ତହସିଲ, ଆରଆଇ ଅଫିସରେ କର୍ମଚାରୀ ଅଭାବ: ୬୧ରୁ ୩୦ ପଦବୀ ଖାଲି

ରାଜନଗର, ୧୮।୯ (ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ରାଜନଗର ତହସିଲ ଓ ଆର୍‌ଆଇ ଅଫିସ୍‌ରେ କର୍ମଚାରୀ ଅଭାବ ଯୋଗୁ ସରକାରୀ କାର୍ଯ୍ୟରେ ବିଳମ୍ବ ହେଉଛି। ସାଧାରଣ ଲୋକଙ୍କ କାମ ଠିକ୍‌ ସମୟରେ ହୋଇପାରୁ ନ ଥିବା ବେଳେ ଦିନ ଦିନ ଧରି ଦୌଡ଼ିବାକୁ ପଡ଼ୁଛି। ରାଜନଗର ତହସିଲ ଅଫିସରେ ଜଣେ ସିନିୟର କ୍ଲର୍କ, ୬ ଜୁନିୟର କ୍ଲର୍କ, ୬ ଆରଆଇ, ୩ ଏଆର୍‌ଆଇ, ଜଣେ ଅମିନ, ୭ ପିଅନ, ଜଣେ କଲେକ୍ସନ ପିଅନ, ୨ ୱାଚମ୍ୟାନ, ୨ ସୁଇପର ଓ ଜଣେ ବୋଟମ୍ୟାନ ପଦବୀ ଖାଲିପଡିଛି। ତହସିଲଦାରଙ୍କ ସମେତ ୬୧ ପଦବୀ ମଧ୍ୟରୁ ୩୦ ପଦବୀ ଖାଲିରହିଛି। ରାଜନଗର ତହସିଲ ୩୦୬ ରାଜସ୍ବ ଗ୍ରାମକୁ ନେଇ ଗଠିତ। ଏହି ତହସିଲ ଅଧୀନରେ ୭ଟି ଆରଆଇ ସର୍କଲ ରହିଛି। ରଙ୍ଗଣୀ, କେରଡ଼ାଗଡ଼, ଭିତରଗଡ଼ରେ ରାଜସ୍ବ ନିରୀକ୍ଷକ ଥିବାବେଳେ ଗୁପ୍ତି, ରାଜନଗର, ରିଘାଗଡ, ତାଳଚୁଆ ସର୍କଲକୁ ଏଆର୍‌ଆଇ ଚଳାଉଛନ୍ତି। କେରଡ଼ାଗଡ ଓ ରାଜନଗରରେ ଜଣେ ଜଣେ ପିଅନ ଥିବାବେଳେ ଅନ୍ୟ କୌଣସି ରାଜସ୍ବ ସର୍କଲରେ ପିଅନ ନାହାନ୍ତି। ଜଣେ ଆରଆଇ କିମ୍ବା ଏଆର୍‌ଆଇ ତଦନ୍ତ ପାଇଁ କାର୍ଯ୍ୟାଳୟ ବାହାରକୁ ଗଲେ, କାର୍ଯ୍ୟାଳୟରେ ତାଲା ପଡୁଛି। ଫଳରେ ଅନେକ ଲୋକ ବିଭିନ୍ନ କାର୍ଯ୍ୟରେ ଦୂରଦୂରାନ୍ତରୁ ଆସି ଫେରିବାକୁ ବାଧ୍ୟ ହେଉଛନ୍ତି। ଏହାବାଦ ଭିତରଗଡ ଆର୍‌ଆଇ ସର୍କଲ ୯୨ଟି ଗାଁକୁ ନେଇ ଗଠିତ। ଏଠାରେ ଜଣେ ଆର୍‌ଆଇ ଓ ଜଣେ ପିଅନ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହେଉଛନ୍ତି। ତୁରନ୍ତ ଖାଲି ପଦବୀ ପୂରଣ ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଷ୍ଟେସନରେ ଚାଞ୍ଚଲ୍ୟ! ମା’ କୋଳରେ ଶୋଇଥିବା ପୁଅକୁ ଅପହରଣ, ସିସିଟିଭିରେ…

ହାଇଦ୍ରାବାଦ,୨।୭: ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ମଧ୍ୟରୁ ହାଇଦ୍ରାବାଦର ସିକନ୍ଦରାବାଦ ରେଳ ଷ୍ଟେସନ ଅନ୍ୟତମ । ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଅପହରଣ ଘଟଣା ସାମ୍ନାକୁ ଆସିଛି…

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): ସାରା ରାଜ୍ୟରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲାରେ ୨ ଦିନ…

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri