Posted inଜାତୀୟ

ତାମିଲନାଡୁରେ ପ୍ରବଳ ବର୍ଷା: ୫ ମୃତ

ଚେନ୍ନାଇ,୨ା୧୨: ତାମିଲନାଡୁରେ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଦୁଇଦିନ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହିତ ୬ଟି ଜିଲା ଥିରୁଭାଲୁର, ଭେଲୋର, ଥିରୁଭନମାଲାଇ, ଥୁଥୁକ୍କୁଡି, ରାମନାଥପୁରମ୍‌ ଏବଂ ତିରୁନେଲଭେଲିରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଲାକ୍ଷାଦ୍ୱୀପ ନିକଟରେ ଲଘୁଚାପ ଯୋଗୁ ଦୁଇଦିନ ହେଲା ବର୍ଷା ଲାଗିରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଥୁଥୁକ୍କୁଡି ଜିଲାର ସଥକୁଲମ ସହରରେ ସର୍ବାଧିକ ୧୯ ସେଣ୍ଟିମିଟର ବର୍ଷା ହୋଇଛି। ସୋମବାର ସ୍କୁଲ ଛୁଟି ରଖିବାକୁ ପୁଡୁଚେରି ସରକାର ଘୋଷଣା କରିଛନ୍ତି। ପ୍ରବଳ ବର୍ଷା ଯୋଗୁ ଚେନ୍ନାଇର ସହରତଳି ଅଞ୍ଚଳଗୁଡିକ ଜଳାର୍ଣ୍ଣବ ହୋଇଯାଇଛି। ଚେନ୍ନାଇ ଉପକଣ୍ଠର ଶତାଧିକ ଘରେ ପାଣି ପଶିଛି। ଘରୁ ବର୍ଷାଜଳ ନିଷ୍କାସନ ପାଇଁ ସିଟି କର୍ପୋରେଶନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗୀଙ୍କ ଧ୍ରୁବୀକରଣ ରାଜନୀତି

ଲକ୍ଷ୍ନୌ,୨୪ା୧: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଗାଜିଆବାଦରେ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ତଥା ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ...

୨ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ୩ଘଣ୍ଟା ଧରି ଚାଲିଲା ଆଲୋଚନା

ନୂଆଦିଲ୍ଲୀ,୨୫।୩: ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍‌ ୟିଙ୍କୁ ଶୁକ୍ରବାର ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଭେଟିଛନ୍ତି। ୨ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ୩ଘଣ୍ଟା...

ଟୁଇଟରରେ ସୁଷମାଙ୍କୁ ଫଲୋ କରୁଥିଲେ କୋଟିଏ ୧୩ ଲକ୍ଷ

ନୂଆଦିଲ୍ଲୀ,୭।୮: ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ସକ୍ରିୟ ରହୁଥିଲେ। ଟୁଇଟରରେ ତାଙ୍କ ଫଲୋରର୍ସଙ୍କ ସଂଖ୍ୟା କୋଟିଏ...

ଅଦାଲତଙ୍କୁ ଜଣାଇଲେ ଆନ୍ନା ହାଜାରେ: ମୋତେ ହତ୍ୟା କରିବାକୁ ଠିକା ଦିଆଯାଇଥିଲା

ମୁମ୍ବାଇ,୧୦ା୭ (ଆଇଏଏନ୍‌ଏସ୍‌): ଦୁର୍ନୀତି ବିରୋଧରେ ମୁହଁଖୋଲୁଥିବା ସାମାଜିକ କର୍ମୀ ଆନ୍ନା ହାଜାରେଙ୍କୁ ମାରିବା ଲାଗି ଠିକା ଦିଆଯାଇଥିଲା। ଏନେଇ ସେ ମଙ୍ଗଳବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ...

କରୋନା ଟିକାକରଣରେ ହେବ ମୋବାଇଲ ଟେକ୍ନୋଲୋଜିର ବ୍ୟବହାର: ମୋଦି

ନୂଆଦିଲ୍ଲୀ,୮ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇଣ୍ଡିଆନ ମୋବାଇଲ କଂଗ୍ରେସ(ଆଇଏମ୍‌ସି)୨୦୨୦କୁ ସମ୍ବୋଧନ କରିବା ଅବସରରେ ଦେଶରେ ୫ଜି ଟେକ୍‌ନିକ୍‌କୁ ଠିକ୍ ସମୟରେ ଲଞ୍ଚ କରିବା...

ବାଜପେୟୀଙ୍କ କବିତା ମାଧ୍ୟମରେ ଦୀପ ଜଳାଇବାକୁ ଆହ୍ୱାନ ଦେଲେ ମୋଦି

ନୂଆଦିଲ୍ଲୀ,୪।୪: କରୋନା ଭାଇରସ ସହ ଲଢ଼ିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି।ରବିବାର ରାତି ୯ଟା ୯ ମିନିଟରେ ସମସ୍ତେ ବିଜୁଳି ବତୀ ଲିଭାଇ ଦୀପ...

ମଦୁରାଇଠାରେ ଥିବା ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୫ ମୃତ

ମଦୁରାଇ,୨୩।୧୦-ତାମିଲନାଡୁ ମଦୁରାଇଠାରେ ଥିବା ଗୋଟିଏ ବାଣ କାରଖାନାରେ ଶୁକ୍ରବାର ଘଟିଛି ଭୟଙ୍କର ବିସ୍ଫୋରଣ। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ...

୭ ବର୍ଷରେ ଭାଜପା ସରକାର: ୭୩ ବର୍ଷ ମଧ୍ୟରେ କେନ୍ଦ୍ରରେ ରହିଛି ଦୁର୍ବଳ ସରକାରଙ୍କ ଶାସନ, କହିଲା କଂଗ୍ରେସ …

ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ମଧ୍ୟରେ ଭାଜପା ସରକାର କେନ୍ଦ୍ରରେ ୭ ବର୍ଷ ପୂରଣ କରିଛନ୍ତି। କଂଗ୍ରେସ ପକ୍ଷରୁ ଭାଜପା ସରକାରଙ୍କୁ ଟାର୍ଗେଟ୍‌...

Advertisement
Archives

Model This Week