ଅନୁଗୋଳ ଅଫିସ, ୧।୯ – ଅନୁଗୋଳ ତହସିଲ କାର୍ଯ୍ୟାଳୟରେ ଶନିବାର ରାତିରେ ଜିଲାପାଳ ମନୋଜ କୁମାର ମହାନ୍ତି ଅଚାନକ ଚଢ଼ାଉ କରିଛନ୍ତି। ତାଙ୍କ ସହ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ମଧ୍ୟ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ରାତିରେ କାର୍ଯ୍ୟାଳୟ ଖୋଲାଥିବା ସୂଚନା ପାଇ ଜିଲା ପ୍ରଶାସନ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ତେବେ ଏ ସଂକ୍ରାନ୍ତରେ ପ୍ରଶାସନିକ ଅଧିକାରୀମାନେ କୌଣସି ମତାମତ ଦେଇନାହାନ୍ତି।
ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଜିଲାପାଳ ପାଲଲହଡ଼ାରେ ଏକ ବୈଠକରେ ଯୋଗଦେଇ ଫେରିବା ପରେ ହଠାତ୍ ତହସିଲ କାର୍ଯ୍ୟାଳୟକୁ ଉପଜିଲାପାଳଙ୍କୁ ଧରି ଯାଇଥିଲେ। ଏତେ ରାତିରେ କାହିଁକି କାର୍ଯ୍ୟାଳୟ ଖୋଲା ରହିଛି ବୋଲି ପ୍ରଶ୍ନ କରିଥିଲେ। ଏଥିସହ କାର୍ଯ୍ୟାଳୟକୁ କେଉଁ ବ୍ୟକ୍ତିଙ୍କ ଯିବାଆସିବା ରହୁଛି ସେ ନେଇ ପ୍ରଶ୍ନ ପଚାରିଥିଲେ। ପରେ ଜିଲାପାଳ ଓ ଉପଜିଲାପାଳ ରେକର୍ଡ ରୁମ୍ରେ ଥିବା ବିଭିନ୍ନ ଫାଇଲର ତଲାସି କରିଥିଲେ। ଏକ ଫାଇଲ ଧରି ଜିଲାପାଳ ତାଙ୍କ ସହ ଆଲୋଚନା କରିଥିଲେ। ଏଥିସହ ରବିବାର ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଜିଲାପାଳ ଏକ ରିଭ୍ୟୁ ମିଟିଂ କରିବାକୁ ଡାକିଥିବା ସୂଚନା ମଧ୍ୟ ମିଳିଛି। କେଉଁ କାରଣରୁ ତହସିଲ କାର୍ଯ୍ୟାଳୟରେ କାମ ଆଗେଇ ପାରୁନି ସେ ନେଇ ଜିଲାପାଳ ପଚାରି ବୁଝିଥିଲେ। ଏ ସମ୍ପର୍କରେ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ପଚାରିବାରେ କହିଛନ୍ତି, ଉପରିସ୍ଥ ଅଧିକାରୀ ଯେଉଁ ସମୟରେ ଯେକୌଣସି କାର୍ଯ୍ୟାଳୟକୁ ଯାଇପାରିବେ। ରାତିରେ କାର୍ଯ୍ୟାଳୟ କାହିଁକି ଖୋଲା ରହିଛି ବୋଲି ଜିଲାପାଳ ପଚାରିଥିଲେ। ସରକାରୀ କାର୍ଯ୍ୟ ଥିବାରୁ କାମ କରୁଥିବା ତହସିଲଦାର କହିଥିଲେ। ଦୁଇ ଦିନ ହେବ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଛେଦ କାର୍ଯ୍ୟରେ ସକାଳ ସମୟରେ ଯାଉଥିବାରୁ କାମ ହୋଇପାରୁ ନାହିଁ। ଗତ ୬ ମାସ ମଧ୍ୟରେ ଫନି ଠାରୁ ଆରମ୍ଭ କରି ନିର୍ବାଚନ, ରଥଯାତ୍ରା, ଜାତୀୟ ରାଜପଥ ଉଚ୍ଛେଦ, ଗ୍ରାମ ସମସ୍ୟା ଭଳି ବିଭିନ୍ନ କାର୍ଯ୍ୟରେ ଦିନବେଳା ସମୟ ଯାଉଥିବାରୁ ସନ୍ଧ୍ୟାରେ କାର୍ଯ୍ୟାଳୟକୁ ଆସି କାମ କରିବାକୁ ପଡିଥାଏ ବୋଲି ତହସିଲଦାର ନାୟକ କହିଛନ୍ତି। ତେବେ ଜିଲାପାଳ ସେପରି କୌଣସି ଚଢ଼ାଉ କରି ନ ଥିବା ତହସିଲଦାର ପ୍ରକାଶ କରିଛନ୍ତି।
ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….
ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…
ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ
ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…
ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା
ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…
ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ
ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…
ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ
ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…
କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା
ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…
ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା
ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…
ମୋ ପ୍ରେମିକାଙ୍କୁ ଡାକ, ନଚେତ୍ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ
ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍ ଉପରୁ ଜଣେ ନାବାଳକ…
Archives

