ଟୋଲକବେଡା ଗ୍ରାମବାସୀଙ୍କ ଆନ୍ଦୋଳନ

କଣିହାଁ, ୧ା୬(ଡି.ଏନ.ଏ.)- ପାଉଁଶ ଟ୍ରକ୍‌, ଭାରିଯାନ ଚଳାଚଳ ଯୋଗୁ ଉପୁଜୁଥିବା ସମସ୍ୟାର ସମାଧାନ ଓ ଅନ୍ୟାନ୍ୟ ଦାବି ନେଇ ସୋମବାର ଅନୁଗୋଳ ଜିଲା କଣିହଁା ବ୍ଲକ ଟୋଲକବେଡା ଗ୍ରାମବାସୀ ଏନ୍‌ଟିପିସି ପ୍ରକଳ୍ପ ଶକ୍ତିଦ୍ୱାର ନିକଟରେ ଆନ୍ଦୋଳନ କରିଥିଲେ। ଏଥିଯୋଗୁ ପାଉଁଶ ଟ୍ରକ୍‌ ସହ କମ୍ପାନୀର ଅନ୍ୟ ଭାରିଯାନ ଚଳାଚଳ ବନ୍ଦ ରହିଥିଲା।
ଗ୍ରାମ ସଭାପତି ସହଦେବ ସାହୁ, ସମ୍ପାଦକ ଦେବରାଜ ପ୍ରଧାନ, କମିଟି ସଦସ୍ୟ ମାନସ ସାହୁ ପ୍ରମୁଖଙ୍କ ଅଭିଯୋଗ ମୁତାବକ, ଏନ୍‌ଟିପିସି ପ୍ରକଳ୍ପରୁ ପଞ୍ଚାୟତ ରାସ୍ତା ଦେଇ ପାଉଁଶ ପରିବହନ ହେଉଛି। ସେହିପରି ଗ୍ରାମ ନିକଟରେ ଥିବା ପାଓ୍ବାର ଗ୍ରୀଡ୍‌କୁ ଭାରିଯାନ ଚଳାଚଳ କରୁଛି। ଏଥିଯୋଗୁ ପ୍ରଦୂଷଣ, ରାସ୍ତା ଅବରୋଧ ସମସ୍ୟା ଉପୁଜୁଛି। ପ୍ରକଳ୍ପ ପାର୍ଶ୍ୱବର୍ତ୍ତୀ ଗ୍ରାମ ହିସାବରେ ମଧ୍ୟ ଲୋକେ ମୌଳିକ ସୁବିଧା ପାଇପାରୁ ନାହାନ୍ତି। ଏହାର ସମାଧାନ ଦାବି କରି ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ପରେ ପ୍ରଶାସନ ପକ୍ଷରୁ ତହସିଲଦାର ପତିତପାବନ ଦେବତାଙ୍କ ଅଧ୍ୟକ୍ଷତାରେ ଆନ୍ଦୋଳନକାରୀ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ସରପଞ୍ଚ ସୁଲୋଚନା ପ୍ରଧାନ, ଏନ୍‌ଟିପିସି ଥାନା ଆଇଆଇସିଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା। ସମାଧାନର ରାସ୍ତା ବାହାର କରିବାକୁ ପ୍ରଶାସନ ୭ ଦିନ ସମୟ ମାଗିବା ସହ ଅସୁବିଧା ଦୂର କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା। ଏ ନେଇ ତହସିଲଦାର କହିଛନ୍ତି, ଆନ୍ଦୋଳନ ହୋଇଥିଲା। ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନ ହଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନଇଚ୍ଛା ଲୁଟୁଛନ୍ତି ମୋରମ

ବଇଣ୍ଡା,୨ା୬: କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା ପାହାଡ଼ ଗୁଡ଼ିକରୁ ବଢ଼ୁଛି ମୋରମ ଲୁଟ୍‌। ବିଶେଷକରି କଦଳୀମୁଣ୍ଡା, ଜାମୁନାଳୀ, ନୁନୁକାପଶି, କମରେଇ, ଗାଁ ବଇଣ୍ଡା,...

ବୁଷ୍ଟର ଡୋଜ୍‌ ପ୍ରଦାନରେ ଅବ୍ୟବସ୍ଥା

ଅନୁଗୋଳ ଅଫିସ,୧୧।୧ କୋଭିଡ୍‌ ସଂକ୍ରମଣ ଦ୍ରୁତଗତିରେ ମାଡ଼ୁଥିବା ବେଳେ ସୋମବାରଠାରୁ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଊର୍ଦ୍ଧ୍ୱ ବହୁବିଧ ରୋଗରେ ପୀଡ଼ିତଙ୍କୁ ବୁଷ୍ଟର...

ଅନୁଗୋଳରେ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବ: ମୋ ସରକାର ନିୟମାବଳୀ ଶୁଭାରମ୍ଭ

ଅନୁଗୋଳ ଅଫିସ, ୧୦।୧ – ରାଜ୍ୟ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଗୁରୁବାରଠାରୁ ଦୁଇଦିନିଆ...

କିନ୍ନରଙ୍କ ହାତକୁ କାମ

ଅନୁଗୋଳ ଅଫିସ, ୩୦।୧ ସହର ସଫେଇ ସହଜ ହେବ। ଟଲି ବଦଳରେ ବ୍ୟାଟେରି ଚାଳିତ ଗାଡ଼ିରେ ସହରରୁ ଅଳିଆ ଉଠିବ। ଆଉ ଘର ଘର ବୁଲି...

ଟ୍ରେନ୍‌ ଧକ୍କାରେ ଛାତ୍ର ଗୁରୁତର: କ୍ଷତିପୂରଣ ଦାବିରେ ରେଳଧାରଣାରେ ବସିଲେ ଉତ୍ତ୍ୟକ୍ତ ଲୋକେ

ବଅଁରପାଳ,୧୬।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ନିକଟ ନାଲ୍‌କୋ ରେଳଧାରଣାରେ ଶନିବାର ସକାଳେ ଟ୍ରେନ୍‌ ଧକ୍କାରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ସେ...

ଉପଜିଲାପାଳଙ୍କ ଚଢ଼ାଉ, ମଦ ଜବତ

ଅନୁଗୋଳ ଅଫିସ୍‌, ୪ା୪- ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ଶୁକ୍ରବାର ରାତିରେ ମହୀଧରପୁର, ବନ୍ତଳା ଓ ସୀମାନ୍ତ କଂସରା ଅଞ୍ଚଳରେ ଚଢ଼ାଉ କରିଛନ୍ତି । ଏହି...

ପ୍ରଶାସନ ଉପରେ ବଢ଼ିଲା ଚାପ: ପରିବହନ ସ୍ବାଭାବିକ ପାଇଁ ଦାବିପତ୍ର

ତାଳଚେର,୪ା୮(ନି.ପ୍ର.)-ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତ ୪ ଶ୍ରମିକଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ସହ ପୂର୍ବପରି ଟ୍ରକ୍‌ ଗୁଡିକରେ କୋଇଲା ପରିବହନ ପାଇଁ ପଦକ୍ଷେପ...

ପୂଜା ଉତ୍ସବରେ ଖୋଜାପଡନ୍ତି ଗୋକୁଳା: ଷ୍ଟାଚ୍ୟୁ ହୋଇ କରନ୍ତି ମନୋରଞ୍ଜନ

ବଅଁରପାଳ, ୨୭ା୯(ଡି.ଏନ.ଏ.)-ପୂଜା ପର୍ବ ପର୍ବାଣି ହେଉ ବା ଯାତ୍ରା, ମନୋରଞ୍ଜନ କଥା ଉଠିଲେ ଆଗକୁ ଆସେ ଗୋକୁଳା ପଟେଲଙ୍କ ନାଁ। ଯେ କୌଣସି ପୂଜା ହେଲେ...

Advertisement
Archives

Model This Week