ତାଜାରୁ ପଡ଼ି ଗୁରୁତର ଛାତ୍ରଙ୍କ ମୃତ୍ୟୁ

ଫୁଲବାଣୀ ଅଫିସ, ୨୫ା୯-ଟିକାବାଲି ଥାନା କୋଚିଲାଗଡ଼ସ୍ଥିତ ଅନ୍ବେଶା ହଷ୍ଟେଲରେ ଗତ ୨୧ ତାରିଖରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ର ତାଜାରୁ ପଡ଼ି ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବାବୁଲା ପ୍ରଧାନ। ୨୧ତାରିଖରେ ପିଲାମାନେ ସେବା ଇଂଲିସ ମିଡିୟମ ସ୍କୁଲରୁ ଆସି ହଷ୍ଟେଲରେ ଥିଲେ। ବାବୁଲା ତାଜାରେ ଚଢ଼ିଥିବା ବେଳେ ଖସି ପଡିବାରୁ ପିଚାରେ ଲୁହା ରଡ ପଶି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଫୁଲବାଣୀ ଓ ପରେ ବ୍ରହ୍ମପୁର ମେଡ଼ିକାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବାବୁଲାଙ୍କ ମୃତ୍ୟୁ ହୋଇଥିବା ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ସୂଚନା ଦେଇଛନ୍ତି। ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ଗୁରୁ ପ୍ରସାଦ କହିଛନ୍ତି, ପିଲା ଖେଳୁଥିବା ବେଳେ ବାବୁଲା ତାଜାରେ ଚଢ଼ିଥିଲେ। ଅସାବଧାନତାରୁ ତଳେ ପଡ଼ିଯିବାରୁ ମଶାରୀ ପାଇଁ ଖଟରେ ଲାଗିଥିବା ଲୁହା ରଡ ତାଙ୍କ ପିଚାରେ ପଶି ଯାଇଥିଲା। ଘଟଣାର ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ମଙ୍ଗଳ ଅଧିକାରୀ ଶେଷଦେବ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବନ୍ଦ, ବାଲେଶ୍ୱରରେ ପ୍ରଭାବ

ବାଲେଶ୍ୱର ଅଫିସ, ୮।୧୨: କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତି ଆଇନକୁ ବିରୋଧିକରି ମଙ୍ଗଳବାର ପୂର୍ବାହ୍ନ ୬ ଟାରୁ ବନ୍ଦରେ ବାଲେଶ୍ୱର ଜିଲା ସାମିଲ ହୋଇଛି ।...

ବିଶ୍ୱ ହୃତପିଣ୍ଡ ଦିବସ ଉପଲକ୍ଷେ ଗଡିଲା ସଚେତନତା ରଥ

ବାଲେଶ୍ୱର ଅଫିସ,୨୦।୯-‘ବିଶ୍ୱ ହୃତପିଣ୍ଡ ଦିବସ’ ପାଳନ ଅବ୍ୟବହିତ ପୂର୍ବର ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍‌ପିଟାଲ ପକ୍ଷରୁ ଆରମ୍ଭ ହୋଇଥିବା ହୃଦ୍‌ରୋଗ ସଚେତନତା ରଥ ସମଗ୍ର ଓଡିଶା ପରିକ୍ରମା...

ଝାରସୁଗୁଡାରେ ୨ ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଝାରସୁଗୁଡା ଅଫିସ,୧୮।୭: ଝାରସୁଗୁଡା ଜିଲାରେ କରୋନା ଦିନକୁ ଦିନ କାୟା ବିସ୍ତାର କରିଚାଲିଛି। ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ସହ ଟପିଲାଣି। ଶନିବାର ପୁଣି ୫...

କାଜୁ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ସନ୍ଦେହ

ମହାକାଳପଡ଼ା, ୨୫।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ଥାନା ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ବି.ବି. କଲୋନୀ କାଜୁ ଜଙ୍ଗଲରେ ବୁଧବାର ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ...

ପୁରୀ ପଠାଗଲା ୭ ବେତା ତୁଳସୀପତ୍ର

ଧର୍ମଶାଳା,୧୮।୫(ଡି.ଏନ.ଏ.)- ସାମୁଦ୍ରିକ ବାତ୍ୟା ‘ଫନୀ’ ପରେ ସମଗ୍ର ପୁରୀ ସହରରେ ତୁଳସୀପତ୍ରର ଅଭାବ ସୃଷ୍ଟି ହୋଇଥିବା ଜଣାପଡିଛି। ଏହା ଜଣାପଡ଼ିବା ପରେ ଧର୍ମଶାଳା ଥାନା ଜାରକା...

ଝିଅମାନେ କୌଣସି ଗୁଣରେ ପୁଅଙ୍କଠାରୁ କମ୍‌ ନୁହନ୍ତି

ଦିଗପହଣ୍ଡି,୨୦ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର କନ୍ୟାରତ୍ନ ସୁରକ୍ଷା ଉଦ୍ଦେଶ୍ୟରେ ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ଗ୍ରାମରେ ଜିଲାସ୍ତରୀୟ ମୋ ଗେହ୍ଲା ଝିଅ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ...

ଗୋକର୍ଣ୍ଣପୁର ପଞ୍ଚାୟତ ଓ୍ବାର୍ଡ ନଂ.୧୩ ସିଲ୍‌

ଦିଗପହଣ୍ଡି,୨ା୭(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ପରେ ବୁଧବାର ସ୍ଥାନୀୟ ସରପଞ୍ଚ ମିନତୀ କୁମାରୀ ଦେବୀ ଓ୍ବାର୍ଡ ନଂ.୧୩କୁ ୭...

ଖୁଣ୍ଟସମଲାଇ ସଙ୍ଗରୋଧ କେନ୍ଦ୍ରରେ ବୃଦ୍ଧଙ୍କ ମୃତ୍ୟୁ: ପ୍ରଶାସନ ପକ୍ଷରୁ ପରିବାରକୁ ସୂଚନା ଦିଆଯାଇ ନ ଥିବାରୁ ଗ୍ରାମରେ ଉତ୍ତେଜନା

ପାଟଣାଗଡ଼,୨୩।୫ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ସଂଗୋରଧ କେନ୍ଦ୍ରରେ ଶନିବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖୁଣ୍ଟସମଲାଇ ଗ୍ରାମର ଟିକେମଣି...

Play 250+ Trending Games
Archives

Model This Week

Why Dharitri