ଟ୍ରେଣ୍ଡରେ ରଫଲ୍‌ ଲେହେଙ୍ଗା

ସାଧାରଣତଃ ପୋଷାକର କିଛି କିଛି ସ୍ଥାନରେ କପଡ଼ା କୁଞ୍ଚ କୁଞ୍ଚ ହୋଇ ଝୁଲିକି ରହିବାର ଷ୍ଟାଇଲ୍‌କୁ ରଫଲ୍‌ କୁହାଯାଇଥାଏ। ଆଉଟ୍‌ଫିଟ୍‌ ଯେତେ ସିମ୍ପଲ ହେଉନା କାହିଁକି, ରଫଲ୍‌ ଦ୍ୱାରା ସେଥିରେ ଗ୍ଲାମର ଟଚ୍‌ ଆସିଥାଏ। ସେଥିପାଇଁ ତ ଏବେ ରଫଲ୍‌ ଆଉଟ୍‌ଫିଟ୍‌ର ଟ୍ରେଣ୍ଡ ଖୁବ୍‌ ଚାଲିଛି। ଟପ୍ସଠାରୁ ଆରମ୍ଭ କରି ଶାଢି, ଡ୍ରେସ୍‌, ସ୍କର୍ଟ ଏପରି କି ଲେହେଙ୍ଗାରେ ବି ରଫଲ୍‌ ଷ୍ଟାଇଲ୍‌କୁ ଅନୁକରଣ କରାଯାଉଥିବା ଦେଖିବାକୁ ମିଳୁଛି। ଏଠାରେ ସେମିତି କିଛି ଟ୍ରେଣ୍ଡି ରଫଲ୍‌ ଲେହେଙ୍ଗା ସମ୍ପର୍କରେ…

ରଫଲ୍‌ ଆର୍ଟ ସିଲ୍କ ରେଡ୍‌ ଲେହେଙ୍ଗା:ଏହାକୁ ଫ୍ୟାଶନ ଏକ୍ସପର୍ଟମାନେ ନ୍ୟୁ ଏଜ୍‌ ଲେହେଙ୍ଗା ବୋଲି ମଧ୍ୟ କହିଥାନ୍ତି। ଏହି ଲେହେଙ୍ଗାର ଆକର୍ଷଣୀୟ ରଙ୍ଗ ସାଙ୍ଗକୁ ମଲ୍ଟି ଲେୟାର୍‌ ଡିଜାଇନ୍‌ ପାର୍ଟି ଲୁକ୍‌ ପାଇଁ ପୂରା ପରଫେକ୍ଟ ଲାଗେ। ତେବେ ଏହି ଲେହେଙ୍ଗାର ରଙ୍ଗ ରେଡ୍‌ ବା ନାଲି ହୋଇଥିବାରୁ ତା’ସହିତ ମ୍ୟାଚିଂ କରି ନାଲି ରଙ୍ଗର ହାଇ ହିଲ୍‌ ପିନ୍ଧିଲେ ଲୁକ୍‌ ମଡର୍ନ ଲାଗିଥାଏ।

ଲେହେଙ୍ଗା ଉଇଥ୍‌ ରଫଲ୍‌ ଦୁପଟ୍ଟା: ମିକ୍ସ ଆଣ୍ଡ ମ୍ୟାଚ୍‌ ପାର୍ଟନ ଆଉଟ୍‌ଫିଟ୍‌ର ବି ଚଳଣି ଏବେ ଖୁବ୍‌ ଚାଲିଛି। ତେଣୁ ଆଜିକାଲି ଦେଖିବାକୁ ମିଳୁଛି କେତେକ ଲେହେଙ୍ଗାର କେବଳ ଦୁପଟ୍ଟା ବା ଓଢଣୀରେ ରଫଲ୍‌ କାମ ହୋଇ ଆସୁଛି, ଯାହାକୁ ପାର୍ଟି, ଫଙ୍କସନ୍‌ ଏପରି କି ପର୍ବପର୍ବାଣିରେ ମଧ୍ୟ ପିନ୍ଧି ହେବ। ଯେହେତୁ ଏହି ଲେହେଙ୍ଗାର କେବଳ ଦୁପଟ୍ଟାରେ ରଫଲ୍‌ କାମ ହୋଇଥାଏ, ତେଣୁ ଏହାକୁ ମ୍ୟାଚିଂ କରି ରଫଲ୍‌ ଜୁଏଲେରୀ ପିନ୍ଧିଲେ ଷ୍ଟାଇଲ୍‌ ବାଲାନ୍ସ ଲାଗିଥାଏ।

ରଫଲ୍‌ ଏମ୍ବ୍ରୋଡୋରୀ ଲେହେଙ୍ଗା ଚୋଲି: ଏମ୍ବ୍ରୋଡୋରୀ କାମ ହୋଇଥିବା ଆଉଟ୍‌ଫିଟ୍‌ ସବୁବେଳେ ଆକର୍ଷଣୀୟ ଲାଗିଥାଏ। ଆଉ ଯେଉଁ ଲେହେଙ୍ଗାରେ ଏମ୍ବ୍ରୋଡୋରୀ ସାଙ୍ଗକୁ ରଫଲ୍‌ ଡିଜାଇନ୍‌ର ବ୍ୟବହାର ହୋଇଥିବ, ତାହା ଯେ କେତେ ସୁନ୍ଦର ଦେଖାଯାଉ ନ ଥିବ ଥରେ ଚିନ୍ତା କରନ୍ତୁ ନା। ତା’ହେଲେ ଆଉ ଡେରି କାହିଁକି ଆସନ୍ତା ପାର୍ବଣ ଋତୁରେ ଏ ଷ୍ଟାଇଲ୍‌ର ଲେହେଙ୍ଗାକୁ କିଣି ଗ୍ଲାମର୍ସ ଲୁକ୍‌ ପାଇବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ ନା। ତେବେ ଏହି ଲେହେଙ୍ଗା ସହ ହାଲ୍‌କା ଜୁଏଲେରୀ ପିନ୍ଧିଲେ ସୋବର୍‌ ଲୁକ୍‌ ମିଳିଥାଏ।

ଷ୍ଟୋନ ଓ୍ବାର୍କ ରଫଲ୍‌ ଲେହେଙ୍ଗା: ଏ ଧରଣର ଲେହେଙ୍ଗାରେ ଯେଉଁ ଯେଉଁ ସ୍ଥାନରେ ରଫଲ୍‌ର ବ୍ୟବହାର କରାଯାଇଥାଏ, ଠିକ୍‌ ସେହି ସ୍ଥାନରେ ଗୋଟିଏ ଗୋଟିଏ ଷ୍ଟୋନ ଲାଗିବା ସହ ଲେହେଙ୍ଗାର ବ୍ଲାଉଜ୍‌ ଓ ଦୁପଟ୍ଟାରେ ବି ଷ୍ଟୋନ କାମ ହୋଇଥାଏ। ଖାସ୍‌ କରି ନାଇଟ୍‌ ପାର୍ଟିରେ ଏହାକୁ ପିନ୍ଧିଲେ ରଙ୍ଗିନ୍‌ ଆଲୋକରେ ଏହା ଖୁବ୍‌ ଗର୍ଜିୟସ୍‌ ଲାଗିଥାଏ। ତା’ଛଡ଼ା ଏହି ଲେହେଙ୍ଗାରେ ଷ୍ଟୋନ କାମ ହୋଇଥିବାରୁ ଏହା ସହିତ ଷ୍ଟୋନ ଜୁଏଲେରୀ ପିନ୍ଧିଲେ ହିଁ ଭଲ ମାନେ।

ରୟାଲ୍‌ ବ୍ଲୁ ଏମ୍ବ୍ରୋଡୋରୀ ରଫଲ୍‌ ଲେହେଙ୍ଗା: ରୟାଲ୍‌ ବ୍ଲୁ କୁ ସାଧାରଣତଃ ରିଚ୍‌ କଲର୍‌ କୁହାଯାଇଥାଏ। ଏତେ ସୁନ୍ଦର ରଙ୍ଗ ସାଙ୍ଗକୁ ରଫଲ୍‌ର ଡିଜାଇନ୍‌ ଏହି ଲେହେଙ୍ଗାର ଆକର୍ଷଣକୁ ଆହୁରି ବଢାଇଦିଏ। ଯଦ୍ଦ୍ବାରା ଏହାକୁ ପିନ୍ଧିଲେ ପାର୍ଟି, ଫଙ୍କସନ୍‌ରେ ଆକର୍ଷଣୀୟ ଲୁକ୍‌ ମିଳିଥାଏ। ଖାସ୍‌ କଥା ହେଉଛି ଏହି ଲେହେଙ୍ଗା ସହ ମ୍ୟାଚିଂ କଲର୍‌ର ରଫଲ୍‌ ଇୟର ରିଂ ପିନ୍ଧିଲେ ଗର୍ଜିୟସ୍‌ ଲୁକ୍‌ ପାଇହୁଏ।

ନେଟ୍‌ ରଫଲ୍‌ ଲେହେଙ୍ଗା: ନେଟ୍‌ କପଡାରେ ପ୍ରସ୍ତୁତ ହୋଇଥିବା ଲେହେଙ୍ଗାରେ ରଫଲ୍‌ ଡିଜାଇନ୍‌ ହେଲେ ତାହା ଥାକ ଥାକ ହୋଇ ରହିଥାଏ। ତା’ଛଡ଼ା ଏହି ଲେହେଙ୍ଗା ଯଦି କନ୍‌ଟ୍ରାଷ୍ଟ କଲର୍‌ର ହୋଇଥିବ, ତା’ହେଲେ ତ ଏହା ଆହୁରି ଆକର୍ଷଣୀୟ ଦେଖାଯାଇଥାଏ। ଏହି ଲେହେଙ୍ଗା ସହ ମ୍ୟାଚିଂ ଜୁଏଲେରୀ ପିନ୍ଧିଲେ ବେଶ୍‌ ଭଲ ମାନିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବଳକା ତେଲର ବ୍ୟବହାର କରୁଛନ୍ତି କି? ହୋଇପାରେ ଏହିସବୁ ରୋଗ

ଭାରତୀୟ ଖାଦ୍ୟରେ ତେଲର ଭୂମିକା ଯଥେଷ୍ଟ ଅଧିକ। ପକୁଡ଼ି ତିଆରିଠୁ ନେଇ ଛୁଙ୍କ ଲଗାଇବା ପର୍ଯ୍ୟନ୍ତ ସବୁଥିରେ ତେଲର ବ୍ୟବହାର ହୁଏ। ଏହା ଖାଦ୍ୟର ସ୍ବାଦ...

ପିଲାଙ୍କଠୁ ଶିଖନ୍ତୁ ….

ସାଧାରଣତଃ ଛୋଟ ପିଲାଙ୍କୁ ମା’ବାପା ଅନେକ କଥା ଶିଖାଇଥାଆନ୍ତି। ଏହାକୁ ଆଧାରକରି ଏବଂ ନିଜର ଶିକ୍ଷାଗତ ଯୋଗ୍ୟତା ବଳରେ ସେମାନେ ନିଜର ଭବିଷ୍ୟତ ଗଢ଼ନ୍ତି। ହେଲେ...

କେତୋଟି ଜରୁରୀ ଜାଣିବା କଥା

*ଠାକୁରଙ୍କୁ ପୂଜା କରିବା ସମୟରେ ସକାଳେ ହେଉ ଅବା ସନ୍ଧ୍ୟାରେ ଥରୁଟିଏ ହେଉ ନା କାହିଁକି ଠାକୁରଙ୍କ ପାଖେ ଝୁଣା ଧୂପ କିମ୍ବା କର୍ପୁର ଆଳତି...

ପାଖକୁ ଆସି ହାତରେ ରହୁନାହିଁ କି ଟଙ୍କା: ଆପଣାନ୍ତୁ ଏହି ଉପାୟ

ଟଙ୍କା ସଞ୍ଚୟ କରିବା ମଧ୍ୟ ଏକ କଳା, ଏହି ଗୁଣ ପ୍ରାୟ ସମସ୍ତଙ୍କ ପାଖରେ ନ ଥାଏ। ଅଧିକାଂଶ ଲୋକ ଏହା କହିଥାନ୍ତି ଯେ, ଟଙ୍କା...

କେଶ ରହିବ କଳା

କେଶ ଅଳ୍ପ ବୟସରେ ଧଳା ହେବା ବର୍ତ୍ତମାନ ଅନେକଙ୍କ ପାଇଁ ଏକ ସମସ୍ୟା ପାଲଟିଛି; ଯାହାକୁ ରୋକିବା ଲାଗି ଅନେକେ ବିଭିନ୍ନ ରାସାୟନିକଯୁକ୍ତ କୃତ୍ରିମ କଲର୍‌...

ବାୟୋମ୍ୟାଗ୍ନେଟିକ୍‌ ଜୁଏଲେରି: ଫ୍ୟାଶନ୍‌ ସହ ଫିଟ୍‌ନେସ୍‌

ଲାଟେଷ୍ଟ ଫ୍ୟାଶନ୍‌ ଟ୍ରେଣ୍ଡ ସହ ନିଜକୁ ଅପ୍‌ଡେଟ୍‌ ରଖିବାରେ ବେଶ୍‌ ଆଗରେ ଯୁବପିଢ଼ି। ସବୁବେଳେ ସେମାନେ ଫ୍ୟାଶନ୍‌କୁ ନେଇ ନୂଆ ନୂଆ ଏକ୍ସପେରିମେଣ୍ଟ କରିଥାନ୍ତି। ଠିକ୍‌...

ସଫଳତା, ପ୍ରସିଦ୍ଧି ପ୍ରଦାନ କରିଥାଏ ଜାତକର ଏହି ନକ୍ଷତ୍ର: ପ୍ରଧାନମନ୍ତ୍ରୀ ମୋଦି ବି ଏଥିରେ ଜନ୍ମ

ପ୍ରତ୍ୟେକ ବ୍ୟକ୍ତିର ରାଶି ଏବଂ ନକ୍ଷତ୍ର ଭିନ୍ନ। ସମସ୍ତ ନକ୍ଷତ୍ର ମଧ୍ୟରୁ ଅନୁରାଧା ନକ୍ଷତ୍ର ବହୁତ ଶୁଭ। ଏହା ୨୭ ନକ୍ଷତ୍ରଙ୍କ ମଧ୍ୟରେ ୧୭ନଂ ସ୍ଥାନରେ...

ଏହି ୩ ଅଭ୍ୟାସ ଦେଖାଏ ସଫଳତାର ରାସ୍ତା: ଜାଣନ୍ତୁ ଏମିତି କ’ଣ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ପଦୋନ୍ନତି, ବୈବାହିକ ଜୀବନ, ବନ୍ଧୁତା, ଶତ୍ରୁତା ଏବଂ ସମ୍ମାନ ସହିତ ଜଡିତ ସମସ୍ତ ବିଷୟ ଉପରେ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ...

Advertisement
Archives

Model This Week