Posted inଖେଳ

ଡ୍ରେସିଂରୁମ୍‌ କାନ୍ଥକୁ ମୁଥ ମାରି ମାର୍ଶ ଆହତ

ପର୍ଥ,୧୪।୧୦(ଏଏଫ୍‌ପି)- ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ଶ ଶେଫିଲ୍ଡ ସିଲ୍ଡ ମ୍ୟାଚ୍‌ରେ ନିରାଶ ହୋଇ ଡ୍ରେସିଂରୁମ୍‌ କାନ୍ଥକୁ ମୁଥ ମାରି ଆହତ ହୋଇଛନ୍ତି। ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗତ ମାସରେ ଟେଷ୍ଟ ଦଳକୁ ଫେରିଥିଲେ। ରବିବାର ତାସମାନିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ୫୩ ରନ୍‌ କରି ଖେଳୁଥିବାବେଳେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଏହି ମ୍ୟାଚ୍‌ ଡ୍ର ସହ ଶେଷ ହୋଇଥିଲା। ଏଥିରେ ମାର୍ଶ ନିରାଶ ହୋଇ ଡାହାଣ ହାତକୁ ଫ୍ରାକଚର କରି ଦେଇଥିବା ଲାଗୁଛି। ତାଙ୍କ ହାତର ସ୍କାନ କରାଯିବା ପରେ ସମସ୍ୟାର ଗୁରୁତ୍ୱ ଓ କେତେ ଦିନ ବିଶ୍ରାମ ଦରକାର ତାହା ଜଣାପଡ଼ିବ। ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ଶୁକ୍ରବାର ତା’ର ପରବର୍ତ୍ତୀ ମ୍ୟାଚ୍‌ ଭିକ୍ଟୋରିଆକୁ ଭେଟିବ। ଏହି ମ୍ୟାଚ୍‌ରେ ଅଧିନାୟକ ମାର୍ଶଙ୍କ ଖେଳିବାର ସମ୍ଭାବନା ଖୁବ କମ୍‌। ଏଣୁ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବା ମାର୍ଶଙ୍କ ପାଇଁ କଷ୍ଟକର ହେବ। ସେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ୫ମ ଆଶେସ ଟେଷ୍ଟରେ ୮୬ ରନ୍‌ ବ୍ୟୟରେ ୭ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ଆୟୋଜନ କରିପାରେ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ

ଲଣ୍ଡନ,୯।୫(ପି.ଟି.): ଇଂଲିଶ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ଏବେ ଇଂଲଣ୍ଡରେ ଆୟୋଜନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତୁର୍କୀ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଇଂଲଣ୍ଡକୁ ରେଡ୍‌...

୨୦୧୮ ପାଇଁ ଚାନୁ ପାଇବେ ଅଜୁର୍ନ ପୁରସ୍କାର

ନୂଆଦିଲ୍ଲୀ,୨୫।୬(ପି.ଟି.): ଡୋପିଂ ଅଭିଯୋଗରୁ ମୁକ୍ତ ହୋଇଥିବା ଭାରୋତ୍ତୋଳିକା ସଞ୍ଜିତା ଚାନୁ ଶେଷରେ ୨୦୧୮ ପାଇଁ ସମ୍ମାନଜନକ ଅର୍ଜୁନ ପୁରସ୍କାର ହାସଲ କରିବା ନିଶ୍ଚିତ ହୋଇଛି। ୨ଥର...

ଜୟପୁର ପିଙ୍କ୍‌ ପାନ୍ଥର୍ସ ବିଜୟୀ

ପାଟନା, ୪ା୮ (ପି.ଟି.)-ଚଳିତ ଭିଭୋ ପ୍ରୋ-କବାଡ଼ି ସିଜନ-୭ରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଜୟପୁର ପିଙ୍କ୍‌ ପାନ୍ଥର୍ସ ବିଜୟ ଲାଭ କରିଛି। ଦଳ ୩୪-୨୧ରେ ପାଟନା ପାଇରେଟ୍ସକୁ...

ନେତୃତ୍ୱ ଭାଗବଣ୍ଟା, ନୂଆ କୋଚ୍‌ ନିଯୁକ୍ତି ନେଇ ନିଷ୍ପତ୍ତି ନେବ ପିସିବି

କରାଚୀ,୧୭।୭(ପି.ଟି.)- ବିଶ୍ୱକପ୍‌ରେ ସେମିଫାଇନାଲକୁ ଉଠିବାରେ ବିଫଳ ହେବା ପରେ ପାକିସ୍ତାନ କ୍ରିକେଟରେ ବ୍ୟାପକ ଅଦଳବଦଳ ହେବା ଆଶା କରାଯାଉଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଧ୍ୟ...

ଭାରତୀୟ କ୍ରୀଡ଼ା: ୭୫ ବର୍ଷର ଉପଲବ୍ଧି

ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ”ଅମୃତ ମହୋତ୍ସବ“ ପାଳନ କରୁଥିବା ସମୟରେ ଗତ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଐତିହାସିକ ସଫଳତା ନିଶ୍ଚିତ...

ଏଆଇଏଫ୍‌ଏଫ୍‌ ଅଧ୍ୟକ୍ଷ ହେବାକୁ ଭୂତିଆ ଆଗ୍ରହୀ

ନୂଆଦିଲ୍ଲୀ,୧୧।୪(ପି.ଟି.): ଭବିଷ୍ୟତରେ ଦିନେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବି ବୋଲି ପୂର୍ବତନ ଭାରତୀୟ ଫୁଟବଲ ଅଧିନାୟକ ବାଇଚୁଙ୍ଗ୍‌...

ପାକିସ୍ତାନ ବିଶ୍ୱକପରୁ ବିଦା ହେବାପରେ ଏହି ଦଳ ବିଶ୍ୱକପ ଜିତୁ ବୋଲି ଚାହୁଁଛନ୍ତି ସୋଏବ ଅଖତର

ଇସଲମାବାଦ, ୮।୭:ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୋଏବ ଅଖତର ଏଥର ବିଶ୍ୱକପ୍‌ ଉପମହାଦେଶୀୟ ଦଳ ଭାରତ ଜିତୁ ବୋଲି ପ୍ରାର୍ଥନା କରୁଛନ୍ତି। ନିଜ ୟୁଟ୍ୟୁବ...

ମେସିଙ୍କୁ ଫିଫା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର, ରାପିନୋ ଶ୍ରେଷ୍ଠ ମହିଳା ଫୁଟବଲର

ମିଲାନ,୨୪।୯(ଏଏଫ୍‌ପି)-ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ତଥା ବାର୍ସିଲୋନା ଷ୍ଟ୍ରାଇକର ଲିଓନେଲ ମେସି ପୁଣି ଥରେ ଫିଫା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଛନ୍ତି। ସେହିପରି...

Advertisement
Archives

Model This Week