ୍ଧରେ ଲଦି ଚାଲିଥାଏ। ବାଟରେ ତିନି ଜଣ ଧୂର୍ତ୍ତ ତାକୁ ଦେଖିଲେ। ସେମାନେ ତିନି ବନ୍ଧୁ ଥିଲେ ଏବଂ ଅନ୍ୟକୁ ଠକିବାରେ ଓସ୍ତାଦ ଥିଲେ। ଛେଳିଟି ଖୁବ୍‌ ହୃଷ୍ଟପୁଷ୍ଟ ଥିବାରୁ ତାକୁ ମାରି ଭୋଜିକରି ଖାଇବାକୁ ତାଙ୍କ ପାଟିରୁ ଲାଳ ବୋହିଲା। ଯେମତି ହେଲେ ତାକୁ ହାସଲ କରିବାକୁ ଉପାୟ ପାଞ୍ଚିଲେ। ପରସ୍ପର ମଧ୍ୟରେ କିଛି ଆଲୋଚନା କରିବା ପରେ ସେମାନଙ୍କ ମଧ୍ୟରୁ ଜଣେ ଲୋକଟି ପାଖକୁ ଆସି କହିଲା, ମଉସା ସକାଳୁ ସକାଳୁ ଏ କୁକୁରଟାକୁ କାନ୍ଧେଇ କୁଆଡେ ଯାଉଛ। ଲୋକଟି ବିରକ୍ତ ହୋଇ ଜବାବ ଦେଲା କୁକୁର! ତୁ ଅନ୍ଧ ନା କ’ଣ? ଏ ଛେଳିଟା ତତେ କୁକୁର ଭଳି ଦିଶୁଛି। ଯା… ଯାଃ…। ରାଗିଗଲ କି ମଉସା। ଯାହା ଦେଖିଲି କହିଲି। ଛେଳି ହେଉ କି କୁକୁର ସେଥିରେ ମୋର ଯାଏ ଆସେ କେତେ। କଥାଟା ଅସୁନ୍ଦର ବୋଲି ସିନା….. କହି କହି ପ୍ରଥମ ଧୂର୍ତ୍ତଟି ବାଟ ଭାଙ୍ଗି ଚାଲିଗଲା। ଲୋକଟି ବି ତା’ ବାଟରେ ଚାଲିଥାଏ। କିଛି ସମୟ ପରେ ଦ୍ୱିତୀୟ ଧୂର୍ତ୍ତଟି ସେଇ ବାଟ ଦେଇ ଆସିଲା। ଲୋକଟି ଉଦ୍ଦେଶ୍ୟରେ କହିଲା- ମହାଶୟ, କୁକୁରଟାକୁ କାନ୍ଧେଇଛନ୍ତି କାହିଁକି? ଚଲେଇ ଚଲେଇ ନେଉନାହାନ୍ତି। ଲୋକ ଦେଖିଲେ କ’ଣ କହିବେ। ଏଥରକ ଲୋକଟି ଟିକେ ନରମ ଗଳାରେ ଉତ୍ତର ଦେଲା, କୁକୁର କାହିଁ। ଏଇଟା ତ ଛେଳି। ହଉ ହେଲା ଆଜ୍ଞା, କୁକୁରଟା ଯଦି ଆପଣଙ୍କୁ ଛେଳି ଭଳି ଦିଶୁଛି ସେଥିରେ କାହାର କିଛି କହିବାର ନାହିଁ। ଯାହା ଆଖିରେ ଦେଖିଲି କହିଦେଲି। ତେଣିକି ଆପଣଙ୍କ ଇଚ୍ଛା, କହି ଧୂର୍ତ୍ତଟି ଚାଲିଗଲା। ଲୋକଟି ମନରେ ସନ୍ଦେହ ହେଲା। ଛେଳିଟିକୁ ତଳେ ଠିଆ କରେଇ ପରଖି ନେଲା। ତା’ ପରେ ପୁଣି ତାକୁ କାନ୍ଧେଇ ଚାଲିଲା। କିଛି ବାଟ ଗଲା ପରେ ତୃତୀୟ ଧୂର୍ତ୍ତଟି ସେଇବାଟ ଦେଇ ଆସୁ ଆସୁ ଲୋକଟିକୁ ଦେଖି ହସିଲା, ଛି ଛି ଯୁଗ କ’ଣ ହେଲା। କୁକୁର ଭଳି ଏକ ଅଛୁଆଁ ପଶୁ ପୁଣି ମଣିଷ କାନ୍ଧରେ ବସିଛି। ପ୍ରକାଶ୍ୟରେ କହିଲା, ଆଜ୍ଞା! କୁକୁର ଭଳି ଏକ ଅପରଛନିଆ ଜୀବଟାକୁ କାନ୍ଧରେ କାହିଁକି ବସେଇଛନ୍ତି। ସେ ଆପଣଙ୍କ ଉପରେ ମୂତିବ ହଗିବ। ସେଇଟାକୁ ତୁରନ୍ତ ଫୋପାଡି ଦିଅନ୍ତୁ। ଦେଖେଇ ଦେଖେଇ ଏତକ କହିଦେଇ ଧୂର୍ତ୍ତଟି ଚାଲିଗଲା। ଏଥରକ ଲୋକଟିର ସନ୍ଦେହ ଦୂର ହୋଇଗଲା। ତା’ କାନ୍ଧରେ ଥିବା ଜୀବଟି ବୋଧହୁଏ ଗୋଟାଏ ପିଶାଚ, ଯାହାର ପ୍ରକୃତ ରୂପ କୁକୁର, କିନ୍ତୁ ତାକୁ ଛେଳି ଭଳି ଦିଶୁଛି। ତୁରନ୍ତ ତାକୁ ଫୋପାଡି ଦେଇ ଚାଲିଗଲା। ତିନି ଧୂର୍ତ୍ତ ବନ୍ଧୁ ଛେଳିଟିକୁ ଧରି ନେଇ ଆନନ୍ଦରେ ଭୋଜି କରିବାକୁ ଚାଲିଲେ। କଥା ରହିଗଲା, ତିନି ତୁଣ୍ଡରେ ଛେଳି କୁକୁର।
ଘରେ ଘରେ ପରିଚିତ ଏଇ ଲୋକ କଥାଟି ଯେତିକି ଆମୋଦଦାୟକ ସେତିକି ଉପଦେଶାତ୍ମକ। ଅନ୍ୟର ବାକଚାତୁରୀରେ ଭଳିଯାଇ ଲୋକମାନେ କିପରି ଆତ୍ମବିଶ୍ୱାସକୁ ହରେଇବସନ୍ତି ଏହା ତାହାର ଏକ ଦୃଷ୍ଟାନ୍ତ। ନିଜର କଥାରେ ଦୃଢ଼ନିଶ୍ଚିତ ଥିବା ଲୋକ ବି ଏଭଳି ସ୍ଥିତିର ସମ୍ମୁଖୀନ ହୋଇ ମତ ବଦଳାନ୍ତି। ତିନି ଚାରିଜଣ ଏକା କଥାକୁ ଦୋହରାଇଲେ ସତ୍ୟ ଅସତ୍ୟରେ ଏବଂ ଅସତ୍ୟ ସତ୍ୟରେ ପରିଣତ ହୋଇଯାଏ। ଦୋଷୀ ନିର୍ଦ୍ଦୋଷ ଏବଂ ନିର୍ଦ୍ଦୋଷ ଦୋଷୀ ସାବ୍ୟସ୍ତ ହୁଏ। ଦୃଢ଼ ମନୋବଳ ଥିବା ଲୋକ ବି ଏ କ୍ଷେତ୍ରରେ ହଡ଼ବଡ଼େଇଯାଏ। ଅବ୍ୟବସ୍ଥିତଚିତ୍ତ ଲୋକଙ୍କର କଥା ସହଜରେ ଅନୁମେୟ। ଏହା ଏକ ସାଧାରଣ କଥା ଯେ ସମାଜରେ ଯଦି ଜଣେ ଲୋକକୁ ଥରେ ଖରାପ ବୋଲି ପ୍ରଚାର କରିଦିଆଯାଏ, ବିନା ବିଚାରରେ ସମସ୍ତେ ତାକୁ ଖରାପ କୁହନ୍ତି। ସେହିପରି କୌଣସି ସାଧାରଣ ଲୋକକୁ ଅସାଧାରଣ ଶକ୍ତି ବା ଚମତ୍କାରିତାର ଅଧିକାରୀ ବୋଲି କହି ବୁଲିଲେ ଲୋକେ ତାକୁ ସହଜରେ ବିଶ୍ୱାସ କରନ୍ତି। ଯେମିତି ବିଭିନ୍ନ ବାବା ଗୁରୁ ଇତ୍ୟାଦି। କେତେକ କ୍ଷେତ୍ରରେ ଏକା ପ୍ରଶ୍ନକୁ ବାରମ୍ବାର ଦୋହରାଇଲେ ଉତ୍ତରଦାତା ବେଳେ ବେଳେ ଘାବରେଇଯାଏ ଏବଂ ମିଥ୍ୟାବାଦୀର ମୁହଁରୁ ସତ୍ୟ ଆପେ ଆପେ ବାହାରିପଡ଼େ। ଲୋକକଥାକୁ ପରୀକ୍ଷା, ନିରୀକ୍ଷା କରିବା ପାଇଁ ଧୈର୍ଯ୍ୟ କେତେଜଣଙ୍କର ଥାଏ। ଏହାର ଅନ୍ୟ ଏକ ରୂପ ହେଲା ଗୁଜବ। କିଛି ସତ୍ୟତା ନ ଥିବା ଏକ ଅପପ୍ରଚାର ଥରେ ପ୍ରସାରିତ ହୋଇଗଲେ ସେଥିରୁ ମୁକୁଳିବା କଷ୍ଟସାଧ୍ୟ। ଆଶ୍ଚର୍ଯ୍ୟର କଥା ଯେ କିଛି ନ ଜାଣିଥିବା ଲୋକ ବି ଆଖିରେ ଦେଖିଛି ବୋଲି କହନ୍ତି। କିନ୍ତୁ ପ୍ରକୃତ ବିଜ୍ଞ ଲୋକ ସଦା ନିର୍ବିକାର।
ସାରଦାଶ୍ରୀ, ୯୦୪ ଶାସ୍ତ୍ରୀନଗର
ୟୁନିଟ୍‌-୪, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନରେ ଦୁର୍ନୀତି ଓ ଅପାରଗତା

ଡ. ସିଦ୍ଧାର୍ଥ କାନୁନ୍‌ଗୋ “ଦୁଇ ପ୍ରକାରର ବାଟ ଅଛି। ଚାଲିଥିବା ବସ୍‌ରେ ଉଠିଯାଅ, ଯେଉଁଥିରେ ଦୁର୍ନୀତି ବୋଝେଇ ହୋଇଛି, ନ ହେଲେ ଚୁପ୍‌ଚାପ୍‌ ରାସ୍ତାର ଅନ୍ୟ...

ଏଇ ଭାରତରେ

ଲକ୍‌ଡାଉନ୍‌ ସମୟରେ ଦେଶର ପ୍ରାୟ ସବୁ ହସ୍ପିଟାଲରେ ରୋଗୀମାନଙ୍କ ନିକଟରେ ରହୁଥିବା ଲୋକମାନେ ଖାଦ୍ୟ ପାଇବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଙ୍ଗାଲୁରର ଏକ ହସ୍ପିଟାଲରେ...

ଆମ ପରିବେଶ, ଆମ ଆଧାର

ବିମଳ ପ୍ରସନ୍ନ ଦାସ ଆଜିର ଶିଳ୍ପପ୍ରଧାନ ସଭ୍ୟତାର ପ୍ରକୃତିର ଅତୁଳନୀୟ ଅବଦାନକୁ ମଣିଷ ଏପରି ଅକ୍ଷମଣୀୟ ଭାବେ ପ୍ରଦୂଷିତ କରିଚାଲିଛି ଯେ ପରିବେଶ ପ୍ରଦୂଷଣ ଏବେ...

କିଏ ପଚାରେ

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟ୍‌ସ (ସିଜିଏ)ରୁ ମିଳିଥିବା ତଥ୍ୟ ଅନୁଯାୟୀ ସରକାର ପ୍ରାକ୍‌-କୋଭିଡ୍‌ ସମୟଠାରୁ ପେଟ୍ରୋଲିୟମ୍‌ ସାମଗ୍ରୀ ଉପରେ...

ସମ୍ପ୍ରସାରିତ ଦାରିଦ୍ର୍ୟ

ଡ.ପ୍ରଫୁଲ୍ଲ କୁମାର ସାହୁ ସ୍ୱାଧୀନତା ପୂର୍ବରୁ କ୍ଷୁଧାମୁକ୍ତ ଭାରତବର୍ଷର ସ୍ବପ୍ନ ଦେଖିଥିଲେ ଗାନ୍ଧିଜୀ। ସ୍ବାଧୀନତା ପରେ ତାଙ୍କର ସ୍ବପ୍ନକୁ ସାକାର କରିବା ପାଇଁ କାର୍ଯ୍ୟକାରୀ ହେଲା...

ଚିନ୍ତାର କାରଣ ଚାଇନା

ଡାନିଏଲ କେ.ଗାର୍ଡନର ଚାଇନା ଅତୀତର ଜୀବାଶ୍ମ ଇନ୍ଧନ ଶକ୍ତି ନିର୍ଭରଶୀଳତାକୁ ଛାଡି ପାରୁନାହିଁ କି ଅକ୍ଷୟ ଶକ୍ତିସମ୍ପନ୍ନ ଭବିଷ୍ୟତକୁ ଆପଣାଇପାରୁ ନାହିଁ । ଏହି ଦୁଇ...

ମୁଖା ତଳର ମୁହଁ

ଡ. ପବିତ୍ର ସୁବୁଦ୍ଧି   ଜାମ୍ବିଆ ରାଜଧାନୀ ଲୁସାକାରେ ଅବସ୍ଥିତ ଏକ ଚିଡ଼ିଆଖାନାକୁ ଜଣେ ଦର୍ଶକ ବୁଲିବାକୁ ଯାଇଥାନ୍ତି। ବୁଲୁବୁଲୁ ସେ ଏକ କୋଠରି ଆଗରେ...

ମା’ଙ୍କ ଧରାବତରଣ

ଡ. କିଶୋର ମହାନ୍ତି ମା’ ପ୍ରକୃତରେ କିଏ? କ’ଣ ତାଙ୍କର ସ୍ବରୂପ? ସେ ହେଉଛନ୍ତି ଜଗଜ୍ଜନନୀ ମା’ ଯୋଗମାୟା, ବିଶ୍ୱେଶ୍ୱରୀ, ଜଗନ୍ମାତା ମା’ ଦୁର୍ଗା। ମାତୃ୍‌ରୂପରେ...

Advertisement
Archives

Model This Week