ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ କରିଦେଇଛି ଭାରତ।
ଫଳରେ ଦଳ ୧୧୫ ରନର ଅଗ୍ରଣୀ ଲାଭ କରିଛି। ଜବାବରେ ଭ୍ରମଣକାରୀ ଦଳ ଚା’ପାନ ବିରତି ସୁଦ୍ଧା ଏହାର ଦ୍ୱିତୀୟ ଇନିଂସରେ କୌଣସି ଉଇକେଟ ନ ହରାଇ ୩୦ରନ କରିଛି।
ପୂର୍ବଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୧୧ରୁ ଖେଳ ଆରମ୍ଭ କରିଥିବା ଘରୋଇ ଦଳ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ। ଶନିବାର ପ୍ରଥମ ସେସନରେ ଇଂଲଣ୍ଡ ଫର୍ମରେ ଥିବା ୩ ବ୍ୟାଟର ମାଇଆ ବୋଚିର(୨୩), ହିଥର ନାଇଟ୍ (୬)ଓ ଆଲିସ କାପ୍ସି (୯)ଙ୍କ ଉଇକେଟ ହରାଇଥିଲା।
ଉଇକେଟକିପର ଆମି ଜୋନ୍ସ ୫୨ ଓ ଅଧିନାୟିକା ନାଟ୍ ସ୍କିିଭର ବ୍ରଣ୍ଟ ୪୪ ରନ କରି ଦଳର ସ୍କୋରକୁ ଆଗେଇ ନେଇଥିଲେ। ଭାରତ ପକ୍ଷରୁ ଅନ୍ୟ ଦୁଇ ସଫଳ ବୋଲର ସାୟଲି ସାତ୍ଘରେ ଓ ସ୍ନେହ ରାଣା ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ।

