ଡିଏଲ୍‌ ଆବେଦନ ପାଇଁ ଆର୍‌ଟିଓରେ ବଢ଼ିଲା ସ୍ଲଟ୍‌: ଥିଲା ଦୈନିକ ୧୫୦, ହେଲା ୪୫୦

ଭୁବନେଶ୍ୱର,୧୫।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକଙ୍କ ଭିତରେ ଏକପ୍ରକାର ଛନକା ପଶିଥିଲା। ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ିର ଆବଶ୍ୟକ କାଗଜପତ୍ର କରିବା ପାଇଁ ଆର୍‌ଟିଓ କାର୍ଯ୍ୟାଳୟରେ ଭିଡ଼ ଲଗାଇଥିଲେ। ମାତ୍ର ଆର୍‌ଟିଓରେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଆବେଦନ ପାଇଁ ସୀମିତ ସ୍ଲଟ୍‌ ଥିବାରୁ ମାତ୍ର ଅଳ୍ପଦିନରେ ମାସକ ପର୍ଯ୍ୟନ୍ତ ବୁକିଂ ସରିଯାଇଥିଲା। ବହୁ ଲୋକ ଆଉ ଆବେଦନ କରିପାରି ନ ଥିଲେ। ଏବେ ପରିବହନ ସଚିବଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଏହି ସ୍ଲଟ୍‌ ସଂଖ୍ୟା ବଢାଇ ଦିଆଯାଇଛି। ଦୈନିକ ୧୫୦ ସ୍ଲଟ୍‌ ରହିଥିବାବେଳେ ତାହାକୁ ୪୫୦କୁ ବଢାଇ ଦିଆଯାଇଛି। ଫଳରେ ଲୋକେ ସହଜରେ ଅନ୍‌ଲାଇନ୍‌ ମାଧ୍ୟମରେ ସ୍ଲଟ୍‌ ପାଇଁ ଆବେଦନ ଆରମ୍ଭ କରିଛନ୍ତି।

ଆବେଦନକାରୀଙ୍କୁ ସ୍ଲଟ୍‌ ଦିଆଯିବା ପରେ ତାହା ବ୍ଲକ୍‌ ହୋଇଯାଇଥାଏ। ସ୍ଲଟ୍‌ ବୁକ୍‌ କରିଥିବା ଲୋକଙ୍କୁ ଡ୍ରାଇଭିଂ ଟେଷ୍ଟ ପୂର୍ବରୁ ପ୍ରଥମେ ଲର୍ନିଂ ପାଇଁ ଡକାଯାଇଥାଏ। ନିୟମକୁ ୩ ମାସ କୋହଳ କରାଯିବା ପରେ ଏବେ ସ୍ଲଟ୍‌ ବୁକ୍‌ କରିଥିବା ଆବେଦନକାରୀ ଲର୍ନିଂ ଟେଷ୍ଟ ଦେବାକୁ ଆସୁନାହାନ୍ତି। ଲର୍ନିଂ ପାଇଁ ନାମ ଡକାଯାଉଥିଲେ ମଧ୍ୟ ଅଧିକାଂଶ ଅନୁପସ୍ଥିତ ରହୁଛନ୍ତି। ଫଳରେ ପରବର୍ତ୍ତୀ ଆବେଦନକାରୀଙ୍କୁ ସୁଯୋଗ ଦିଆଯାଉଛି। ସେହି ସମୟରେ ଥରେ ଯିଏ ସ୍ଲଟ୍‌ ହରାଇଲା ତାଙ୍କୁ ପୁଣିଥରେ ପ୍ରଥମକୁ ଫେରିବାକୁ ପଡୁଛି। ଦୁଇତିନି ଦିନ ହେବ ଆର୍‌ଟିଓ ଅଫିସରେ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ତେଣୁ ଅଯଥାରେ ସ୍ଲଟ୍‌ ବୁକ୍‌ ନ କରିବାକୁ ଆରଟିଓ ପକ୍ଷରୁ ନିବେଦନ କରାଯାଇଛି।
ଅନ୍ୟପକ୍ଷରେ ଆର୍‌ଟିଓ ଅଫିସରେ ପ୍ରତିଦିନ ଭିଡ଼ ରହୁଥିବାରୁ ଏକାଧିକ କାଉଣ୍ଟରରେ ଧାଡ଼ି ବ୍ୟବସ୍ଥା କରାଯାଇ ନ ଥିଲା। ମହିଳା, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନେ ପଛରେ ରହି ନାନା ହଟହଟା ହେଉଥିଲେ। ଏନେଇ ଖବର ପ୍ରକାଶ ପାଇବା ପରେ ଆରଟିଓଙ୍କ ପକ୍ଷରୁ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ମହିଳା,ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଧାଡିରେ ଆସି ସହଜରେ ଲଇସେନ୍ସ ଆବେଦନ ଓ ନେଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବେ

ପୁରୀ ଅଫିସ,୨୯।୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁରୀ ଗସ୍ତରେ ଆସିଛନ୍ତି। ଭୁବନେଶ୍ୱରରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇ ଶୁକ୍ରବାର ରାତି ପ୍ରାୟ ୯ଟା ୧୦ରେ ଶାହା...

ଆଜି ଆଉ ୨୪ ଜଣଙ୍କ ଜୀବନ ନେଇଛି କରୋନା

ଭୁବନେଶ୍ୱର,୧୨ା୨(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ମୃତ୍ୟୁସଂଖ୍ୟା ବଢିଚାଲିଛି। ଆଜି ଆଉ ୨୪ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ...

୨୪ଘଣ୍ଟାରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର,୭।୯(ବ୍ୟୁରୋ): ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୪ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି।...

ଭରତପୁର କୋଇଲା ଖଣି ଦୁର୍ଘଟଣା: ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ

ଅନୁଗୋଳ ଅଫିସ, ୬।୮: ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ତାଳଚେର ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ପରିବାର ଓ ବିଧାୟକଙ୍କ ସହିତ ଜିଲା...

କଟକ ସହରରୁ ୯୮ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧୩।୧୦- କଟକ ସହରରୁ ମଙ୍ଗଳବାର ୯୮ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ...

ବାପାଙ୍କ ମନପ୍ରାଣ ବିଜୁବାବୁ; ଭାଜପାରେ ମିଶିବା ଭୁଲ ନିଷ୍ପତ୍ତି ଥିଲା: ସମ୍ବିତ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ଭାଜପାରେ ଯୋଗଦାନ ଆଉ ଏବେ ଏବେ ଭାଜପାରୁ ବୁଧବାର ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଡା. ଦାମୋଦର...

ରାଜ୍ୟରେ କରୋନାର ସଙ୍ଗିନ ସ୍ଥିତି: ଦିନକରେ ୧୩୭୯ ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। ରବିବାର ରାଜ୍ୟରେ ୧୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

‘ବିଜୁ ଏକ୍ସପ୍ରେସ୍‌ ଓ୍ବେ’କୁ ୪୪୮ କୋଟି

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଶିଳ୍ପ ଅଭିବୃଦ୍ଧି ସହ ଅର୍ଥନୈତିକ ବିକାଶ ପାଇଁ ରାଜ୍ୟ ସରକାର ବିଜୁ ଏକ୍ସପ୍ରେସ ଓ୍ବେ ନିର୍ମାଣ କରୁଛନ୍ତି।...

Advertisement
Archives

Model This Week