ଠକେଇ ଅଭିଯୋଗ: ୪ ଗିରଫ, ସ୍କର୍ପିଓ ଜବତ

ବ୍ରହ୍ମପୁର ଅଫିସ,୪|୮-ବୈଦ୍ୟନାଥପୁର ପୋଲିସ ୪ ଠକଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ଇଷ୍ଟ ଇଣ୍ଡିଆ-୧୮୧୮ ଲେଖା ହୋଇଥିବା ଏକ କଏନ (ମୁଦ୍ରା) ଯାହାକି ହନୁମାନ ପଇସା ଏବଂ ଏହାଦ୍ୱାରା ଅସମ୍ଭବକୁ ସମ୍ଭବ କରିହେବ ବୋଲି କହି ଲୋକଙ୍କୁ ଠକେଇ କରୁଥିବା ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରିଛି। ସେମାନେ ହେଲେ ଟାଉନ ଥାନା ଅନ୍ତର୍ଗତ କାମ୍ପ ସାହିର ପବନ କୁମାର, ସାଇ କିରଣ, ବଡବଜାର ଥାନା ଅନ୍ତର୍ଗତ ବାଲ୍ମୀକିପେଟାର ଧ୍ରୁବ ଚରଣ ସାହୁ ଓ ମଙ୍ଗଳବାରମପେଟାର ସିଏଚ.ମନୋହର। ପୋଲିସ ସେମାନେ ବ୍ୟବହାର କରୁଥିବା ଏକ ସ୍କର୍ପିଓ ଛତିଶଗଡ଼ ନମ୍ବର (ସିଜି-୨୧ଡି ୧୦୦୦)କୁ ଜବତ କରିଛି। ମାମଲା ନଂ. ୧୪୯/୧୯ରେ ଶନିବାର କୋର୍ଟ ଚାଲାଣ କରିଛି ବୋଲି ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଶୁକ୍ରବାର ପୋଲିସ ଖୋଡାସିଙ୍ଗି ନିକଟରେ ଯାନବାହନ ଯାଞ୍ଚ କରୁଥିଲା। ଏହି ସମୟରେ ଏକ ସ୍କର୍ପିଓ ଅଟକାଇ ଯାଞ୍ଚ କରିଥିଲା। ଗାଡିରୁ ଏକ ହନୁମାନ ପଇସା ମିଳିଥିଲା। ଯାହାକୁ ନେଇ ପୋଲିସ ଗାଡ଼ିରେ ଥିବା ଯୁବକମାନଙ୍କୁ ପଚରାଉଚରା କରିଥିଲା। ଜେରାବେଳେ ଏହି ହନୁମାନ ପଇସା ଜରିଆରେ ସେମାନେ ଲୋକଙ୍କୁ ଠକେଇ କରୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି। ଅଭିଯୁକ୍ତମାନେ ଏହି ହନୁମାନ ପଇସା କେଉଁଠୁ ଆଣିଲେ ଏବଂ ସେମାନେ କେଉଁ ଲୋକମାନଙ୍କୁ ଠକେଇ କରିଛନ୍ତି ସେ ନେଇ ତଦନ୍ତ ଜାରି ରଖିଥିବା ଥାନାଧିକାରୀ ସାରଦା ପ୍ରସନ୍ନ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ମଧୁକୁଞ୍ଜ ପାର୍କ

କଟକ ଅଫିସ,୨୪ା୧୦: କଟକ ମହାନଗର ନିଗମ (ସିଏମ୍‌ସି)ର ୧୬ ନମ୍ବର ୱାର୍ଡ ଅଧୀନ ତୁଳସୀପୁର ସ୍ଥିତ ମଧୁକୁଞ୍ଜ ପାର୍କରେ ଅନେକ ଅବ୍ୟବସ୍ଥା ରହିଛି। ରକ୍ଷଣାବେକ୍ଷଣ ଅଭାବରୁ...

ରାସ୍ତାକଡ଼ରେ ପ୍ରସବ କଲେ ମହିଳା

ପାରଳାଖେମୁଣ୍ଡି,୧୪ା୧୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପାରଳାଖେମୁଣ୍ଡି ରାଜନହର ମୁଖ୍ୟ ରାସ୍ତା କଡ଼ରେ ଜଣେ ଅସହାୟ ମହିଳା ପ୍ରସବ କରିଛନ୍ତି।...

ପାଏନ୍‌ ଲାଗି ଦହଗଁଜ୍‌ ୩୪ ପଁଚେତ୍‌ର ୧ ଲାଖ୍‌ ଲୋକ୍‌

ଭବାନୀପାଟଣା, ୪।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ମଦନପୁର ରାମପୁର, ଲାଞ୍ଜିଗଡ଼ ଆର ଥୁଆମୂଳ ରାମପୁର ବ୍ଲକର ଅତଡ଼ିଆ ଅଂଚଲମାନକେ ଥିବାର ଗଁାଗଁଡ଼ାର ଲୋକ୍‌ ଏଭ୍‌ଠାନୁ ପିଇଲା...

ବାଟବଣା ବନ୍ୟପ୍ରାଣୀଙ୍କ ବନ୍ଧୁ

ବାରିପଦା ଅଫିସ,୨୧।୧ ବିଷଧର ସାପ ହେଉ କି ଜଙ୍ଗଲର ହିଂସ୍ର ଜନ୍ତୁ। ବାଟବଣା ତଥା ଆଘାତପ୍ରାପ୍ତ ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରି ସୁରକ୍ଷା ଯୋଗାଇ ଦେବା କିଛି...

ସିଏଏ, ଏନ୍‌ଆର୍‌ସିକୁ ବିରୋଧ: ଜିଲାପାଳଙ୍କ ବୁଝାଶୁଝା ପରେ ହଟିଲା ଆନ୍ଦୋଳନ

କେନ୍ଦ୍ରାପଡ଼ା ଅଫିସ,୨୧।୧୨: କେନ୍ଦ୍ରାପଡ଼ା ଜିଲାର ମୁସଲମାନ ଓ ଦଳିତ ମହାସଂଘ ପକ୍ଷରୁ ସିଏଏ ଓ ଏନ୍‌ଆର୍‌ସିକୁ ଶନିବାର ସକାଳେ ବିରୋଧ କରାଯାଇ ସହରର ନୂଆ ଇଦ୍‌ଗାହ...

ଗଜପତିଙ୍କ ଶାସନର ୬୪ଅଙ୍କ ଆରମ୍ଭ

ପୁରୀ ଅଫିସ, ୧୯।୯: ପବିତ୍ର ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀନହର ପରିସରରେ ସୁନିଆ ନୀତି ସମ୍ପନ୍ନ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ...

ପ୍ରକଳ୍ପରୁ ମିଳୁନି ପାନୀୟ ଜଳ: ପୋଖରୀ ପାଣି ଭରସା

ଖଣ୍ଡପଡ଼ା/ଭାପୁର,୨୭ା୪(ସ୍ବ.ପ୍ର./ଡି.ଏନ.ଏ.): ଭାପୁର ବ୍ଲକ ବାଇଗୁଣିଆଁ ପଞ୍ଚାୟତ କେଶରସିଂ ନୂଆସାହି ଗ୍ରାମବାସୀଙ୍କ ପାଇଁ ପାନୀୟଜଳ ମୁଖ୍ୟ ସମସ୍ୟା ହୋଇଛି। ପ୍ରକଳ୍ପ ଥିଲେ ବି ସେଥିରୁ ଜଳ ମିଳୁନି।...

ତଳେ ବସି ପ୍ରବେଶିକା ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ତେଲକୋଇ, ୧୨।୧(ଡି.ଏନ.ଏ.)-ତେଲକୋଇ ଉଚ୍ଚ ବିଦ୍ୟାଳୟରେ ଶନିବାର ବ୍ଲକସ୍ତରୀୟ ୫ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପ୍ରବେଶିକା ପରୀକ୍ଷା ହୋଇଛି। ଏଥିରେ ବ୍ଲକର ୪୭୯ ଜଣ ଛାତ୍ରୀଛାତ୍ର ସାମିଲ ହୋଇଥିଲେ...

Advertisement
Archives

Model This Week