ଠାକୁରମୁଣ୍ଡା,୨୭ା୯(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ଗତ ୨୩ ତାରିଖରେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତେଜିତ ରୋଗୀଙ୍କ ସମ୍ପର୍କୀୟମାନେ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଠେଲାପେଲା କରିବା ସହ ଓ ମାଡ଼ ମାରିଥିବ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରି କରଞ୍ଜିଆ ପୋଲିସ ମୃତ ମହିଳାଙ୍କ ପରିବାରର ୨ ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଉଲ୍ଲେଖଯୋଗ୍ୟ ଯେ, କରଞ୍ଜିଆ ଏନଏସି ଅନ୍ତର୍ଗତ ୬ ନମ୍ବର ଓ୍ବାର୍ଡର ଦିଲ୍ଲୀପ କୁମାର ସାହୁଙ୍କ ସ୍ତ୍ରୀ ମାନ୍ଦାକିନୀଙ୍କର ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ମୃତ ମହିଳାଙ୍କ ସମ୍ପର୍କିୟମାନେ ଡା.ଲଷ୍ମୀଧର ମହାନ୍ତଙ୍କୁ ଠେଲାପେଲା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏଥିନେଇ ଡାକ୍ତରମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ରୋଗୀମାନେ ଚିକିତ୍ସା ସେବା ନ ପାଇ ଅନ୍ୟତ୍ର ପଳାଇ ଯାଉଛନ୍ତି। ଏହି ଡାକ୍ତରଖାନାରେ ୨୨ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବାବେଳେ ମାତ୍ର ୮ ଜଣ ଡାକ୍ତର ଅଛନ୍ତି। ଗଣ୍ଡଗୋଳ ପରେ ଡାକ୍ତରମାନେ ଜିଲାପାଳ, ଏସପିଙ୍କୁ ଭେଟିବାକୁ ବାରିପଦା ଯାଇଥିଲେ। ପ୍ରତ୍ୟେହ ୩୦୦ରୁ ଊଦ୍ଧର୍ବ ରୋଗୀ ଡାକ୍ତରଖାନାକୁ ଆସୁଥିବା ବେଳେ ୨ ଦିନ ହେବ ରୋଗୀମାନେ ଏହି ଡାକ୍ତରଖାନାକୁ ଆସୁନାହାନ୍ତି। ଅଘୋଷିତ କାର୍ଯ୍ୟ ବନ୍ଦ ଯୋଗୁଁ ପ୍ରସୂତି ଓ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତରଙ୍କ ଅଭିଯୋଗ କ୍ରମେ ୨ ଜଣ ଗିରଫ ହୋଇଥିବା ବେଳେ ମୃତ ମହିଳାଙ୍କ ସ୍ବାମୀ ଦିଲ୍ଲୀପ କୁମାର ସାହୁ ଚିକିତ୍ସା ଅବହେଳାରୁ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Posted inଆମ ଜିଲା ଖବର, ମୟୂରଭଞ୍ଜ View All

ପ୍ରେମ ପାଇଁ ହାରିଲେ ଜୀବନ
ଖଡ଼ିଆଳ,୧୭।୩(ଡି.ଏନ୍.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ଥାନା କୋଟାମାଲ ଗାଁରେ ଗୁରୁବାର ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ନହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ହେଲେ...

ଟ୍ୟୁସନ୍ରୁ ଫେରୁଥିବା ବେଳେ ଛାତ୍ରୀଙ୍କ ଉପରେ ମାଡ଼ିଗଲା ହାଇଓ୍ବା
ଡେରାବିଶ,୬ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ...

ଭିମ୍ସାରରେ ପୁଣି ୧୬ କରୋନା ସଂକ୍ରମିତ
ସମ୍ବଲପୁର,୨୫ା୧୧(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିମ୍ସାରରେ ବୁଧବାର ଆଉ ୧୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୪୭ରେ ପହଞ୍ଚତ୍ଛି। ସେମାନଙ୍କ ମଧ୍ୟରେ...

ମହୁଲ ଫୁଲ ବିକ୍ରି ଲାଗି ଗୁଟାଲିକର ଚିନ୍ତା
ଭବାନୀପାଟଣା, ୧୮।୩ (ଡି.ଏନ୍.ଏ.)- ଏହେଦ୍କା ମହୁଲ ଫୁଲ ଗୁଟାବାର ସମିଆ। ଫିଦିନ ପହଁଟିଆରୁ ଜଂଗଲ ଅଂଚଲରେ ଥିବାର ଗଁ।ଗଁଡ଼ାର ଲୋକ୍ମାନେ ମହୁଲ ଫୁଲ ଗୁଟେଇ ଯାଉଛନ୍।...

ବଜାର ବୁଲାଇ ନେବା ବାହାନାରେ ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ
ବାରିପଦା,୧୫ା୧୧-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ନିର୍ମମ ହତ୍ୟା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ମୟୂରଭଞ୍ଜ ଜିଲା...

ଟପ୍ କ୍ୟାଡର ମାଓବାଦୀ ନେତା ପାପା ରାଓଙ୍କ ମୃତ୍ୟୁ ନେଇ ଚର୍ଚ୍ଚା
ମାଲକାନଗିରି, ୨୩ା୧(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ସୁକମା ଅଞ୍ଚଳରେ ସର୍ବଦା ନିଜ ଆଧିପତ୍ୟା ଜାହିର ରଖିଥିବା ମୋଷ୍ଟ ଓ୍ବାଣ୍ଟେଡ ତଥା ଟପ କ୍ୟାଡର ମାଓବାଦୀ...

ପାରାଦୀପ-ହରିଦାସପୁର ରେଳପଥ: ଅଗଷ୍ଟରୁ ଚାଲିବ ପଣ୍ୟବାହୀ ଟ୍ରେନ୍
ପାରାଦୀପ,୧୫ା୩(ସ୍ବ.ପ୍ର.): ପାରାଦୀପ-ହରିଦାସପୁର ରେଳପଥରେ ଆସନ୍ତା ଅଗଷ୍ଟରୁ ଟ୍ରେନ୍ ଚଳାଚଳ କରିବ ବୋଲି ଜଗତ୍ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ଟ୍ରେନ୍ ଚଳାଚଳ କଲେ...

ବୈତରଣୀ ନଦୀ ପୋଲରୁ ବୋଲେରୋ ବୋଝେଇ ଶାଳ ଚୌକାଠ ଜବତ: ୨ ଗିରଫ
ପାଟଣା,୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ମୁଖ୍ୟାଳୟ ବୈତରଣୀ ନଦୀ ପୋଲ ନିକଟରୁ ଏକ ଶାଳ ଚୌକାଠ ବୋଝେଇ ବୋଲେରୋ ଗାଡିକୁ ସୋମବାର...