ତାମ୍ପରାରେ ୱାଟର ସ୍ପୋଟର୍‌ସ ଶୁଭାରମ୍ଭ

ଛତ୍ରପୁର,୨ା୧୨(ଡି.ଏନ.ଏ)-ଛତ୍ରପୁର ଉପକଣ୍ଠ ହୁମ୍ମୁରୀ ତାମ୍ପରାରେ ରବିବାର ୱାଟର ସ୍ପୋଟର୍‌ସ ଶୁଭାରମ୍ଭ ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ଶୁଭାରମ୍ଭ କରିବା ସହ ୱାଟର ସ୍ପୋଟର୍‌ସ କମ୍ପ୍ଲେକ୍ସ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପୋଡାପଦର ସରପଞ୍ଚ ପୀତାମ୍ବର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅମରାବତୀ ବୋଟିଂ କ୍ଲବ ସହ ଏଠାରେ ୱାଟର ସ୍ପୋଟର୍‌ସ ପାଇଁ ଚୁକ୍ତି ହୋଇଛି।
ତାମ୍ପରାକୁ ଜିଲା, ରାଜ୍ୟ ତଥା ଦେଶ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପୂର୍ବରୁ ଏଠାରେ ଚାଲିଥିବା ବୋଟିଂ ବ୍ୟବସ୍ଥା ବନ୍ଦ ହୋଇଯାଇଥିବାରୁ ପର୍ଯ୍ୟଟକ ନିରାଶରେ ଫେରୁଥିଲେ। ତେଣୁ ପର୍ଯ୍ୟଟନର ବିକାଶ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ୱାଟର ସ୍ପୋଟର୍‌ସ ବ୍ୟବସ୍ଥା ହୋଇଛି। ଅନ୍ୟପକ୍ଷରେ ଗଞ୍ଜାମ ଜିଲା ଉପକଣ୍ଠ ଖୋର୍ଦ୍ଧା ଜିଲା ବରକୁଳଠାରେ ଚିଲିକାରେ ଗତ ଅକ୍ଟୋବର ୨୪ ତାରିଖରୁ ଏହି ୱାଟର ସ୍ପୋଟର୍‌ସ ଆରମ୍ଭ ହୋଇଛି। ତାମ୍ପରାଠାରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ୱାଟର ସ୍ପୋଟର୍ସ ଟୁର୍ନାମେଣ୍ଟ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି। ଅଲିମ୍ପିକ୍‌ ଆସୋସିଏଶନ, ସ୍ପୋର୍ଟସ ଅଥରିଟି ଅଫ୍‌ ଇଣ୍ଡିଆ ଓ ରୋଇଙ୍ଗ ଫେଡେରେଶନ ଅଫ୍‌ ଇଣ୍ଡିଆ ସହଯୋଗରେ ଅମରାବତୀ ବୋଟିଂ କ୍ଲବ୍‌ ଟୁର୍ନାମେଣ୍ଟ ଆୟୋଜନ କରିବ ବୋଲି ସୂଚନା ଦିଆଯାଇଛି। ଏଥିସହ ଏଠାରେ ଗଞ୍ଜାମ ଜିଲାର ସ୍ଥାନୀୟ ଯୁବକମାନଙ୍କୁ ଲାଇଫ୍‌ ଗାର୍ଡ ଓ ଲାଇଫ୍‌ ସେଭିଂ ତାଲିମ ପ୍ରଦାନ କରାଯିବ। ଏହାଫଳରେ ସ୍ଥାନୀୟ ଯୁବକ ମାନେ ବିଭିନ୍ନ ହୋଟେଲ, ରେସର୍ଟ, ସୁଇମିଂ କମ୍ପ୍ଲେକ୍ସରେ ନିଯୁକ୍ତି ପାଇପାରିବେ। ଭାରତ ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ବୋଟ୍‌ ପାୱାର୍‌ ଡ୍ରାଇଭର୍ସ ନିଯୁକ୍ତି କରାଯାଇଛି। ୱାଟର ସ୍ପୋଟ୍ସର୍ର୍ ଦାୟିତ୍ୱରେ ଥିବା ସଂସ୍ଥାର ଶ୍ରୀଧର ରେଡ୍ଡୀ, ତରୁଣ କାକାନି, ସୁଧାକର ବେରିଗା ପ୍ରମୁଖ ଉପସ୍ଥିତ ଥିଲେ। ବୋଟିଂ ପାଇଁ ନିର୍ଦ୍ଧାରିତ ଦରକୁ ଅଧା କରିବାକୁ ପୋଡାପଦର ସରପଞ୍ଚ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ: ପେଣ୍ଡିଂ ମାମଲାର ତୁରନ୍ତ ଫଇସଲା ସହ ଅପରାଧୀଙ୍କ ଉପରେ…

ଛତ୍ରପୁର, ୧୪।୭ (ଦିଲ୍ଲୀପ ସାମଲ): ଛତ୍ରପୁରସ୍ଥିତ ଗଞ୍ଜାମ ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଦିନ ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଦିନକ ପରେ ରଥଯାତ୍ରା: ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ଗଞ୍ଜାମ ସହର

ଗଞ୍ଜାମ, ୧୪।୭ (ବିଦ୍ୟାଧର ସାହୁ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ଆଉ ମାତ୍ର ଦିନକର ସମୟ ବାକି ଅଛି। ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କ…

କୋର୍ଟରେ ହାଜର ନ ହେବାରୁ ବାନ୍ଧିଲା ପୋଲିସ, ଜାମିନ ନାମଞ୍ଜୁର ପରେ ଜେଲ ଗଲେ…

ଦିଗପହଣ୍ଡି, ୧୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଏକ ଜାମିନବିହୀନ ୱାରେଣ୍ଟ ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

କ୍ରୀଡ଼ାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ବିଭିନ୍ନ ବର୍ଗରେ ମିଳିଲା ପଦକ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଭୁବନେଶ୍ୱରରେ ଅନୁଷ୍ଟିତ ରିଜିଓନାଲ ଡାଇରେକ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ୨୦୨୬-୨୦୨୭ରେ ସଫଳତା ହାସଲ କରିଛନ୍ତି। ଆୟୁଷ୍ମାନ ନାୟକ ଅଣ୍ଡର…

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଜାଣନ୍ତୁ କାହିଁକି…

ଗଞ୍ଜାମ,୧୪।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆ ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର ଓ ଅଭିଭାବକ। ଦୀର୍ଘ ଦିନ ଧରି ଏହି…

ଭାଜପା ଜିଲା ସମ୍ପାଦକଙ୍କ ମାତୃ ବିୟୋଗ: ପରିବାର ସଦସ୍ୟଙ୍କୁ ଭେଟିଲେ ମନ୍ତ୍ରୀ ବିଭୁତି ଜେନା

ଛତ୍ରପୁର, ୧୪।୭ (ଦିଲ୍ଲୀପ ସାମଲ): ଛତ୍ରପୁର ସହରର ତିରୁପତିପେଟା ସାହି ନିବାସୀ ତଥା ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲା ସମ୍ପାଦକ ବସନ୍ତ କୁମାର ବେହେରାଙ୍କ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri