ଡାକ୍ତର ନାହାନ୍ତି, ରୋଗୀ ହନ୍ତସନ୍ତ

ଫିରିଙ୍ଗିଆ,୨୪।୬-ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୩ ମାସ ହେଲା ଡାକ୍ତର ନାହନ୍ତି। ଏହି ମେଡିକାଲ ଉପରେ ନିର୍ଭର କରୁଥିବା ୩ ପଞ୍ଚାୟତବାସୀ ଚିକିତ୍ସା ସେବା ନ ପାଇ ହନ୍ତସନ୍ତ ହେଉଛନ୍ତି। ଏହି ମେଡିକାଲରେ ନିଯୁକ୍ତି ପାଇଥିବା ଡାକ୍ତର ଜେ.ସାଇ ରଜତଙ୍କୁ ୩ ମାସ ତଳେ ଫିରିଙ୍ଗିଆସ୍ଥିତ ସିଏଚ୍‌ସି ଇନ୍‌ଚାର୍ଜ ଭାବେ ବଦଳି କରାଯାଇଛି। ମାତ୍ର ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦିଆଯାଇନାହିଁ। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ଜଜେଶିପଙ୍ଗା, ଡିମିରିଗୁଡା ଓ ନୂଆପଦର ପଞ୍ଚାୟତର ପ୍ରାୟ ୬ ହଜାରରୁ ଉର୍ଦ୍ଧ୍ୱ ଲୋକେ ଏବେ ଚିକିତ୍ସା ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ଏବେ ସେଠାରେ କେବଳ ଜଣେ ଫାର୍ମାସିଷ୍ଟ ରଞ୍ଜନ ସ୍ବାଇଁ ରହି ଚିକିତ୍ସା କରୁଛନ୍ତି। ଅଞ୍ଚଳବାସୀ କୌଣସି ରୋଗରେ ପଡିଲେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ଆସି ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ତୁରନ୍ତ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି କରିବାକୁ ଉକ୍ତ ଅଞ୍ଚଳର ଅଙ୍ଗଦ ବେହେରା, ଯୁଗୁନି କହଁର, ଚକ୍ରଧର କହଁର, ବାପି କହଁର ପ୍ରମୁଖ ଦାବି କରିଛନ୍ତି। ସମସ୍ୟା ସମ୍ପର୍କରେ ଫିରିଙ୍ଗିଆ ସ୍ଥିତ ଇନଚାର୍ଜ ଡାକ୍ତରଙ୍କ ସହ ଯୋଗାଯୋଗ ପାଇଁ ଫୋନ ନଂ.୯୮୫୩୬୬୬୬୫୬ରେ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚାଲିଥିଲା ସେକ୍ସ ର଼୍ୟାକେଟ: ଧରାପଡ଼ିଲେ ଗ୍ରାହକଙ୍କ ସହ ୨ ଯୁବତୀ

ବ୍ରହ୍ମପୁର,୨୩।୬(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅଧୀନ ଅଶୋକନଗର ୯ମ ଲାଇନରେ ଏକ ଭଡା ଘରେ ସେକ୍ସ ର଼୍ୟାକେଟ ଠାବ ହୋଇଛି । ପୋଲିସ ହେି...

‘ରାସ୍ତା ମଝିରେ କିଏ ପୋତିଲା ବିଦ୍ୟୁତ୍‌ ଖୁଣ୍ଟ’: ଦେଖି ଚକିତ ହେଲେ ବିଧାୟକ ସିଦ୍ଧାନ୍ତ

ଦିଗପହଣ୍ଡି,୨୩।୬: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିନ୍ଧବା-ପଦ୍ମପୁର ରାସ୍ତାରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତା ମଝିରେ ପୋତା ଯାଇଛି ସିମେଣ୍ଟର ଏକ ବିଦ୍ୟୁତ୍‌...

ସ୍ବାସ୍ଥ୍ୟ, ପାନୀୟ ଜଳ ସମସ୍ୟା ନେଇ ଉଦ୍‌ବେଗ

ଦିଗପହଣ୍ଡି,୨୩ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରର ସ୍ବାସ୍ଥ୍ୟ ଓ ପାନୀୟ ଜଳ ସମସ୍ୟା ପ୍ରତି ଦୃଷ୍ଟି ଦିଆଯିବ ବୋଲି ଦିଗପହଣ୍ଡିର ନବନିର୍ବାଚିତ ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର...

୨ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଚିକିଟି,୨୩ା୬ (ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁପସ୍ଥିତ ୨ ଡାକ୍ତରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଧାୟକଙ୍କ ଅଭିଯୋଗ ପରେ ଜିଲା...

ଗଜ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୁଷୋତ୍ତମପୁର,୨୨ା୬(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି। ରଥସାହି ଜଗନ୍ନାଥ ମନ୍ଦିରରେ ସେବାୟତମାନେ ଶ୍ରୀଜିଉଙ୍କୁ ରତ୍ନବେଦିରୁ ଆଣି ସ୍ନାନବେଦିରେ ବିଜେ...

ଘର ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

ଖଲ୍ଲିକୋଟ,୨୨ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଙ୍ଗଡ଼ାପଲ୍ଲୀ ଗ୍ରାମରେ ଏକ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଖଲ୍ଲିକୋଟ...

ଦୁଇ ଦିନ ପରେ ବି ମିଳୁନି ସମୁଦ୍ରରେ ନିଖୋଜ ଛାତ୍ରଙ୍କ ପତ୍ତା

ଛତ୍ରପୁର,୨୧।୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା କେ.ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ଗାଧେଇବା ବେଳେ ଭାସି ଯାଇ ଡିପ୍ଲୋମା ଛାତ୍ର ହେମନସେନ...

‘ସୁସ୍ଥ ରହିବା ପାଇଁ ଯୋଗ ନିତ୍ୟାନ୍ତ ଜରୁରୀ: ପ୍ରଦୀପ ପାଣିଗ୍ରାହୀ’

ଛତ୍ରପୁର,୨୧।୬(ଦିଲ୍ଲୀପ ସାମଲ/ସନ୍ତୋଷ ପାଢୀ): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ରାଜ୍ୟରେ ଯୋଗ ଦିବସକୁ ବ୍ୟାପକ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ୧୦ତମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri