ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବାଇକ୍‌: ଜଣେ ମୃତ

ନୂଆଗାଁ,୧୯।୧୦(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ଗଦାଧରପୁରଠାରେ ଶୁକ୍ରବାର ରାତିରେ ଏକ ଟ୍ରକ୍‌କୁ ବାଇକ୍‌ ପଛରୁ ଧକ୍କା ଦେଇଛି। ଫଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ନୂଆଗାଁ ଗ୍ରାମର ବିଷ୍ଣୁ କୁମାର ପରିଡ଼ା(୩୫)।
ମିଳିଥିବା ସୂଚନା ଅନୁସାରେ, ଗଦାଧରପୁରଠାରେ ଏକ ଟ୍ରକ (ଏପି୨୬ଟି୫୫୭୭)କୁ ଜାତୀୟ ରାଜପଥରେ ରଖି ଡ୍ରାଇଭର ଶୋଇପଡିଥିଲେ। ଏହି ସମୟରେ ବିଷ୍ଣୁ ବାଇକ(ଓଆର୨୫ ବି୨୨୪୬) ଯୋଗେ ନୂଆଗାଁ ଢାବା ହୋଟେଲରୁ ଖାଇ ନିଜ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ଫଳରେ ବିଷ୍ଣୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନୟାଗଡ଼ ମୂଖ୍ୟ ଚିକିତ୍ସଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ନୂଆଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୁରମାର ହୋଇଥିବା ବାଇକ ଓ ଟ୍ରକ୍‌କୁ ଜବତକରି ଥାନାକୁ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାରସ୍ବତ ବାତାୟନର ସାହିତ୍ୟ ଆସର: ପାଠାଗାର ଗରିଷ୍ଠ ହେଲେ ବିଭେଦକାରୀ ଶକ୍ତି ଦୁର୍ବଳ ହେବ

ଜଗତସିଂହପୁର ଅଫିସ,୨୯ା୧୨: ସମ୍ପ୍ରତ୍ତି ପାଠାଗାର ଆନ୍ଦୋଳନକୁ ଗଣ ଆନ୍ଦୋଳନରେ ପରିଣତ କରିବାକୁ ପଡିବ। କାରଣ ପାଠାଗାର ଗରିଷ୍ଠ ହେଲେ ବିଭେଦକାରୀ ଶକ୍ତିଗୁଡିକ ଦୁର୍ବଳ ହେବ। ଯେଉଁ...

ବିଜେପୁର ଉପନିର୍ବାଚନ: ମତଦାନରେ ସହଯୋଗ କଲେ ଛାତ୍ର

ବରଗଡ଼ ଅଫିସ/ ବିଜେପୁର,୨୧।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଛାତ୍ରମାନେ ମଧ୍ୟ ଆଗେଇ ଆସିଛନ୍ତି। ସୋମବାର ବିଜେପୁର...

ବୌଦ୍ଧ ପୁସ୍ତକମେଳା ଉଦ୍‌ଯାପିତ:ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ପାଇଁ ପୁସ୍ତକମେଳା ଗୁରୁତ୍ୱପୂର୍ଣ୍ଣ

ବୌଦ୍ଧ, ୧୧ା୧୨(ସ୍ବ.ପ୍ର):ବୌଦ୍ଧ ଜିଲା ସଦର ମହକୁମା କଚେରି ପଡିଆଠାରେ ଡିସେମ୍ବର ୩ ତାରିଖରୁ ଆରମ୍ଭ ହୋଇଥିବା ୭ ଦିନିଆ ‘ପଞ୍ଚଦଶ ବୌଦ୍ଧ ପୁସ୍ତକମେଳା’ ସୋମବାର ସନ୍ଧ୍ୟାରେ...

ଉଜୁଡୁଛି କୁସୁମୀ କାଜୁ ବଗିଚା

ଖଣ୍ଡପଡ଼ା,୧୯।୧(ସ୍ବ.ପ୍ର.) – ସ୍ଥାନୀୟ କୁସୁମୀ ନଦୀ ପଠାରୁ ବନ୍ୟା ସମୟରେ ମାଟି କ୍ଷୟ ରୋକିବାକୁ ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହଜାରରୁ ଊର୍ଦ୍ଧ୍ୱ କାଜୁ...

ଦିବ୍ୟାଙ୍ଗ, ବୟସ୍କ ଭୋଟରଙ୍କ ପାଇଁ ଡାକଭୋଟ ବ୍ୟବସ୍ଥା

ଭଦ୍ରକ ଅଫିସ,୮।୧୦: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର...

ଅଲାରନାଥଙ୍କ ଚାପ ବନ୍ଦ: ଚୈତନ୍ୟ ଚକଡ଼ାରେ ହେବ ଚନ୍ଦନ ଯାତ୍ରା

ବ୍ରହ୍ମଗିରି,୨୬।୪(ଡି.ଏନ୍‌.ଏ): ମହାମାରୀ କରୋନା ଯୋଗୁ ପ୍ରଭୁ ଅଲାରନାଥ ଦେବଙ୍କ ଚନ୍ଦନ ଯାତ୍ରା ଓ ଚାପଖେଳ ଉପରେ ପ୍ରଶାସନ ନିଷ୍ପତ୍ତି ବଦଳାଇଛି। ସାମାଜିକ ଦୂରତା ରକ୍ଷା ସହ...

ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରକ୍ରିୟା ଆରମ୍ଭ : ଜିଏନ୍‌ପାଲମ୍‌, ପୁରୁଣା ଛତ୍ରପୁର ଗଁ। ମିଶିବାକୁ ରାଜି

ଛତ୍ରପୁର,୧୪ା୧(ଡି.ଏନ.ଏ.)-ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଛତ୍ରପୁର ବ୍ଲକ ଅଧୀନ ଅଗସ୍ତିନୂଆଗଁ। ପଞ୍ଚାୟତ ଜିଏନ୍‌ପାଲମ୍‌ ଓ...

କାମ ବନ୍ଦ କଲେ ଗ୍ରାମବାସୀ

ଡୁବୁରୀ,୩୧-୧(ଡିଏନଏ):ସୁକିନ୍ଦା ବ୍ଲକ ଗୋବରଘାଟି ପଞ୍ଚାୟତ ବେଲହୁଡ଼ିଠାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି। ସରକାରଙ୍କ ସମସ୍ତ ନୀତିନିୟମକୁ ଖୋଲା ଉଲ୍ଲଂଘନ କରି ବିନା...

Advertisement
Archives

Model This Week