Posted inଖେଳ

ତିଓ୍ବାରୀଙ୍କ ସ୍ଥାନରେ ଈଶ୍ୱରନଙ୍କୁ ବେଙ୍ଗଲର ନେତୃତ୍ୱ

କୋଲକାତା,୩୧।୮: ଆଗାମୀ ଘରୋଇ କ୍ରିକେଟ ସିଜନରେ ଅଭିମନ୍ୟୁ ଈଶ୍ୱରନ ବେଙ୍ଗଲ ଦଳର ନେତୃତ୍ୱ ନେବେ। ମଙ୍ଗଳବାରଠାରୁ ଜୟପୁରଠାରେ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫି ଲାଗି ଈଶ୍ୱରନଙ୍କ ନେତୃତ୍ୱରେ ୨୧ ଜଣିଆ ବେଙ୍ଗଲ ଦଳ ଘୋଷଣା ହୋଇଛି। ସେ ପୂରା ସିଜନରେ ଦଳର ଅଧିନାୟକତ୍ୱ ସମ୍ଭାଳିବେ ବୋଲି ସ୍ପଷ୍ଟ କରାଯାଇଛି। ସୁଦୀପ ଚାଟାର୍ଜୀ ଉପ ଅଧିନାୟକ ମନୋନୀତ ହୋଇଛନ୍ତି। ପୂର୍ବତନ ଅଧିନାୟକ ମନୋଜ ତିଓ୍ବାରୀଙ୍କୁ ଦଳରେ ସ୍ଥାନ ମିଳିଛି। ଆମେ ନେତୃତ୍ୱ ପରିବର୍ତ୍ତନ କରିବା ନେଇ ତିଓ୍ବାରୀଙ୍କ ସହ ଆଲୋଚନା କରିଥିଲୁ। ଖେଳାଳି ଭାବେ ଦଳୀୟ ପ୍ରଦର୍ଶନରେ ଯୋଗଦାନ କରିବା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ ସିନିୟର ଭାବେ ଈଶ୍ୱରନଙ୍କୁ ଗାଇଡ୍‌ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି ବୋଲି ସିଏବି ଯୁଗ୍ମ ସମ୍ପାଦକ ଅଭିଷେକ ଡାଲମିଆ କହିଛନ୍ତି। ଏବେ ଦୁଲୀପ ଟ୍ରଫି ଖେଳୁଥିବା ଈଶ୍ୱରନ କହିଛନ୍ତି, ଏହା ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ମୋ ଆଡ଼ୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଉ୍ୟଦମ କରିବି। ଆସନ୍ତା ୨୪ ତାରିଖରେ ବିଜୟ ହଜାରେ ଟ୍ରଫିରେ ବେଙ୍ଗଲ ତା’ର ପ୍ରଥମ ମ୍ୟାଚ୍‌ରେ ଗୁଜରାଟକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ କୋହଲିଙ୍କଠାରୁ ଅଧିକ ପାରିଶ୍ରମିକ ପାଆନ୍ତି ଏହି ଦେଶର ଅଧିନାୟକ

ଯଦି କୌଣସି କ୍ରିକେଟର ଦେଶକୁ ପ୍ରତିନିଧିତ୍ୱ କରନ୍ତି ତେବେ ରାତାରାତି ସେ ଷ୍ଟାର ପାଲଟିଯାନ୍ତି। ସରକାରୀ ଚାକିରି ସହ ମୋଟା ଅଙ୍କରେ ସେମାନଙ୍କୁ ପାରିଶ୍ରମିକ ମିଳିଥାଏ।...

ଆଇପିଏଲ୍‌ରେ ସର୍ବାଧିକ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଜିତିଥିବା ଖେଳାଳି କିଏ ଜାଣନ୍ତି କି

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ୨୦୨୧ ଚେନ୍ନାଇରେ ଏପ୍ରିଲ ୯ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ ତଥା ଆଇପିଏଲର ସଫଳତମ ଦଳ...

ଧୋନୀଙ୍କ ପାଇଁ ପାଗଳ ଫ୍ୟାନ୍‌, କଲେ ଏମିତି କାମ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟ ପଡିଆରୁ ଦୂରେଇ ନିଜ ପରିବାର ସହ ସମୟ ବିତାଉଛନ୍ତି। ଇତିମଧ୍ୟରେ ରାଞ୍ଚିରେ ଥିବା...

ମୁମ୍ବାଇକୁ ଭଲ ଫିନିଶିଂ ଦେଲେ ପୋଲାର୍ଡ

ପୁଣେ,୬।୪: କୋଲକାତା ନାଇଟ୍‌ ରାଇଡର୍ସ(କେକେଆର) ଆଗରେ ୧୬୨ ରନ୍‌ର ଟାର୍ଗେଟ ଛିଡ଼ା କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ପ୍ରାରମ୍ଭିକ...

ଫୁଟବଲ ରେଫରି ଶିବପ୍ରସାଦଙ୍କ ପରଲୋକ

ଭୁବନେଶ୍ୱର(ସ୍ପୋଟର୍‌ସ ବ୍ୟୁରୋ)/କଟକ ଅଫିସ,୨୫ା୯: ସୁନାମଧନ୍ୟ ଜାତୀୟ ସ୍ତରୀୟ ଫୁଟବଲ ରେଫରି, ପୂର୍ବତନ ଖେଳାଳି ତଥା ଇଷ୍ଟକୋଷ୍ଟ ରେଲୱେ ଦଳର କୋଚ୍‌ ଶିବପ୍ରସାଦ ଦାସଙ୍କ ଭୁବନେଶ୍ୱରର ଏକ...

ତେନ୍ଦୁଲକରଙ୍କ କ୍ରିକେଟ ଜୀବନର ଖାସ୍‌ ଦିନ

ନୂଆଦିଲ୍ଲୀ,୨୯।୬: ଲିଟ୍‌ଲ ମାଷ୍ଟର ଭାବେ ପରିଚିତ ଥିବା ସଚିନ ତେନ୍ଦୁଲକରଙ୍କ ପାଇଁ ଆଜିର ଦିନ ବେଶ୍‌ ଗୁରୁତ୍ୱ ବହନ କରେ। ଠିକ୍‌ ୧୪ ବର୍ଷ ତଳେ...

ପାକିସ୍ତାନ ବିପକ୍ଷ ଅବଶିଷ୍ଟ ୨ ଟେଷ୍ଟ ଖେଳିବେନି ଷ୍ଟୋକ୍ସ

ମାଞ୍ଚେଷ୍ଟର, ୧୦ା୮ (ପି.ଟି.)- ପାରିବାରିକ କାରଣ ଦର୍ଶାଇ ଇଂଲଣ୍ଡ ଷ୍ଟାର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ପାକିସ୍ତାନ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଅବଶିଷ୍ଟ...

ସର୍ବଭାରତୀୟ ବନବିଭାଗ କ୍ରୀଡ଼ା ଉଦ୍‌ଘାଟିତ

ଭୁବନେଶ୍ୱର, ୪।୩(କ୍ରୀଡ଼ା ପ୍ରତିନିଧି)- ସର୍ବଭାରତୀୟ ବନବିଭାଗ କ୍ରୀଡ଼ା(ଏଆଇଏଫଏସଏମ)ର ୨୫ତମ ସଂସ୍କରଣ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ...

Advertisement
Archives

Model This Week