ତମାଖୁ ସେବନ ଅଭ୍ୟାସ ଡାକିଆଣେ ମୃତ୍ୟୁ

ବ୍ରହ୍ମପୁର ଅଫିସ୍‌,୧ା୬-ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଆଇଇସି ହଲ୍‌ଠାରେ ଶୁକ୍ରବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରି ତମାଖୁ ସେବନ ଅଭ୍ୟାସ କିଭଳି ମୃତ୍ୟୁକୁ ଡାକିଆଣେ, ସେ ସମ୍ପର୍କରେ କହିଥିଲେ । ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଆର୍‌ ଜଗଦୀଶ ପଟ୍ଟନାୟକ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ନିର୍ଦ୍ଦେଶିକା ସ୍ବାସ୍ଥ୍ୟ ବିଭାଗ-୧ ଡା. ହିମାଂଶୁବାଳା ପଟ୍ଟନାୟକ, ଜିଲା ଭେଷଜ ଅଧିକାରୀ ଡା. କୁର୍ମେୟା, ଜିଲା ପରିବାର କଲ୍ୟାଣ ଅଧିକାରୀ ଡା. ସରୋଜିନୀ ଦେବୀ, ବହୁଜନ ବ୍ୟାଧି ନିୟନ୍ତ୍ରକ ଡା. ଅଶୋକ ମିଶ୍ର, ସାବିତ୍ରୀ ରାଉତ, ମାନସିକ ରୋଗ ବିଭାଗର ସହକାରୀ ଅଧ୍ୟାପକ ଡା. ବିଭୁ କଲ୍ୟାଣ ସାହୁ, ଜାତୀୟ ସ୍ବାସ୍ଥ୍ୟ ମିଶନର୍‌ ଜିଲା କାର୍ଯ୍ୟକ୍ରମ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ ମଞ୍ଚାସୀନ ଥିଲେ । ଚଳିତ ବର୍ଷର ଥିମ୍‌ ରହିଛି ‘ତମାଖୁ ଏବଂ ଫୁସ୍‌ଫୁସ୍‌ର ସ୍ବାସ୍ଥ୍ୟ’ । କର୍କଟ ରୋଗଠାରୁ ପୁରାତନ ଶ୍ୱାସ ରୋଗ ପର୍ଯ୍ୟନ୍ତ, ମନୁଷ୍ୟ ସ୍ବାସ୍ଥ୍ୟ ଉପରେ ତମାଖୁର କିପରି କୁପ୍ରଭାବ ପଡ଼ିଥାଏ, ଏକ ସୁସ୍ଥମୟ ଜୀବନଯାପନ କରିବାରେ ଫୁସ୍‌ଫୁସ୍‌ର ଭୂମିକା, ତମାଖୁ ସେବନ ତଥା ତମାଖୁର ବ୍ୟବହାରକୁ ନିୟନ୍ତ୍ରଣ କରିବା ସକାଶେ ଠିକ୍‌ ପଦକ୍ଷେପ ନେବା ବିଷୟରେ ଅତିଥିମାନେ ବକ୍ତବ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଭର୍ତ୍ତି ଅଟୋ ଜବତ

ବ୍ରହ୍ମପୁର ଅଫିସ,୯ା୨: ଅବକାରୀ ପୋଲିସ ଗୁରୁବାର ସଦର ଥାନା ଅଧୀନ ଇନ୍ଦିରା ଆବାସ ଛକରୁ ଗଞ୍ଜେଇ ଭର୍ତ୍ତି ଏକ ଅଟୋ ଜବତ କରିଛି। ଏହି ଘଟଣାରେ...

ଗଞ୍ଜାମରେ ସର୍ବସାଧାରଣରେ ମେରୁ ଯାତ୍ରା, ପଣା ସଂକ୍ରାନ୍ତିକୁ ମନା

ଛତ୍ରପୁର,୧୩।୪:(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଜିଲାରୁ ୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ...

ଗଞ୍ଜାମରେ ବଢୁଛି ସଂଖ୍ୟା: ୪ ମେଡିକାଲର ୧୫୦ ଡାକ୍ତର, ଷ୍ଟାଫ୍‌ଙ୍କ ହେଲା କୋଭିଡ ଟେଷ୍ଟ

ଛତ୍ରପୁର, ୧୫।୫(ଡି.ଏନ୍‌.ଏ.): ରାଜ୍ୟର ଗଞ୍ଜାମ ଜିଲାରେ କରୋନା ପଜିଟିଭ ସଂଖ୍ୟା ସର୍ବାଧିକ ରହିଛି। ଏହି ପରିପ୍ରେକ୍ଷୀରେ ୪ ଟି ମେଡିକାଲର ଡାକ୍ତର, ନର୍ସ, ଆଟେନାଣ୍ଟ, ଡ୍ରାଇଭର,...

୬ ଜିଲା ପରିଷଦ ଜୋନ୍‌ରେ ଭାଜପା-ବିଜେଡି ଲଢ଼େଇ

ବ୍ରହ୍ମପୁର ଅଫିସ,୧୪ା୨: ବ୍ରହ୍ମପୁର ସବଡିଭିଜନ ଅନ୍ତର୍ଗତ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି ପାତ୍ରପୁର ଓ ଚିକିଟି ବ୍ଲକ। ଏହି ୨ ବ୍ଲକରେ ୬ ଜିଲା ପରିଷଦ...

ହିଞ୍ଜିଳିକାଟୁରେ ନବୀନ ପଟ୍ଟନାୟକ ଆଗରେ

ହିଞ୍ଜିଳିକାଟୁରେ,୨୩।୫(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁରେ ବିଜେଡି ବିଧାୟକ ପ୍ରାର୍ଥୀ ନୀବନ ପଟ୍ଟନାୟକ ୫୧୯୭ ଭୋଟ ପାଇଥିବାବେଳେ ଭାଜପା ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ୧୫୬୧ ଓ ଶମ୍ଭୁ ପାଣିଗ୍ରାହୀ...

ଗଞ୍ଜାମ ଜିଲାପାଳଙ୍କ ନୂଆ ନିର୍ଦେଶନାମା: ପ୍ରତ୍ୟେହ ମଧ୍ୟାହ୍ନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଶଟ୍‌ଡାଉନ

ଛତ୍ରପୁର, ୪।୪(ଡି.ଏନ.ଏ .)- ରାଜ୍ୟରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ତାଲା ବନ୍ଦ ପରିପ୍ରେକ୍ଷିରେ ଅଧିକ କଠୋର କଟକଣା ଜାରି କରିଛନ୍ତି...

ନଦୀପଠାରେ ଯୁବତୀଙ୍କୁ ହତ୍ୟା ମାମଲା: ଭାଜପା ପକ୍ଷରୁ କେ. ନୂଆଗାଁ ଥାନା ଘେରାଉ

ଦିଗପହଣ୍ଡି/ଚିକିଟି,୧୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଦେଓଖାଳି ଗାଁର ଯୁବତୀ ପ୍ରମୋଦିନୀ ନାୟକଙ୍କ ହତ୍ୟାଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ହୋଇଛି। ଏ ନେଇ ଭାଜପା ଦିଗପହଣ୍ଡି...

କୃଷି ଯନ୍ତ୍ରପାତିର ଅଗ୍ରଣୀ କ୍ଷେତ୍ର ପ୍ରଦର୍ଶନ

ଭଞ୍ଜନଗର/ସୋରଡ଼ା,୨।୨(ଡି.ଏନ୍‌.ଏ.)-ବଳଦଟଣା ଉନ୍ନତ କୃଷି ଯନ୍ତ୍ରପାତିର ଅଗ୍ରଣୀ କ୍ଷେତ୍ର ପ୍ରଦର୍ଶନ ସୋରଡ଼ା ବ୍ଲକ ଶୋରିଷବିଲ୍ଲୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ...

Advertisement
Archives

Model This Week