Posted inଖେଳ

ଡ୍ରାଭିଡଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ, ୨୯।୬(ପି.ଟି.)- ପ୍ରାକ୍ତନ ଭାରତୀୟ ଅଧିନାୟକ ତଥା ଜୁନିୟର ଦଳର କୋଚ୍‌ ରାହୁଲ ଡ୍ରାଭିଡଙ୍କୁ ଜୁଲାଇ ୧ରୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ବାଙ୍ଗାଲୋରସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ର ‘ହେଡ୍‌ ଅଫ୍‌ କ୍ରିକେଟ୍‌’ ଭାବେ ଡ୍ରାଭିଡ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ। ଏନ୍‌ସିଏର ହେଡ୍‌ ଅଫ୍‌ କ୍ରିକେଟ୍‌ ଭାବେ ଡ୍ରାଭିଡ୍‌ ପରବର୍ତ୍ତୀ ପିଢ଼ିର କ୍ରିକେଟର୍‌ଙ୍କ କ୍ୟାରିୟର ଗଢ଼ି ତୋଳିବାରେ ସହାୟତା କରିବା ସହିତ ଜୁନିୟର କ୍ରିକେଟରଙ୍କ ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବେ। ଏଥିସହ ଏହି ବ୍ୟାଟିଂ ମହାରଥୀ ଆହୁରି ମଧ୍ୟ ଭବିଷ୍ୟତର ମହିଳା କ୍ରିକେଟର୍‌ଙ୍କ ମେଣ୍ଟର ଦାୟିତ୍ୱ ମଧ୍ୟ ତୁଲାଇବେ ଏବଂ ଆହତ ଖେଳାଳିଙ୍କୁ ସୁସ୍ଥ ହେବା ଦିଗରେ ସହାୟତା କରିବେ। ଏହି ନୂଆ ଦାୟିତ୍ୱ ଗ୍ରହଣ କରିବା ଫଳରେ ଡ୍ରାଭିଡ୍‌ ଭାରତ-ଏ ଓ ୧୯ ବର୍ଷରୁ କମ୍‌ ଦଳ ସହିତ ଗସ୍ତ କରିପାରିବେ ନାହିଁ। ସେ ପୁରା ଗସ୍ତ ପାଇଁ ନ ହେଲେ ମଧ୍ୟ କିଛି ସମୟ ଜୁନିୟର ଭାରତୀୟ ଦଳ ସହ ବିତାଇବେ। ସେହିଭଳି ପ୍ରାକ୍ତନ ଦ୍ରୁତ ବୋଲର ପାରସ ମହାମ୍ବ୍ରେ ଓ ଅଭୟ ଶର୍ମା କିନ୍ତୁ ଜୁନିୟର ଦଳର ସପୋର୍ଟ ଷ୍ଟାଫ୍‌ ଭାବେ ପୂର୍ବଭଳି କାମ କରିବେ ବୋଲି ଶନିବାର ପ୍ରଶାସନିକ କମିଟି (ସିଓଏ) ବୈଠକରେ ଏହା ସ୍ଥିର କରାଯାଇଛି ବୋଲି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜୈନିକ ଅଧିକାରୀ କହିଛନ୍ତି।
ବୈଠକରେ ବର୍ତ୍ତମାନର ଓ ପ୍ରାକ୍ତନ ଖେଳାଳିଙ୍କ ‘ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ’ ମାମଲାରେ ମଧ୍ୟ ଆଲୋଚନା ହୋଇଥିଲା। ବିଶେଷ କରି ଭି.ଭି.ଏସ. ଲକ୍ଷ୍ମଣ ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ବିସିସିଆଇ ଏଥିକ୍ସ ଅଧିକାରୀ ତଥା ପ୍ରାକ୍ତନ ସୁପ୍ରିମ କୋର୍ଟ ଜଜ୍‌ ଡି.କେ. ଜୈନ ଜାରି କରିଥିବା ନିର୍ଦ୍ଦେଶ ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଲୋଧା କମିଟିର ନିୟମ ‘ଜଣେ ବ୍ୟକ୍ତି ଗୋଟିଏ ପଦ’କୁ ନେଇ ଜୈନ କହିଥିଲେ ଯେ, ବର୍ତ୍ତମାନ ଲକ୍ଷ୍ମଣଙ୍କୁ ୩ଟି ଦାୟିତ୍ୱ ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡ଼ିବ। ଲକ୍ଷ୍ମଣ ବର୍ତ୍ତମାନ କ୍ରିକେଟ୍‌ ପରାମର୍ଶଦାତା କମିଟି (ସିଏସି), ଆଇପିଏଲ୍‌ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ୍‌ ଓ ଟିଭି ଭାଷ୍ୟକାର ଭାବେ ୩ଟି ଭୂମିକା ତୁଲାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଅଭିନେତ୍ରୀଙ୍କୁ ହ୍ବାଟ୍‌ସଆପ୍‌ରୁ ବ୍ଲକ୍‌ କରିଦେଇଥିଲେ ରିଷଭ ପନ୍ତ: ଏବେ ଜନ୍ମଦିନ ଶୁଭେଚ୍ଛା ଜଣାଇ ଚର୍ଚ୍ଚାରେ

ଭାରତୀୟ କ୍ରିକେଟ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଜିକାଲି ତାଙ୍କ କ୍ୟାରିୟରର ସର୍ବୋତ୍ତମ ଫର୍ମରେ ଅଛନ୍ତି। ସମ୍ପ୍ରତି ରିଷଭ ପନ୍ତ ଆଇପିଏଲରେ ଦିଲ୍ଲୀ...

ଖାତା ଖୋଲିବା ପାଇଁ ୩୫ ବଲ ଖେଳିଲେ

ଲଣ୍ଡନ,୧୫ ।୮: ଇଂଲଣ୍ଡ ବିପକ୍ଷରେ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଚାଲିଥିବା ଟେଷ୍ଟର ଦ୍ୱିତୀୟ ଇନିଂସରେ ଖାତା ଖୋଲିବା ୩୫ ବଲ ଖେଳିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର...

କ୍ରିକେଟ ଟୁର୍ନାମେଣ୍ଟ: ଅଙ୍କରିଆପଦର ଚାମ୍ପିୟନ

ଲୋଇସିଂହା,୩୦।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ ଭାଲୁପାଲିଠାରେ ଚାଳିଥିବା ଜୟ ବାରପାହାଡ଼ ବୁଢା କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାର...

ବ୍ୟାଟ୍ସମ୍ୟାନ୍‌ଙ୍କୁ ଧୋକା ଦେଲେ ବୋଲର୍‌: ଭିଡିଓ ଭାଇରାଲ

କ୍ରିକେଟକୁ ଭଦ୍ରବ୍ୟକ୍ତିଙ୍କ ଖେଳ ବୋଲି ବିବେଚନା କରାଯାଏ। କିନ୍ତୁ ବେଳେବେଳେ ଖେଳାଳିମାନେ ପଡିଆରେ ଏମିତି କିଛି କାର୍ଯ୍ୟ କରିଥାନ୍ତି, ଯାହାଦ୍ୱାରା କ୍ରିକେଟ୍‌ ନିନ୍ଦିତ ହୁଏ। ସେମିତି...

ଟୋକିଓ ଅଲିମ୍ପିକ୍ସ ପାଇଁ ୨୦୨୧ଅନ୍ତିମ ବିକଳ୍ପ

ଟୋକିଓ, ୨୨।୫-କରୋନା ଭାଇରସ ସଂକ୍ରମଣଜନିତ ପ୍ରଭାବରୁ ଟୋକିଓ ଅଲିମ୍ପିକ୍ସ ୨୦୨୧କୁ ଘୁଞ୍ଚତ୍ଛି। ମାତ୍ର ଆସନ୍ତାବର୍ଷ ଯଦି ଏହା ସମ୍ଭବ ନ ହୁଏ ତେବେ ବାତିଲ ହେବ...

ହାତଯୋଡ଼ିଲେ ୟୁକ୍ରେନ ଫୁଟବଲର୍‌

ନୂଆଦିଲ୍ଲୀ,୨୬।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ତିନିଦିନ ଧରି ଯୁଦ୍ଧ ଜାରି ରହିଛି। ରୁଷିଆ ସେନାର ଘନଘନ କ୍ଷେପଣାସ୍ତ୍ର ଏବଂ ରକେଟ ମାଡ଼ରେ ଏହି ପୂର୍ବ...

ରାଜସ୍ଥାନ ପାଇଁ ‘କର ବା ମର’ ମ୍ୟାଚ୍‌; ଧୋନୀଙ୍କ ଚେନ୍ନାଇ ବିଜୟ ଲୟ…

ଆବୁଧାବି,୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ପ୍ଲେ-ଅଫ୍‌ରେ ସ୍ଥାନିତ ଚେନ୍ନାଇ ନିଜର ଫର୍ମ ବଜାୟ...

କାନାଡାର ପ୍ରଥମ ବିଜେତା

ଫାଇନାଲରେ ସେରେନାଙ୍କୁ ହରାଇ କାନାଡ଼ାର ବାଏଙ୍କା ଆଣ୍ଡ୍ରେସ୍କୁ ୟୁଏସ୍‌ ଓପନ୍‌ ଟାଇଟଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ୧୯ ବର୍ଷ ବୟସରେ...

Advertisement
Archives

Model This Week