Posted inଖେଳ

ଡେଭିସ୍‌ କପ୍‌: ଭାରତୀୟ ଚ୍ୟାଲେଞ୍ଜ ଏଣିକି କଷ୍ଟକର

ନୂଆଦିଲ୍ଲୀ, ୮ା୯ (ପି.ଟି.)- ଟେନିସ ଖେଳର ବିଶ୍ୱ ପରିଚଳାନା ପରିଷଦ ଅନ୍ତର୍ଜାତୀୟ ଟେନିସ୍‌ ମହାସଂଘ (ଆଇଟିଏଫ୍‌) ଡେଭିସ୍‌ କପ୍‌ ଫର୍ମାଟରେ ଆଉ ଏକ ପରିବର୍ତ୍ତନ କରିଛି। ଆଞ୍ଚଳିକ ସ୍ତରରେ ଗ୍ରୁପ୍‌-୧ ଏବଂ ଗ୍ରୁପ୍‌-୨ ପ୍ରତିଯୋଗିତାକୁ ଉଚ୍ଛେଦ କରିଛି, ଯଦ୍ଦ୍ବାରା ଭାରତର କ୍ୱାଲିଫାୟର୍ସ ପଥ ଅଧିକ କଷ୍ଟସାଧ୍ୟ ହୋଇଛି। ୨୦୨୦ରୁ ଭାରତୀୟ ଦଳକୁ ଉନ୍ନତ ୟୁରୋପ, ଦକ୍ଷିଣ ଓ ଉତ୍ତର ଆମେରକୀୟ ରାଷ୍ଟ୍ରଗୁଡ଼ିକ ସହ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ିବ। ବର୍ତ୍ତମାନ ଆମେରିକା, ଏସିଆ/ଓସେନିଆ, ଏବଂ ୟୁରୋପିଆନ/ଆଫ୍ରିକା ତିନୋଟି ଜୋନ୍‌ରେ ଚାରୋଟି ଗ୍ରୁପ୍‌ ୧,୨, ୩,୪ ରହିଛି। ନୂତନ ଫର୍ମାଟ ଅନୁସାରେ ୨୦୨୦ଠାରୁ ଗ୍ରୁପ୍‌-୧ ଏବଂ ଗ୍ରୁପ୍‌ -୨ ରହିବ ନାହିଁ। ଏହା ପରିବର୍ତ୍ତେ ଓ୍ବାଲର୍‌ଡ ଗ୍ରୁପ୍‌-୧ରେ ୨୪ଟି ଦଳ ଏବଂ ଓ୍ବାଲର୍‌ଡ ଗ୍ରୁପ୍‌ -୨ରେ ୨୪ଟି ଦଳ ରହିବେ। ଏହା ନିଶ୍ଚିତ କୌତୂହଳପୂର୍ଣ୍ଣ ହେବ, କିନ୍ତୁ ଆମ ପାଇଁ କଷ୍ଟକର। ଏସିଆରେ ଆମେ ପ୍ରଭାବୀ ଦଳ ରହିଥିଲୁ। ମାତ୍ର ଏଣିକି ଆମ ପାଇଁ ପ୍ରତ୍ୟେକ ମ୍ୟାଚ କଷ୍ଟକର ହେବ ବୋଲି ଭାରତର ଅଣ ଖେଳାଳି ଅଧିନାୟକ ମହେଶ ଭୂପତି ପ୍ରତିକ୍ରିୟାରେ କହିଛନ୍ତି। ଆସନ୍ତାବର୍ଷ ମାର୍ଚ୍ଚରେ କ୍ୱାଲିଫାୟର୍ସର ୧୨ ପରାଜିତ ଦେଶ ଏବଂ ନୂତନ ଭାବେ ପ୍ରଚଳିତ ଓ୍ବାଲର୍‌ଡ ଗ୍ରୁପ୍‌-୧ ପ୍ଲେ-ଅଫ୍‌ର ୧୨ଟି ଦଳକୁ ନେଇ ଓ୍ବାଲର୍‌ଡ ଗ୍ରୁପ୍‌-୧ ଗଠନ ହେବ। ଓ୍ବାଲର୍‌ଡ ଗ୍ରୁପ୍‌-୧ ପ୍ଲେ-ଅଫ୍‌ରୁ ୧୨ ପରାଜିତ ଦଳ ଏବଂ ଓ୍ବାଲର୍‌ଡ ଗ୍ରୁପ୍‌-୨ ପ୍ଲେ-ଅଫ୍‌ରୁ ୧୨ ବିଜେତାଙ୍କୁ ନେଇ ଓ୍ବାଲର୍‌ଡ ଗ୍ରୁପ୍‌-୨ ଗଠନ ହେବ। ୨୦୨୦ ମାର୍ଚ୍ଚରେ କ୍ୱାଲିଫାୟର୍ସ ସହିତ ଏକ ସଙ୍ଗରେ ପ୍ଲେ-ଅଫ୍‌ ମ୍ୟାଚଗୁଡ଼ିକ ଖେଳାଯିବ। ଦୁଇ ଦିନିଆ ମୁକାବିଲା ନିଜ ଦେଶ ଏବଂ ବାହାରେ ଖେଳାଯିବ। ଜାତୀୟ ଆସୋସିଏଶନଗୁଡ଼ିକ ସହିତ ପରାମର୍ଶକ୍ରମେ ଏହି ନୂଆ ଫର୍ମାଟ କରାଯାଇଛି। ଯାହାଫଳରେ ଡେଭିସ୍‌ କପ୍‌ରେ ବିଶ୍ୱବ୍ୟାପୀ ଅଧିକ ଦେଶ ଭାଗ ନେଇପାରିବେ। ଦେଶଗୁଡ଼ିକ ନୂଆ ନୂଆ ପ୍ରତିଦ୍ୱନ୍ଦ୍ୱୀଙ୍କ ସହିତ ଖେଳିବାର ସୁଯୋଗ ପାଇ ପାରିବେ। ଡେଭିସ୍‌ କପ୍‌ରେ ଆଇଏଟିଏଫ୍‌ର ଏହା ଦ୍ୱିତୀୟ ବଡ଼ ପରିବର୍ତ୍ତନ। ବର୍ଷ ଶେଷ ଫାଇନାଲ୍ସ ପ୍ରଚଳନ କରିସାରିଛି। ଏଥିରେ ୧୮ଟି ଦଳ ମଧ୍ୟରେ ଟାଇଟଲ ମୁକାବିଲା ହେବ। ଏହି ପ୍ରତିଯୋଗିତା ଗୋଟିଏ ସ୍ଥାନରେ ଏକ ସପ୍ତାହ ଧରି ଅନୁଷ୍ଠିତ ହେବ। ଏସିଆ/ଓସେନିଆ ଗ୍ରୁପ୍‌-୧ରେ ଭାରତର ପ୍ରଧାନ୍ୟ ରହିଥିଲା। ବହୁ ବର୍ଷ ଧରି ଦଳ ଓ୍ବାଲର୍‌ଡ ଗ୍ରୁପ୍‌ ପ୍ଲେ-ଅଫ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇ ଆସୁଥିଲା। ପୂର୍ବରୁ ଚଳିଆସୁଥିବା ଫର୍ମାଟ ଅନୁସାରେ ଭାରତୀୟ ଦଳକୁ କୋରିଆ, ନ୍ୟୁଜିଲାଣ୍ଡ, ଚାଇନା, ପାକିସ୍ତାନ, ଚାଇନିଜ ତାେଇପ, ଲେବାନନ ଏବଂ ଉଜ୍‌ବେକିସ୍ତାନ ଭଳି ଦେଶ ସହିତ ମୁକାବିଲା କରିବାକୁ ପଡୁଥିଲା। ଏହି ଦେଶଗୁଡ଼ିକରେ ଭଲ ଖେଳାଳିଙ୍କ ସଂଖ୍ୟା ଖୁବ୍‌ କମ। କିନ୍ତୁ ୨୦୨୦ରେ ନୂଆ ଫର୍ମାଟ ପ୍ରଚଳନ ହେବା ପରେ ଭୂପତିଙ୍କ ଦଳକୁ ମ୍ୟାଚ ଜିତିବା ସହଜ ହେବ ନାହିଁ। ଆସନ୍ତା ସପ୍ତାହରେ ଆଞ୍ଚଳିକ ଗ୍ରୁପ୍‌-୧ ଏବଂ ଗ୍ରୁପ୍‌-୨ ମୁକାବିଲାଗୁଡ଼ିକ ପରେ ଓ୍ବାଲର୍‌ଡ ଗ୍ରୁପ୍‌-୧ ଏବଂ ୨ରେ ୨୦୨୦ ଡେଭିସ୍‌ କପ୍‌ କ୍ୱାଲିଫାୟର୍ସ ଏବଂ ପ୍ଲେ-ଅଫ୍‌ ଲାଇନ୍‌ ଅପ୍‌ ସ୍ଥିର ହେବ। ଦୁଇ ପଡୋଶୀ ଦେଶ ମଧ୍ୟରେ ରାଜନୈତିକ ଉତ୍ତେଜନା ଯୋଗୁ ଭାରତର ପାକିସ୍ତାନ ବିପକ୍ଷ ମୁକାବିଲା ବାତିଲ ହୋଇଛି। ତେଣୁ ଲାଇନ୍‌-ଅପ୍‌ରେ ଭାରତର ସ୍ଥିତି କ’ଣ ହେବ ସେଥିପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?