ତାଳସାରୀ ବେଳାଭୂମିରୁ ମୃତ ଡଲଫିନ ଉଦ୍ଧାର

ଜଳେଶ୍ୱର/ଭୋଗରାଇ,୧୫।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର ବେଳାଭୂମିରୁ ଏକ ମୃତ ଡଲଫିନ ଉଦ୍ଧାର ହୋଇଛି। ରବିବାର ସକାଳେ ତାଳସାରୀ ବେଳାଭୂମିରେ ମାଛ ଧରିବାକୁ ଯାଇଥିବା ସ୍ଥାାନୀୟ ଲୋକ ଓ ମତ୍ସ୍ୟଜୀବୀମାନେ ପ୍ରଥମେ ଏହି ମୃତ ଡଲ୍‌ଫିନ୍‌କୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନବିଭାଗ ଏହାକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
ଏହା ଏକ ନାକୁଆ ଡଲଫିନ ବୋଲି ବନବିଭାଗ କହିଛି। ତେବେ ଏହି ଡଲଫିନ ଓଡ଼ିଶା ଉପକୂଳରେ ଅଧିକ ଦେଖାଯାଉଥିବା ବେଳେ ମାଛଧରା ଷ୍ଟିମର ଓ ଯନ୍ତ୍ରଚାଳିତ ଡଙ୍ଗାର ଆଘାତରେ ମୃତ୍ୟୁବରଣ କରିଥିବା କୁହାଯାଉଛି। ବିଭିନ୍ନ ସମୟରେ ବହୁ ସାମୁଦ୍ରିକ ଜୀବଜନ୍ତୁ ମତ୍ସଜୀବୀମାନଙ୍କର ମୋଟରଚାଳିତ ଡଙ୍ଗା ଓ ଷ୍ଟିମର ଫେନ୍‌ ବ୍ଲେଟ ଆଘାତରେ ମୃତ୍ୟୁବରଣ କରୁଥିବା ପରିବେଶବିତ୍‌ମାନେ ଅଭିଯୋଗ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଶାସନ ଏଥିପ୍ରତି ନଜର ନ ଦେବା କାରଣରୁ ବାରମ୍ବାର ଏପରି ଘଟଣା ଘଟୁଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜରେ ୯ଟା ସୁଦ୍ଧା ଆରମ୍ଭ ହୋଇନି ଗଣତି : ଜଳଖିଆ ପାଇଁ ଉତ୍ତେଜନା

ବାରିପଦା ଅଫିସ,୨୩ା୫: ମୟୂରଭଞ୍ଜ ଜିଲାର ୪ଟି ଭୋଟ ଗଣତି କେନ୍ଦ୍ରରେ ସକାଳ ୯ ଟା ସୁଦ୍ଧା ଆରମ୍ଭ ହୋଇ ପାରିନି ଭୋଟ ଗଣତି । ସକାଳ...

ମ୍ୟୁନିସିପାଲଟି ମହିଳା କର୍ମଚାରୀଙ୍କୁ ହତ୍ୟା କରି ଫିଙ୍ଗିଦେଲ

ବଲାଙ୍ଗୀର ଅଫିସ,୨୫।୯: ବଲାଙ୍ଗୀର ମ୍ୟୁନିସିପାଲଟି ମହିଳା କର୍ମଚାରୀ ଅଷ୍ଟମୀ ବକୁଳ(୩୦)ଙ୍କ ବୀଭତ୍ସ ମୃତଦେହ ରବିବାର ବିଜାଖମନ ଆବର୍ଜନା ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରେ ପଡ଼ିଥିବା ଦେଖିବାକୁ ମିଳିଛି।...

ସ୍କୁଲରେ ରୋଷେଇ କରୁଛନ୍ତି ଛାତ୍ରୀଛାତ୍ର

ଖଜୁରୀପଡ଼ା,୨୭ା୨: ବିଦ୍ୟାଳୟରେ ରୋଷେଇ କରୁଛନ୍ତି ଛାତ୍ରୀଛାତ୍ର। ଏହି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଝାଡ଼ବଲସକୁମ୍ପା ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟର...

ଓଡ଼ିଶା ଦାବିକୁ ଅଣଦେଖା – ସର୍ଭେରେ ଅଟକିଛି ବିରଜାକ୍ଷେତ୍ରକୁ ରେଳପଥ ସଂଯୋଗ

ଯାଜପୁର ଅଫିସ,୧୭ା୧୨- ସବୁ ପ୍ରକାର ଭିତ୍ତିଭୂମି ଥାଇ ଯାଜପୁର ଜିଲାର ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା ମିଳିପାରୁ ନାହିଁ। ଏହାସହ ଦୀର୍ଘଦିନର ଦାବି ବିରଜାକ୍ଷେତ୍ରକୁ ରେଳପଥ...

ଚକାରେ ପମ୍ପ ଦେବାବେଳେ ଦୁର୍ଘଟଣା: ଲୁହାପାତ ଛିଟିକି ଶ୍ରମିକ ମୃତ

ପାରାଦୀପ, ୩ା୧ (ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅଧୀନ ବଡ଼ପଡ଼ିଆ ବସ୍‌ଷ୍ଟାଣ୍ଡ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ଟାୟାର ପମ୍ପ୍‌ଚର ମରାମତି କରୁଥିବା...

ଗନ୍ଧମାର୍ଦ୍ଦନକୁ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ପ୍ରସ୍ତାବର ବିରୋଧ

ଖପ୍ରାଖୋଲ, ୧୬ା୬(ଡି.ଏନ.ଏ.):ବଲାଙ୍ଗୀର-ବରଗଡ ସୀମାନ୍ତରେ ଥିବା ଜୈବ ବିବିଧତା ଭରା ଐତିହାସିକ ତଥା ଆଧ୍ୟାମତ୍ିକ ପ୍ରାଣକେନ୍ଦ୍ର ଗନ୍ଧମାର୍ଦ୍ଦନ ପର୍ବତକୁ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯିବ।...

ଆମ୍ବ ଚାଷୀ ହତାଶ

କେନ୍ଦୁଝର,୨୮ା୫(ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଆମ୍ବ ଚାଷୀ ନିରାଶ ହୋଇଛନ୍ତି। ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ଉତ୍ପାଦନ କମି ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ହାଟବଜାର...

ଆଜି ଭୋଟ୍‌ ଗ୍ରହଣ: ୧୯୨ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ମ.ରାମପୁର,୧୮ା୨(ଡି.ଏନ୍‌.ଏ.): ଆଜି ୧୮ ତାରିଖ ଶୁକ୍ରବାର ମ.ରାମପୁର ବ୍ଲକ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୧୯ଟି ପଞ୍ଚାୟତର ୨୩୮ଟି ଭୋଟଦାନ କେନ୍ଦ୍ରରେ ୧୯୨ ଜଣ ପ୍ରାର୍ଥୀଙ୍କର...

Advertisement
Archives

Model This Week