ଡାକ୍ତର କହି ବିବାହ ମହଙ୍ଗା ପଡ଼ିଲା: ମହିଳା ଡାକ୍ତରଙ୍କ ଅଭିଯୋଗ ପରେ ସ୍ବାମୀ ଗିରଫ

ଭୁବନେଶ୍ୱର, ୧୫-୧(ବ୍ୟୁରୋ): ଯୁକ୍ତ୨ ଫେଲ୍‌, ହେଲେ କହିଥିଲେ ଡାକ୍ତରୀ ପାସ୍‌। ଏପରି ମିଛ କହି ଜଣେ ମହିଳା ଡାକ୍ତରଙ୍କୁ ମଧ୍ୟ ବିବାହ କରିବା ଏବେ ଜଣେ ଯୁବକ ଓ ତାଙ୍କ ପରିବାର ଲୋକଙ୍କ ପାଇଁ ମହଙ୍ଗା ପଡ଼ିଛି। ବାହାଘରର ୫ଦିନ ପରେ ମହିଳା ଡାକ୍ତର ଜଣକ ସ୍ବାମୀଙ୍କ ଏପରି ମିଛ ଜାଣିବା ପରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ କେସ୍‌ ନଂ.୩/୨୦ ଦଫା ୪୯୮(ଏ), ୩୨୩, ୨୯୪, ୩୫୪, ୩୦୭, ୫୦୬, ୩୪ ଓ ଯୌତୁକ ଦଫା ଲଗାଇ ତଦନ୍ତ ଆରମ୍ଭ କରିଥିବାବେଳେ ମଙ୍ଗଳବାର ଅଭିଯୁକ୍ତ ସ୍ବାମୀ ଶୈଳେନ୍ଦୁ ବିଶ୍ୱାଳଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁଯାୟୀ, ମହିଳା ଡାକ୍ତର ଜଣକ ଏମ୍‌ସରୁ ଏମ୍‌ବିବିଏସ୍‌ ପାସ୍‌ କରିଛନ୍ତି। ଗତବର୍ଷ ଖଣ୍ଡଗିରି ଡେଲ୍‌ଟା ଛକରେ ରହୁଥିବା ଜଳ ସମ୍ପଦ ବିଭାଗର ଜଣେ ପୂର୍ବତନ ମୁଖ୍ୟ ଯନ୍ତ୍ରୀଙ୍କ ପୁଅ ସହ ତାଙ୍କର ବାହାଘର ଲାଗିଥିଲା। ପୁଅ ଡାକ୍ତରୀ ପାସ୍‌ କରିଥିବା ନେଇ ମହିଳା ଡାକ୍ତରଙ୍କ ଘରେ ପ୍ରସ୍ତାବ ଦେଇଥିଲେ ଯନ୍ତ୍ରୀଙ୍କ ପରିବାର ଲୋକେ। ଏପ୍ରିଲ ୧୬ରେ ଚନ୍ଦ୍ରଶେଖରପୁରସ୍ଥିତ ଏକ ମନ୍ଦିରରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା। କିଛିଦିନ ତଳେ ସେମାନଙ୍କର ବାହାଘର ମଧ୍ୟ ହେଲା। ହେଲେ ଚତୁର୍ଥୀ ପରଦିନ ସ୍ବାମୀଙ୍କ ହାବଭାବରୁ ସ୍ତ୍ରୀଙ୍କର ସନ୍ଦେହ ହୋଇଥିଲା। କେଉଁ ମେଡିକାଲ କଲେଜରେ ପାଠ ପଢ଼ୁଥିଲ ଓ ଡାକ୍ତରୀ ପାଠପଢ଼ା ବିଷୟରେ ସ୍ତ୍ରୀ ଆଲୋଚନା କଲାବେଳେ ସନ୍ତୋଷ ଜନକ ଉତ୍ତର ଦେଇପାରି ନ ଥିଲେ ସ୍ବାମୀ। ମିଛ କଥା କୁହାଯାଇ ବାହାଘର ହୋଇଥିବା ଜାଣିବା ପରେ ମହିଳା ଡାକ୍ତର ଜଣକ ଗତ ୧୧ ତାରିଖରେ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ମନ୍ଦିର ଆୟବ୍ୟୟର ହେବ ଅଡିଟ୍‌, ଏଜିଙ୍କୁ ଚିଠି ଲେଖିଲେ ଦେବୋତ୍ତର କମିଶନର

ଭୁବନେଶ୍ୱର,୨୬।୯(ବ୍ୟୁରୋ)- ଏଣିକି ମନ୍ଦିର ଆୟବ୍ୟୟର ଅଡିଟ୍‌ କରାଯିବ। ଏନେଇ ଦେବୋତ୍ତର କମିଶନର ଏଜିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ୬୧ଟି ମନ୍ଦିରର ଅଡିଟ୍‌ ପାଇଁ ଏଜିଙ୍କୁ ଚିଠି...

ଖଣ୍ଡାରେ ଜନ୍ମଦିନ କେକ୍‌ କାଟିଲେ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ରାଜଧାନୀରେ ଆଉଏକ ଗ୍ୟାଙ୍ଗ ମୁଣ୍ଡ ଟେକିଥିବା ଜଣାପଡ଼ିଛି। ୮ରୁ ଊର୍ଦ୍ଧ୍ୱ ଯୁବକ ଖଣ୍ଡାରେ କେକ୍‌ କାଟି ଜନ୍ମଦିନ ପାଳୁଥିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ...

କୋଭିଡ ହସ୍ପିଟାଲ ପାଇଖାନାରୁ ମିଳିଲା ରୋଗୀଙ୍କ ମୃତଦେହ

ଭବାନୀପାଟଣା,୧।୫: କଳାହାଣ୍ଡି ଜିଲା କାମଠଣା କୋଭିଡ୍‌ ହସ୍ପିଟାଲରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ହସ୍ପିଟାଲ ପାଇଖାନା ଭିତରେ ଜଣେ କୋଭିଡ୍‌ ଆକ୍ରାନ୍ତ ବୃଦ୍ଧଙ୍କ ମୃତ୍ୟୁ...

ଗୟଳ ଆକ୍ରମଣରେ ବନ କର୍ମଚାରୀ ଗୁରୁତର

ସଜନାଗଡ଼,୧୮।୫(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଲ୍‌ଡ଼ିହା ଅଭୟାରଣ୍ୟ ରେଞ୍ଜରେ ଶନିବାର ସକାଳେ କୁଲ୍‌ଡ଼ିହା ବିଟ୍‌ରେ କାର୍ଯ୍ୟରତ ସବୁଜବାହିନୀର ପୂର୍ଣ୍ଣଚନ୍ଦ୍ର ରାଉତ ଗୟଳ ଆକ୍ରମଣରେ...

ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦେଲେ ସସ୍ମିତ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ପାଇଁ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ସୋମବାର ଗୃହରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ଓଡ଼ିଶାକୁ ଶିଳ୍ପ...

ସରକାରୀ କାର୍ଯ୍ୟରେ ପାରିଶ୍ରମିକ ପାଇ ନ ଥିବା ଡ୍ରାଇଭରଙ୍କ ଧାରଣା

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ନିର୍ବାଚନ, ଭିଭିଆଇପିଙ୍କ ସୁରକ୍ଷା ଓ କାରକେଡ୍‌ ଭଳି ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ଘରୋଇ ଗାଡ଼ିକୁ ନିୟୋଜିତ କରାଯାଉଛି। ଏଥିନିମନ୍ତେ ଆରଟିଓ...

ଭଙ୍ଗାଗଲା ଏମାର ମଠର ଅବଶିଷ୍ଟ ପୁରୁଣା-ଦୁର୍ବଳ କୋଠା

ପୁରୀ ଅଫିସ, ୨୫ା୨: ଏମାର ମଠର ଉଚ୍ଛେଦ ପୁଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଶୁକ୍ରବାର ପୁରୀ ଜିଲା ପ୍ରଶାସନ...

କରୋନା କଟକଣା ଉଲଘଂନ: ୨୪୫ ମାମଲା ରୁଜୁ

କଟକ ଅଫିସ,୪।୪- କରୋନା ଭୁତାଣୁକୁ ନେଇ ରାଜ୍ୟ ସରକାର ସାରା ରାଜ୍ୟରେ କେତେକ ସ୍ୱତନ୍ତ୍ର କଟକଣା ଜାରି କରିଛନ୍ତି। କଟକଣା ଉଲଘଂନ କଲେ ପୋଲିସ କାର୍ଯ୍ୟାନୁଷ୍ଠାନ...

Advertisement
Archives

Model This Week