ଢିପସାହିରେ ବଢ଼ୁଛି ଭାଇଚାରା: ଯୁବପିଢ଼ିଙ୍କୁ ଏକାଠି କରିଛି ସଂକୀର୍ତ୍ତନ

ବନ୍ତଳା,୨୦ା୫ (ଦୀନେଶ ଦେହୁରୀ) ରାଜନୀତି ପାଇଁ ଗାଁ ଗାଁ ଆଜି କଳୁଷିତ। ଘର-ଘର, ସାହି-ସାହିରେ ମନ ଫଟାଫଟି। ଗୋଷ୍ଠୀ, ଦଳକୁ ନେଇ କନ୍ଦଳ ପ୍ରାୟ ସବୁଠି। ହେଲେ ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା-ଧୋକୁଟା ଢିପସାହିରେ ଏବେ ବି ବଞ୍ଚିଛି ପୁରୁଣା ଗ୍ରାମୀଣ ପରିବେଶ। ଭାଇଚାରାର ଧାରାରେ ଏଠି ପ୍ରବାହିତ ହେଉଛନ୍ତି ସମସ୍ତେ। ଗୋଟିଏ ସୂତାରେ ଗୁନ୍ଥା ହେବା ଭଳି ପରସ୍ପରକୁ ସହଯୋଗ କରୁଛନ୍ତି ଯୁବପିଢ଼ି। ଆଉ ଏମାନଙ୍କୁ ଏକାଠି କରିଛି ସଂକୀର୍ତ୍ତନ। ମାତ୍ର ବର୍ଷ କେଇଟା ମଧ୍ୟରେ ୨ହଜାରରୁ ଅଧିକ ଜାଗାରେ ସେମାନେ କଳା ପ୍ରଦର୍ଶନ କରିଛନ୍ତି। ସଚେତନତାର ବାର୍ତ୍ତା ଦେଇ ସରକାରଙ୍କଠାରୁ ପୁରସ୍କୃତ ହୋଇଛନ୍ତି। ସବୁଠୁ ବଡ଼ କଥା ହେଲା, ସଂକୀର୍ତ୍ତନରୁ ମିଳୁଥିବା ଅର୍ଥରେ ସେମାନେ ଗଁାର ଉନ୍ନତି ସହ ଅସହାୟ ମଣିଷଙ୍କୁ ସହାୟତା କରୁଛନ୍ତି।
୧୯୯୪ରେ ସାହିର କସ୍ତୁ ଦାସଙ୍କ ନେତୃତ୍ୱରେ ପ୍ରଥମେ ୧୦ ଜଣ ସଦସ୍ୟଙ୍କୁ ନେଇ ଗଠନ ହୋଇଥିଲା ତ୍ରିନାଥେୟ ବାଲ୍ୟକୃଷ୍ଣ ସଂକୀର୍ତ୍ତନମଣ୍ଡଳୀ। ପ୍ରତି ସଦସ୍ୟ ୫୦ ଟଙ୍କା ଲେଖାଏ ଚାନ୍ଦା କରି ମୃଦଙ୍ଗ, ଗିନି କିଣି ପ୍ରତିଦିନ ସାରେ ଗଁା ଚଉପାଢ଼ୀରେ ସଂକୀର୍ତ୍ତନ କରୁଥିଲେ। ହେଲେ ୨୦୦୪ରେ କୌଣସି ସମସ୍ୟାକୁ ନେଇ ସଂକୀର୍ତ୍ତନମଣ୍ଡଳୀ ଭାଙ୍ଗିଯାଇଥିଲା। ୫ ବର୍ଷ ବନ୍ଦ ପଡ଼ିବା ପରେ ସାହିର ଯୁବକମାନେ ପୁଣିଥରେ ଏହାକୁ ଗଢ଼ିବାକୁ ଅଣ୍ଟା ଭିଡ଼ିଥିଲେ। ହେମନ୍ତ କୁମାର ଦାସଙ୍କ ନେତୃତ୍ୱରେ ୩୦ ଜଣ ସଦସ୍ୟ ୫୦୦ ଟଙ୍କା ଲେଖାଏ ଆଦାୟ କରିଥିଲେ। ଗାଁ ଗାଁ ବୁଲି ଆଉ ୫ ହଜାର ଟଙ୍କା ଯୋଗାଡ଼ କରି ସଂକୀର୍ତ୍ତନ ପାଇଁ ଆବଶ୍ୟକ ସାମଗ୍ରୀ କିଣିବା ସହ ପୁରୁଣା ଧାରାକୁ ବଦଳାଇ ଆଧୁନିକ ଶୈଳୀରେ ସଂକୀର୍ତ୍ତନ ଆରମ୍ଭ କଲେ। ପୂର୍ବ ସଂକୀର୍ତ୍ତନମଣ୍ଡଳୀ ନାମରେ ସଂଘ ଗଠନ କରି କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଅର୍ପଣ କଲେ। ସଂଘର ନୂଆ ସଭାପତି ହେଲେ ହେମନ୍ତ କୁମାର ଦାସ। ସେହିପରି ସମ୍ପାଦକ ଦାୟିତ୍ୱରେ ରଘୁନାଥ ବେହେରା ଓ କୋଷାଧ୍ୟକ୍ଷ ରହିଲେ ବ୍ରଜେଶ ରାଜ ମୁଦୁଲି। ଏମାନଙ୍କ ନେତୃତ୍ୱରେ ଅନ୍ୟ ସଭ୍ୟ କନ୍ଦର୍ପ ବେହେରା, କାଳନ୍ଦୀ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ବ୍ରଜରାଜ ଦେହୁରୀ, ନିତ୍ୟାନନ୍ଦ ସାହୁ, ପ୍ରଶାନ୍ତ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ବିଜୟ ସାହୁ, ମନୋଜ ବେହେରା, ମାନସ ସାହୁ, ସନାତନ ଦାସ, ମଙ୍ଗୁଲୁ ଦାସ, ସୁବାସ ଚନ୍ଦ୍ର ସାହୁ, ସୁଦର୍ଶନ ବେହେରା, ଶ୍ରୀନିବାସ ଦାସ, ଜିତେନ୍ଦ୍ର ଦେହୁରୀ, ରୋହିତ ପ୍ରଧାନ, ପ୍ରତାପ ପ୍ରଧାନ, ନିତ୍ୟାନନ୍ଦ ପ୍ରଧାନ, ରାକେଶ ଚନ୍ଦ୍ର ସାହୁ, ଗୋଲେଖ ଦାସ, ବାଳକୃଷ୍ଣ ମୁଦୁଲି, ଜୟନ୍ତ ବେହେରା, ପ୍ରଦ୍ୟୁମ୍ନ ବେହେରା, ଲୋକନାଥ ମୁଦୁଲି, କ୍ଷୀରୋଦ ବେହେରା, କେଶବ ସାହୁ, ମଳୟ ଦେହୁରୀ, ଗୁଣ୍ଡିଚା ଦେହୁରୀ, ରଞ୍ଜନ ଦେହୁରୀ ପ୍ରମୁଖ ଆଧୁନିକ ଶୈଳୀରେ ସଂକୀର୍ତ୍ତନ କରି ଲୋକମାନଙ୍କୁ ଏପରି ଆକୃଷ୍ଟ କଲେ ଯେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମରୁ ଏହି ସଂକୀର୍ତ୍ତନମଣ୍ଡଳୀକୁ ଅନେକ ନିମନ୍ତ୍ରଣ ଆସିଲା। ଅର୍ଥ ରୋଜଗାର ସହ ଉଚ୍ଚ ପ୍ରଶଂସା ମିଳିଲା। ଏହା ସଂକୀର୍ତ୍ତନମଣ୍ଡଳୀର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କକୁ ଏପରି ଦୃଢ଼ କଲା ଯେ ସେମାନେ ଆଉ ପଛକୁ ଫେରି ଚାହିଁଲେ ନାହିଁ। ଜିଲା ମହୋତ୍ସବ, ବ୍ଲକ ମହୋତ୍ସବ, ରାଜ୍ୟସ୍ତରୀୟ ମହୋତ୍ସବରେ ନିଖୁଣ କଳା ପ୍ରଦର୍ଶନ କରି ପୁରସ୍କାର ଆଣିପାରିଲେ। ବ୍ୟକ୍ତିଗତ କାର୍ଯ୍ୟକ୍ରମରୁ ଏମାନେ ଅଳ୍ପ ଦକ୍ଷିଣା ଆଣୁଥିବା ବେଳେ ବିଭିନ୍ନ ଗ୍ରାମ୍ୟ ଉତ୍ସବରୁ ତିନିରୁ ବାର ହଜାର ଟଙ୍କା ପର୍ଯ୍ୟନ୍ତ ପାଉଣା ଆଣୁଛନ୍ତି। କିନ୍ତୁ ଉକ୍ତ ଅର୍ଥକୁ ବ୍ୟକ୍ତିଗତ କାର୍ଯ୍ୟରେ ଖର୍ଚ୍ଚ ନ କରି ସେମାନେ ଗାଁର ବିକାଶରେ ଲଗାଉଛନ୍ତି। ଅସହାୟ ମଣିଷଙ୍କ ସହାୟତାରେ ଖର୍ଚ୍ଚ କରୁଛନ୍ତି। ସଂକୀର୍ତ୍ତନ ମଣ୍ଡଳୀର ସରକାରୀ ପଞ୍ଜୀକରଣ ମଧ୍ୟ ଜିଲାସ୍ତରରେ କରିଛନ୍ତି। ବର୍ତ୍ତମାନ ସରକାରୀସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ସେମାନେ ବେଶ୍‌ ସକ୍ରିୟ ରହିଛନ୍ତି। ବିଶେଷକରି ସ୍ବଚ୍ଛ ଭାରତ, କନ୍ୟା ଭ୍ରୂଣ ହତ୍ୟା, ମ୍ୟାଲେରିଆ, ଡେଙ୍ଗୁ, ଏଡ୍‌ସ ନିରାକରଣ ପାଇଁ ସଂକୀର୍ତ୍ତନ ମାଧ୍ୟମରେ ଜନସଚେତନତା ସୃଷ୍ଟି କରୁଛନ୍ତି। ଏସବୁରୁ ମିଳୁଥିବା ଅର୍ଥରୁ ୫ ଲକ୍ଷ ଟଙ୍କାରେ ସଂକୀର୍ତ୍ତନ ସାମଗ୍ରୀ କଣିଥିବା ବେଳେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ କୋଠଘର ନିର୍ମାଣ କରୁଛନ୍ତି। ପ୍ରତିବର୍ଷ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ପଞ୍ଚକ ମହୋତ୍ସବ ପାଳନ କରୁଛନ୍ତି। ଗାଁର ମେଳା, ମହୋତ୍ସବଠାରୁ ଆରମ୍ଭ କରି ପରିମଳ ଯାଏ ସବୁଥିରେ ଏକାଠି ହୋଇ କାର୍ଯ୍ୟ କରୁଥିବାରୁ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜରପଡା ଥାନା ଅଞ୍ଚଳରୁ ନଷ୍ଟ କରାଗଲା ୩୨୦ ଗଞ୍ଜେଇ ଗଛ

ଛେଣ୍ଡିପଦା,୨୬।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଜରପଡ଼ା ଥାନା କଞ୍ଜରା ଗ୍ରାମରେ ଅବକାରୀ ପୋଲିସ ଓ ବନବିଭାଗ ମିଳିତ ଚଢାଉରେ ମଙ୍ଗଳବାର ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟକରାଯାଇଛି।...

ବନ୍ୟା ପରେ ଷଣ୍ଢ ଉପଦ୍ରବ: ଚାଷୀ ଅସ୍ତବ୍ୟସ୍ତ

ବାଲିଆ,୫ା୯(ସ୍ବ.ପ୍ର.):ଗତ ୩ ସପ୍ତାହ ପୂର୍ବେ ଲଘୁଚାପଜନିତ ଲଗାଣ ବର୍ଷା ଓ ବନ୍ୟାପରେ ବିରିଡି ବ୍ଲକର ବିଭିନ୍ନ ଧାନ ଜମି ଜଳାର୍ଣ୍ଣବ ହୋଇଯାଇଥିଲା। ବହୁ ଚାଷୀଙ୍କ ରୁଆ...

ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ

ଆନନ୍ଦପୁର,୨୯।୧(ସ୍ବ.ପ୍ର.) କେନ୍ଦୁଝର ଜିଲା ଆନନ୍ଦପୁର ଓ ଏହା ନିକଟ ଅଞ୍ଚଳରେ ଥିବା ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର ପରୀକ୍ଷା ବାତିଲ ଦାବିରେ ଶୁକ୍ରବାର...

ସର୍ଭେ କରିବାକୁ ଯାଇ ନଦୀରେ ନିଖୋଜ ଘଟଣା: ଛତିଶଗଡ଼ରୁ ମିଳିଲା ସୌଭାଗ୍ୟଙ୍କ ମୃତଦେହ

ବେଗୁନିଆପଡା,୨୩ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା ବେଗୁନିଆପଡା ବ୍ଲକ କୋଦଳା ଥାନା ଅନ୍ତର୍ଗତ ବଡଖଇରଖମା ଗ୍ରାମର ସୌଭାଗ୍ୟ କୁମାର ମହାରଣା ଗତ ୧୭ତାରିଖରେ ମାଲକାନଗିରି ଜିଲା ମାଥିଲି ଥାନା...

ତାତି ବଢ଼ାଉଛି ବେଆଇନ ଇଟାଭାଟି

ପାଟପୁର,୨୭ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଶତାଧିକ ବେଆଇନ ଇଟାଭାଟି ପୋଡ଼ା ଚାଲିଛି। ସେଥିରୁ ନିର୍ଗତ ନିଆଁ ପ୍ରକୋପରେ ଅସ୍ବାଭାବିକ ଭାବେ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି...

ପ୍ରତିଶ୍ରୁତି ଦେଇ ଭୁଲିଗଲା ପ୍ରଶାସନ

ତେନ୍ତୁଳିଖୁଣ୍ଟି, ୬।୨(ଡି.ଏନ୍‌.ଏ.):ଗରିବଙ୍କ ହିତରେ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। କିନ୍ତୁ ସେ ସବୁର ଲାଭ ମିଳୁନି ଯୋଗ୍ୟ ହିତାଧିକାରୀଙ୍କୁ। ବିଭିନ୍ନ କାରଣରୁ ହିତାଧିକାରୀମାନେ ଏହି...

ବିଭିନ୍ନ ଦାବି ନେଇ ବିକ୍ଷୋଭ

ବାରିପଦା ଅଫିସ,୨୪ା୧୦- ବିଭିନ୍ନ ଦାବି ନେଇ ଡେମୋକ୍ରେଟିକ ୟୁଥ ଅର୍ଗାନାଇଜେଶନ ପକ୍ଷରୁ ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସଂଗଠନ...

ଅଙ୍ଗନଓ୍ବାଡି କେନ୍ଦ୍ର ନିକଟରେ ମୁକୁଳା ଟ୍ରାନ୍ସଫର୍ମର

ଢେଙ୍କାନାଳ ଅଫିସ, ୧୯।୧ – ଢେଙ୍କାନାଳ ସଦର ବ୍ଲକ ଗେଙ୍ଗୁଟିଆ ତଳସାହି ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ଥିବା ଉଚ୍ଚ କ୍ଷମତାସମ୍ପନ୍ନ ଦୁଇଟି ଟ୍ରାନ୍ସଫର୍ମର ମୁକୁଳା ପଡ଼ିଛି।...

Advertisement
Archives

Model This Week