ଠିକାଦାର ଦିଲୀପ, ଇସ୍କନ ବିରୋଧରେ ପୃଥକ୍‌ ମାମଲା

ପୁରୀ ଅଫିସ,୭।୨: ଭୁବନେଶ୍ୱର ବିମାନବନ୍ଦରରେ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ିବା ଘଟଣାରେ ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଠିକାଦାର ଦିଲୀପ ଖଟେଇଙ୍କ ବିରୋଧରେ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଗୁରୁବାର ଏସ୍‌ଡିିଜିଏମଙ୍କ କୋର୍ଟରେ ଅଭିଯୋଗ କରିଛନ୍ତି। ଏନେଇ ୱାନସିସି କେସ୍‌ ନଂ. ୬୯/୨୦୨୦ ରୁଜୁ ହୋଇଛି। ସେହିପରି ମୁମ୍ବାଇରେ ଅଦିନିଆ ରଥଯାତ୍ରା ଆୟୋଜନ କରିଥିବା ଇସ୍କନ ବିରୋଧରେ ମଧ୍ୟ ପଟ୍ଟନାୟକ କୋର୍ଟରେ ଅଭିଯୋଗ କରିଛନ୍ତି। ଏନେଇ ୱାନସିସି କେସ୍‌ ନଂ. ୬୯/୨୦୨୦ ରୁଜୁ ହୋଇଛି।
୨୦୧୫ ନବକଳେବର ସମୟରୁ ଗୁରୁବାର ପର୍ଯ୍ୟନ୍ତ ପୁରୀରେ କାର୍ଯ୍ୟ କରିଥିବା ଠିକାଦାର ଦିଲୀପଙ୍କ ସମସ୍ତ କାର୍ଯ୍ୟର ଭିଜିଲାନ୍ସ କିମ୍ବା କ୍ରାଇମ୍‌ବ୍ରାଞ୍ଚ ସ୍ତରୀୟ ତଦନ୍ତ ଲାଗି ପଟ୍ଟନାୟକ କୋର୍ଟରେ ପ୍ରାର୍ଥନା କରିଛନ୍ତି। ସେ ଦର୍ଶାଯାଇଛନ୍ତି ଯେ, ୨୦୧୫ ନବକଳେବର ସମୟରେ ୨ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ହରିଲୁଟ୍‌ କରାଯାଇଛି। ଶ୍ରୀମନ୍ଦିର ଜଗମୋହନ ମରାମତି ଲାଗି ୧୦କୋଟି, ନବକଳେବର ନୂତନ କାର୍ଯ୍ୟାଳୟ ଲାଗି ୫କୋଟି, ଭକ୍ତଙ୍କ ଲାଗି ଉଦ୍ଦିଷ୍ଟ ନୂତନ ଟେଣ୍ଟ, ଟାଉନ ଥାନା ଅଧୀନ ନୀଳାଚଳ ଭକ୍ତ ନିବାସ ପାଇଁ ୧୫କୋଟି, ଅନ୍ୟାନ୍ୟ ନିର୍ମାଣ ଲାଗି ୫୦କୋଟି, ହବିଷ୍ୟାଳି କୋଠା ନିର୍ମାଣ ପାଇଁ ୩୩କୋଟି, ପୁରୁଣା ଜେଲ ରୋଡ ଭକ୍ତ ନିବାସ ଲାଗି ୨୦କୋଟି, ବହୁତଳ ପାର୍କିଂ ଲାଗି ୧୧୩ କୋଟି, ମ୍ୟୁନିସିପାଲିଟି ମାର୍କେଟ କମ୍ପେକ୍ସ ନିର୍ମାଣ ଲାଗି ୪୪କୋଟି ଟଙ୍କାର କାର୍ଯ୍ୟାଦେଶ ଠିକାଦାର ଦିଲୀପ ବିନା ଟେଣ୍ଡରରେ ପାଇଛନ୍ତି। ଦିଲୀପ ଓ କେତେଜଣ ସରକାରୀ କର୍ମଚାରୀ ମିଳିମିଶି ସରକାରୀ ଅର୍ଥ ତୋସରପାତ କରିଛନ୍ତି ବୋଲି ପଟ୍ଟନାୟକ କୋର୍ଟରେ ଦାଖଲ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଭୁବନେଶ୍ୱର ବିମାନବନ୍ଦରର ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣାରୁ ସନ୍ଦେହ ହେଉଛି ଯେ, ଦିଲୀପ ଅତୀତରେ ଶ୍ରୀକ୍ଷେତ୍ରରେ କରିଥିବା ଅନେକ ସରକାରୀ କାର୍ଯ୍ୟ ମଧ୍ୟ ନିମ୍ନମାନର ହୋଇଥାଇପାରେ। ଏବେ ପୁଣି ତାଙ୍କୁ ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ଲାଗି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦେବାକୁ ସରକାରୀ ସ୍ତରରେ ମସୁଧା ଚାଲିଛି। ଦିଲୀପ ବଡ଼ ନେତାଙ୍କ ଛତ୍ରଛାୟା ରହିିଛନ୍ତି। ଫଳରେ ପୂର୍ବରୁ ତାଙ୍କ ବିରୋଧରେ ସିଂହଦ୍ୱାର, ଟାଉନଥାନା, କୁମ୍ଭାରପଡ଼ା ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇନାହିଁ। ତେଣୁ ଦିଲୀପଙ୍କ ସମସ୍ତ କାର୍ଯ୍ୟର ଭିଜିଲାନ୍ସ ଅଥବା କ୍ରାଇମବ୍ରାଞ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ପଟ୍ଟନାୟକ କୋର୍ଟକୁ ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷରେ ଇସ୍କନ ବିରୋଧରେ ଆଇନଜୀବୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ, ଇସ୍କନ ପକ୍ଷରୁ ଗତ ଜାନୁୟାରୀ ୩୦ରେ ମୁମ୍ବାଇରେ ଅଦିନିଆ ରଥଯାତ୍ରା ଆୟୋଜନ ହୋଇଥିଲା। ଏହା କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ତେଣୁ ଇସ୍କନ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଲାଗି ସେ କୋର୍ଟକୁ ନିବେଦନ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ରୀତିନୀତି, ଶାସ୍ତ୍ର, ପୁରାଣ ଅନୁଯାୟୀ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆଷାଢ଼ ଶୁକ୍ଲ ଦ୍ୱିତୀୟା ତିଥିରେ ହୋଇଥାଏ। କିନ୍ତୁ ଇସ୍କନ ପକ୍ଷରୁ ବିଭିନ୍ନ ସମୟରେ ରଥଯାତ୍ରା କରାଯାଉଛି। ଏହାଦ୍ୱାରା ଗୋଷ୍ଠୀ ଏବଂ ଧାର୍ମିକ ସଂଘର୍ଷ ଘଟିବା ଆଶଙ୍କା ରହିଛି। ପୂର୍ବରୁ ଏ ନେଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ତେବେ ଏହା ବାହାର ରାଜ୍ୟରେ ହୋଇଥିବାରୁ ପୋଲିସ କୌଣସି ପଦକ୍ଷେପ ନେବାକୁ କୁଣ୍ଠାବୋଧ କରୁଛିି। ତେଣୁ ଇସ୍କନ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଲାଗି ପଟ୍ଟନାୟକ କୋର୍ଟଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri