Posted inଜାତୀୟ

ଡାକ୍ତରଙ୍କୁ ପିଟି ହତ୍ୟା: ୨୧ ଗିରଫ

ଗୁଆହାଟୀ,୩ା୯: ଦେଶରେ ଗତ କିଛି ବର୍ଷ ମଧ୍ୟରେ ଭିଡ଼ ହିଂସା ବୃଦ୍ଧି ପାଇଛି। ଆସାମର ଜୋର୍‌ହାଟରେ ଥିତ୍ବା ଏକ ଚା’ ବଗିଚାରେ ଜଣେ ଡାକ୍ତରଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟି ପିଟି ହତ୍ୟା କରିଛନ୍ତି। ଏହି ଘଟଣାରେ ପୋଲିସ ୨୧ ଜଣଙ୍କୁ ଗିରଫ କରିଥିବାବେଳେ ଉକ୍ତ ଇଷ୍ଟେଟ୍‌କୁ ବନ୍ଦ କରିଦିଆଯାଇଛି। ଭିଡ଼ହିଂସା ପ୍ରତିବାଦରେ ଜୋର୍‌ହାଟର ଡାକ୍ତରମାନେ ସୋମବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବାବେଳେ ଭାରତୀୟ ମେଡିକାଲ ଆସୋସିଏଶନ ପକ୍ଷରୁ ମଙ୍ଗଳବାର ଧର୍ମଘଟ ପାଇଁ ଡାକରା ଦିଆଯାଇଛି।
ଗତ ଶନିବାର ଇଷ୍ଟେଟ୍‌ ପରିସରରେ ଅସ୍ଥାୟୀ କର୍ମଚାରୀ ସୋମ୍ରା ମାଝିଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତର ଦେବେନ ଦତ୍ତ (୭୩)ଙ୍କ ଅନୁପସ୍ଥିତି ଯୋଗୁ କର୍ମଚାରୀଙ୍କ ମୃତ୍ୟୁ ହେଲା ବୋଲି ଅଭିଯୋଗ କରି ଇଷ୍ଟେଟ୍‌ର ୨୫୦ ଜଣ କର୍ମଚାରୀ ତାଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଆହତ ଡାକ୍ତରଙ୍କର ରବିବାର ମୃତ୍ୟୁ ଘଟିଥିଲା। ଜୋର୍‌ହାଟ ଡେପୁଟି କମିଶନରଙ୍କ କହିବା ଅନୁଯାୟୀ ଶନିବାର ମଧ୍ୟାହ୍ନରେ ସୋମ୍ରାଙ୍କୁ ଗୁରୁତର ଅବସ୍ଥାରେ ଇଷ୍ଟେଟ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ଡାକ୍ତର ଦତ୍ତ ଅନୁପସ୍ଥିତ ଥିବାବେଳେ ଫାର୍ମାସିଷ୍ଟ ମଧ୍ୟ ଛୁଟିରେ ଥିଲେ। ଡ୍ୟୁଟିରେ ଥିବା ନର୍ସ ସାଲାଇନ ଲଗାଇବାର କିଛି ସମୟ ପରେ ସୋମ୍ରାଙ୍କ ମୃତ୍ୟୁ ଘଟିଥିଲା। ଅପରାହ୍ନରେ ଡାକ୍ତର ଦତ୍ତ ପହଞ୍ଚତ୍ବା ପରେ ଉତ୍ତ୍ୟକ୍ତ କର୍ମଚାରୀମାନେ ତାଙ୍କୁ ମାଡ଼ ମାରିବା ସହ ଏକ ଘରେ ତାଲା ପକାଇ ରଖିଥିଲେ। ପୋଲିସ ତାଙ୍କୁ ଉଦ୍ଧାରକରି ହସ୍ପିଟାଲ ନେଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅବସରପ୍ରାପ୍ତ ଡାକ୍ତର ଦତ୍ତ ଚା’ ବଗିଚାରେ ସ୍ବେଚ୍ଛାକୃତ ଭାବେ କାର୍ଯ୍ୟ କରୁଥିଲେ। ଟାଟା ଟି ଲିମିଟେଡ୍‌ରୁ ଅଲଗା ହୋଇଥିବା ଅମଲଗାମେଟେଡ ପ୍ଲାଣ୍ଟେଶନ୍ସ ପ୍ରା.ଲିଃ ଅଧୀନରେ ଏହି ଟି ଇଷ୍ଟେଟ୍‌ ରହିଛି। ଡାକ୍ତରଙ୍କୁ ହତ୍ୟା ଘଟଣାର ତୀବ୍ର ନିନ୍ଦା କରିଛି ପଶ୍ଚିମବଙ୍ଗ ଡାକ୍ତର ସଂଘ। ସେ ଯେଉଁମାନଙ୍କୁ ସ୍ବେଚ୍ଛାକୃତ ଭାବେ ସେବା ଯୋଗାଉଥିଲେ ସେମାନେ ତାଙ୍କୁ ମାଡ଼ ମାରିବାବେଳେ ଟିକିଏ ବି ଭାବିଲେ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର…ପ୍ରବଳ ବର୍ଷା, ଆଜି ୪ ଜିଲାରେ ସ୍କୁଲ ଛୁଟି

ଭୁବନେଶ୍ୱର,୨୮।୭: ବଙ୍ଗୋପସାଗରରେ ଗଭୀର ଅବପାତ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ।…

ଧନୀ ଦେଶରେ ବଢ଼ିବ ଏସି ବ୍ୟବହାର, ଗରିବ ଦେଶରେ ଯିବ ଅଧିକ ଜୀବନ

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ୩୦ ହଜାର ଅତିରିକ୍ତ ଲୋକଙ୍କ ମୃତ୍ୟୁ…

କେବଳ ଆନ୍ଦୋଳନ ପାଇଁ ଲାଠିଚାଳନା କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୭: କେବଳ ଆନ୍ଦୋଳନ ଚାଲିବାକୁ ନେଇ ପୋଲିସ ମାତ୍ରାଧିକ ବଳପ୍ରୟୋଗ କିମ୍ବା ହିଂସା କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜ…

ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ, ହାତ କାଟି ମାରିଲେ ସ୍ବାମୀ: ହତ୍ୟା ପରେ ନିଜେ…

ଭୁବନେଶ୍ୱର,୨୮।୭(ତ୍ରିନାଥ ମହାନ୍ତି):ମଞ୍ଚେଶ୍ୱର ଥାନା ଚକେଇଶିଆଣି ସାହୁ କଲୋନୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଘରେ ଅନ୍ୟ କେହି ସଦସ୍ୟ ନ ଥିବାବେଳେ ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ କାଟି…

ଏନ୍‌ଇଇଟି ପରେ ସରକାରଙ୍କ ଚିନ୍ତା ବଢ଼ାଇଛି ଇ-୨୦ ଅସନ୍ତୋଷ: ଅଗଷ୍ଟ ୪ରେ…

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଏନ୍‌ଇଇଟି ବିବାଦ ପରେ ଏବେ ୨୦% ଇଥାନଲ୍‌-ମିଶ୍ରିତ ପେଟ୍ରୋଲ (ଇ-୨୦)କୁ ନେଇ କେନ୍ଦ୍ର ସରକାରଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀର କେତେକ ପ୍ରମୁଖ…

ଇରାନକୁ ସହାୟତା କରୁଛି ରୁଷିଆ! ଜେଲେନସ୍କିଙ୍କ ଦାବି ଉପରେ ଟ୍ରମ୍ପଙ୍କ ବଡ଼ ବୟାନ

ଓ୍ବାଶିିଂଟନ,୨୮।୭: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଦ୍ୱାରା କରାଯାଇଥିବା ଏକ ଦାବିର ଜବାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜେଲେନସ୍କି କହିଥିଲେ ଯେ ରୁଷିଆ ଆମେରିକା…

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri