ଡଗରା ବେଳାଭୂମିରେ ବିଦେଶୀ ପକ୍ଷୀ

ବାଲିଆପାଳ, ୩୦ା୧୧(ଡି.ଏନ.ଏ.)-ପ୍ରତିବର୍ଷ ପରି ଚଳିତ ବର୍ଷ ପର୍ଯ୍ୟଟନ କେନ୍ଦ୍ର ଡଗରାବେଳା ଭୂମିରେ ବିଦେଶାଗତ ପକ୍ଷୀମାନଙ୍କ ସମାଗମ ହୋଇଛି । ବଗ ଓ ହଂସ ଜାତୀୟ ପକ୍ଷୀ ଚଳିତବର୍ଷ ଶୀତଋତୁ ଆରମ୍ଭରୁ ବେଳାଭୂମିରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ସୁବର୍ଣ୍ଣରେଖା ମୁହାଣ, ଚଉମୁଖ ବେଳାଭୂମି ଓ ଡଗରା ନିକଟ ହଂସକରା ନଦୀ ମୁହାଣରେ ମଧ୍ୟ ବିଦେଶାଗତ ପକ୍ଷୀମାନଙ୍କର ସମାଗମ ହୋଇଛି। ପକ୍ଷୀଗୁଡିକୁ ଦେଖିବା ପାଇଁ ପର୍ଯ୍ୟଟକମାନେ ଖୁବ ଆଗ୍ରହ ପ୍ରକାଶ କରୁଛନ୍ତି । ପକ୍ଷୀ ଗୁଡିକ ହିମାଳୟ ଓ ସାଇବେରିଆ ଅଞ୍ଚଳରୁ ଆସୁଥିବା କୁହାଯାଇଛି । ଡଗରା ବେଳାଭୂମିରେ ଶୀତଋତୁରେ ବିଦେଶାଗତ ପକ୍ଷୀମାନେ ପ୍ରଚୁର ଖାଦ୍ୟ ପାଇବା ସାଙ୍ଗକୁ ଶୀତର ପ୍ରକୋପ କମ ରହିଥିବାରୁ ପକ୍ଷୀମାନଙ୍କୁ ସୁହାଇଛି । ଗତବର୍ଷ ଜଙ୍ଗଲ ବିଭାଗ ପକ୍ଷରୁ ପକ୍ଷୀ ଗଣନା କରାଯାଇଥିଲା । ଗଣନାରୁ୧୭ ଶହ ବଗ ଜାତୀୟ ପକ୍ଷୀ ଏହି ବେଳାଭୂମିକୁ ଆସିଥିବା ବେଳେ ୨୩ ଶହରୁ ଅଧିକ ହଂସ ଜାତୀୟ ପକ୍ଷୀ ଆସିଥିଲେ । ଚଳିତ ବର୍ଷ ଜାନୁଆରୀ ମାସରେ ଏହି ସବୁ ଜାଗାଗୁଡିକରେ ପକ୍ଷୀ ଗଣନା କରାଯିବ ବୋଲି ଡଗରା ଫରେଷ୍ଟଗାର୍ଡ ପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁକାବିଲା ପାଇଁ ପୋଲିସ ସଜାଗ-ଡିଜିପି

ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ, ୧୮।୫-ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ’ର ମୁକାବିଲା ଲାଗି ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ସୋମବାର ବାଲେଶ୍ୱର...

ସମୁଦ୍ର ତଟରେ ମୁକୁଳା ପଡ଼ିଛି ୱାଚ୍‌ ଟାୱାର

ବାସୁଦେବପୁର, ୨୮।୪ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ  ବଙ୍ଗୋପସାଗର ସଂଲଗ୍ନ ଥିବା ଏକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଏହି ବ୍ଲକର ୩୬ ପଞ୍ଚାୟତ...

ସଫେଇ କର୍ମଚାରୀଙ୍କୁ ପ୍ରତାରଣା: ୨୬ରୁ କାର୍ଯ୍ୟ ବନ୍ଦ ଚେତାବନୀ

ବାଲେଶ୍ୱର ଅଫିସ, ୧୫।୯-ବାଲେଶ୍ୱର ପୌରପରିଷଦ ଅଧୀନ ୩୧ ୱାର୍ଡ଼ର ରାସ୍ତାଘାଟ ଓ ନାଳ ସଫେଇ କାର୍ଯ୍ୟରେ ୨ଜଣ ଠିକାଦାରଙ୍କ ମାଧ୍ୟମରେ ୩୧୦ଜଣ ସଫେଇ କର୍ମଚାରୀ ୨୦୧୫-୧୬...

ପୋଲ ମରାମତିରେ ଅନିୟମିତତା

ଖଇରା, ୨୪।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମହତୀପୁର-ସୁଣ୍ଢିରା ରାସ୍ତାର ମଝିରେ ନିର୍ମିତ ପକ୍କା ପୋଲର ମରାମତି କାମରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ଥାନୀୟ...

ଓଡ଼ିଆ ଭାଷାର ଧ୍ରୁବତାରା ଫକୀରମୋହନ

ବାଲେଶ୍ୱର ଅଫିସ,୧୭।୧-ବାଲେଶ୍ୱର କବିତୀର୍ଥ ଶାନ୍ତିକାନନଠାରେ ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ ୩ଦିନ ଧରି ପାଳିତ ହୋଇଆସୁଥିବା ଫକୀରମୋହନ ଜୟନ୍ତୀ ଶେଷ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ପରିଷଦର...

ମୁକୁଳାପଡ଼ିଛି ନଦୀବନ୍ଧ

ବାଲେଶ୍ୱର ଅଫିସ,୨୩।୭(ମାନସ ବିଶ୍ୱାଳ)-ବାଲେଶ୍ୱର ଜିଲାର ରେମୁଣା ଓ ସଦର ବ୍ଲକ ମଧ୍ୟ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀରେ ବନ୍ୟାଜଳ ଅଧିକାଂଶ ବର୍ଷ କୂଳ ଲଂଘୁଛି। ବନ୍ୟା...

କରୋନାକୁ ନେଇ ଗୁଜବ: ଜଣେ ଗିରଫ

ବାରିପଦା ଅଫିସ, ୧୯ା୪- ମୟୂରଭଞ୍ଜ ଜିଲା ବାରିପଦା ସହରର ୧୭ ନମ୍ବର ୱାର୍ଡ଼ରେ କରୋନା ହୋଇଥିବା ନେଇ ଫେସବୁକ୍‌ରେ ଗୁଜବ କରି ଜଣେ ବ୍ୟକ୍ତି ଗିରଫ...

ଅଭିଭାବକ, ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଜାରି: ଫିକା ପଡିଲା ସରସ୍ବତୀ ପୂଜା

ଜଳେଶ୍ୱର, ୩୧।୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲଟିରେ ଟାଉନ୍‌ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଡିଇଓ ନିଲମ୍ବନ ଓ ବଦଳି କରିବା ନେଇ ୨ ଦିନ ଧରି ଛାତ୍ରୀଛାତ୍ର, ଅଭିଭାବକ...

Advertisement
Archives

Model This Week