Posted inଖେଳ

ଟ୍ରମ୍ପଙ୍କୁ ଭେଟିଲେ ଗାଭାସ୍କର

ନୂଆଦିଲ୍ଲୀ,୨୩।୮(ପିଟି): କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଗାଭାସ୍କର ଏକ ଚ୍ୟାରିଟି ପାଉଣ୍ଡେଶନ ପାଇଁ ସେ ଅର୍ଥ ଯୋଗାଡ଼ କରିବା ଲାଗି ନ୍ୟୁୟର୍କ ଗସ୍ତ କରିଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ନ୍ୟୁ ୟର୍କସ୍ଥିତ ଟ୍ରମ୍ପ ବେଡମିନଷ୍ଟର ଗଲ୍ଫ କୋର୍ସଠାରେ ଟ୍ରମ୍ପଙ୍କୁ ଭେଟିଛନ୍ତି। ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ୍‌ ଶେଷ ହେବା ପରେ ଓ ଟେଷ୍ଟ ସିରିଜ୍‌ ପୂର୍ବରୁ ସମୟ ବାହାର କରି ଆମେରିକା ଗସ୍ତ କରିଥିଲେ। ସେଠାରେ ହାର୍ଟ ଟୁ ହାର୍ଟ ଫାଉଣ୍ଡେଶନ (ଏଚ୍‌୨ଏଚ୍‌) ପ୍ରତି ସଚତେନତା ସୃଷ୍ଟି କରିବା ଲାଗି ଉଦ୍ୟମ କରିଥିଲେ। ନବି ମୁମ୍ବାଇସ୍ଥିତ ସତ୍ୟ ସାଇ ସଞ୍ଜିବନୀ ମେଡିକାଲ ଜନ୍ମଜାତ ହୃଦୟ ସମସ୍ୟାର ମାଗଣା ଅସ୍ତ୍ରୋପଚାର କରୁଛି। ଆଇକନିକ ବ୍ୟାଟ୍ସମ୍ୟାନ ନ୍ୟୁ ଜର୍ସି ଓ ଆଟଲାଣ୍ଟାଠାରେ ବହୁ ଇଭେଣ୍ଟରେ ଯୋଗ ଦେଇଥିଲେ। ଗାଭାସ୍କର ଚଳିତ ଟେଷ୍ଟ ସିରିଜ୍‌ରେ କମେଣ୍ଟ୍ରି କରୁଛନ୍ତି। ସିରିଜ୍‌ର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ପରେ ସେ ଆମେରିକା ଫେରି ସିଲିକନ ଭ୍ୟାଲି, ସିଟଲ, ଲୌସଭିଲେଠାରେ ଆଉ କିଛି ଇଭେଣ୍ଟରେ ଯୋଗଦେବେ। ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ରେ କମେଣ୍ଟ୍ରି ପାଇଁ ସେ ସ୍ବଦେଶ ଫେରିବେ। ଉଲ୍ଲେଖଥାଉ କି, ଲୌସଭିଲେଠାରେ ଗାଭାସ୍କରଙ୍କ ନାମରେ କ୍ରିକେଟ ଷ୍ଟାଡିୟମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରୀଡ଼ା ଆଚରଣବିଧି ପ୍ରଶ୍ନାବଳୀ: ଜବାବ ଦେଲେ ୫୬ ଜାତୀୟ କ୍ରୀଡ଼ା ମହାସଂଘ

ନୂଆଦିଲ୍ଲୀ,୧୫ା୮(ପି.ଟି.)-ସ୍ବୀକୃତି ହରାଇଥିବା ୫୭ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌) ମଧ୍ୟରୁ ୫୬ଟି କ୍ରୀଡ଼ା ଆଚରଣବିଧି ପ୍ରଶ୍ନାବଳୀର ଜବାବ ରଖିଛନ୍ତି। ଏଥିରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସେମାନଙ୍କ...

ଭାରତର ଖେଳ ବିଗାଡି ଦେଲେ ରୁଟ୍‌-ବେୟାରଷ୍ଟୋ

ବର୍ମିଂହାମ୍‌, ୫।୭:ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଚାଲିଥିବା କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ବିଜୟ ପଥରେ ଅଗ୍ରସର ହୋଇଛି। ଭାରତ ଦ୍ୱିତୀୟ ଇନିଂସରେ ୨୪୫ ରନ୍‌ରେ ଅଲ୍‌ଆଉଟ ହେବାରୁ ଇଂଲଣ୍ଡ...

ଏସିଆ କପ୍‌ ସାଇକ୍ଲିଂ: ପଦକ ତାଲିକାର ଶୀର୍ଷରେ ଭାରତ

ନୂଆଦିଲ୍ଲୀ, ୧୨।୯ (ପି.ଟି.)- ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇନ୍‌ଡୋର ସ୍ପୋଟର୍‌ସ କମ୍ପେକ୍ସଠାରେ ଅନୁଷ୍ଠିତ ଟ୍ରାକ୍‌ ଏସିଆ କପ୍‌ ସାଇକ୍ଲିଂ ପ୍ରତିଯୋଗିତାରେ ଭାରତର ରୋନାଲ୍ଡୋ ଲାଇତୋଞ୍ଜାମ ବ୍ୟକ୍ତିଗତ...

ଧୋତି-କୁର୍ତ୍ତା ପିନ୍ଧି ମ୍ୟାଚ୍‌ ଖେଳିଲେ କ୍ରିକେଟର୍‌

ବାରାଣସୀ,୧୯।୨: ଧର୍ମନଗରୀ କାଶୀରେ କ୍ରିକେଟର ଏହି ଭିନ୍ନ ଶୈଳୀ ଦେଖିବାକୁ ମିଳେ। ଖେଳାଳିମାନେ ପଡ଼ିଆରେ କ୍ରୀଡା ପୋଷାକ ବଦଳରେ ଧୋତି-କୁର୍ତ୍ତା ଏବଂ ଅମ୍ପାୟାରଠାରୁ ଆରମ୍ଭ କରି...

ମହିଳା ଟି୨୦ ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ଭାରତ

ମେଲବୋର୍ନ,୨୭ା୨(ପି.ଟି.)- ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ଓପନର ଶେଫାଳି ବର୍ମାଙ୍କ ବିସ୍ଫୋରକ ୪୬ ଓ...

ମହାମୁକାବିଲା ପୂର୍ବରୁ ଭାରତ-ପାକିସ୍ତାନ ଭିତରେ ବିଜ୍ଞାପନ ଯୁଦ୍ଧ: ଭାରତ ନେଲା ଅଭିନନ୍ଦନଙ୍କ ପ୍ରତିଶୋଧ

ନୂଆଦିଲ୍ଲୀ,୧୫।୬: ଭାରତ-ପାକିସ୍ତାନ ମଧ୍ୟରେ ବହୁ ପ୍ରତିକ୍ଷୀତ ଆଇସିସି ଓ୍ବାଲ୍ଡ କପ୍‌ ମ୍ୟାଚ ରବିବାର ମେଞ୍ଚଷ୍ଟାରରେ ଅନୁଷ୍ଠିତ ହେବାକୁ ଯାଉଛି। ହେଲେ ଗ୍ରାଉଣ୍ଡ ଫ୍ଲୋରରେ ମୁହାଁମୁହିଁ ହେବା...

ପିଟି ଉଷାଙ୍କ ସହ ସିନ୍ଧୁଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୮।୮- କିମ୍ବଦନ୍ତୀ ଧାବିକା ପିଟି ଉଷା ୨୦୦୧ରେ ପି.ଭି. ସିନ୍ଧୁଙ୍କ ସହ ଫଟୋ ଉଠାଇଥିଲେ। ୨୦୦୦ ମସିହାରେ ଟ୍ରାକରୁ ଅବସର ନେଇଥିବା ପାୟୋଲି ଏକ୍ସପ୍ରେସ ଭାବେ...

ଶ୍ରୀଲଙ୍କା ଲାଗି କର ବା ମର ସ୍ଥିତି

ଚେଷ୍ଟର-ଲି-ଷ୍ଟ୍ରିଟ୍‌,୩୦।୬(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଗାଣିତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଶ୍ରୀଲଙ୍କାର ସେମିଫାଇନାଲ ଆଶା ଏବେ ମଧ୍ୟ ଉଜ୍ଜୀବିତ ରହିଛି। ସୋମବାର ଶ୍ରୀଲଙ୍କା ତା’ର ପରବର୍ତ୍ତୀ...

Advertisement
Archives

Model This Week