ଡକାୟତି ଯୋଜନା ପଣ୍ଡ, ୪ ଗିରଫ

ଅନୁଗୋଳ ଅଫିସ, ୨୬।୯ – ଅନୁଗୋଳ ହାଟପଡ଼ା ଛକରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଡକାୟତି ଉଦ୍ୟମକୁ ଅନୁଗୋଳ ପୋଲିସ ପଣ୍ଡ କରିଦେଇଛି। ପାଟ୍ରୋଲିଂ କରୁଥିବା ପୋଲିସ ୪ ଦୁର୍ବୃତ୍ତଙ୍କୁ ଗିରଫ କରିଥିବାବେଳେ ଜଣେ ଚକ୍‌ମା ଦେଇ ଫେରାର ହୋଇଯାଇଛନ୍ତି। ଏ ସଂକ୍ରାନ୍ତରେ ନଂ. ୭୫୬/୧୯ରେ ଏକ ମାମଲା ରୁଜୁ କରି ପୋଲିସ ଜରାସିଂହାର ସାଗର ସାହୁ(୨୧), ଅଙ୍ଗାରବନ୍ଧର ସୁବ୍ରତ କଟାର(୨୬), ବିହାର ଢାକମୋରେ ଅଞ୍ଚଳର ଅଜିତ ଶର୍ମା(୪୦) ଓ ଲସ୍‌କରି ଅଞ୍ଚଳର ଅରୁଣ ମଣ୍ଡଳ(୩୧)ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୧୨ଟି ୮ ଏମ୍‌ଏମ୍‌ ଜୀବନ୍ତ ଗୁଳି, ଗୋଟିଏ ଛୁରି ଓ ସୁନା ଅନୁଗୋଳ ଜବତ କରାଯାଇଛି।
ଏସ୍‌ଆଇ ସତ୍ୟରଞ୍ଜନ ଲେଙ୍କା ମଙ୍ଗଳବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ହାଟପଡ଼ା ଛକରେ କେତେଜଣ ସନ୍ଦିଗ୍ଧ ରୁଣ୍ଡ ହୋଇଥିବା ଖବର ପାଇ ଚଢ଼ାଉ କରିଥିଲେ। ଏହି ସମୟରେ ସମ୍ପୃକ୍ତ ୪ ଦୁର୍ବୃତ୍ତଙ୍କୁ ପୋଲିସ ମାଡ଼ି ବସିଥିବା ବେଳେ ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସମ୍ପୃକ୍ତ ଦୁର୍ବୃତ୍ତମାନେ ଗତ ୨୦ ତାରିଖରେ ଅଙ୍ଗାରବନ୍ଧ ଚଣ୍ଡିଖମଣ ସମ୍ମୁଖ ନିମାଇଁ ସାହୁଙ୍କ ଘରୁ ଡକାୟତି କରିଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି। ଗିରଫ ୨ ବିହାରୀ ଦୁର୍ବୃୃତ୍ତ ଅନୁଗୋଳ ଆସି ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀ ନିର୍ଯାତନା ଘଟଣା: ଡିସିପିଓ-କନ୍ୟାଶ୍ରମ ଅଧ୍ୟକ୍ଷା କାଦୁଅଫିଙ୍ଗା

ଅନୁଗୋଳ ଅଫିସ, ୬।୧: ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକସ୍ଥିତ କ୍ଷୀରୋଦବାସିନୀ କନ୍ୟାଶ୍ରମରେ ଦୁଇ ଅନ୍ତେବାସୀ ଭଉଣୀଙ୍କୁ ନିର୍ଯାତନା ଦିଆଯିବା ଅଭିଯୋଗ ଘଟଣାରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା।...

‘କାର୍ଯ୍ୟ କରୁନି, ଲାଭ ନେଉଛି ଏସ୍‌ଏଚ୍‌ଜି’

ଅନୁଗୋଳ ଅଫିସ, ୪।୩:  ଅନୁଗୋଳ ସଭାଘରଠାରେ ଶୁକ୍ରବାର ‘ଆମ ପୋଖରୀ’ ନେଇ କ୍ଲଷ୍ଟରସ୍ତରୀୟ କର୍ମଶାଳା ଚାଲିଥିବା ବେଳେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ସିଧାସଳଖ ଟାର୍ଗେଟ...

ଜବରଦଖଲ ଜାଗା ଚିହ୍ନଟ

ବଇଣ୍ଡା, ୨୦ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଗ୍ରାମର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଓ ଏହା ନିକଟସ୍ଥ ସରକାରୀ ଜମି ଜବରଦଖଲ କରାଯାଇ ସେଠାରେ...

ପଲିଥିନ ବ୍ୟାନ୍‌ ପ୍ରହସନ

ଅନୁଗୋଳ ଅଫିସ, ୧୦।୧୨: ଅନୁଗୋଳ ସହରକୁ ପଲିଥିନ ମୁକ୍ତ କରିବାକୁ ଗତବର୍ଷ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ୨୦୧୯ ଅକ୍ଟୋବର ୨ରୁ ଏହି ନିୟମକୁ ସହରରେ...

ପରଦା ପଛରେ ପୂଜା

ଅନୁଗୋଳ ଅଫିସ, ୧୧ା୮ – ଉତ୍ସବ ନୁହେଁ ଜୀବନ ବଡ଼। ଏହି ବାର୍ତ୍ତା ଦେବାକୁ ଯାଇ ରାଜ୍ୟ ସରକାର ପାର୍ବଣ ଋତୁରେ କୋଭିଡ୍‌ କଟକଣାକୁ ଆଦୌ...

ଅସୁବିଧା ଦୂର କରିବ ଅସ୍ଥାୟୀ ପୋଲ

ବନ୍ତଳା,୨୮ା୧୦(ଦିନେଶ ଦେହୁରୀ) – ପାହାଡ଼ତଳି ଗାଁକୁ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନାହିଁ। ନାଳ ଉପରେ ପୋଲଟିଏ ମଧ୍ୟ କରିନି ପ୍ରଶାସନ। ସମସ୍ୟା ସମ୍ପର୍କରେ ବାରମ୍ବାର...

ନିଆରା ପଥର କାରିଗର ବୀରବର ବେହେରା: କାରିଗରି ପାଇଁ ଛାଡ଼ିଥିଲେ ଚାକିରି

ଛେଣ୍ଡିପଦା,୧୯ା୭ – ତାଙ୍କ ହାତ ଛୁଆଁରେ ପଥର ମୂର୍ତ୍ତି ହୋଇଉଠେ ଜୀବନ୍ତ। ଯେ କୌଣସି ଚେହେରାର ପୂରା ଅବିକଳ ନକଲ ସେ ଗଢ଼ି ଦେଇପାରନ୍ତି ପଥରରେ।...

ଟ୍ରାଫିକ୍‌ ଜଗିବ ୪୮ କ୍ୟାମେରା, ଖୁବ୍‌ଶୀଘ୍ର ଉଦ୍‌ଘାଟନ

ଅନୁଗୋଳ ଅଫିସ, ୯।୭ ଅନୁଗୋଳର ଅସଜଡ଼ା ଟ୍ରାଫିକ୍‌ ବ୍ୟବସ୍ଥା ସୁଧାରିବା ପାଇଁ ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକରେ କ୍ୟାମେରା ଲଗାଯାଉଛି। ଏହି କ୍ୟାମେରା ଟ୍ରାଫିକ...

Advertisement
Archives

Model This Week