ଡାକ୍ତର-ପୋଲିସଙ୍କୁ ଅସମ୍ମାନ ଜଣାଉଥିବା ବ୍ୟକ୍ତିଙ୍କୁ ଭାଇଜାନ୍‌ଙ୍କ ଭତ୍ସନା: କହିଲେ ‘କିଛି ଜୋକର୍‌ଙ୍କ ପାଇଁ ଭାରତରେ ବ୍ୟାପିବାରେ ଲାଗିଛି କରୋନା’

ବମ୍ବେ: କରୋନା ମହାମାରୀ ମୁକାବିଲା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଡାକ୍ତର ଏବଂ ପୋଲିସ କର୍ମଚାରୀ। ପୋଲିସ ଲୋକମାନଙ୍କୁ ସଚେତନ କରୁଥିବା ବେଳେ ସଂକ୍ରମିତଙ୍କ ଚିକିତ୍ସା ଭାର ନିଜ କାନ୍ଧରେ ସମ୍ଭାଳିଛନ୍ତି ଡାକ୍ତରମାନେ। ହେଲେ କିଛି ଲୋକ ସେମାନଙ୍କୁ ଅସଦ୍‌ବ୍ୟବହାର କରୁଛନ୍ତି। ଏହାକୁ ଜୋକରର କାର୍ଯ୍ୟକଳାପ କହିଛନ୍ତି ବଲିଉଡ୍‌ ଭାଇଜାନ୍‌ ତଥା ସଲମାନ ଖାନ୍‌।

ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି ନିଜର ମନକଥା କହିଛନ୍ତି ଭାଇଜାନ୍‌। କରୋନା ମୁକାବିଲା ଲାଗି ମାସ୍କ ପିନ୍ଧିବା ଜରୁରୀ। ଲୋକମାନଙ୍କଠାରୁ ଦୂରରେ ରହିବା ଆବଶ୍ୟକ। ଏପରି ନ କଲେ ଜଣେ ନିଜ ପରିବାର ସହ ସମଗ୍ର ଦେଶକୁ ବିପଦ ମୁହଁକୁ ଠେଲିଦେବ। ଯଦି ଭଗବାନଙ୍କୁ ପୂଜିବାକୁ ଇଚ୍ଛା, ମନେପକାଇବାକୁ ଇଚ୍ଛା ତେବେ ଏହି ସମୟରେ ଘରୁ ସେମାନଙ୍କୁ ମନେ ପକାନ୍ତୁ। ଅନ୍ୟମାନଙ୍କୁ ଭେଟନ୍ତୁ ନାହିଁ। ସମସ୍ତ ଭାରତବାସୀଙ୍କୁ ବଞ୍ଚାଇବା ପ୍ରୟାସରେ ଲାଗିଥିବାରୁ ଡାକ୍ତର ଏବଂ ପୋଲିସ କର୍ମଚାରୀଙ୍କୁ ସମ୍ମାନ ଦିଅନ୍ତୁ। ଏବେ କିଛି ଜୋକରଙ୍କ ପାଇଁ କରୋନା ମାଡ଼ିବାରେ ଲାଗିଛି। ଫଳରେ ଲକ୍‌ଡାଉନ୍‌ ସମୟକୁ ବୃଦ୍ଧି କରିବାକୁ ପଡ଼ିଛି। ନ ହେଲେ ସବୁକିଛି ଠିକ୍‌ ହୋଇସାରନ୍ତାଣି। ଆମେ କାମ କରିବା ଲାଗି ପ୍ରସ୍ତୁତ ହୋଇସାରିଲେଣି। ଉକ୍ତ ବ୍ୟକ୍ତିମାନେ ସମସ୍ତଙ୍କୁ ମଧ୍ୟ ନିଜର ଏବଂ ଅନ୍ୟମାନଙ୍କ ଜୀବନ ସହ ଖେଳିବାକୁ କହିଥିବା ସଲମାନ୍‌ କଡ଼ା ଭାଷାରେ କହିଛନ୍ତି।

ତେବେ ସଲମାନ ଏବେ ନିଜ ଫାର୍ମହାଉସ୍‌ରେ ଅଛନ୍ତି। ତାଙ୍କ ସହ ପରିବାରର ସମସ୍ତେ ଫସି ରହିଛନ୍ତି। ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତେ ଘରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଉପରେ ବର୍ଷିଲେ ଧର୍ମେନ୍ଦ୍ର, ତୁଷ୍ଟୀକରଣ ରାଜନୀତିକୁ ନେଇ….

ନୂଆଦିଲ୍ଲୀ,୨୦ା୮: କଂଗ୍ରେସ ମୁଖ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ଦେଖାଦେଇଥିବା ବିବାଦ ଏବେ ତୀବ୍ର ହୋଇଛି । ଏହାକୁ ନେଇ କଂଗ୍ରେସକୁ…

ସାତକୋଶିଆ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା; ଅଟୋକୁ ଧକ୍କା ଦେଲା ଥାର୍, ୧୦…

ଆନନ୍ଦପୁର,୨୦।୮((ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ସାତକୋଶିଆ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଥାର୍ ଗାଡିର ଜୋରଦାର ଧକ୍କାରେ ଅଟୋ ଚୁରମାର ହୋଇଯାଇଛି। ଘଟଣାରେ…

ରାଜ୍ୟ ସରକାର ବଢାଇଲେ ପେନଶନ ଲିମିଟ୍‌, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୦ା୮: ସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ୍ ସୁବିଧା ମିଳିଥାଏ। ପ୍ରତ୍ୟେକ ରାଜ୍ୟ ସରକାର ନିଜ ରାଜ୍ୟର ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରେ ସମୟ ସମୟରେ ବୃଦ୍ଧି କିମ୍ବା ସଂଶୋଧନ…

‘ଯୁବବର୍ଗ ୧୮ ବର୍ଷରେ ଭୋଟ୍‌ ଦେବା ଅଧିକାର ହେଉଛି ରାଜୀବଙ୍କ ଅବଦାନ’

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଧୁନିକ ଭାରତର ନିର୍ମାତା, ଯୁବ ମାନସର ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୮୦ ତମ ଜନ୍ମଜୟନ୍ତୀ ସ୍ଥାନୀୟ…

ପୋଖରୀରେ ଗାଧୋଉଥିଲେ ଯୁବକ, ୨ ରାଉଣ୍ଡ ଗୁଳି ଚଳାଇ ଲୁଟିନେଲେ ବାଇକ

ନୟାଗଡ, ୨୦।୮(ଲୋକନାଥ ମିଶ୍ର): ନୟାଗଡ ଜିଲା ଚାନ୍ଦପୁର ଥାନା କୁସୂପଲାରେ ୨ରାଉଣ୍ଡ ଗୁଳି ଚାଳନା ହୋଇଛି । ପୋଖରୀରେ ଗାଧୋଉ ଥିବା ବେଳେ ଗୁରୁବାର ଅପରାହ୍ନ ପ୍ରାୟ…

କେସିଙ୍ଗାରେ ବିଜେଡି ଯୁବ ରାଜ୍ୟ ସଭାପତି, କହିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ…

କେସିଙ୍ଗା,୨୦ା୮(ତୁମେଶ୍ୱର ସାହୁ): ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ କୁମାର ସାହୁ ନବରଙ୍ଗପୁରରେ ହେବାକୁ ଥିବା ଛାତ୍ର ସମାବେଶରେ ଯୋଗ ଦେବାପାଇଁ ଗୁରୁବାର…

ପୋଖରୀରେ ମୃତଦେହ-ଘରେ ମିଳିଲା କଟାମୁଣ୍ଡ, ବଲାଙ୍ଗୀରରେ ହଇଚଇ

ବଲାଙ୍ଗୀର, ୨୦।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଏକ ପୋଖରୀରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ବଡ଼ ଖୁଲାସା ହୋଇଛି ।…

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri