ଡମ୍‌ବେଲ ପଞ୍ଚରେ ସୁବ୍ରତଙ୍କ ରେକର୍ଡ

ଢେଙ୍କାନାଳ ଅଫିସ, ୪।୮-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରୁଣ୍ଟି ଗ୍ରାମର ସୁବ୍ରତ କୁମାର ସାମଲ ୧ ମିନିଟରେ ୩୩୪ ଥର ଡମ୍‌ବେଲ ପଞ୍ଚ ମାରି ବଜ୍ର ଓ୍ବାଲର୍‌ଡ ରେକର୍ଡରେ ନିଜ ନାମକୁ ସାମିଲ କରିଛନ୍ତି। ଆଗାମୀ ଦିନରେ ସେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ସଫଳତା ପାଇଁ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସୁବ୍ରତ ନିଜ ପ୍ରତିକ୍ରିୟାରେ କୁହନ୍ତି, ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶ ହେଉଛନ୍ତି ତାଙ୍କର ପ୍ରେରଣା। ଏହି ସଫଳତା ପଛରେ ମା’ ଛନ୍ଦା ସାମନ୍ତସିଂହାର, ପିତା ବିଦ୍ୟାଧର ସାମଲଙ୍କ ଆଶୀର୍ବାଦ ରହିଛି। ସେ ଏବେ ଭୁବନେଶ୍ୱର ହାଇଟେକ୍‌ ମେଡିକାଲ ଆଣ୍ଡ୍‌ ହସ୍ପିଟାଲର ବିଡିଏସ୍‌ ବିଭାଗରେ ଅଧ୍ୟୟନ କରୁଛନ୍ତି। ଗତବର୍ଷ ଦାର୍ଜିଲିଂରେ ସେ ପର୍ବତାରୋହଣ ଶିକ୍ଷା ଗ୍ରହଣ କରିଛନ୍ତି। ଏଥିସହ ୧୦୦ମିଟର ଜାତୀୟ ଡାକ୍ତର ବିଦ୍ୟାର୍ଥୀ ଦୌଡ ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝରକା ବାଟେ ବାହାରକୁ ଗରମ ପାଣି ଫିଙ୍ଗିଲେ ସହାୟିକା, ଅଙ୍ଗନଓ୍ବାଡି ଶିଶୁ ଗୁରୁତର

ସୋନପୁର/ବୀରମହାରାଜପୁର,୧୪।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଜଟିଆପାଲି ଅଙ୍ଗନୱାଡି କେନ୍ଦ୍ରରେ ମଙ୍ଗଳବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି। କେନ୍ଦ୍ରର ସହାୟିକା ବେଦମତୀ ମହାକୁର ଶିଶୁକନ୍ୟା...

ରୋଜଗାର ଯୋଗାଉଛି ବରିଡା ଶାଗ

ରାଇକିଆ,୨୨ା୪(ଡି.ଏନ୍‌.ଏ.)- ବରିଡା ଶାଗର ସ୍ବାଦ ନିଆରା। ଏହାର ଚାହିଦା କନ୍ଧମାଳ ଜିଲ୍ଲା ରେ ଅଧିକ ରହିଛି। ଏପ୍ରିଲ ଓ ମେ’ ମାସରେ ବହୁଳ ଭାବେ ଏହାକୁ...

୧୭ ବର୍ଷ ହେବ ମରାମତି ହୋଇନି : ରାସ୍ତାରେ ଧାନ ତଳି ରୋଇଲେ ଗ୍ରାମବାସୀ

ଜୁନାଗଡ଼,୧୭।୮(ଡି.ଏନ.ଏ.) – କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼ ପଞ୍ଚାୟତ ସାନଫୁର୍ଲା-ବନ୍ଦପଡାକୁ ସଂଯୋଗ କରୁଥିବା ଦେଢ କି.ମି. ରାସ୍ତା ଗତ ୧୭ ବର୍ଷ ହେବ ରକ୍ଷଣାବେକ୍ଷଣ...

ହିରୋ ଏକ୍ସଟ୍ରିମ୍‌ ୧୬୦-ଆର୍‌ ବଜାର ପ୍ରବେଶ

ଢେଙ୍କାନାଳ ଅଫିସ,୧୧ା୮ ଢେଙ୍କାନାଳ ସହର କୁଞ୍ଜକାନ୍ତଠାରେ ଥିବା ସୋମ୍‌ ଅଟୋରେ ସୋମବାର ମଧ୍ୟାହ୍ନରେ ପ୍ରମୁଖ ଦୁଇଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହିରୋ ମୋଟୋକର୍ପ ଲିମିଟେଡ୍‌ ପକ୍ଷରୁ...

ଲକ୍‌ଡାଉନ୍‌ ନ ମାନି ୪ ଗିରଫ

ଦାରିଙ୍ଗବାଡ଼ି,୨୯।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ନେଇ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ...

ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ସମୀକ୍ଷା: ଜିଲାକୁ ଶିକ୍ଷାରେ ଅଗ୍ରଣୀ କରିବାକୁ ଆହ୍ବାନ

ଢେଙ୍କାନାଳ ଅଫିସ, ୩୧।୭-ଢେଙ୍କାନାଳ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ସୋମବାର ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର...

ରବିଧାନର ଟାର୍ଗେଟ ହ୍ରାସ ନେଇ ତାତିଲେ ଚାଷୀ: ଜିଲା ଯୋଗାଣ ଅଧିକାରୀଙ୍କୁ ଫେରାଦ

ବଲାଙ୍ଗୀର ଅଫିସ, ୨ା୬: ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ଲୁହୁରାମୁଣ୍ଡା ପଞ୍ଚାୟତର ଲୁହୁରାମୁଣ୍ଡା ଓ ସାନଫାସଡର ଚାଷୀମାନେ ରବିଧାନର ଟାର୍ଗେଟ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ...

କାମରେ ଆସୁନି କୋଟିଏ ଟଙ୍କାର ପ୍ରକଳ୍ପ

ଖଇରା,୨୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମହତୀପୁର ପାନୀୟ ଜଳ ପ୍ରକଳ୍ପ ୧କୋଟି ୧୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ସରିବାର ଦେଢ଼ ବର୍ଷ ବିତିଲାଣି ।...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *