ଢେଙ୍କାନାଳ କଲେଜରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା: ‘କ୍ଷୁଧା ବଢ଼ିଲେ ଶିକ୍ଷାଦାନ ପ୍ରତି ଆଗ୍ରହ ବଢ଼ିବ’

ଢେଙ୍କାନାଳ ଅଫିସ, ୧୫।୮: ଛାତ୍ରୀଛାତ୍ରଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଇବା ଦାୟିତ୍ୱ ଅଧ୍ୟାପିକାଅଧ୍ୟାପକମାନଙ୍କର। ସରକାରୀ କଲେଜ ବେସରକାରୀ କଲେଜ ସହ ପ୍ରତିଯୋଗିତା କରିବା ଉଚିତ। ଏ ଦିଗରେ ଅଧ୍ୟାପନା ବୃତ୍ତିରେ ନିୟୋଜିତ ପ୍ରତିଟି ବ୍ୟକ୍ତି ଯତ୍ନବାନ ହେବା ଜରୁରୀ। ସମ୍ପ୍ରତି ମହାବିଦ୍ୟାଳୟଗୁଡ଼ିରେ ଅଧ୍ୟାପନା କ୍ଷେତ୍ରରେ ପରିବର୍ତ୍ତନ ଆସିଛି। ଶତକଡ଼ା ୬୫% ଉପସ୍ଥାନ ଏବଂ ଠିକ୍‌ ସମୟରେ ପରୀକ୍ଷା ଫଳ ପ୍ରକାଶନ ଉପରେ ଗୁରୁତ୍ୱ ଦିଆଯାଉଛି। ଶିକ୍ଷାନୀତିରେ ପରିବର୍ତ୍ତନ, ସଂଶୋଧନ ପାଇଁ ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟ କରୁଛି। କ୍ଷୁଧା ବଢ଼ିଲେ ଶିକ୍ଷାଦାନ ଭଳି ମହତ କାର୍ଯ୍ୟ କରିବାକୁ ଆଗ୍ରହ ବଢ଼ିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ। ଜିଲାସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେବାକୁ ଆସିଥିବାବେଳେ ଢେଙ୍କାନାଳ କଲେଜରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଏପରି ବକ୍ତବ୍ୟ ରଖିଛନ୍ତି। ୩ମାସ ମଧ୍ୟରେ ଢେଙ୍କାନାଳ କଲେଜ ଏବଂ ମହିଳା କଲେଜରେ ଶିକ୍ଷାଦାନ ପଦ୍ଧତିରେ ପରିବର୍ତ୍ତନ ଅନୁଭବ କରିହେବ ବୋଲି ମନ୍ତ୍ରୀ ଦୃଢ଼ ଆଶାବାଦୀ ଥିବା କହଛନ୍ତି।
ବୈଠକରେ ଅଧ୍ୟାପିକା ଅଧ୍ୟାପକ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ଶିକ୍ଷାଦାନବେଳେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷା ଡ. ରଶ୍ମି ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ବିଧାୟକ ସୁଧୀର କୁମାର ସାମଲ, ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ମହିଳା କଲେଜ ଅଧ୍ୟକ୍ଷା ବିନିତା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ: ୩ ଗୁରୁତର

ଦିଗପହଣ୍ଡି,୬।୧୧(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ରୋଡ୍‌ସ୍ଥିତ ସନ୍ଥ ନିରାକାରୀ ସତ୍‌ସଙ୍ଗ ନିକଟରେ ରବିବାର ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଦିଗପହଣ୍ଡି ସାହାଣୀ ସାହିର...

ଯୌତୁକ ପାଇଁ ୨ ବଧୂଙ୍କୁ ହତ୍ୟା ଅଭିଯୋଗ

ଆସିକା/ଧରାକୋଟ,୯ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଓ ଧରାକୋଟ ଥାନା ଅଞ୍ଚଳରେ ଯୌତୁକ ଦାବି ନେଇ ୩ ଦିନ ମଧ୍ୟରେ ପୃଥକ ୨ ବଧୂଙ୍କୁ ହତ୍ୟା କରାଯାଇଥିବା...

ଆଧୁନିକତାର ସ୍ପର୍ଶ ଅପେକ୍ଷାରେ କାଠ କଣ୍ଢେଇ

କେନ୍ଦୁଝର, ୯।୯(ସ୍ବ.ପ୍ର.)-କାଠ କଣ୍ଢେଇ ସହ ସେ ବିତାଇଛନ୍ତି ଜୀବନର ଅନେକ ବୟସ। ବୁଝିଛନ୍ତି କାଠ କଣ୍ଢେଇ ମନର କଥା। ଆଧୁନିକତାର ରଙ୍ଗ ମାଖି ପୁରୁଣା କାଠ...

ଭୋଗରାଇ ମହିଳା ମହାବିଦ୍ୟାଳୟ ଅଶାନ୍ତ

ଭୋଗରାଇ,୩୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ମହିଳା ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଜନୈକ ଛାତ୍ରୀଙ୍କୁ ଅସତ ଆଚରଣ କରିଥିବା ଅଭିଯୋଗରେ ବୁଧବାର...

ମଧୁର ପାଣି ମାଛଚାଷ ଅପେକ୍ଷା ଚିଙ୍ଗୁଡ଼ି ଚାଷ ଅଧିକ

କେନ୍ଦ୍ରାପଡ଼ା ଅଫିସ, ୮ା୧୨: ଲୁଣି ମାଛ ରପ୍ତାନି କ୍ଷେତ୍ରରେ ଓଡ଼ିଶାର ଚାହିଦା ବଢ଼ିଛି। ଗତ ୧୦ବର୍ଷ ମଧ୍ୟରେ ଏହା ୭୪୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୧-୧୨...

ଖୋର୍ଦ୍ଧା ଗୁଳିକାଣ୍ଡ: ଔଷଧ ଦୋକାନୀଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ୍‌,୧୬।୧୨: ଖୋର୍ଦ୍ଧାର ଏକ କ୍ଲିନିକରେ ହୋଇଥିବା ଗୁଳିମାଡ ଘଟଣାରେ ଗୁରୁତର ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଏହି ଗୁଳିମାଡ ଗୁରୁତର...

ବଳାତ୍କାରୀଙ୍କୁ ୫ବର୍ଷ ଜେଲ୍‌

ବ୍ରହ୍ମପୁର ଅଫିସ ୨୧ା୧: ସ୍ବତନ୍ତ୍ର ଫାଷ୍ଟ ଟ୍ରାକ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ଏକ ନାବାଳିକା ବଳାତ୍କାର ମାମଲାର ଦୀର୍ଘ ୮ବର୍ଷ ପରେ ରାୟ ପ୍ରକାଶ...

ଭଲ କାମ କଲେ ପୁରସ୍କାର, ଖରାପରେ ଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୨୬।୨: ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ବ୍ୟାପକ ପରିବର୍ତ୍ତନ ଆଣୁଛନ୍ତି। ବେସରକାରୀ ଭଳି ଏଣିକି ସରକାରୀ ବିଦ୍ୟାଳୟରେ ନୋଟ୍‌ ସିଟ୍‌ ଦିଆଯିବା...

Advertisement
Archives

Model This Week