ଡିଙ୍ଗିରି ଛତୁ ଦେଇଛି ଭିନ୍ନ ପରିଚୟ

ରୂପ୍‌ସା, ୨୦।୩ (ବାଞ୍ଛାନିଧି ଦେ)-ଆରମ୍ଭରୁ ଚାକିରି କରିବାକୁ ଇଚ୍ଛା ନ ଥିଲା। ନିଜେ କିଛି ବ୍ୟବସାୟ କରି ଅନ୍ୟଙ୍କୁ ରୋଜଗାର ଯୋଗାଇ ଦେବାର ଆଗ୍ରହ ଆଜି ସଫଳତାର ବାଟ ଦେଖାଇଛ। ଏଥିରେ ତାଙ୍କ ସ୍ତ୍ରୀଙ୍କ ଭୂମିକା ମଧ୍ୟ କମ୍‌ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି କୁହନ୍ତି ବିଦ୍ୟାଧର। ଦମ୍ପତି ଡିଙ୍ଗିରି ଛତୁଚାଷ କରି ସଫଳ ହେବା ପରେ ସେ ଏବେ ୫୦ ପରିବାରଙ୍କୁ ସ୍ବାବଲମ୍ବୀ କରିପାରିଛନ୍ତି।
ଏହି ସଫଳ ଦମ୍ପତି ହେଉଛନ୍ତି ବିଦ୍ୟାଧର ବେହେରା ଓ ନିରୂପମା। ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା କସିପଦା ଗ୍ରାମରେ ତାଙ୍କ ଘର। ୧୯୯୯ ମସିହାରେ ବିଦ୍ୟାଧର ବିଏ ପାସ୍‌ ପରେ ଚାକିରି ପ୍ରତି ମନ ବଳାଇ ନ ଥିଲେ। ବିଭିନ୍ନ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିବା ସହ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ସ୍ତ୍ରୀ ନିରୁପମା ମାଟ୍ରିକ ପାସ୍‌ କରିଛନ୍ତି। ବିଦ୍ୟାଧର ଛତୁ ଚାଷ କରୁଥିବା ଜଣେ ବନ୍ଧୁଙ୍କ ସଂସ୍ପର୍ଶରେ ଆସିଥିଲେ। ତାଙ୍କର ବାଙ୍ଗିରିପୋଷି, ବାରିପଦା, ସୁନଗଡ଼ିଆ, ରାଜାବଗିଚା, ମଞ୍ଚାବିନ୍ଧା ଆଦି ସ୍ଥାନରେ ଛତୁଚାଷ ଫାର୍ମ ଦେଖି ପ୍ରଭାବିତ ହୋଇଥିଲେ। ଏ ସମ୍ପର୍କରେ ସେ ତାଙ୍କ ପନତ୍ୀଙ୍କ ସହ ବିଚାରବିମର୍ଶ କଲେ। ଗୁଜୁରାଟର ତତ୍‌ଭମ ମସୁରମ ପ୍ରାଇଭେଟ ଲିମିଟେଡ଼ କମ୍ପାନୀର ଅଧିକାରୀଙ୍କଠାରୁ ଡିଙ୍ଗିରି ଛତୁ ଚାଷ ବିଷୟରେ ୧୫ଦିନ ପ୍ରଶିକ୍ଷଣ ଗ୍ରହଣ କଲେ। ଏହି ଛତୁ ୧୨ମାସ ଯାକ ଚାଷ କରାଯାଇଥାଏ ଏବଂ ଏଥିରେ ଔଷଧୀୟ ଗୁଣ ଥିବାରୁ ବିଦ୍ୟାଧର-ନିରୁପମା ଏହି ଚାଷ ପ୍ରତି ମନ ବଳାଇଥିଲେ। ୨୦୧୯ ଡିସେମ୍ବରରେ ଦମ୍ପତି ଖାଇବା ପାଇଁ ନିଜ ଘରେ ପ୍ରଥମେ ଅଳ୍ପ ଚାଷ କରି ସଫଳ ହେଲେ। ଗୋଟିଏ ଛତୁ ବେଡ଼ରେ ହାରାହାରି ୫୦ରୁ ୫୫ଟଙ୍କା ଖର୍ଚ୍ଚ ହୋଇଥାଏ। ଏଥିପାଇଁ ଆବଶ୍ୟକ ୫୦ଗ୍ରାମ୍‌ ମଞ୍ଜି, କୁଟାବିଡ଼ା, ବେବିଷ୍ଟିନ୍‌ ପାଉଡ଼ର, ପଲିଥିନ୍‌ ଓ ପାଣି। ୨ମାସ ୧୦ଦିନ ମଧ୍ୟରେ ୩ଟି ପର୍ଯ୍ୟାୟରେ ଗୋଟିଏ ବେଡ଼ରୁ ୨ରୁ ଅଢେଇ କେଜି ଛତୁ ଉପତ୍ାଦିତ ହୋଇଥାଏ। ଏହି ଛତୁର ବଜାର ଦର କିଲୋ ପ୍ରତି ୧୦୦ରୁ ୧୩୦ଟଙ୍କା। ଘରେ ବସି ମହିଳାମାନେ ଏହି ଚାଷ ମାଧ୍ୟମରେ ବେଶ୍‌ ଦି ପଇସା ରୋଜଗାର କରିବାର ବାଟ ଦେଖାଇଲେ ସଫଳ ଦମ୍ପତି। ଏବେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର କସିପଦା, ତଳବରହମପୁର, ମିରିଗିମୁଣ୍ଡି, ରୂପ୍‌ସା, ବାମଡ଼ା, ମାଣିତ୍ରୀ, ମାନଗୋବିନ୍ଦପୁର, କୁଳିଆଁଳା ଆଦି ଗ୍ରାମର ୫୦ ପରିବାର ଡିଙ୍ଗିରି ଛତୁ ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି।
ନିରୁପମାଙ୍କ କହିବା କଥା, ମହିଳାମାନେ ଘର କାମ କରିବା ସହ ଆରାମରେ ଏହି ଛତୁ ଚାଷ କରି ସ୍ବାବଲମ୍ବୀ ହୋଇପାରିବେ। ଶୁଖିଲା ଛତୁକୁ କମ୍ପାନୀ କିଲୋ ପ୍ରତି ୭ଶହ ଟଙ୍କା ଦରରେ କିଣି ନେଇଥାଏ। ଯଦି ଜଣେ ୧୦୦ଟି ବେଡ୍‌ରେ ଛତୁ ଚାଷ କରିବ ତେବେ ହାରାହାରି ମାସିକ ୮ କୁଇଣ୍ଟାଲ ଛତୁ ଉପତ୍ାଦନ କରି ୮ହଜାର ଟଙ୍କା ରୋଜଗାର କରିପାରିବ। ସ୍ବାମୀ ବିଦ୍ୟାଧର କହନ୍ତି, ଏହି ଛତୁରେ ବିଭିନ୍ନ ଔଷଧୀୟ ଗୁଣ ଥିବାରୁ ଏହା ସ୍ବାସ୍ଥ୍ୟପକ୍ଷେ ହିତକର। ସମଗ୍ର ରାଜ୍ୟରେ ୧୦ହଜାର ପରିବାର ଏହି ଚାଷ ମାଧ୍ୟମରେ କିଭଳି ଆମତ୍ନିର୍ଭରଶୀଳ ହେବେ, ତାହା ମୋର ଲକ୍ଷ୍ୟ। କମ୍ପାନୀ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ଏହି ଛତୁ ଖାଇବା ଦ୍ୱାରା ସୁସ୍ଥ ମାନସିକତା ଗଠନ ହେବା ସହ ଏକାଗ୍ରତା ଓ ସକରାମତ୍କ ଚିନ୍ତାଧାରାର ବିକାଶ ଘଟିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ ମୁଦ୍ରା ପ୍ରଚଳନ ପରେ କାଗଜ ନୋଟଗୁଡିକ କ’ଣ କରିବ RBI, ସେଗୁଡିକୁ କିପରି ନଷ୍ଟ କରାଯିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୮: ଭାରତୀୟ ରିଜର୍ଭ ବ୍ୟାଙ୍କ ପଲିମର ନୋଟ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଥିବାରୁ, ଅନେକ ଲୋକ ଭାବୁଛନ୍ତି ଯେ ବର୍ତ୍ତମାନର କାଗଜ ନୋଟ ଗୁଡିକର କଣ ହେବ।…

ଦୁର୍ଘଟଣା ରୋକିବାକୁ ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ

ଗଞ୍ଜାମ,୨ା୮(ବିଦ୍ୟାଧର ସାହୁ): ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ରାସ୍ତାରେ ବୁଲା ଗୋରୁଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ନିଲମ୍ବିତ

ଭୁବନେଶ୍ୱର,୨।୮: ୨୦୨୧ ମସିହାରେ ପାରଳାଖେମୁଣ୍ଡିରେ ଘଟିଥିବା ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଘଟଣାରେ ତତ୍କାଳୀନ DFO ତଥା…

ପ୍ରେମିକାଙ୍କ ସହ ନୂଆ ଲୁକରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨।୮: ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛନ୍ତି, ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇପାରନ୍ତି। IPL 2027 ନିଲାମ ପୂର୍ବରୁ ସେ ଚେନ୍ନାଇ…

ଶେଷ ହେବ ଆମେରିକା-ଇରାନ ଯୁଦ୍ଧ? ଚୁକ୍ତିନାମାରେ ହର୍ମୁଜ ସମ୍ପର୍କରେ କ’ଣ ନିଷ୍ପତ୍ତି ନିଆଯାଇଥିଲା, ଜାଣନ୍ତୁ

ଓ୍ବାଶିଂଟନ,୨।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ହର୍ମୁଜ ପ୍ରଣାଳୀ ପ୍ରସଙ୍ଗରେ ଇରାନ ଉପରେ ଆକ୍ରମଣ କରିବା କଥା କହିଛନ୍ତି। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ…

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri