ତାଲାବନ୍ଦ, ମୁଁ ଏବଂ ମୋ ପରିବାର

ଡ.ଅମିୟ କୁମାର ମହାପାତ୍ର

କ୍‌ଡାଉନ୍‌ ବା ତାଲାବନ୍ଦର ଆଉ ଏକ ନୀରବ ସା । ସାରା ବିଶ୍ବରେ କରୋନାର ଅଭିଯାନ ଏବଂ ଉତ୍ପାତର ବ୍ୟାପକତା ସତେ ଯେମିତି ମାନବ ଜାତି ଡାଇନୋଶରପ୍ରାୟ ବିଲୁପ୍ତର ଦ୍ୱାର ଦେଶରେ। ଏହା ଇତିହାସର ପୁନରାବୃତ୍ତି ନୁହେଁ ତ? ଏମିତି ଭାବୁ ଭାବୁ କରୋନାଗତ ବିଶ୍ୱ ସମାଚାର ଜାଣିବା ପାଇଁ ଦୂରଦର୍ଶନ ଚଲେଇଲି। ଅନ୍ୟମନସ୍କ ହୋଇ ଟିକେ ଚାହା ପିଇବାକୁ ଆଗ୍ରହ କଲି। ତତ୍‌କ୍ଷଣାତ ମୋର ଧର୍ମ ପତ୍ନୀ ଗର ଗର ହୋଇ କହିଲେ, ଆଜି ଚା’ ମିଳିବ ନାହିଁ ।
ଘରେ ମହଜୁଦଥିବା କ୍ଷୀର ପ୍ୟାକେଟ କେବେଠୁ ସରିଗଲାଣି । ଦି’ଟା କିଲିକିଆ ଡବା ବାଲା ଅମୁଲ ସ୍ପ୍ରେ ସରିଆସିଲାଣି। ଘରେ ବସି ବସି ଖାଇଲେ ସବୁ ସରିଯିବ। ଆଉ ଟିକିଏ ଅଛି, ପୁଅ କ’ଣ ଖାଇବ ? ତମେ ତ ଜାଣିଛ କ୍ଷୀର ଏବଂ ବିସ୍କୁଟ ତା’ର ଭାରି ପ୍ରିୟ। କଥା ନ ସରୁଣୁ, ମୋ ଝିଅ ଦୌଡ଼ି ଆସି କହିଲା, ବାପା! ସତରେ ଆଜି ଚା’ ମିଳିବନି । ମୋ ଛୋଟ ଭାଇଟା କ’ଣ ଭୋକରେ ରହିବ? ଯଦି ଦରକାର ଗ୍ରୀନ୍‌ ଟି ପିଉନ।
ମା’ ଏବଂ ଝିଅଙ୍କ ଆକ୍ରୋଶ ଦେଖି, ଟିଭିରେ ଦେଉଥିବା କରୋନାର ଭୟାବହତା ଦେଖିବାକୁ ଚେଷ୍ଟା କରି ବିଫଳ ହେଲି । ପ୍ରବଚନ ଦେବା ଆରମ୍ଭ ହେଲା – ଏଟା ନାହିଁ ସେଟା ନାହିଁ, ୨୦ ଦିନ ତଳୁ ଯାହା ଜିନିଷ ଆଣିଥିଲ ତାହା ସରି ଆସିଲାଣି । ଲକ୍‌ଡାଉନ୍‌ର ମିଆଦ ଆହୁରି ବଢିଲାଣି। ଆମେ କ’ଣ ପାଣି ପିଇ ବଞ୍ଚିବୁ ?
ଲକ୍‌ଡାଉନ୍‌ ହେବା ପୂର୍ବରୁ ଘର ଭରିକି ଜିନିଷ ପତ୍ର ଆସିଥିଲା, ତା’ ପରେ ଜୀବନକୁ ବାଜି ଲଗେଇ ଆଉ ଦୁଇଥର ସଉଦାପତ୍ର ଆଣି ଦେଇ ସାରିଲିଣି । ଦେଖିବାକୁ ଗଲେ ଦୁଇ ମାସର ସଉଦା ଆସିଛି । ହେଲେ କ’ଣ ହବ, ପାନରୁ ତ ଚୂନ ଖସିବ ନାହିଁ। କେତେ ବୁଝାଇଲି ଲକ୍‌ଡାଉନ୍‌ କରାଯାଇଛି ଲୋକଙ୍କୁ ବଞ୍ଚାଇବା ପାଇଁ। ତାକୁ ପାଳନ କରିବା ଦରକାର, ସମ୍ମାନ ଦେବା ଦରକାର।
ଘରେ ଯାହା ଅଛି ସେଇଥିରେ ଚଳିବାକୁ ପଡିବ।
ଆମେ ଶିକ୍ଷିତ ଲୋକ ଯଦି ଏପରି ହେବା ସାଧାରଣ ଗରିବ ଲୋକମାନେ କ’ଣ କରିବେ?
ଆର ଦିନ ସକାଳ ହେଲା। ତରବର ହୋଇ ନିତ୍ୟକର୍ମସାରି ମୁଁ ବଡ ସନ୍ତର୍ପଣରେ ଘରୁ ବାହାରିଲି। ବାହାରକୁ ଯିବା ମାନେ ସଂକ୍ରମିତ ହୋଇ ମରିବାଟା ପକା, ନ ଗଲେ ଘରେ ରହି ତାଡ଼ନା ଖାଇ ମରି ଜିଇବାଟା ବି ପକା, ହଉ ଯାହା ହବ ଦେଖାଯିବ । ଗାଡ଼ି ଚାବି ନେଇ ଘର କବାଟ ଖୋଲିଲା ବେଳକୁ ମୋ ହାତକୁ ଏକ ଲମ୍ବାଚିଠା ଆସିଗଲା। ଚିଠା ତ ନୁହଁ ଏକ ଛୋଟ ଦୋକାନର ବିକ୍ରି ପାଇଁ ଲିଷ୍ଟ । ରାଗ ତମ ତମ ହୋଇ ମୁଁ ଏପଟ ସେପଟ ହେଲି । ଦରକାରୀ ଏବଂ ଉପଭୋଗ୍ୟ ସାମଗ୍ରୀର ଏଠାରେ କିଛି ପାର୍ଥକ୍ୟ ନ ଥିଲା। ରୀତିମତ ଭାବରେ ମୋତେ ମାରିବାକୁ ବାହାରକୁ ପଠୋଉଚ। ହଉ ହେଲା ମୋର ମରିବାରେ ଯଦି ତୁମେମାନେ ଖୁସି, ମୁଁ ନିଶ୍ଚିତ ମରିବାକୁ ଯିବି। କିଛି ଭାବିବାର ନାହିଁ। ରୋଷେଇ ଘରୁ ସେଇ ଚିର ପରିଚିତ କର୍କଶ ସ୍ବର ଯଦି ମରିବାକୁ ଭୟ ନାହିଁ, ତାହାଲେ ଅସୁରଙ୍କ ଭଳି ଚିଲଉଚ କାହିଁକି ?
ପାଖରେ ବସି ପାଠ ପଢୁଥିବା ମୋ ଝିଅ ତଡକାରେ ଛୁଙ୍କ ମାରିବାକୁ ଯାଇ କହିଲା ବାହାରକୁ ଯିବ ତ ଅନ୍ୟ ଲୋକଙ୍କ ପରି ମାସ୍କ ଆଉ ଗ୍ଲୋବ୍ସ ପିନ୍ଧି କି ଯାଅ। ସଂକ୍ରମଣର ଡର ତ ରହିବ, ଅଧିକ ଆଣ କି କମ୍‌ ଆଣ ! କେବଳ କିଣାକିଣିରେ ଟିକିଏ ଅଧିକ ସମୟ ଲାଗିବ । ଏକଥା ଶୁଣିଲା ପରେ ଦୃଢ଼ ନିଶ୍ଚିତ ହେଲି କି ମୋତେ ଯମାଳୟକୁ ପଠାଇବା ପାଇଁ ଏହା ଏକ ଯୋଜନାବଦ୍ଧ ଚକ୍ରାନ୍ତ । ଗାଡିରେ ବସି ମାସ୍କ ପିନ୍ଧି, ଗାଡିରେ ରଖିଥିବା ସାନିଟାଇଜରକୁ ହାତରେ ଲଗାଇ ମୋର ଗନ୍ତବ୍ୟ ଷ୍ଟୋର ଅଭିମୁଖେ ଯାତ୍ରା କଲି।
ଜନବହୁଳ ବଜାର ଆଜି ପୂରା ନିର୍ଜନ, ଚାରିଆଡେ ଖାଁ ଖାଁ। ଦୋକାନର ଦ୍ୱାରଦେଶରେ ପାଦଦେବା ପୂର୍ବରୁ ଘରୁ ଫୋନ ଆସିଲା ଯାହା ଯାହା ଲେଖା ହୋଇଛି ଓ ଯେଉଁ ବ୍ରାଣ୍ଡ୍‌ର ଲେଖା ହୋଇଛି ସବୁ ନେଇ ଆସିବ । ମନରେ ମୋର ଆଦୌ ରାଗ ନ ଥିଲା କାରଣ ବହୁ ଆଗରୁ ରାଗ ମରିଗଲାଣି। ମୋର ଆତ୍ମା, ଦସ୍ୟୁ ରତ୍ନାକର ହୋଇ ଭିତରେ ଭିତରେ ଚିତ୍କାର କରୁଥିଲା। ହେଲେ କେହି ଶୁଣିବାକୁ ନ ଥିଲେ, କେବଳ କରୋନାର ଅଟ୍ଟହାସ୍ୟ ଶୁଭୁଥିଲା ଚତୁର୍ଦିଗରେ।
ଭାବୁଥିଲି ଦେଶ ପାଇଁ କାମ କରି ଜୀବନ ଦେଉଥିବା ଲୋକେ ଶହୀଦ ହେବେ,ମୁଁ ବି ମୋର ପରିବାର ପାଇଁ ଜୀବନ ଦେଇ ଆଜି ଶହୀଦ ହେବି।
ଷ୍ଟୋର ଟିକେ ଭିଡ ଥିଲା, ମୋ ଭଳି କେତେ ଲୋକ ଶହୀଦ ହେବା ପାଇଁ ଆସିଛନ୍ତି । ମାସ୍କ ବନ୍ଧା ହୋଇଛି ହେଲେ ମୁହଁ ଖୋଲା। ସଙ୍ଗରୋଧ ତ ବହୁତ ଦୂରର କଥା , ଠେଲାପେଲା ହୋଇ ଜିନିଷ କିଣୁଛନ୍ତି ।ଦୀର୍ଘ ଦୁଇ ଘଣ୍ଟାର ସଂଘର୍ଷ ପରେ ଚିଠାରେ ଲେଖାଯାଇଥିବା ଜିନିଷଗୁଡିକ ଏକାଠି କରି ଗାଡ଼ିରେ ଲୋଡ କରି ଗୃହ ଅଭିମୁଖେ ପ୍ରତ୍ୟାବର୍ତ୍ତନ କଲି। ସବୁ ଜିନିଷକୁ ପାଞ୍ଚ ଛଅ ଥରରେ ଆଣି ଘରର ଏକ ନିର୍ଦ୍ଦିଷ୍ଟ କୋଣରେ ରଖିଲି। ସବୁ ଜିନିଷକୁ ଡେଟଲ ପାଣିରେ ପୋଛି, ତା’ ଉପରେ ଏକ ଚଦର ଘୋଡେଇ ୩ ଦିନ ପାଇଁ ଅଲଗା ରଖାଗଲା ।
ଏ ସବୁ କର୍ମ ସାରି ଗାଧୋଇବାକୁ ଗଲା ବେଳକୁ ଦିନ ଦୁଇଟା ଓ ଖାଉ ଖାଉ ତିନିଟା ବାଜିଗଲା। ମନ ଭିତରେ କରୋନାର ଭୟ।
ଖାଇବାଟା ସ୍ବାଦିଷ୍ଟ ନ ହୋଇଥିଲେ ମଧ୍ୟ କିଛି ନ କହି ଗାଉଁ ଗାଉଁ କରି ଖାଇ ଯାଉଥିଲି।
ହଇହେ ! ରାଗୁଛ କାହିଁକି ? ତମେ ଯଦି ସଂକ୍ରମିତ ହେବ ଆମେ ବି ହେବୁ । ଆମେ ଜାଣିଛୁ, ତୁମେ ସବୁ ପ୍ରକାର ପ୍ରତିକାର ଏବଂ ସାବଧାନ ପରଖ, ସେଇଥି ପାଇଁ ତୁମକୁ ବାଧ୍ୟ କଲୁ। ତମର କିଛି ହୋଇଗଲେ ଆମେ ବି ତମ ସହ ଯାତ୍ରୀ ହେବୁ । ଯାହାହେଉ ସବୁ ଜିନିଷ ଆସିଗଲା, ଆସନ୍ତା ଦୁଇ ମାସ ପାଇଁ ଆଉ କିଛି ଚିନ୍ତା ନାହିଁ।
ରାତି ପ୍ରାୟ ଆଠଟା। ପୁନର୍ବାର ଶୁଣାଗଲା ହେ ଶୁଣୁଛ ! ସୁଦୂର ବିଦେଶରେ ରହୁଥିବା ତୁମର ଘନିଷ୍ଠ ବନ୍ଧୁ କେବେଠୁ ଗୋଟାଏ ବିଲାତି ସୁରା ଫ୍ରାନ୍ସରୁ ଆଣି ଦେଇଥିଲେ। ଭାବୁଛି ଘରତିଆରି ସାନିଟାଇଜର ବନେଇ ଦେବି । ତା’ପରେ ଏକ ଗ୍ଲାସରେ କିଛି ସୁରା ପାଣି ସହିତ ମିଶାଇ ମୋ ଆଡକୁ ବଢାଇ ଦେଇ କହିଲେ ଟିକେ ଚାଖି ଦେଖ ଠିକ୍‌ ଅଛି କି ନାହିଁ। ମଳୁ ଖୋଜିବାକୁ ବଇଦ ବତାଇବାକୁ । ଶୁଣିବାକୁ ପାଇଥିଲି ମଦ ଟିକେ ପିଇଲେ କୁଆଡେ କରୋନା ଆକ୍ରାନ୍ତ କରେ ନାହିଁ । ମରିବାର ଭୟରୁ ରକ୍ଷାପାଇବାକୁ ହେଉ ବା ନିଜର ଖୁସି ପାଇଁ ହେଉ , ସଙ୍କୋଚର ସହିତ ଗ୍ଲାସକୁ ଅତି ସନ୍ତର୍ପଣରେ ଧରି ଏକା ଥରକେ କଣ୍ଠସ୍ଥ କଲି । ମୁଁ ଆତ୍ମତୃପ୍ତି ପାଇଲି ଯେ କରୋନା ଆଉ ମୋତେ ଆକ୍ରାନ୍ତ କରିବ ନାହିଁ କି ମୁଁ ମଧ୍ୟ ମରିବି ନାହିଁ ।

ଦ୍ୱାରକା, ନୂଆଦିଲ୍ଲୀ
ମୋ:୮୩୮୩୦୬୨୬୬୧


Enter your email to get our daily news in your inbox.

All Right Reserved By Dharitri.Com

ଚରିତ୍ର କିଣି ହୁଏନି

ଚିତ୍ର ଦିଶେ। ଦୃଶ୍ୟ ଦିଶେ। ଅନେକ ଜଡ଼ବସ୍ତୁ ସହ ଜୀବନ୍ତ ଗଛଲତା, ଜୀବଜନ୍ତୁ, ସର୍ବୋପରି ପ୍ରାଣୀ ଶ୍ରେଷ୍ଠ ମଣିଷ ବି ଦେଖାଯାନ୍ତି ନଗ୍ନ ଆଖିକୁ। ହେଲେ ମଣିଷର…

ଭଲ ପିଲାର ସଂଜ୍ଞା

ରାସ୍ତାର ଦୁଇ ପଟେ ଦୁଇଟି ଗଛ। ଆମ୍ବ ଗଛ। ଦୁଇ ଗଛରେ ପ୍ରଚୁର ଆମ୍ବ ଫଳିଛି। ପାଚିଛି ଓ ସୁନ୍ଦର ଦିଶୁଛି। ଗୋଟିଏ ଗଛ ତଳେ ପିଲାମାନେ…

ହର୍ମୁଜରୁ ତାଇଓ୍ବାନ

ଅଧିକାଂଶ ସ୍କୁଲପିଲାଙ୍କୁ ଶିକ୍ଷା ଦିଆଯାଉଛି ଯେ, ପୃଥିବୀର ପରିଧିର ଲମ୍ବ ପାଖାପାଖି ୨୫,୦୦୦ ମାଇଲ ବା ୪୦,୦୦୦ କିଲୋମିଟର। ହେଲେ ସେମାନେ ଜାଣିନାହାନ୍ତି ଯେ, ଏହା ମଧ୍ୟରୁ…

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri