ଗୋପାଳପୁର,୧୨ା୨-ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ଗତ ରବିବାର ନିର୍ବନ୍ଧ ପାଇଁ ଯାଉଥିବା ଏକ ବସ୍ ୧୧ କେଭି ବିଦ୍ୟୁତ୍ ତାରରେ ଲାଗିଯିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ଉକ୍ତ ଗ୍ରାମରେ କାନ୍ଦବୋବାଳି ଶେଷ ହୋଇନାହିଁ। ମଙ୍ଗଳବାର ପର୍ଯ୍ୟନ୍ତ କାହାଘରେ ଠିକ୍ ଭାବେ ଚୁଲି ଜଳୁନାହିଁ। ଗ୍ରାମଟି ଜନଶୂନ୍ୟ ଭଳି ପ୍ରତୀୟମାନ ହେଉଛି। ଏହି ଘଟଣା ପରଠାରୁ ୧୦ ପରିବାରର ୩୦ ଜଣ ଛାତ୍ରୀଛାତ୍ର ବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସୁନାହାନ୍ତି। ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଘରକୁ ଯାଇ ବିଦ୍ୟାଳୟ ଆସିବାକୁ କହିଲେ ମଧ୍ୟ ସେମାନେ ଭୟରେ ଯାଉ ନ ଥିବା ଜଣାପଡିଛି।
ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଚିକିଟି ତହସିଲଦାର ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ମା’ଙ୍କୁ ହରାଇଥିବା ଦୁଇ ଭଉଣୀ ବି.ଦ୍ରୌପଦୀ ଓ ବି.ଜ୍ୟୋତ୍ସ୍ନାଙ୍କ ଘରକୁ ଜିଲାପାଳ ଓ ଉପଜିଲାପାଳ ଯାଇ ସମସ୍ୟା ବୁଝିଥିଲେ। ବି.ଦ୍ରୌପଦୀଙ୍କୁ ଚଳିତ ମାଟ୍ରିକ ପରୀକ୍ଷା ଦେବା ପାଇଁ ଜିଲାପାଳ କହିବା ସହ ତାଙ୍କୁ ସବୁ ପ୍ରକାର ନୋଟ୍ ଓ ଟେଷ୍ଟବୁକ୍ ଦେବା ପାଇଁ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରୀକ୍ଷା ଦେବା ପାଇଁ ଯେଭଳି କୌଣସି ପ୍ରକାର ସମସ୍ୟା ନ ଉପୁଜିବ, ସେଥିପ୍ରତି ଗୁରୁତ୍ୱ ଦେବାକୁ ସେ କହିଥିଲେ। ଉଭୟ ଝିଅଙ୍କ ପାଠପଢ଼ା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଜିଲାପାଳ ସେମାନଙ୍କୁ ପ୍ରଦାନ କରିଥିଲେ। ଏହାବ୍ୟତୀତ ଅନ୍ୟ କୌଣସି ସମସ୍ୟା ଉପୁଜିଲେ ଜିଲାପାଳ ନିଜ ମୋବାଇଲ ନମ୍ବର ଦୁଇ ଭଉଣୀଙ୍କୁ ଦେଇ ସିଧାସଳଖ ଯୋଗାଯୋଗ କରିବାକୁ କହିଥିଲେ। ଏକ୍ସସିଙ୍ଗ ସରପଞ୍ଚ ସିଏଚ୍ ସୁଧାକର ରେଡ୍ଡୀଙ୍କୁ ଅସହାୟ ଦୁଇ ଭଉଣୀଙ୍କ ସମସ୍ତ ଦାୟିତ୍ୱ ବହନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।
ଘଟଣା ଦିନ ବସ୍ରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ସୁସ୍ଥ ଅନୁଭବ କରି ଘରେ ଥିବା ବେଳେ ହଠାତ୍ ମଙ୍ଗଳବାର ଅସୁସ୍ଥ ଅନୁଭବ କରିଥିଲେ। ସେମାନେ ହେଲେ ଡଙ୍କଲପାଡୁ ଗ୍ରାମର ଏ.ରୁକ୍ମଣୀ ରେଡ୍ଡୀ, ବି.କ୍ଷେତ୍ରବାସୀ ରେଡ୍ଡୀ, ବି.ପୋଲାମା ରେଡ୍ଡୀ, ବି. ରୋଜା ରେଡ୍ଡୀ, ବି. ସ୍ବାତୀ ରେଡ୍ଡୀ, ବି.ଭୀମେୟା ରେଡ୍ଡୀ। ସମସ୍ତଙ୍କୁ ଗ୍ରାମବାସୀଙ୍କ ସହାୟତାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅନ୍ୟପଟେ ମଙ୍ଗଳବାର କୁଳ ପରମ୍ପରା ଅନୁଯାୟୀ ସ୍ନାନକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୃତକଙ୍କ ପରିବାର ଶ୍ମଶାନକୁ ଯାଇଥିବା ବେଳେ ସେଠାରେ ୩ ଜଣ ନିଜ ସମ୍ପର୍କୀୟଙ୍କୁ ହରାଇଥିବାରୁ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ୨୦୧୩ରେ ଫାଇଲିନ ମହାବାତ୍ୟାରେ ଭାଇ ବି.ଗୋପାଳ ରେଡ୍ଡୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ବସ୍ ଦୁର୍ଘଟଣାରେ ମୋ ବାପା ବି.ରାମେୟା ମଧ୍ୟ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ନେଇ ସେଠାରେ କାନ୍ଦୁଥିବା ବି.ଭାଗୀରଥି କହିଛନ୍ତି।
ସେହିପରି ଡଙ୍କଲପାଡୁ ଗ୍ରାମର ଜଣେ ମେଧାବୀ ଛାତ୍ରୀ ଝିଲି ସାହୁଙ୍କ ମଧ୍ୟ ବସ୍ ଟ୍ରାଜେଡିରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ଦିଲେଶ୍ୱର ଅଳ୍ପକେ ବର୍ତ୍ତି ଯାଇଥିଲେ। ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ରୀ ଝିଲି ଜଣେ ମେଧାବୀ ଥିବା ସହ ବିଭିନ୍ନ ପ୍ରତିଯୋଗିତାରେ ସ୍କୁଲ ଓ ଗ୍ରାମ ପାଇଁ ଅନେକ ସୁନାମ ଅର୍ଜିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ଓ ଶିକ୍ଷକମାନେ ତାଙ୍କୁ ହରାଇ ଦୁଃଖିତ ଅଛନ୍ତି।
((ଫଟୋ-ବିଏମ-୧୧-୨୧-ଝିଲି ଆଙ୍କିଥିବା ବିଭିନ୍ନ ଚିତ୍ର
ଫଟୋ-ବିଏମ-୧୧-୨୩-ମା ଓ ଭାଇ ଝୁରୁଛନ୍ତି ଝିଲିଙ୍କୁ
ଫଟୋ-ବିଏମ-୧୧-୨୪-ଖାଁ ଖାଁ ହୋଇପଡ଼ିଛି ଡ଼ଙ୍କଲପାଡ଼ୁ ଗ୍ରାମ।))
Posted inଆମ ଜିଲା ଖବର, ଗଞ୍ଜାମ View All

ଲୁଣାନଦୀ ମାଟି ବନ୍ଧରେ ଫାଟ
ମହାକାଳପଡ଼ା,୧୪ ।୮(ଡି.ଏନ୍.ଏ.): ଲଘୁଚାପଜନିତ ଲଗାଣ ବର୍ଷା ଲାଗିରହିଛି ା ଏଥିସହିତ ହୀରାକୁଦ ଉପର ମୁଣ୍ଡରେ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ା ରାତି...

୩ବର୍ଷ ହେଲା ବସିନି ଜଳ ପରିଚାଳନା କମିଟି ବୈଠକ
ସମ୍ବଲପୁର,୧୪ ।୮(ବ୍ୟୁରୋ): ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଏପରି କି ଏହି ମାମଲା କେନ୍ଦ୍ରୀୟ ଜଳ...

ପଦ୍ମପୁର ଉପନିର୍ବାଚନ ଫଳ ପ୍ରକାଶ ପରେ…
ବରଗଡ଼ ଅଫିସ୍,୯।୧୨: ପଦ୍ମପୁର ଉପନିର୍ବାଚନକୁ ବର୍ତ୍ତମାନ ସ୍ଥିତିରେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନର ସେମି ଫାଇନାଲ କୁହାଯାଉଥିଲା। ଫଳରେ ଉପନିର୍ବାଚନରେ ଏହି ଆସନକୁ ଦଖଲ କରିବା...

୩୪ ଘରୋଇ ସ୍କୁଲକୁ ମିଳିଲା ସିଓଆର୍
ଜଗତ୍ସିଂହପୁର ଅଫିସ୍,୨୦।୩: ଚଳିତବର୍ଷ ଜଗତ୍ସିଂହପୁର ଜିଲାର ୩୪ ବେସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସିଓଆର୍ (ସାର୍ଟିଫିକେଟ୍ ଅଫ ରେକଗ୍ନାଇଜେଶନ୍) ମିଳିଛି। ସେଥିମଧ୍ୟରୁ ସର୍ବାଧିକ ବାଲିକୁଦା ଓ ସର୍ବନିମ୍ନ...
ଓଡ଼ାପଡ଼ାରେ ନାବାଳିକା ବିବାହ: ଭୋଜିଭାତ ପରେ ବରକନ୍ୟା ଛୁ’
ଓଡ଼ାପଡ଼ା, ୩୦।୧୦(ଡି.ଏନ.ଏ.)-ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ହିନ୍ଦୋଳରୋଡ୍ ଫାଣ୍ଡି ଅଧୀନ ଓଡ଼ାପଡ଼ା ଗ୍ରାମରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ବିବାହ କରାଇ ଦିଆଯାଇଥିବା ମଙ୍ଗଳବାର ଶିଶୁ...

ହାତବାନ୍ଧି ବସିଛନ୍ତି ବଇଣ୍ଡା ବ୍ୟବସାୟୀ
ବଇଣ୍ଡା,୧୮।୫(ଡି.ଏନ.ଏ.) – ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୪ ବର୍ଷ ତଳେ ହୋଇଥିଲା ଉଚ୍ଛେଦ କାର୍ଯ୍ୟ। ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ବଇଣ୍ଡା...

ପୁଅର ଗୋଇଠା ମାଡ଼ରେ ଚାଲିଗଲା ଜୀବନ
ଝାରସୁଗଡ଼ା ଅଫିସ୍,୧୦।୩: ଝାରସୁଗୁଡା ସଦର ଥାନା ଅଧୀନ ଏକାତାଳି ଗ୍ରାମରେ ପୁଅର ଗୋଇଠା ମାଡ଼ରେ ବାପା ସୁକୁରୁ ରୋହିଦାସ (୫୧)ଙ୍କ ମୃତ୍ୟୁ ଘଟିଛି। ଖବରପାଇ ପୋଲିସ...

ଅନୁଭବଙ୍କ ବାନ୍ଧବୀ ଜାଗୃତିଙ୍କ ନାଁରେ ଏତଲା ଦେଲେ ବର୍ଷା
କଟକ ଅଫିସ,୧୧ା୨: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍ପି ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ବିରୋଧରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ।...