ଠେଙ୍ଗାରେ ପିଟି ଯୁବକଙ୍କୁ ହତ୍ୟା

ଆସିକା,୧୭।୫(ଡି.ଏନ୍‌.ଏ.)- ଆସିକା ଥାନା ସିଦ୍ଧନଈ ପଞ୍ଚାୟତ ବଣବାଲି ଗ୍ରାମରେ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ସେହି ଗ୍ରାମର ଗଗନ ନାଇକ(୨୪)। ଗଗନ ନିଜ ଗ୍ରାମଠାରୁ ଅଧାକିଲୋମିଟର ଦୂରରେ ଥିବା ଝରଣା ନାଳକୁ ମାଛ ଧରିବାକୁ ଯାଇଥିବାବେଳେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀ ଜଣକ ତାଙ୍କୁ ଠେଙ୍ଗାରେ ପିଟି ନାଳ ପାଣିକୁ ପୋପାଡି ଦେଇଥିଲେ। ପରିବାର ଲୋକେ ଖବର ପାଇ ନାଳରୁ ତାଙ୍କୁ ଉଦ୍ଧାର କଲା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆସିକା ପୋଲିସ ବଣବାଲି ଗ୍ରାମରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲକୁ ଆଣିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୋଗରେ ଗଗନର ଜଣେ ସମ୍ପର୍କୀୟ ଭାଇଙ୍କୁ ପୋଲିସ ଅଟକ ରଖିଛି। ପାରିବାରିକ କାରଣକୁ ନେଇ ରହିଥିବା ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଖବର ଲେଖାହେବା ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ପ୍ରତିବାଦରେ ଘରୋଇ ବସ୍‌ ମାଲିକ ସଂଘର ଆନ୍ଦୋଳନ ନିଷ୍ପତ୍ତି, ପରିବହନ ମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

ପୁରୁଷୋତ୍ତମପୁର,୨୬ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ୍‌ର ମନମୁଖୀ ଓ ବେନିୟମ ଭାବେ ଚଳାଚଳ କରୁଥିବାର ଅଭିଯୋଗକୁ ନେଇ ଏହାର ବିରୋଧରେ ପୁରୁଷୋତ୍ତମପୁର ମା’ କନକେଶ୍ବରୀ ଘରୋଇ...

ବଜାରରୁ ଆଳୁ ଗାଏବ, ୫ କେଜି ମାଗିଲେ ମିଳୁଛି ୨ କେଜି

ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଗଞ୍ଜାମ ସହରରୁ ଆଳୁ ଗାୟବ। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଧର୍ମଘଟ ଯୋଗୁ ବନ୍ଦ ହୋଇଯାଇଛି। ଏହାର ଫାଇଦା ଉଠାଇବାକୁ ଆଳୁ ଗୋଦାମ ମlଲିକ...

ଗୋ-ମାଂସ ବୋଝେଇ ଟ୍ରକ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ବଜରଙ୍ଗୀ ଦଳ

ଛତ୍ରପୁର,୨୬ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଡିଆର୍‌ଡିଏ ଛକ ନିକଟରେ ଶୁକ୍ରବାର ସକାଳେ ଏକ ଗୋ-ମାଂସ ବୋଝେଇ ଟ୍ରକ୍‌ ଜବତ ହୋଇଛି l ଏହା କଟକରୁ...

ଗାଁ ପୋଖରୀରେ ବୁଡ଼ି ଭାଇ ଭଉଣୀ ମୃତ, ଅନ୍ୟ ଜଣେ ଶିଶୁ ଜୀବିତ

ଖଲ୍ଲିକୋଟ,୨୫।୭(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତର ମରେଇନୂଆଁ ଗାଁ’ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୋଖରୀରେ ଗାଧୋଉଥିବା ସମୟରେ ପୋଖରୀ...

ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ଦାଦାଗିରି: ସହକାରୀ ଯନ୍ତ୍ରୀଙ୍କୁ ହତ୍ୟା ଧମକ, ଥାନାରେ ମାମଲା

ଦେବଗଡ଼,୨୫ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ମାଝିଙ୍କୁ ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ରଙ୍କ ସ୍ବାମୀ...

ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ବନ୍ଧାହେଲେ ଯୁବକ

ନିରାକାରପୁର,୨୪ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ଜଣେ ବିବାହିତ ଯୁବକଙ୍କୁ ନିରାକାରପୁର ପୋଲିସ ବୁଧବାର ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri