Posted inଜାତୀୟ

ଡାକ୍ତରଙ୍କୁ ମାଡ଼ ଘଟଣାରେ ଦିଲ୍ଲୀର ୫ହସ୍ପିଟାଲରେ ଧର୍ମଘଟ

ନୂଆଦିଲ୍ଲୀ,୮।୭: ଦିଲ୍ଲୀର ମୌଲାନା ଆଜାଦ୍‌ ମେଡିକାଲ କଲେଜରେ ରବିବାର ଡାକ୍ତରଙ୍କ ସହ ହୋଇଥିବା ମାଡ଼ପିଟ୍‌ ଘଟଣାକୁ ବିରୋଧ କରି ଡାକ୍ତର ସଂଘ ଧର୍ମଘଟ ଡାକରା ଦେଇଛି। ଡାକ୍ତରଙ୍କ ଏହି ଆନ୍ଦୋଳନକୁ ଦିଲ୍ଲୀର ୪ବଡ଼ ହସ୍ପିଟାଲ ସମର୍ଥନ ଜଣାଇଛନ୍ତି। ଏହି ଆନ୍ଦେଳନରେ ଲୋକ ନାୟକ ସମେତ ଜି.ବି. ପନ୍ତ, ସୁଶ୍ରୁତ ଟ୍ରମା ସେଣ୍ଟର, ଗୁରୁ ନାନକ ଆଇ ସେଣ୍ଟର ଓ ମହର୍ଷି ବାଲ୍ମିକୀ ହସ୍ପିଟାଲ ସାମିଲ ହୋଇଛି। ହସ୍ପିଟାଲରେ ସୁରକ୍ଷା ଦାବି କରି ଡାକ୍ତରମାନେ ଅନିର୍ଦ୍ଧିଷ୍ଟକାଳ ପାଇଁ ଧାରଣାରେ ବସିଛନ୍ତି। ଫଳରେ ଏମରଜେନ୍ସୀ ସେବା ଠପ୍‌ ହେବା ସହ ରୋଗୀ ସେବା ବ୍ୟାହତ ହୋଇଛି। ଅପରପକ୍ଷରେ ଏହି ଆନ୍ଦୋଳନକୁ ଏମ୍ସର ଡାକ୍ତରମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି। ଏହି ମାମଲାରେ ଦିଲ୍ଲୀ ସରକାର ଓ ସ୍ବାସ୍ଥ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରାଯାଇଛି। ସୂଚନାଯୋଗ୍ୟ, ରବିବାର ରାତିରେ ଏମରଜେନ୍ସୀ ଓ୍ବାର୍ଡରେ ରୋଗୀ ଚିକିତ୍ସାକୁ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ବିରୋଧ କରିବା ସହ ଡାକ୍ତରକୁ ମାଡ଼ ମାରିଥିଲେ। ଏହି ଆକ୍ରମଣରେ ପୀଡ଼ିତ ଡାକ୍ତର ଆହତ ହୋଇଥିଲେ। ଘଟଣାକୁ ନେଇ ଉତ୍ତ୍ୟକ୍ତ ଡାକ୍ତର ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅହୋମ ମୈଦାନ ୟୁନେସ୍କୋ ବିଶ୍ୱ ଐତିହ୍ୟରେ ସାମିଲ କରିବାକୁ ପ୍ରସ୍ତାବ ପଠାଇବେ କେନ୍ଦ୍ର ସରକାର…

ଗୁଆହାଟୀ,୨୧।୧ : କେନ୍ଦ୍ର ସରକାର ଅହୋମ ସାମ୍ରାଜ୍ୟର ଚରାଇଦେବ ମୈଦାନକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ମନୋନୀତ କରିବାକୁ ୟୁନେସ୍କୋକୁ ଏକ ପ୍ରସ୍ତାବ ପଠାଇବାକୁ କେନ୍ଦ୍ର...

ସମ୍ବର ନେଲା ୬ବର୍ଷ ଛାତ୍ରର ଜୀବନ

ହାଇଦ୍ରାବାଦ୍‌,୧୫।୧୧: ଆନ୍ଧ୍ର ପ୍ରଦେଶ କୁରନୁଲର ଏକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଗରମ ସନ୍‌ମ୍ବରରେ ପଡି ଜଣେ ୬ ବର୍ଷ ଛାତ୍ରର ମୃତ୍ୟୁ ଘଟିଛି। ମୃତ...

ଭାଜପାର ସାଉଥ୍‌ ମିଶନ: ୨ଦିନ ଯାଏ ବିଧାନସଭା ନିର୍ବାଚନମଣ୍ଡଳୀରେ ରହିବେ ମନ୍ତ୍ରୀ

ହାଇଦ୍ରାବାଦ,୨୭।୬: ତେଲେଙ୍ଗାନାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ୨ଦିନ ଯାଏ ରହିବାକୁ ଭାଜପାର ସମସ୍ତ ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମା ଆଉ...

ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ରାଜନୀତି: ଦେଶରୁ ଆରମ୍ଭ କରି ବିଦେଶରେ ପହଞ୍ଚିଲା

ଢାକା/କୋଲକାତା,୨୭।୩: ପଶ୍ଚିମବଙ୍ଗର ୨ କୋଟି ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ଲକ୍ଷ୍ୟ ନେଇ ଭାଜପା ପକ୍ଷରୁ ଦେଶରୁ ଆରମ୍ଭ ହୋଇଥିବା ରାଜନୀତି ବିଦେଶରେ ପହଞ୍ଚିଛି। ଏହି ୨...

୨୧ ଦିନର ଛୁଟି ସାରି ଜେଲକୁ ଫେରିଲେ ରାମରହିମ

ଗୁରୁଗ୍ରାମ,୧।୩: ଡେରା ସଚା ସୌଦା ମୁଖ୍ୟ ରାମ ରହିମ ୨୧ ଦିନର ଛୁଟି ସାରି ସୋମବାର ଜେଲ୍‌କୁ ଫେରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ରାମ ରହିମଙ୍କୁ...

ଏଠାରେ କାର୍‌, ଜିପ, ହାତୀ ପ୍ରତିମୂର୍ତ୍ତିିର ତିଆରି ହୁଏ ସମାଧି, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥାଏ, ସମାଧି ଦିଆଯିବା ସ୍ଥାନରେ ତାଙ୍କ ପସନ୍ଦର ପ୍ରତିମୂର୍ତ୍ତି ତିଆରି କରାଯାଇଥାଏ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ।...

ଗୋଆରେ ଭାଜପା ଆଗୁଆ, ପଛରେ କଂଗ୍ରେସ…

ପଣଜୀ,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଗୋଆରେ ଶାସକ ଭାଜପା ଆଗୁଆ ରହିଛି। ଅପର...

ଉଦ୍ଧବଙ୍କୁ ମିଳିଲାନି ଭାଇ ରାଜ ଠାକରେଙ୍କ ଭୋଟ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ର ବିଧାନସଭାରେ ଶନିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଥିଲେ। ତାଙ୍କ ସପକ୍ଷରେ ୧୬୯ଭୋଟ ଆସିଥିବା ବେଳେ ଏବେ ସେ ତାଙ୍କ...

Advertisement
Archives

Model This Week