ତହସିଲ, ଆରଆଇ ଅଫିସରେ କର୍ମଚାରୀ ଅଭାବ: ୬୧ରୁ ୩୦ ପଦବୀ ଖାଲି

ରାଜନଗର, ୧୮।୯ (ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ରାଜନଗର ତହସିଲ ଓ ଆର୍‌ଆଇ ଅଫିସ୍‌ରେ କର୍ମଚାରୀ ଅଭାବ ଯୋଗୁ ସରକାରୀ କାର୍ଯ୍ୟରେ ବିଳମ୍ବ ହେଉଛି। ସାଧାରଣ ଲୋକଙ୍କ କାମ ଠିକ୍‌ ସମୟରେ ହୋଇପାରୁ ନ ଥିବା ବେଳେ ଦିନ ଦିନ ଧରି ଦୌଡ଼ିବାକୁ ପଡ଼ୁଛି। ରାଜନଗର ତହସିଲ ଅଫିସରେ ଜଣେ ସିନିୟର କ୍ଲର୍କ, ୬ ଜୁନିୟର କ୍ଲର୍କ, ୬ ଆରଆଇ, ୩ ଏଆର୍‌ଆଇ, ଜଣେ ଅମିନ, ୭ ପିଅନ, ଜଣେ କଲେକ୍ସନ ପିଅନ, ୨ ୱାଚମ୍ୟାନ, ୨ ସୁଇପର ଓ ଜଣେ ବୋଟମ୍ୟାନ ପଦବୀ ଖାଲିପଡିଛି। ତହସିଲଦାରଙ୍କ ସମେତ ୬୧ ପଦବୀ ମଧ୍ୟରୁ ୩୦ ପଦବୀ ଖାଲିରହିଛି। ରାଜନଗର ତହସିଲ ୩୦୬ ରାଜସ୍ବ ଗ୍ରାମକୁ ନେଇ ଗଠିତ। ଏହି ତହସିଲ ଅଧୀନରେ ୭ଟି ଆରଆଇ ସର୍କଲ ରହିଛି। ରଙ୍ଗଣୀ, କେରଡ଼ାଗଡ଼, ଭିତରଗଡ଼ରେ ରାଜସ୍ବ ନିରୀକ୍ଷକ ଥିବାବେଳେ ଗୁପ୍ତି, ରାଜନଗର, ରିଘାଗଡ, ତାଳଚୁଆ ସର୍କଲକୁ ଏଆର୍‌ଆଇ ଚଳାଉଛନ୍ତି। କେରଡ଼ାଗଡ ଓ ରାଜନଗରରେ ଜଣେ ଜଣେ ପିଅନ ଥିବାବେଳେ ଅନ୍ୟ କୌଣସି ରାଜସ୍ବ ସର୍କଲରେ ପିଅନ ନାହାନ୍ତି। ଜଣେ ଆରଆଇ କିମ୍ବା ଏଆର୍‌ଆଇ ତଦନ୍ତ ପାଇଁ କାର୍ଯ୍ୟାଳୟ ବାହାରକୁ ଗଲେ, କାର୍ଯ୍ୟାଳୟରେ ତାଲା ପଡୁଛି। ଫଳରେ ଅନେକ ଲୋକ ବିଭିନ୍ନ କାର୍ଯ୍ୟରେ ଦୂରଦୂରାନ୍ତରୁ ଆସି ଫେରିବାକୁ ବାଧ୍ୟ ହେଉଛନ୍ତି। ଏହାବାଦ ଭିତରଗଡ ଆର୍‌ଆଇ ସର୍କଲ ୯୨ଟି ଗାଁକୁ ନେଇ ଗଠିତ। ଏଠାରେ ଜଣେ ଆର୍‌ଆଇ ଓ ଜଣେ ପିଅନ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହେଉଛନ୍ତି। ତୁରନ୍ତ ଖାଲି ପଦବୀ ପୂରଣ ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୯ ନଂ. ଜୋନ୍‌ ପାଇଁ ତୀବ୍ର ଲଢ଼େଇ

ନିମାପଡ଼ା,୪।୨(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକରେ ୪ଟି ଜିଲା ପରିଷଦ ଜୋନ ରହିଥିବା ବେଳେ ୧୯ନଂ. ଜୋନଟି ସମ୍ମାନଜନକ ଅଟେ। ବାମନାଳ, ସଲଙ୍ଗ, ଅରିଷଣ୍ଢ, ଅନ୍ତୁଆର, ଧଳେଶ୍ୱର, ବଡ଼ଶିରୁଳା,...

ପୁରୁଣା ବ୍ରହ୍ମପୁରରେ ମାଙ୍କଡ଼ ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଆହତ, ମାରିଦେବାକୁ ଅଞ୍ଚଳବାସୀଙ୍କ ଦାବି

ବ୍ରହ୍ମପୁର ଅଫିସ,୨୨ା୫: ଗଞ୍ଜାମ ଜିଲା ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଗତ ଏକ ମାସ ହେଲା ଏକ ପାଗଳ ହନୁମାଙ୍କଡ଼ର ଆତଙ୍କ ଦେଖିବାକୁ ମିଳିଛି। ମାଙ୍କଡ଼ଟି ସ୍ଥାନୀୟ...

ମହଙ୍ଗା ପଡିଲା ପ୍ରେମ:କଲେଜ ଛାତ୍ରଙ୍କୁ ବୀଭତ୍ସ ହତ୍ୟା

କୁଆମରା ୨।୫: ମୟୁରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଜୟପୁର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ରୀନାଥପୁର ଗ୍ରାମର ନବୀନ ଆଚାର୍ଯ୍ୟଙ୍କ ବାଡିରେ ସ୍ଥାନୀୟ...

ଶାରୀଶୁଆ ଖଣିରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌: ୫ ଖଣି ମାଫିଆଙ୍କୁ ବାନ୍ଧିଲା; ଟ୍ରକ୍‌, ଟ୍ରାକ୍ଟର ଜବତ

ଖଇରା,୨୩।୨(ଡି.ଏନ୍‌.ଏ.): କଟକ କ୍ରାଇମ ବ୍ରାଞ୍ଚର ଏକ ଟିମ୍‌ ରବିବାର ବାଲେଶ୍ବର ଜିଲା ଖଇରା ତହସିଲର ଶାରୀଶୁଆ ପାହାଡରେ ୧୪୪ ଧାରା ଥିବା ବିଭିନ୍ନ ଖଣିରେ ଚଢାଉ...

ବିଳମ୍ବରେ ଚେତିଲା ପୌରପାଳିକା:ବେଆଇନ ପୋଷ୍ଟର କାଟିଲା, ସଂସ୍ଥାକୁ ତାଗିଦ

ଅନୁଗୋଳ ଅଫିସ, ୧୫।୧୨ ବିଳମ୍ବରେ ଚେତିଛି ଅନୁଗୋଳ ପୌରପାଳିକା। ସହରର ଗଳି କନ୍ଦିରେ ଲାଗିଥିବା ବେଆଇନ ପୋଷ୍ଟର ଓ ହୋର୍ଡିଂ କାଟିବା କାର୍ଯ୍ୟ ଶନିବାର ପୌରସଂସ୍ଥା...

ବାର୍ଷିକ ପରୀକ୍ଷାକୁ ଆଉ ୪ମାସ ବାକି: ଏଯାଏ ପୁସ୍ତକ ଯୋଗାଇ ପାରିଲେନି ସରକାର

ମାଲକାନଗିରି,୧୯।୧୦ (ଡି.ଏନ୍‌.ଏ.)- ଚଳିତବର୍ଷ ମାଲକାନଗିରି ଜିଲାର ୪୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରୀକ୍ଷା ଫଳାଫଳ ନୈରାଶ୍ୟଜନକ ଥିବାରୁ ସରକାର ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ...

ଚିକିତ୍ସା ଲାଗି ରୁନି ଗଲେ କଟକ ଏସ୍‌ସିବି ମେଡିକାଲ

ବରଗଡ଼ ଅଫିସ୍‌,୨୮।୪: ନିଆଁରେ ପୋଡ଼ିହୋଇ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମର ସୁଶୀଳ ଖମାରୀଙ୍କ ଶିଶୁକନ୍ୟା ରୁନି(୧୦)ଙ୍କୁ...

ଦୂଷିତ ପାଣି ମୁଖ୍ୟ କାରଣ: ସିଡିଏମ୍‌ଓ

ବ୍ରହ୍ମପୁର ଅଫିସ,୧୭ା୧୦: କୁକୁଡ଼ାଖଣ୍ଡି ବ୍ଲକ୍‌ ଲାଠି ଗ୍ରାମରେ ଗତ ୧ ତାରିଖରୁ ଝାଡ଼ାବାନ୍ତି ବ୍ୟାପିଥିଲା। ଲାଠି ପଞ୍ଚାୟତର ଲାଠି ଓ ବେନ୍ଧାଳିଆ ଗ୍ରାମର ପ୍ରାୟ ୬୦ଜଣ...

Advertisement
Archives

Model This Week