ତହସିଲ କାର୍ଯ୍ୟାଳୟରେ ଜିଲାପାଳଙ୍କ ଚଢ଼ାଉ

ଅନୁଗୋଳ ଅଫିସ, ୧।୯ – ଅନୁଗୋଳ ତହସିଲ କାର୍ଯ୍ୟାଳୟରେ ଶନିବାର ରାତିରେ ଜିଲାପାଳ ମନୋଜ କୁମାର ମହାନ୍ତି ଅଚାନକ ଚଢ଼ାଉ କରିଛନ୍ତି। ତାଙ୍କ ସହ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ମଧ୍ୟ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ରାତିରେ କାର୍ଯ୍ୟାଳୟ ଖୋଲାଥିବା ସୂଚନା ପାଇ ଜିଲା ପ୍ରଶାସନ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ତେବେ ଏ ସଂକ୍ରାନ୍ତରେ ପ୍ରଶାସନିକ ଅଧିକାରୀମାନେ କୌଣସି ମତାମତ ଦେଇନାହାନ୍ତି।
ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଜିଲାପାଳ ପାଲଲହଡ଼ାରେ ଏକ ବୈଠକରେ ଯୋଗଦେଇ ଫେରିବା ପରେ ହଠାତ୍‌ ତହସିଲ କାର୍ଯ୍ୟାଳୟକୁ ଉପଜିଲାପାଳଙ୍କୁ ଧରି ଯାଇଥିଲେ। ଏତେ ରାତିରେ କାହିଁକି କାର୍ଯ୍ୟାଳୟ ଖୋଲା ରହିଛି ବୋଲି ପ୍ରଶ୍ନ କରିଥିଲେ। ଏଥିସହ କାର୍ଯ୍ୟାଳୟକୁ କେଉଁ ବ୍ୟକ୍ତିଙ୍କ ଯିବାଆସିବା ରହୁଛି ସେ ନେଇ ପ୍ରଶ୍ନ ପଚାରିଥିଲେ। ପରେ ଜିଲାପାଳ ଓ ଉପଜିଲାପାଳ ରେକର୍ଡ ରୁମ୍‌ରେ ଥିବା ବିଭିନ୍ନ ଫାଇଲର ତଲାସି କରିଥିଲେ। ଏକ ଫାଇଲ ଧରି ଜିଲାପାଳ ତାଙ୍କ ସହ ଆଲୋଚନା କରିଥିଲେ। ଏଥିସହ ରବିବାର ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଜିଲାପାଳ ଏକ ରିଭ୍ୟୁ ମିଟିଂ କରିବାକୁ ଡାକିଥିବା ସୂଚନା ମଧ୍ୟ ମିଳିଛି। କେଉଁ କାରଣରୁ ତହସିଲ କାର୍ଯ୍ୟାଳୟରେ କାମ ଆଗେଇ ପାରୁନି ସେ ନେଇ ଜିଲାପାଳ ପଚାରି ବୁଝିଥିଲେ। ଏ ସମ୍ପର୍କରେ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ପଚାରିବାରେ କହିଛନ୍ତି, ଉପରିସ୍ଥ ଅଧିକାରୀ ଯେଉଁ ସମୟରେ ଯେକୌଣସି କାର୍ଯ୍ୟାଳୟକୁ ଯାଇପାରିବେ। ରାତିରେ କାର୍ଯ୍ୟାଳୟ କାହିଁକି ଖୋଲା ରହିଛି ବୋଲି ଜିଲାପାଳ ପଚାରିଥିଲେ। ସରକାରୀ କାର୍ଯ୍ୟ ଥିବାରୁ କାମ କରୁଥିବା ତହସିଲଦାର କହିଥିଲେ। ଦୁଇ ଦିନ ହେବ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଛେଦ କାର୍ଯ୍ୟରେ ସକାଳ ସମୟରେ ଯାଉଥିବାରୁ କାମ ହୋଇପାରୁ ନାହିଁ। ଗତ ୬ ମାସ ମଧ୍ୟରେ ଫନି ଠାରୁ ଆରମ୍ଭ କରି ନିର୍ବାଚନ, ରଥଯାତ୍ରା, ଜାତୀୟ ରାଜପଥ ଉଚ୍ଛେଦ, ଗ୍ରାମ ସମସ୍ୟା ଭଳି ବିଭିନ୍ନ କାର୍ଯ୍ୟରେ ଦିନବେଳା ସମୟ ଯାଉଥିବାରୁ ସନ୍ଧ୍ୟାରେ କାର୍ଯ୍ୟାଳୟକୁ ଆସି କାମ କରିବାକୁ ପଡିଥାଏ ବୋଲି ତହସିଲଦାର ନାୟକ କହିଛନ୍ତି। ତେବେ ଜିଲାପାଳ ସେପରି କୌଣସି ଚଢ଼ାଉ କରି ନ ଥିବା ତହସିଲଦାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ ଦୂରତାକୁ ବେଖାତିର: ୪ ଦୋକାନ ବନ୍ଦ କଲା ପୋଲିସ

ବଇଣ୍ଡା, ୨୧ା୫(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ସାମାଜିକ ଦୂରତା ରକ୍ଷା ନ କରି ଜିନିଷ ବିକୁଥିବା ବେଳେ କିଶୋରନଗର ତହସିଲ କାର୍ଯ୍ୟାଳୟ ପକ୍ଷରୁ ୪ଟି...

ଜମିକୁ ନିଅଣ୍ଟ ଜଳ

ବଇଣ୍ଡା, ୧୪।୭(ପରିକ୍ଷିତ ସାହୁ) – ଜ୍ୟେଷ୍ଠ ସରିଲା। ଆରମ୍ଭ ହେଲାଣି ଆଷାଢ଼। ବିହନ ବୁଣି ଆକାଶକୁ ଅନାଇଛି ଚାଷୀ। ହେଲେ ନା ହେଉଛି ବର୍ଷା, ନା...

ବଢୁଛି ଚୋରା ମଦ କାରବାର

କାମାକ୍ଷାନଗର, ୩୦।୯(ଡି.ଏନ୍‌.ଏ.) ପୋଲିସ ଏବଂ ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁ କାମାକ୍ଷାନଗର ଉପଖଣ୍ଡରେ ଅବାଧ ଚୋରା ମଦ କାରବାର ବଢ଼ିବାରେ ଲାଗିଛି। ମଦ ଯୋଗୁ ଗଣ୍ଡଗୋଳ, ଅସାମାଜିକ...

ଏଟିଏମ୍‌ ତାଡ଼ି ଟଙ୍କା ଲୁଟ୍‌

ଛେଣ୍ଡିପଦା,୧ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଲକ୍ଷ୍ମୀ ବଜାରଠାରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ ତାଡ଼ି ଶନିବାର ରାତିରେ ଦୁର୍ବୃତ୍ତମାନେ ଟଙ୍କା ଲୁଟ୍‌...

ଅନୁଗୋଳରେ ନୀତି ଆୟୋଗ କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ ଟିମ୍‌: କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରିତା ଉପରେ ଆଲୋଚନା

ଅନୁଗୋଳ ଅଫିସ, ୨୯।୮:  ନୀତି ଆୟୋଗ କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ ଟିମ୍‌ର ଦୁଇ ଜଣିଆ ସଦସ୍ୟ ବୁଧବାର ଅପରାହ୍ନରେ ଅନୁଗୋଳ ଜିଲା ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ...

ଉଚ୍ଛେଦ ହେଲା, ଥଇଥାନ ହେଉନି: ଦୁର୍ଦ୍ଦଶାରେ ଉଠା ଦୋକାନୀ

ବଇଣ୍ଡା,୧୫ା୯(ଡି.ଏନ.ଏ) – କିଶୋରନଗର ବ୍ଲକର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଛକ ଏବେ ଛାରଖାର ହୋଇଯାଇଛି। ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଉଭୟପାର୍ଶ୍ୱରେ...

ବସ୍ ଯାତ୍ରୀଙ୍କୁ ବିମାନବନ୍ଦର ଭଳି ସୁବିଧା

ଅନୁଗୋଳ ଅଫିସ, ୮।୬ – ବସ୍‌ରେ ଯିବାକୁ ଥିବା ଯାତ୍ରୀ ପାଇବେ ବିମାନବନ୍ଦର ଭଳି ସୁବିଧା। ପାର୍କିଂ, ଶପିଂ, ମେଡିସିନ, ଯାହା ଚାହିଁବେ ତାହା ହାତପାହାନ୍ତାରେ...

ଆଦର୍ଶ ସ୍କୁଲ କ୍ୟାମ୍ପସ ନିର୍ମାଣ ସରିଲାନି; ଛେଣ୍ଡିପଦା ହାଇସ୍କୁଲରେ ଶିକ୍ଷାଦାନ

ଛେଣ୍ଡିପଦା,୧।୭(ଡି.ଏନ.ଏ.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଟେଣ୍ଟୁଲୋଇ ପଞ୍ଚାୟତ ଗୋପୀନାଥପୁର ଗ୍ରାମଠାରେ ଚଳିତ ବର୍ଷ ନୂତନ କରି ଆଦର୍ଶ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ପ୍ରବେଶିକା ପରୀକ୍ଷା ହୋଇଥିଲା।...

Advertisement
Archives

Model This Week