ପୁରୁଷୋତ୍ତମପୁର,୨୧ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲଦାର ଓ ଅତିରିକ୍ତ ତହସିଲଦାର ବିରୋଧରେ ଅଭିଯୋଗ ଆଣିଛନ୍ତି ତହସିଲ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀ। ତହସିଲଦାର ଅରୁଣ କୁମାର ନାୟକ ଓ ଅତିରିକ୍ତ ତହସିଲଦାର ଶୋଭନ କୁମାର ବେହେରା ଅସଦ୍ ବ୍ୟବହାର ପ୍ରଦର୍ଶନ କରିବା ସହ ନିର୍ଯାତନା ଦେଇଥିବା ନେଇ ମହିଳା କର୍ମଚାରୀ ଜଣକ ପୁରୁଷୋତ୍ତମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଅଭିଯୋଗ କରିଛନ୍ତି । ଏହି ଘଟଣା ପୁରୁଷୋତ୍ତମପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସମ୍ପୃକ୍ତା କର୍ମଚାରୀ ଜଣଙ୍କୁ ଅତିରିକ୍ତ ତହସିଲଦାର ଅସଦବ୍ୟବହାର ପ୍ରଦର୍ଶନ ସହ ନିର୍ଯାତନା ଦେବାରେ ଲାଗିଥିଲେ। ଏନେଇ ସେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତହସିଲଦାର ଏହାକୁ ଗୁରୁତ୍ୱ ନ ଦେଇ ସେ ମଧ୍ୟ ଅସଦ ବ୍ୟବବହାର କରିଥିଲେ ବୋଲି ମହିଳା କର୍ମଚାରୀ ଜଣକ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କୁ ଧମକ ଦିଆଯାଇଥିବା ନେଇ ସେ ପୁରୁଷୋତ୍ତମପୁର ଥାନା ପୋଲିସ ଓ ଗଞ୍ଜାମ ଏସ୍ପିଙ୍କୁ ଲିଖିତ ଅଭିଯୋଗ ଡାକଯୋଗେ ପଠାଇଥିଲେ। କୌଣସି ସୁଫଳ ନ ମିଳିବାରୁ ଗତ ୧୩ତାରିଖରେ ମହିଳା କର୍ମଚାରୀ ଜଣକ ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଧାରା ୨୯୪/୩୫୪ ଏ, ୩୫୪ ବି, ୩୫୪ ସି/୫୦୬/୫୦୯/୫୧୧ ପ୍ରକାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ନେଇ ବିଚାରପତି ଅନ୍ନପୂର୍ଣ୍ଣା ଷଡଙ୍ଗୀ ୱାନ ସିସି କେସ ନମ୍ବର ୫/୧୯ ପ୍ରକାରେ ଅଭିଯୋଗକୁ ଗ୍ରହଣ କରି ବିଚାରକୁ ନେଇଛନ୍ତି। ଏ ନେଇ ତହସିଲଦାର ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କୌଣସି ମନ୍ତ୍ୟବ୍ୟ ଦେବାକୁ ମନା କରିଥିଲେ। ସେହିପରି ଅତିିରିକ୍ତ ତହସିଲଦାର ବେହେରା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ମହିଳା କର୍ମଚାରୀ ଜଣଙ୍କୁ ଦିଆଯାଇଥିବା କାମ ସେ ଠିକ ଭାବେ ନ ତୁଲାଇ ଷ୍ଟାଫ ମିଟିଙ୍ଗରେ ଅସଦ ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହି ଘଟଣା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ କର୍ମଚାରୀ ଜଣକ ଏଭଳି ଅଭିଯୋଗ କରିଥିବା ଅତିରିକ୍ତ ତହସିଲଦାର କହିଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All
ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍ଡିଏମ୍ଓ ଆସି କହିଲେ…
ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…
ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍ ଓ ୫ ଏକରର ଫାର୍ମ ହାଉସ୍ ଠାବ
ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…
ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍
ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…
କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”
ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…
ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..
ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ
ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍ଏଚ୍-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…
ଦଶହରା ପୂର୍ବରୁ କଫ ସିରପ୍ କାରବାର ଠାବ: ୩୧୫୬ ବୋତଲ କଫ୍ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ
ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍ ସିରପ୍ ଜବତ କରିଛି। କଫ୍ ସିରପ୍ ବୋଝେଇ ଏକ…
ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…
ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

