ଟ୍ରଲିରେ ମୃତଦେହ ନେଲେ ପରିବାର ଲୋକେ

ବ୍ରହ୍ମପୁର ଅଫିସ,୧୯ା୨ – ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦୃଷ୍ଟିକୁ ଆସିଛି। ମେଡିକାଲରେ ମୃତ୍ୟୁ ଘଟିଥିବା ରୋଗୀଙ୍କୁ ନେବା ପାଇଁ ମହାପ୍ରୟାଣ ଆମ୍ବୁଲାନ୍ସ ବ୍ୟବସ୍ଥା ରହିଛି। ହେଲେ ଏହା ନ ମିଳିବାରୁ ଜଣେ ବୃଦ୍ଧାଙ୍କ ମୃତଦେହ ତାଙ୍କ ପରିବାର ଲୋକେ ଏକ ଟ୍ରଲିରେ ନେଇଛନ୍ତି।
ଘଟଣାରୁ ପ୍ରକାଶ, ଟାଉନ ଥାନା ଅନ୍ତର୍ଗତ ଗେଟ୍‌ବଜାର ଜାଗିଲି ସାହିରେ ରହୁଥିବା ତ୍ରିନାଥ ସିଂଙ୍କ ମା’ ଚନ୍ଦ୍ରମା (୬୦) ସୋମବାର ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତ୍ରିିନାଥ ଗରିବ ଶ୍ରେଣୀର ହୋଇଥିବା ବେଳେ ସେ ତାଙ୍କ ଭଉଣୀ ସନ୍ତୋସିନୀ କାମ କରି ଯାହା କିଛି ଅର୍ଥ ଉପାର୍ଜ୍ଜନ କରୁଥିଲେ ସେଥିରେ ମା ଓ ୨ ଭାଇ ଭଉଣୀ ଚଳୁଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଚନ୍ଦ୍ରମାଙ୍କ ମୃତ୍ୟୁ ଘଟିଥିଲା। ବୃଦ୍ଧାଙ୍କ ମୃତଦେହ ହସ୍ପିଟାଲରୁ ନେଇଯିବା ପାଇଁ ଡାକ୍ତର ତ୍ରିନାଥଙ୍କୁ କହିଥିଲେ। ମହାପ୍ରୟାଣ ଆମ୍ବୁଲାନ୍ସରେ ତାଙ୍କ ମା’ଙ୍କ ମୃତଦେହ ନେବା ପାଇଁ ସେମାନେ ଇଛା କରିଥିଲେ। ହେଲେ ସେମାନଙ୍କ ପାଖରେ ଟଙ୍କା ନ ଥିଲା। ସେହିପରି ତାଙ୍କ ଗୁହାରି କେହି ଶୁଣି ନ ଥିବା ସନ୍ତୋସିନୀ ଅଭିଯୋଗ କରିଛନ୍ତି। ଶେଷରେ ବାଧ୍ୟହୋଇ ତ୍ରିନାଥ ଏକ ଟ୍ରଲି ଆଣି ମା’ଙ୍କ ମୃତଦେହ ଶ୍ମ୍ମଶାନକୁ ନେଇଥିଲେ। ଏମ୍‌କେସିଜି ଦ୍ୱିତୀୟ ଫାଟକ ନିକଟରେ କେତେଜଣ ସ୍ବେଚ୍ଛାସେବୀ ଓ ଖବରଦାତା ସେମାନଙ୍କୁ ଭେଟିଥିଲେ। ସେଠାରେ ତାଙ୍କୁ ସେମାନେ ଆର୍ଥିକ ସହାୟତା ଦେଇଥିଲେ। ପରେ ଏକ ଘରୋଇ ଆମ୍ବୁଲାନ୍ସ ଜରିଆରେ ବୃଦ୍ଧାଙ୍କ ମୃତଦେହ ଗେଟବଜାର ନିକଟ ଶ୍ମଶାନକୁ ନେଇ ସଂସ୍କାର କରିଥିଲେ। ଏନେଇ ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର କୁହନ୍ତି, ଜଣେ ବୃଦ୍ଧାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ମୃୃତ୍ୟୁ ଘଟିଥିଲା। ମହାପ୍ରୟାଣ ଆମ୍ବୁଲାନ୍ସ ନ ପାଇ ତାଙ୍କ ମୃତଦେହ ଏକ ଟ୍ରଲିରେ ତାଙ୍କ ପୁଅ ଓ ଝିଅ ନେଇଥିବା ମଁୁ ଶୁଣିବାକୁ ପାଇଛି। ଏପରି ଘଟଣା ମେଡିକାଲରେ କିପରି ଘଟିଲା ସେନେଇ କାଜୁଆଲଟି ମେଡିକାଲ ଅଫିସର, କାଜୁଆଲଟି ମ୍ୟାନେଜର ଓ ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁରରେ ପୁଣି ହାତୀ: ଫକୀରପୁର-ସିଙ୍ଗଡୋଭ ସୀମାରେ ଗତିବିଧି, ସତର୍କ ରହିବାକୁ …

ବଞ୍ଚୋ, ୧୪।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଫକୀରପୁର–ସିଙ୍ଗଡୋଭ ସୀମାନ୍ତ ଅଞ୍ଚଳରେ ପୁଣି ଏକ ହାତୀର ଗତିବିଧି ଦେଖାଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ…

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ, ଦର୍ଶନ କରିବା ପାଇଁ…

ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା…

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ: ପେଣ୍ଡିଂ ମାମଲାର ତୁରନ୍ତ ଫଇସଲା ସହ ଅପରାଧୀଙ୍କ ଉପରେ…

ଛତ୍ରପୁର, ୧୪।୭ (ଦିଲ୍ଲୀପ ସାମଲ): ଛତ୍ରପୁରସ୍ଥିତ ଗଞ୍ଜାମ ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଦିନ ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଦିନକ ପରେ ରଥଯାତ୍ରା: ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ଗଞ୍ଜାମ ସହର

ଗଞ୍ଜାମ, ୧୪।୭ (ବିଦ୍ୟାଧର ସାହୁ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ଆଉ ମାତ୍ର ଦିନକର ସମୟ ବାକି ଅଛି। ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କ…

ଶିକ୍ଷୟିତ୍ରୀଙ୍କ ଘରୁ କରିଥିଲେ ଚୋରି: ୩ ଗିରଫ, ଜଣେ ଫେରାର; ସୁନା, ରୁପା ଅଳଙ୍କାର ସହ…

ତୁମୁଡିବନ୍ଧ, ୧୪।୭ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ପୋଲିସ ଏକ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ପ୍ରାୟ ମାସେ ତଳେ…

କୋର୍ଟରେ ହାଜର ନ ହେବାରୁ ବାନ୍ଧିଲା ପୋଲିସ, ଜାମିନ ନାମଞ୍ଜୁର ପରେ ଜେଲ ଗଲେ…

ଦିଗପହଣ୍ଡି, ୧୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଏକ ଜାମିନବିହୀନ ୱାରେଣ୍ଟ ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri