ତାଉଁତରା ଗ୍ରାମରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ବିଞ୍ଝାରପୁର,୨୨ା୮(ଡି.ଏନ୍‌.ଏ.)- ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଞ୍ଝାରପୁର ତହସିଲ ପ୍ରଶାସନ ପକ୍ଷରୁ ଶାସନ୍ଦା ପଞ୍ଚାୟତ ତାଉଁତରା ଗ୍ରାମରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଗ୍ରାମର କେତେଜଣ ବ୍ୟକ୍ତିବିଶେଷ ହାଇକୋର୍ଟରେ ସରକାରୀ ଜମି ଜବର ଦଖଲ କରିଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଜବର ଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟ ତହସିଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ପୂର୍ବାହ୍ନରେ ତହସିଲଦାର ମିନତୀ ଜଗଦେବ, ବିଞ୍ଝାରପୁର ଥାନାଧିକାରୀ ଶିବ ଚରଣ ବେହେରା ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ଉପର ଢିଅ ସାହିଠାରେ ପହଞ୍ଚତ୍ଥିଲେ। ହେଲେ ଉଚ୍ଛେଦସ୍ଥଳରେ ବିଦ୍ୟୁତ୍‌ ତାରଗୁଡିକ ଝୁଲି ରହିଥିବାରୁ ଉଚ୍ଛେଦ ପ୍ରକ୍ରିୟା ହୋଇ ପାରି ନାହଁି। ଆସନ୍ତା ୩ ଦିନ ମଧ୍ୟରେ ବିଧିବଦ୍ଧ ଭାବେ ଜବରଦଖଲ ହଟାଇବାକୁ ପ୍ରଶାସନ ସ୍ଥିର କରିଛି। ଏଥିପୂର୍ବରୁ ଜବରଦଖଲକାରୀମାନେ ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବିଦ୍ୟୁତ୍‌ ବିଭାଗକୁ ଖୁଣ୍ଟରୁ ତାର ଖୋଲିବା ପାଇଁ କୁହାଯାଇଥିବା ତହସିଲଦାର କହିଛନ୍ତି। ତେବେ ଗ୍ରାମର ରମେଶ ଦାସଙ୍କ ଏକ ଘର ସରକାରୀ ରାସ୍ତା ଉପରେ ରହିଥିବା ବେଳେ ତହସିଲଦାରଙ୍କ ଉପସ୍ଥିତିରେ ପୁନଃର୍ବାର ରାସ୍ତା ମାପ କରାଯାଇଥିଲା। ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ସଜାଗ ରହିଥିବା ଥାନାଧିକାରୀ ଶିବ ଚରଣ ବେହେରା ପ୍ରକାଶ କରିଛନ୍ତି। ଏହି ଗ୍ରାମରେ ହୋଇଥିବା ସବୁ ଜବର ଦଖଲକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିଦ୍ୟାଳୟରେ ଭୂତଭୟ

ବୁଗୁଡା,୨୨ା୧୦(ଡି.ଏନ୍‌.ଏ.)-ବୁଗୁଡା ବ୍ଲକ ବାଲିପଦର ଶ୍ରୀରଘୁନାଥ ସ୍ବାମୀ ବାଳିକା ବିଦ୍ୟାଳୟରେ ସୋମବାର ପୁଣି ଛାତ୍ରୀମାନଙ୍କ ଠାରେ ଅସ୍ବାଭାବିକ ଆଚରଣ ଦେଖା ଦେଇଛି। ସକାଳେ ପ୍ରାର୍ଥନା ସଭା ଚାଲିଥିବାବେଳେ...

ମନ୍ଥର ଗତିରେ ମେଡ଼ିକାଲ ଗୃହ ନିର୍ମାଣ

ସଜନାଗଡ଼, ୧୭।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଏକ ଆଦିବାସୀ ବହୁଳ ଅଞ୍ଚଳ। ଉକ୍ତ ଅଞ୍ଚଳର ସମସ୍ତ ଲୋକ ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି। ଉପଖଣ୍ଡ...

କନ୍ଧମାଳ ଜିଲା: ପ୍ରଥମ ପର୍ଯ୍ୟାୟରେ ୬୦୦ ଆଦର୍ଶ ଅଙ୍ଗନୱାଡ଼ି ଲକ୍ଷ୍ୟ

ଫୁଲବାଣୀ ଅଫିସ, ୨୨ା୧-ଆଜିକାଲିର ପ୍ରତିଯୋଗୀଭାବ ସମ୍ପନ୍ନ ସମାଜରେ ପିଲାକୁ ପଢ଼ାଇବା ପାଇଁ ଅଭିଭାବକମାନେ ପ୍ରଥମେ ପ୍ଲେ ସ୍କୁଲ ପରଖୁଛନ୍ତି। ଯେଉଁଠି ପିଲା ପ୍ରିନର୍ସରୀ ସାରି ନର୍ସରୀ...

ବିଜେପୁର ଉପନିର୍ବାଚନ: ୫ଜଣ ନେଲେ ନାମାଙ୍କନ ପତ୍ର

ପଦ୍ମପୁର,୨୭।୯(ଡି.ଏନ.ଏ): ବରଗଡ଼ ଜିଲା ବିଜେପୁରରେ ଆସନ୍ତା ଅକ୍ଟୋବର ୨୧ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆଉ ୩ଦିନ ପରେ ଅର୍ଥାତ୍‌ ଚଳିତ ମାସ ସେପ୍ଟେମ୍ବର ୩୦ରେ...

ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗ: ଆଙ୍କରୋଡ଼ା ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଦିଗପହଣ୍ଡି,୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କରୋଡ଼ା ସରପଞ୍ଚ ତଥା ବିଜେଡି ନେତା ଉଷାନ୍ତ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ...

ଯୋଡ଼ା ସହରରେ ପଶିଲେ ହାତୀ

ଯୋଡ଼ା,୮ା୫(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଯୋଡ଼ା ସହରରେ ଗୁରୁବାର ୧୮ଟି ହାତୀ ପଶି ଆତଙ୍କ ଖେଳାଇଥିଲେ। ହାତୀପଲ ନିକଟସ୍ଥ ଜଙ୍ଗଲରୁ ଆସି ସହରର ଗୋପମହାନ୍ତି ହାଟିଂସ୍ଥିତ ସରକାରୀ...

ବିବାହ ପୂର୍ବରୁ ଆଧାର କାର୍ଡ ଯାଞ୍ଚ ବାଧ୍ୟତାମୂଳକ

ଛତ୍ରପୁର,୨୬ା୬(ଡି.ଏନ.ଏ)-ଗଞ୍ଜାମ ଜିଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଛି। ବିବାହ ପୂର୍ବରୁ ପୁଅଝିଅଙ୍କ ଆଧାର କାର୍ଡ ଯାଞ୍ଚ ବାଧ୍ୟତାମୂଳକ...

ମଦ କାରବାର: ଢାବା ମାଲିକଙ୍କ ସମେତ ୨ ଗିରଫ

ନୂଆଗାଁ,୨୩।୮(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ଥାନା ଅଞ୍ଚଳରେ ଅବାଧରେ ନିଶା କାରବାର ବଢିଚାଲିଥିବା ବେଳେ ତାହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ତରଫରୁ ବୁଧବାର ରାତି ଅଧିଆ...


Coronavirus Update

Archives

Model This Week

Why Dharitri