ଟ୍ରି-ମ୍ୟାନ ପ୍ରଭାସଙ୍କ ଘରେ ଅଷ୍ଟ୍ରେଲୀୟ ଛାତ୍ରୀଛାତ୍ର

କଟକ ଅଫିସ,୧୪ା୧:ପ୍ରେମରେ ବନ୍ଧା ହୋଇଛି ସମଗ୍ର ବିଶ୍ୱ। ଖୁବ୍‌ କମ୍‌ ଲୋକ ଥାଆନ୍ତି, ଯେଉଁମାନେ ପ୍ରକୃତି ପ୍ରେମରେ ବାନ୍ଧି ହୋଇ ରୁହନ୍ତି। ଫୁଲନଖରା ସାଶୋଳ ଗ୍ରାମର ପ୍ରଭାସ ମଙ୍ଗରାଜ(୪୮)। ସକାଳୁ ଉଠିଲେ ଗଛକୁ ଧରି ବସନ୍ତି। ଗଛ ପ୍ରତି ତାଙ୍କର ରହିଛି ଅପୂର୍ବ ଆବିଳତା। ଏବେ ସୁଦ୍ଧା ୮୦ହଜାରରୁ ଅଧିକ ଗଛ ସେ ଲଗାଇ ସାରିଲେଣି। ଏଣୁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଟ୍ରି-ମ୍ୟାନ ଭାବେ ପରିଚୟ ମିଳିଛି। ଗତ ରବିବାର ଅଷ୍ଟ୍ରେଲିଆର ସ୍କଲାର ଛାତ୍ରୀଛାତ୍ର ପ୍ରଭାସଙ୍କ ଘରକୁ ଆସି ଜୈବିକ ପଦ୍ଧତିରେ ଚାଷ କିପରି ହୁଏ ସେ ବିଷୟରେ ପଚାରି ବୁଝିଥିଲେ।

୮ମ ଶ୍ରେଣୀ ପଢୁଥିବାବେଳେ ଗଛ ଲଗାଇବା ଆରମ୍ଭ କରିଥିଲେ ପ୍ରଭାସ। ପ୍ରଥମେ ଗଁା ସ୍କୁଲ, ମନ୍ଦିର ନିକଟରେ କିଛି ଗଛ ଲଗାଇଥିଲେ। ଏହି ଇଚ୍ଛା ଏବେ ଅଭ୍ୟାସ ପାଲଟିଯାଇଛି। ରାଜ୍ୟ ସାରା ବୁଲିବୁଲି ସେ ଗଛ ଲଗାଉଛନ୍ତି। କଟକ ସମେତ ଜଗତ୍‌ସିଂହପୁର, ଖୋର୍ଦ୍ଧା, ପୁରୀ ଅଞ୍ଚଳରେ ସେ ଗଛ ଲଗାଇଛନ୍ତି। ଅଷ୍ଟ୍ରେଲିଆର ‘ଏଭରେଷ୍ଟ’ ପ୍ରକଳ୍ପର ୧୪ଜଣ ସ୍କଲାର ଛାତ୍ରୀଛାତ୍ର ପ୍ରଭାସଙ୍କ ଘରେ ରବିବାର ସକାଳେ ପହଞ୍ଚିଥିଲେ। ଗ୍ରାମାଞ୍ଚଳରେ ଚାଷୀମାନେ କେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଜୈବିକ ପଦ୍ଧତିରେ କିପରି ଅଧିକ ଅମଳ କରିହେବ ସେ ସମ୍ପର୍କରେ ଦୀର୍ଘ ଘଣ୍ଟାର ଆଲୋଚନା ହୋଇଥିଲା ବୋଲି ପ୍ରଭାସ କହିଛନ୍ତି।
ପ୍ରଭାସଙ୍କ ସମ୍ପର୍କରେ ଅଷ୍ଟ୍ରେଲୀୟ ଛାତ୍ରୀଛାତ୍ରମାନେ ବହୁ ଆଗରୁ ଅବଗତ ଥିଲେ। ବୃକ୍ଷଲତା ବିଷୟରେ ପ୍ରଭାସଙ୍କର ବିଶେଷ ଜ୍ଞାନ ରହିଥିବା ଖବରପାଇ ସେମାନେ କିଛି ଦିନ ପୂର୍ବେ ଯୋଗାଯୋଗ କରିଥିଲେ। ଅଷ୍ଟ୍ରେଲିଆର ‘ଏଭରେଷ୍ଟ’ ପ୍ରକଳ୍ପର ଅନେକ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ପ୍ରଭାସ କଥାବାର୍ତ୍ତା ହୁଅନ୍ତି। ଅଷ୍ଟ୍ରେଲୀୟ ସ୍କଲାରମାନେ ଅଧିକ ମାତ୍ରାରେ ଜୈବିକ ପଦ୍ଧତି ଚାଷ ପ୍ରଣାଳୀ ଜାଣିବାକୁ ଚାହୁଁଥିଲେ ବୋଲି ପ୍ରଭାସ କହିଛନ୍ତି। ରାସାୟନିକ ସାର ବ୍ୟବହାର ନ କରି କିପରି ଭଲ ଚାଷ କରିହେବ ତାହା ଜାଣିବାକୁ ସେମାନେ ଅଧିକ ଆଗ୍ରହୀ ଥିଲେ। ଏହାଛଡ଼ା ପାଣିର ସ୍ତର କମିବା ପରେ ଚାଷ କାର୍ଯ୍ୟରେ କ’ଣ ପ୍ରଭାବ ପଡ଼ିବ ସେ ବିଷୟରେ ମଧ୍ୟ ସେମାନେ ପ୍ରଶ୍ନ ପଚାରିଥିଲେ। ଆଗାମୀ ଦିନରେ ‘ଏଭରେଷ୍ଟ’ ପ୍ରକଳ୍ପର ଅନ୍ୟ ସ୍କଲାର ଛାତ୍ରୀଛାତ୍ର ମଧ୍ୟ ଆସିବା ନିମନ୍ତେ ଯୋଜନା ରହିଛି ବୋଲି ପ୍ରଭାସ କହିଛନ୍ତି। ତେବେ ପରିବାରର ସମସ୍ତେ ସାମରିକ ବାହିନୀରେ କାର୍ଯ୍ୟ କରୁଥିଲାବେଳେ ଆପଣ ଗଛ ପାଇଁ ଏପରି ଭଲ ପାଇବା କିପରି ହେଲା ବୋଲି ପଚାରିବାରୁ ସେ କହିଥିଲେ, ବାପା ସ୍ବର୍ଗତଃ ରାମଚନ୍ଦ୍ର ମଙ୍ଗରାଜ ଦୁଇଟି ଯୁଦ୍ଧରେ ଭାରତୀୟ ଆର୍ମିରେ ସାମିଲ ହୋଇଥିଲେ। ମା’ ମେନକା ସୁନ୍ଦରୀ ମଙ୍ଗରାଜ ଜଣେ ଗୃହିଣୀ। ଦୁଇ ଭାଇ ରମେଶ ଓ ପରେଶ ଫ୍ଲାଇଙ୍ଗ ଅଫିସର ଭାବେ ଇଣ୍ଡିଆନ ଏୟାରଫୋର୍ସରେ କାର୍ଯ୍ୟ କରନ୍ତି। ହେଲେ ପ୍ରକୃତି ପ୍ରତି ସମସ୍ତଙ୍କର ଅଳ୍ପବହୁତ ଭଲପାଇବା ଥିଲା, ଯାହାର ପ୍ରଭାବ ମୋ ଉପରେ ଅଧିକ ପଡ଼ିଛି। ପିଲାଟି ବେଳୁ ପକେଟ୍‌ ଖର୍ଚ୍ଚକୁ ବ୍ୟବହାର କରି ଗଁା ପିଲାଙ୍କୁ ମେଳ କରେ। ସେମାନଙ୍କୁ ଧରି ନିଜ ଗଁା ସମେତ ଆଖପାଖ ଗଁାରେ ଗଛ ଲଗାଏ। ସାମୂଦ୍ରିକ ଝଡ଼ ଫନୀ ସମୟରେ ପ୍ରାୟ ୫ହଜାର ଗଛକୁ ପୁନର୍ଜୀବିତ କରିବା ପାଇଁ ସେ ଉଦ୍ୟମ କରିଥିଲେ ବୋଲି ପ୍ରଭାସ କହିଥିଲେ। ଫନୀରେ କିଛି ଗଛ କେବଳ ଭାଙ୍ଗି ଯାଇଥିଲେ ମଧ୍ୟ ମୂଳରୁ ଉପୁଡ଼ି ନ ଥିଲା। ହେଲେ ଏହାକୁ କାଟି ରାସ୍ତାରୁ ହଟାଇବାକୁ ଚେଷ୍ଟା କରାଯାଉଥିଲା। ଏଠାରେ ଆମେ ପହଞ୍ଚି ଅନେକ ଗଛକୁ ରକ୍ଷା କରିଥିଲୁ ବୋଲି ପ୍ରଭାସ କହିଛନ୍ତି। ପ୍ରଭାସଙ୍କର ‘ଗ୍ରୀନ ୱାରିୟର’ ନାମରେ ଏକ ଟିମ୍‌ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ ଛାଡ଼ି ଦେଇଥିଲେ ୧୦୭ କୋଟି ଟଙ୍କାର ଅଫର୍, ଆଜି ଖାନ ସାରଙ୍କ କୋଚିଂ ଫିସ୍‌, ମାସକୁ କେତେ ଲକ୍ଷ ଟଙ୍କା ରୋଜଗାର ଜାଣନ୍ତୁ…

ନୂଆଦିଲ୍ଲୀ,୩।୬: ପ୍ରସିଦ୍ଧ ଶିକ୍ଷକ ତଥା ୟୁଟ୍ୟୁବର୍‌ ଖାନ ସାର୍‌ (Khan Sir) ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ବିହାରର ରାଜଧାନୀ ପାଟନାରେ ଥିବା ତାଙ୍କ କୋଚିଂ ପ୍ରତିଷ୍ଠାନ…

କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା: ଭବିଷ୍ୟତରେ ନିଷ୍ଠାର ସହ ଆଗକୁ ବଢ଼ିବାକୁ ପରାମର୍ଶ

କୋରାପୁଟ,୩ା୬(ଅମିତାଭ ବେହେରା): କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ପକ୍ଷରୁ ବୁଧବାର କୃତୀ ଛାତ୍ରୀଛାତ୍ରଙ୍କୁ ଉପଢୌକନ, ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ନାରାୟଣପାଟଣା ବ୍ଲକ…

IND vs AFG: ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେନି ମହମ୍ମଦ ସିରାଜ! ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୩।୬: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ସିରାଜ ଖେଳିବା ସମ୍ଭାବନା ବହୁତ କମ୍ ରହିଛି । ଏହି ଟେଷ୍ଟ ମ୍ୟାଚ୍ ଜୁନ୍…

ସରକାରୀ କର୍ମଚାରୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ! ଲଞ୍ଚ ପାଇଁ ଘରକୁ ଯିବା ମନା, ୬ ମାସ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩।୬: ଇନ୍ଧନ, ବିଜୁଳି ଏବଂ ଅତ୍ୟାବଶ୍ୟକ ସମ୍ପଦର ସୀମିତ ତଥା ମିତବ୍ୟୟୀ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ମାର୍ଗଦର୍ଶିକା…

ଚତୁର୍ଥୀ ରାତିରେ ଝୁଲିପଡ଼ିଲେ ସନ୍ତୋଷୀ: ଶାଶୁଘର ଲୋକେ…

କୁଜଙ୍ଗ,୩ା୬(ମନୋଜ ପ୍ରଧାନ):ବାହାଘରର ଚତୁର୍ଥୀ ରାତିରେ ଶୋଇବା ଘରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ମିଳିଛି। ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ବଳେଇପୁର ଗ୍ରାମରେ ସୋମବାର ଏହି ଘଟଣା…

ଏଲ୍‌ନିନୋକୁ ନେଇ IMD ଡିଜିଙ୍କ ବଡ଼ ସୂଚନା: ଚଳିତବର୍ଷ ମୌସୁମୀରେ ହେବ…

ଭୁବନେଶ୍ୱର,୩ା୬: ଚଳିତ ବର୍ଷ ମୌସୁମୀରେ ଏଲ୍‌ ନିନୋର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଭାରତରେ ମୌସୁମୀ ଜନିତ ବର୍ଷା କମ୍‌ ରହିବ ବୋଲି କହିଛନ୍ତି ଆଇଏମ୍‌ଡି…

ମୁଁ ଅସୁନ୍ଦରୀ…କାହିଁକି ଏମିତି କହିଲେ ଶାହରୁଖଙ୍କ ଝିଅ

ଅଭିନେତା ଶାହରୁଖ ଖାନଙ୍କ ଝିଅ ତଥା ଅଭିନେତ୍ରୀ ସୁହାନା ଖାନ ଏବେ ଚର୍ଚ୍ଚାରେ। ସେ ଖୁବ୍‌ଶୀଘ୍ର ବାପାଙ୍କ ସହ ପରଦାରେ ଧୂମ୍‌ ମଚାଇବାକୁ ଯାଉଛନ୍ତି। ଆଜିକାଲି ସୁହାନା…

ଇନଷ୍ଟାଗ୍ରାମରେ କାହିଁକି କୌଣସି ଝିଅକୁ ଫଲୋ କରନ୍ତିନି ବୈଭବ? ପଛରେ ରହିଛି ସବୁଠୁ ବଡ଼ କାରଣ…

ନୂଆଦିଲ୍ଲୀ, ୩।୬: ୨୦୨୬ ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ କରି ଖବର ଶିରୋନାମାରେ ସ୍ଥାନ ପାଇଥିବା ରାଜସ୍ଥାନ ରୟାଲ୍ସର ଯୁବ ଷ୍ଟାର ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri