ଟ୍ରକ୍‌ ଡ୍ରାଇଭରଙ୍କ ପାଇଁ ୨୨୩ ଢାବା ଖୋଲିବାକୁ ଅନୁମତି

ଭୁବନେଶ୍ୱର, ୨୮।୪(ବ୍ୟୁରୋ): ରାଜ୍ୟରେ କରୋନା ମୁକାବିଲା ସକାଶେ ଲକ୍‌ଡାଉନ ଜାରି ଥିବା ସତ୍ତ୍ୱେ ଜରୁରିକାଳୀନ ସେବାରେ ଏବଂ ମାଲ ପରିବହନରେ ନିୟୋଜିତ ଟ୍ରକ୍‌ଗୁଡିକ ଚଳାଚଳ କରୁଛନ୍ତି। ଏହାସହ ଆମ୍ବୁଲାନ୍ସ ଏବଂ ପାସ୍‌ ସଂଗ୍ରହ କରି ଜରୁରୀ କାର୍ଯ୍ୟରେ ସାମିଲ ଥିବା କେତେକ ଗାଡ଼ି ମଧ୍ୟ ଚଳପ୍ରଚଳ କରୁଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟତଃ ଟ୍ରକ୍‌ ଡ୍ରାଇଭରମାନଙ୍କ ଖାଇବା, ପିଇବାର ସୁବିଧା ପାଇଁ ରାଜ୍ୟ ସରକାର ସୋମବାର ରାଜ୍ୟର ୨୨୩ଟି ଢାବା ଖୋଲିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗା଼ଡି ମରାମତି ଲାଗି ସମ୍ପୂର୍ଣ୍ଣ ରାଜ୍ୟରେ ୧୪୦ଟି ଗ୍ୟାରେଜ ଖୋଲାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ପୁରୀରେ ୩ଟି, ଖୋର୍ଦ୍ଧାରେ ୫, ନୟାଗଡ଼ରେ ୫, ଯାଜପୁରରେ ୨, କେନ୍ଦ୍ରାପଡ଼ାରେ ୨, ଭଦ୍ରକରେ ୧, ବାଲେଶ୍ୱରରେ ୬, ମୟୂରଭଞ୍ଜରେ ୮, ଗଞ୍ଜାମରେ , ୭,ଗଜପତି ୨, କୋରାପୁଟରେ ୧୦, ରାୟଗଡ଼ା ୪, ନବରଙ୍ଗପୁର ୩, ସୁନ୍ଦରଗଡ଼ ୧୬ ଏବଂ ସମ୍ବଲପୁରରେ ୧୬ଟି ଗ୍ୟାରେଜ ଖୋଲା ରହିବ। କଟକ, ଜଗତ୍‌ସିଂହପୁର, ଫୁଲବାଣୀରେ କୌଣସି ଗ୍ୟାରେଜ ଖୋଲା ରହିବନାହିଁ। ସେହିପରି ଝାରସୁଗୁଡ଼ା, ଫୁଲବାଣୀ, ନବରଙ୍ଗପୁର ଏବଂ ଜଗତ୍‌ସିଂହପୁରକୁ ଛାଡ଼ି ଅନ୍ୟ ଜିଲାଗୁଡ଼ିକରେ କିଛିକିଛି ମିଶାଇ ମୋଟ ୨୨୩ଟି ଢାବା ଖୋଲାଯିବ। ମାତ୍ର କେନ୍ଦୁଝର ଜିଲା ଲାଗି ଢାବା ଏବଂ ଗ୍ୟାରେଜ ଖୋଲିବାକୁ କୌଣସି ନୋଟିସ ବାହାର କରାଯାଇନାହିଁ। କେବଳ ଅନୁମତିପ୍ରାପ୍ତ ଗ୍ୟାରେଜ ଏବଂ ଢାବା ଖୋଲାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri