ଡକାୟତି କରିବାକୁ ଆସି ୩ ଜେଲ ଗଲେ

ବାଲିଗୁଡା,୩୦ା୧୦(ଡି.ଏନ୍‌.ଏ.): ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲମି ଗ୍ରାମରେ ଡକାୟତି କରିବାକୁ ଆସିଥିବା ୩ ଦୁର୍ବୃତ୍ତଙ୍କୁ ଗ୍ରାମବାସୀ ସୋମବାର ରାତିରେ କାବୁ କରିଥିଲେ। ଏ ନେଇ ଥାନାକୁ ଜଣାଯିବା ପରେ ପୋଲିସ ମଙ୍ଗଳବାର ସକାଳେ ଗ୍ରାମରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସେମାନେ ହେଲେ ମୋହନଗିରିର ଦାଶା ଭୋଇ ତିରିଆ, ଏମ୍‌. ରାମପୁରର ହେମନ୍ତ ସାହୁ ଓ ଗଟାଙ୍ଗିର ଗିରି ଛତ୍ରିଆ। ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଭୁଜାଲି ଜବତ କରାଯାଇଛି। ଏ ନେଇ ନଂ.୧୪୬/୧୯ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଆଇ ଦୀପକ ରାଉତ କହିଛନ୍ତି। ପ୍ରକାଶ ଯେ, ୩ ଦୁର୍ବୃତ୍ତ ଗ୍ରାମର କେତେଜଣଙ୍କ ଘରେ ପଶି ଭୁଜାଲି ଓ ବନ୍ଧୁକ ଦେଖାଇ ଟଙ୍କା ସୁନା ମାଗିଥିଲେ। ଗ୍ରାମବାସୀ ଏହା ଜାଣିବା ପରେ ଏକାଠିି ହୋଇ ସେମାନଙ୍କୁ କାବୁ କରି ବାନ୍ଧି ରଖିଥିଲେ। ପରେ ପୋଲିସକୁ ଖବର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣ ଶେଷ ସୋମବାର : ଶୈବ ପୀଠରେ ଭକ୍ତଙ୍କ ଭିଡ଼

ଭଦ୍ରକ ଅଫିସ,୧୨ା୮: ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ଭଦ୍ରକ ଜିଲାର ଶୈବ ପୀଠଗୁଡ଼ିକରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି l ଜିଲାର ବିଭିନ୍ନ...

ଘର ଭାଙ୍ଗିଲେ, ଫସଲ ନଷ୍ଟ କଲେ ହାତୀପଲ

ଚିତ୍ରଡ଼ା,୧୫ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ବେତନଟୀ ରେଞ୍ଜ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତରେ ହାତୀ ଉପଦ୍ରବ ଦେଖାଦେଇଛି। ଏହି ପଞ୍ଚାୟତ ଅନ୍ତର୍ଗତ ଭୋଳଘାଟି ଗ୍ରାମର ଲକ୍ଷ୍ମୀଧର...

ମେଲାଣି ନେଲେ ମା’ ଜଗଜ୍ଜନନୀ

କଟକ ଅଫିସ,୧୭ା୧୦: କରୋନା କଟକଣା ମଧ୍ୟରେ ଶନିବାର କଟକର ଦେବୀଗଡା, ଚହଟା, ଯୋବ୍ରା ମ୍ୟୁଜିୟମ ନିକଟ, କାର୍ତ୍ତିକେଶ୍ୱର ଗଡା, ଘାଟକୁଳ ଆଦି ୬ ସ୍ଥାନରେ ହୋଇଥିବା...

ପଞ୍ଚଶୀଳ ନୀତି ଅର୍ଥନୈତିକ ବିକାଶରେ ବାଟ କଢ଼ାଇଥିଲା

ସାକ୍ଷୀଗୋପାଳ, ୨୨।୮ ( ଡି.ଏନ୍‌. ଏ.)-ସାକ୍ଷୀଗୋପାଳ କଲେଜରେ ‘ଓଡ଼ିଶାରେ ଗାନ୍ଧିଜୀ’ ଶୀର୍ଷକ ଏକ ଆଲୋଚନା ଗୁରୁବାର କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଇହିହାସ ବିଭାଗ...

ରଥ ଗଢ଼ି ମନକଥା ଜଣାଇଲେ ଶୁଭ୍ରାଂଶୁ

ଖୋର୍ଦ୍ଧା ଅଫିସ,୧୩।୭: ଚଳିତ ବର୍ଷ କରୋନା ସଂକ୍ରମଣ ପାଇଁ ଶ୍ରୀକ୍ଷେତ୍ର ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ରହିଛି। ଶ୍ରୀକ୍ଷେତ୍ରକୁ ଯାଇ ନ ପାରି...

ପ୍ରଚାର ମଇଦାନରେ ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷା

ଗଞ୍ଜାମ,୯।୨(ଡି.ଏନ୍‌.ଏ): ଗତ କିଛି ବର୍ଷ ହେବ ରାଜନୀତିରୁ ଦୂରେଇ ଯାଇଥିବା ଗଞ୍ଜାମ ଏନ୍‌ଏସି ଅଧକ୍ଷା ଉର୍ର୍ମିିଳା ପଲାଇ ଏବେ ଚଳିତ ପଞ୍ଚାୟତ ନିର୍ବାଚନ ପ୍ରଚାର ମଇଦାନରେ...

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରି ୨ ମହିଳା ଗୁରୁତର

ଝାରସୁଗୁଡ଼ା ଅଫିସ୍‌,୪।୩: ସ୍ବାସ୍ଥ୍ୟ ବିଭାଗ ତରଫରୁ ଝାରସୁଗୁଡ଼ା ଜିଲା ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଇଥିଲ। ଏଥିରେ ତ୍ରୁଟି ଦେଖାଦେବାରୁ ୨ଜଣ...

୩୦ ଟଙ୍କାରେ କୋଭିଡ୍‌ ରିପୋର୍ଟ

ପାରାଦୀପ,୨୩।୧(ସ୍ବ.ପ୍ର.): ମାତ୍ର ୩୦ ଟଙ୍କା ବିନିମୟରେ ମିଳୁଛି କୋଭିଡ୍‌ ରିପୋର୍ଟ। ପାରାଦୀପ ଅଭଚାନ୍ଦପୁର ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଏକ ଜେରକ୍ସ ଦୋକାନରୁ...

Advertisement
Archives

Model This Week