ତାମିଲ ଫିଲ୍ମରେ ଡେବ୍ୟୁ କରିବେ ଅମିତାଭ

ମୁମ୍ବାଇ: ବଲିଉଡ୍‌ର ଶେହେନ୍ସା ନିଜର ବ୍ୟକ୍ତିତ୍ୱ ଓ ନିଷ୍ଠାପର କାର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ସାଉଁଟୁଥିବା ବେଳେ ପ୍ରଶଂସକ ମଧ୍ୟ ତାଙ୍କୁ ବେଶ୍‌ ପସନ୍ଦ କରନ୍ତି। ଫିଲ୍ମ ଜଗତରେ ଥିବା ଅମିତାଭ ବଚ୍ଚନଙ୍କ ଅବଦାନ ପାଇଁ ସେ ବହୁ ଗୁଡ଼ିଏ ପୁରସ୍କାରରେ ପୁରସ୍କୃତ ମଧ୍ୟ ହୋଇସାରିଛନ୍ତି। ମଙ୍ଗଳବାର ଅମିତାଭଙ୍କୁ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ତେବେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ୭୬ବର୍ଷୀୟ ବିଗ ବି ଶିଖିବା କ୍ଷେତ୍ରରେ ହେଉ ବା କୌଣସି କାର୍ଯ୍ୟର ଆରମ୍ଭ, ଏଥିପାଇଁ କୌଣସି ବୟସ ତାରତମ୍ୟ ନ ଥାଏ ବୋଲି ସୂଚାଇ ଦେଇଛନ୍ତି। ଏହି ବୟସରେ ମଧ୍ୟ ବିଗ ବି ତାମିଲ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ‘ସଇ ରା ନରସିମ୍‌ହା ରେଡ୍ଡୀ’ ଜରିଆରେ ଅମିତାଭ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ଅମିତାଭ ବଚ୍ଚନ ଓ ତାମିଲ ଷ୍ଟାର ଚିରଞ୍ଜିବ ନଜର ଆସିବେ। ଅମିତାଭ ଗୁରୁ ଓ ଚିରଞ୍ଜିବ ଶିଷ୍ୟ ଚରିତ୍ରରେ ନଜର ଆସିବେ। ପୂର୍ବରୁ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇସାରିଛି। ଯୋଦ୍ଧା ଓୟାଲାଓ୍ବାଦା ନରସିମ୍‌ହା ରେଡ୍ଡୀଙ୍କ ଜୀବନି ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମ ଅକ୍ଟୋବର ୨ରେ ପରଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦୁଇ ଲୋକପ୍ରିୟ ଅଭିନେତ୍ରୀ ‘ହମ୍‌ ସାଥ୍‌ ସାଥ୍‌ ହେଁ’ ଫିଲ୍ମକୁ କରିଥିଲେ ପ୍ରତ୍ୟାଖ୍ୟାନ: କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମ ଅଛି ଯାହାକୁ ଦର୍ଶକ ହୃଦୟରୁ ଗ୍ରହଣ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ ଫିଲ୍ମଗୁଡ଼ିକର ରିଲିଜ୍‌କୁ ବହୁ ଦଶନ୍ଧି...

ଦୁବାଇରେ ଅଛନ୍ତି ସଲମାନ ଖାନ୍‌ଙ୍କ ସ୍ତ୍ରୀ, ୧୭ ବର୍ଷର ଝିଅ!

ବଲିଉଡ ଅଭିନେତା ସଲମାନ ଖାନଙ୍କ ପ୍ରେମ ସମ୍ପର୍କକୁ ନେଇ ପ୍ରାୟତଃ ଚର୍ଚ୍ଚା ହୋଇଥାଏ। ସେ କେବେ ବିବାହ କରିବେ ତାକୁ ନେଇ ମଧ୍ୟ ଅନେକ ଆଲୋଚନା...

ବିବାଦରେ ଜାକ୍‌ଲିନଙ୍କ ‘ଗେନ୍ଦା ଫୁଲ’

ମୁମ୍ବାଇ: କିଛିଦିନ ପୂର୍ବରୁ ରିଲିଜ ହୋଇଥିବା ବାଦ୍‌ଶାହ-ଜାକ୍‌ଲିନ ଫର୍ନାଣ୍ଡିଜ୍‌ଙ୍କ ଗୀତ ‘ଗେନ୍ଦା ଫୁଲ’ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଲୋକପ୍ରିୟ ରାପର୍‌ ବାଦ୍‌ଶାହଙ୍କ ଏହି...

ବଲିଉଡ୍‌ ସୁପରହିଟ୍‌କୁ ନେଇ ନିର୍ମାଣ ହୋଇଛି ଦକ୍ଷିଣ ଭାରତୀୟ ସିନେମା: ତାଲିକାରେ ଅଛି ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’, ‘ଜବ୍‌ ଉଇ ମେଟ୍‌’…

ମୁମ୍ବାଇ: ବଲିଉଡ୍‌ରେ ଦକ୍ଷିଣ ଭାରତୀୟ ସିନେମାର ରିମେକ୍‌ ହେବା ନୂଆ କଥା ନୁହେଁ। ସୁପରଷ୍ଟାର ସଲମାନ ଖାନ୍‌ ଏବଂ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଅନେକ ଫିଲ୍ମ...

ବିବାହର ୬ ମାସ ପରେ ମା’ ହୋଇଥିଲେ ପାର୍ବତୀ

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ଶୋ’ ‘ଦେବୋ କେ ଦେବ ମହାଦେବ’ରେ ପାର୍ବତୀ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ପୂଜା ବାନାର୍ଜୀ ଏବଂ ତାଙ୍କର ଅଭିନେତା...

ହେୟାର କଟ୍‌ କଲେ ଇଲିୟାନା

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ବଲିଉଡ୍‌ର ବହୁ ଅଭିନେତା, ଅଭିନେତ୍ରୀ ନିଜ କାମ କରି ସୋସିଆଲ ମିଡିଆରେ ଫଟୋ ଶେୟାର କରୁଥିବା ନଜରକୁ ଆସିଛନ୍ତି। ଏହି ବଲିଉଡ...

ରାଖୀ କାହିଁକି ହେଲେ ଭାବପ୍ରବଣ

ବର୍ତ୍ତମାନ ବିଗ୍‌ବସ୍‌ ସିଜନ୍‌ ୧୪ ଚାଲିଥିବା ବେଳେ ଅଭିନେତ୍ରୀ ରାଖୀ ସାୱନ୍ତ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରୁଛନ୍ତି। ବିଗତ ଶୋ’ର ନାମ ଥିଲା ପରିବାର ସପ୍ତାହ।...

ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହେ’ ଛାଡ଼ିବେ ମୋହସିନ! ଏପରି ହେଉଛି ଚର୍ଚ୍ଚା…

ବମ୍ବେ: ଦୀର୍ଘ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି ଟେଲି ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହେ’। ଆଜି ବି ରେଟିଂ ଚାର୍ଟରେ ଏହା...

Advertisement
Seven Jackpot


Archives

Model This Week